କନକଦୁର୍ଗା ପୀଠର ଭିନ୍ନ ପରମ୍ପରା

ନୟାଗଡ଼,୧୫।୧୦(ଲୋକନାଥ ମିଶ୍ର)ନୟାଗଡ଼ ପୁରୁଣା ସହର ପୁରୁଣା ରାଜବାଟୀ ସମ୍ମୁଖରେ ରହିଛି ମା’କନକ ଦୁର୍ଗାଙ୍କ ପୀଠ। ରାଜରାଜୁଡା ଶାସନ ହଟିବା ପରେ ଠାକୁରାଣୀଙ୍କ ରୀତିନୀତି, ଭୋଗ ନୟାଗଡ଼ ଦେବୋତ୍ତର ବିଭାଗ ବୁଝୁଛି । ମା’କନକଦୁର୍ଗା ଦଶହରା ପର୍ବ ଅବସରରେ ପଶ୍ଚିମାମୁଖୀ ବଦଳରେ ଦକ୍ଷିଣମୁଖୀ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ମାଛରେ ବେଲପତ୍ର ଲାଗି ହେଲେ ଏଠାରେ ଭୋଗ ହୁଏ । ଦ୍ୱିତୀୟା ଓଷାରୁ ଦଶହରା ପର୍ଯ୍ୟନ୍ତ ଠାକୁରାଣୀଙ୍କ ରୀତିନୀତି ବଦଳିଯାଏ । ଏଭଳି ପରମ୍ପରା କେବଳ ବର୍ଷକୁ ୧୬ଦିନ ମା’କନକ ଦୁର୍ଗାଙ୍କ ପୀଠରେ ଦେଖିବାକୁ ମିଳେ। ଦଶହରା ସମୟରେ ମା’ଙ୍କୁ ଦର୍ଶନ କରି ଭକ୍ତ ନିଜର ମନସ୍କାମନା ପୂରଣ କରିଥାନ୍ତି।
ଦଶହରା ପର୍ବ ଅବସରରେ ଦ୍ୱିତୀୟା ଓଷାରେ ମା’କନକ ଦୁର୍ଗା ୧୦୮ କୁମ୍ଭ ଜଳରେ ମଧ୍ୟାହ୍ନରେ ମହାସ୍ନାନ କରନ୍ତି। ପରେ ଅବକାଶ ଓ ବଲ୍ଲଭ ଭୋଗ ହୋଇ ଦିପ୍ରହର ଧୂପ କରାଯାଇ ମା’ଙ୍କ ପହୁଡ଼ ପଡେ । ସନ୍ଧ୍ୟାରେ ମା’ବେଶ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ରାତି ୧୦ଟାରେ ମା’ଭ୍ରମଣରେ ବାହାରନ୍ତି। ଭ୍ରମଣ ସମୟରେ ଅସୁରମାନଙ୍କୁ ନିପାତ କରନ୍ତି। ସମୟ ବଦଳି ଯାଉଥିବାରୁ ଭ୍ରମଣରେ ଆସିଛି ପରିବର୍ତ୍ତନ । ଭ୍ରମଣ ସମୟରେ ମା’ଭକ୍ତଙ୍କ ଅସୁରୀୟ ପ୍ରକୃତି ନଷ୍ଟ କରିଥାନ୍ତି । ନୟାଗଡ଼ ଗୁଣ୍ଡିଚା ମଣ୍ଡପ ନିକଟସ୍ଥ ଜଜଙ୍କ କ୍ୱାର୍ଟର୍ସ ସମ୍ମୁଖ ଯାତ୍ରା ପଡ଼ିଆରେ ମା’ପରିଭ୍ରମଣ କରି ଫେରନ୍ତି। ମନ୍ଦିରକୁ ଫେରି ଜଗତି ଉପରେ ବସନ୍ତି। ଜଗତିରେ ମା’ଙ୍କର ଟେରା ଭୋଗ ପରେ ଆଳିତି ହୁଏ। ମା’ଆସ୍ଥାନକୁ ବିଜେ କରନ୍ତି। ରାତିରେ ଧୂପ, ବଡସିଂହାର, ଚାର ସେବା ହୋଇ ପହଡ ପଡ଼େ । ୧୬ ଦିନ ଯାତ୍ରା ଏହି ପରି ଚାଲିଥାଏ । ମା’ବର୍ଷର ୩୪୯ ଦିନ ଖେଚୁଡି, ଡାଲମା, କାକରା, ମାଲପୁଆ, ବଡସିଂହାରରେ ଖୁରୁମା, ଖେଚୁଡ଼ି ଭୋଗ ପାଆନ୍ତି। ତେବେ ଦେବୀ ଦଶହରାର କେବଳ ୧୬ ଦିନ ପଶ୍ଚିମାମୁଖୀ ହୋଇ ଥାଆନ୍ତି। ୧୬ ଦିନ ଦକ୍ଷିଣମୁଖୀ ହୋଇ ବସନ୍ତି । ଦଶହରା ପର୍ବରେ ମାଛ ଭୋଗ ଯୋଡି ହୁଏ । ମାଛରେ ବେଲପତ୍ର ଲାଗି ହେଲେ ଭୋଗ ହୋଇଥାଏ । ପୂଜକ ଚିତ୍ତ ରଞ୍ଜନ ଦାଶ ଓ ସୂର୍ଯ୍ୟପ୍ରସାଦ ଦାଶ ପୂଜାନୀତି ସମ୍ପନ୍ନ କରିଥାନ୍ତି। ପୂଜକ ଦାଶ କୁହନ୍ତି, ପ୍ରତ୍ୟକ୍ଷ ଠାକୁରାଣୀ ମା’କନକ ଦୁର୍ଗା। ମା’ଙ୍କ ରୀତିନୀତି ନିଆରା। ଦଶହରା ପର୍ବରେ ପରବ ଘରେ ୧୬ଦିନ ବିରାଜିତ ହୁଅନ୍ତି ମା । ମା’ଙ୍କ ଭୋଗ ନିଆରା ହୋଇଥିବାବେଳେ ଭ୍ରମଣର କାହାଣୀ ଭିନ୍ନ । ରାଜାଙ୍କ ଶାସନ ପରେ ପର୍ବର ମହକ କମି ଯାଇଥିଲେ ହେଁ ରୀତିନୀତି ବଦଳି ନାହିଁ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri