Posted inଫୁରସତ

ପ୍ରତିଭାର ବିଭିନ୍ନ ଅଧ୍ୟାୟ

ପ୍ରକୃତିଦତ୍ତ ପ୍ରତିଭାକୁ ବହୁମୁଖୀ କରାଇବା ପାଇଁ ଆଉ ଏକ ବିଶେଷ ପ୍ରତିଭାର ଆବଶ୍ୟକତା ଥାଏ l ସେହି ପ୍ରତିଭା ଜଣେ ଗୁଣଗ୍ରାହୀ ମାର୍ଗଦର୍ଶକର ଥାଏ; ଯେଉଁମାନେ ପରିଚିତିର ଦୁନିଆ ଆଡ଼କୁ ରାସ୍ତା ଦେଖାଉ ଦେଖାଉ ନିଜେ ରାସ୍ତା ପାଲଟିଯାଆନ୍ତି। ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କାମ କରି ସେ କ୍ଷେତ୍ରରେ ସିଦ୍ଧି ହାସଲ କରିବା ଅପେକ୍ଷା ସାଧାରଣରୁ ଅସାଧାରଣ କ୍ଷେତ୍ରରେ ନିଜ ପ୍ରତିଭା ବିନିଯୋଗ କରି ସାର୍ବଜନୀନ ମଙ୍ଗଳ କାମନା କରିବା ସେହି ପ୍ରତିଭାଧାରୀଙ୍କ କାମ ହୋଇଥାଏ l ବିଭିନ୍ନ ବୃତ୍ତିକୁ ବିଭିନ୍ନ କ୍ରମରେ ଆଦରି ତହିଁରେ ପାରଦର୍ଶିତା ଦେଖେଇବା ସହ ସେହି କ୍ଷେତ୍ରରେ ଅନେକଙ୍କୁ ପାରଦର୍ଶୀ କରେଇ ସ୍ବାବଲମ୍ବୀ କରେଇବାରେ ସିଦ୍ଧହସ୍ତ ଏହି ବ୍ୟକ୍ତି ଜଣକ l ଚିକିତ୍ସାଠାରୁ ଶିକ୍ଷାଦାନ, ବାଲୁକା ଶିଳ୍ପଠାରୁ ଜାତକ ଅଧ୍ୟୟନ ପର୍ଯ୍ୟନ୍ତ ବ୍ୟାପ୍ତ ତାଙ୍କ କର୍ମର ପରିସର l ଓଡ଼ିଶାର କୋଣଅନୁକୋଣରେ ଆର୍ଥିକ ସ୍ତରରେ ଦୁର୍ବଳ ଥିବା ପିଲାମାନଙ୍କୁ ସଂସ୍କୃତ ଶିବିରରେ ପଢାଇବା, ରୋଗୀଙ୍କୁ ହୋମିଓପ୍ୟାଥିକ ଔଷଧ ଦେବା, ସଂସ୍କୃତ ଗ୍ରନ୍ଥର ଟିକା ଲେଖିବା, ପ୍ରବନ୍ଧ ରଚନା କରିବା, ସଙ୍ଗୀତ ପରିବେଷଣ କରିବା, ସରକାରଙ୍କଠାରୁ ଅଧିକାର ମାଗୁଥିବା ଧାଡ଼ିଙ୍କ ଆଗରେ ରହି ଶୃଙ୍ଖଳା ନିର୍ବାହ କରିବାର ବିଭିନ୍ନ କାର୍ଯ୍ୟ ସେ ଭଲରେ କରିପାରନ୍ତି। କାର୍ଯ୍ୟ କରିବାର ନିଷ୍ଠା, ଅଙ୍ଗୀକାରବଦ୍ଧତା ଏବଂ ପାଣ୍ଡିତ୍ୟ ତାଙ୍କୁ ଅନ୍ୟ ଅନେକଙ୍କଠାରୁ ଭିନ୍ନ ରଖେ l ଅନ୍ୟମାନଙ୍କୁ ପ୍ରେରଣା ଦେବା ପାଇଁ ସେ ଖୁବ୍‌ ମନଯୋଗୀ ହୋଇ କାର୍ଯ୍ୟ କରନ୍ତି l ଏକରେ ଅନେକ ସେ ବ୍ୟକ୍ତିଜଣକ ହେଉଛନ୍ତି କୁଞ୍ଜବିହାରୀ ଉପାଧ୍ୟାୟ l

ପିତା ଦୟାନିଧି ଉପାଧ୍ୟାୟ, ମାତା ରୁକ୍ମଣୀ ଦେବୀଙ୍କ ପୁତ୍ର କୁଞ୍ଜବିହାରୀଙ୍କ ଜନ୍ମ ଗୁହିଆପାଳ ପୂର୍ବ ସିଂହ ଭୂମି, ଝାଡ଼ଖଣ୍ଡ ୨୨ ନଭେମ୍ବର ୧୯୫୫ ମସିହାରେ। ସାଧାରଣ ଭାବେ ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିବା ସହ କୁଞ୍ଜବିହାରୀ ଜେଜେ ବାପାଙ୍କଠାରୁ ନିୟମିତ ଭାବେ ବେଦ ଶିକ୍ଷା କରୁଥିଲେ l
ଅଥର୍ବ ବେଦ ବିଲୁପ୍ତ ହେବାର ଦେଖି ଚାକିରି ପ୍ରତି ବୀତସ୍ପୃହ ହୋଇ ଅଥର୍ବ ବେଦକୁ ବଞ୍ଚାଇ ରଖିବା ସକାଶେ ଚେଷ୍ଟିତ ହେଲେ l କାଞ୍ଚିକାମ କୋଟି ମଠର ସ୍ବାମୀ ଜୟେନ୍ଦ୍ର ସରସ୍ବତୀଙ୍କ ମନୋନୟନ କ୍ରମେ ସର୍ବ ପ୍ରଥମେ ପୁରୀରେ ୧୫ଜଣ ଶିଷ୍ୟଙ୍କୁ ନେଇ ଏକ ଅଥର୍ବ ବେଦ ପାଠଶାଳା ସ୍ଥାପନ କରାଗଲା; ଯେଉଁଥିରେ ସେ ପିଲାମାନଙ୍କୁ ଅଥର୍ବ ବେଦ ଶିକ୍ଷା ଦେଲେ। ଆଜି ସର୍ବ ଭାରତୀୟ ସ୍ତରରେ ବିଭିନ୍ନ ରାଜ୍ୟରେ ଅଥର୍ବ ବେଦର ପାଠଶାଳା ଦେଖିବାକୁ ମିଳୁଛି l ଖାଲି ସେତିକି ନୁହେଁ, ପିଲାମାନଙ୍କର ପଢ଼ିବା ପାଇଁ ସୁବିଧା ନିମନ୍ତେ ଦୀର୍ଘ ୧୦ ବର୍ଷ ଲାଗି ୯୨୫ ପୃଷ୍ଟାର ଏକ ପୁସ୍ତକ ‘ଅଥର୍ବ ବେଦ ପୈପ୍ପଲାଦ ସଂହିତା’ ରଚନା କରିଛନ୍ତି l
ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ପ୍ରାୟ ୬୫ ଖଣ୍ଡ ଗ୍ରାମରୁ ତାଳପତ୍ର ପୋଥି ସଂଗ୍ରହ କରିବାକୁ ତାଙ୍କୁ ଦୀର୍ଘ ୬ ବର୍ଷ ସମୟ ଲାଗିଥିଲା l ଦୀର୍ଘ ୧୦ ବର୍ଷ ପରେ ତାହା ପୁସ୍ତକ ଆକାରରେ ପ୍ରକାଶିତ ହୋଇ ବିଶ୍ୱ ସ୍ତରୀୟ ପ୍ରଶଂସାଭାଜନ ହୋଇପାରିଛି l ବର୍ତ୍ତମାନ ଭାରତ ବାହାରେ ହାଭାର୍ଡ ବିଶ୍ୱବିଦ୍ୟାଳୟ, ଯୁରିଜ ବିଶ୍ୱବିଦ୍ୟାଳୟ, ଲଣ୍ଡନ ବିଶ୍ୱବିଦ୍ୟାଳୟ, ଜର୍ମାନ, ଜାପାନ, ଆମେରିକା ତଥା ବିଶ୍ବର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସେହି ଗ୍ରନ୍ଥ ଉପରେ ଗବେଷଣା କରୁଛନ୍ତି ଏବଂ ହଲାଣ୍ଡର ଅର୍ଲ ଗ୍ରିଫିଷ୍ଟ , ଡେକାନ କଲେଜର ଶିଳ୍ପ ସୁମନ, ଇଂଲଣ୍ଡର ଖ୍ରୀଷ୍ଟା ମେୟର ବାସ୍ତିନାସାନା ପ୍ରମୁଖ ଶିକ୍ଷାର୍ଥୀ ସେହି ଗ୍ରନ୍ଥ ଉପରେ ଉଚ୍ଚତର ଗବେଷଣା କରି ଉପକୃତ ହୋଇଛନ୍ତି l
କଠିନ ପରିଶ୍ରମର ଫଳ ସ୍ବରୂପ ଓଡ଼ିଶାର ପୁରୀ, କଟକ, ସମ୍ବଲପୁର, ବାଲେଶ୍ୱର ପ୍ରଭୃତି ପ୍ରାୟ କୋଡ଼ିଏରୁ ଊଦ୍ଧର୍‌ବ ଜିଲାରେ ଏବଂ ଭାରତର ଦିଲ୍ଲୀ, କଲିକତା, କର୍ନାଟକ, ତ୍ରିଚିନାପଲ୍ଲୀ ଆଦି ସ୍ଥାନରେ ଅଥର୍ବ ବେଦ ପାଠଶାଳା ସ୍ଥାପନ କରାଯାଇ ଅଥର୍ବ ବେଦରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରମାନଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହେଉଅଛି l ବର୍ତ୍ତମାନ ସେ ଅଥର୍ବ ବେଦର ପୈପ୍ପଲାଦ ଶାଖାର ଆଦି ଗୁରୁ ଭାବରେ ସର୍ବ ଭାରତୀୟ ସ୍ତରରେ ସୁପରିଚିତ l
ସଫଳ ନାଟ୍ୟକାର, ସାମ୍ବାଦିକ, ପୁରୀର ସର୍ବ ପ୍ରଥମ ବାଲୁକାଶିଳ୍ପୀ, ଜ୍ୟୋତିର୍ବିଦ୍‌, ସୁଦକ୍ଷ ହୋମିଓପାଥି ଓ ଦକ୍ଷ ସାମାଜିକ କର୍ମୀ ଭାବରେ ପୁରୀ ସହରରେ ତାଙ୍କୁ ଜାଣନ୍ତି l ଛାତ୍ର ଭାବରେ, ଶିକ୍ଷକ ଭାବରେ, ସହକର୍ମୀ ଭାବରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ଯେଉଁମାନେ ଓଡ଼ିଶା, ଭାରତ ତଥା ବିଶ୍ବର ବିଭିନ୍ନ ସ୍ଥାନରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ସେମାନଙ୍କ ପାଖରେ କୁଞ୍ଜବିହାରୀ ଉପାଧ୍ୟାୟ ଜଣେ ନମସ୍ୟ ବ୍ୟକ୍ତିତ୍ୱ l ବିବିଧତା ତାଙ୍କ ବ୍ୟକ୍ତିତ୍ୱର ଆଧାର l -ମାନମୟୀ ରଥ
ସେଣ୍ଟ ଜାଭିୟର୍ସ କିଡ୍ସ, ବାଲିପୁଟ, ପୁରୀ ମୋ:୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri