ଏନ୍‌ଆର୍‌ଏଲ୍‌ ଜମି ଅଧିଗ୍ରହଣରେ ଭିନ୍ନତା

ପାରାଦୀପ,୬ା୭(ସ୍ବ.ପ୍ର.): ସ୍ମାର୍ଟ ଇଣ୍ଡଷ୍ଟ୍ରିଆଲ ପୋର୍ଟ ସିଟି (ଏସ୍‌ଆଇପିସି) ଯୋଜନାରେ ପାରାଦୀପ ବନ୍ଦର ଜାଗାରେ ୪ଟି ନୂତନ ପ୍ରକଳ୍ପ ନିର୍ମାଣ ଚାଲିଛି। ସେଗୁଡିକ ହେଲା ଏନ୍‌ଆର୍‌ଏଲ (ନୁମାଲିଗଡ ରିଫାଇନାରି ଲିମିଟେଡ), ତ୍ରିବେଣୀ ଆର୍ଥମୁଭର୍ସ ପ୍ରାଇଭେଟ ଲିମିଟେଡ, ଏସାର ମିନମେଟ ଲିମିଟେଡ ଓ କଙ୍କର। ଏସବୁ ପ୍ରକଳ୍ପ ପାଇଁ ୧୧,୫୭୯.୫୧କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରାଜ୍ୟ ସରକାର ଇପିକଲ୍‌ (ଇଣ୍ଡଷ୍ଟ୍ରିଆଲ ପ୍ରମୋଶନ ଏଣ୍ଡ୍‌ ଇନଭେଷ୍ଟମେଣ୍ଟ କର୍ପୋରେଶନ ଅଫ ଓଡ଼ିଶା ଲିମିଟେଡ)ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସେଥିରେ କିଛି ଭିନ୍ନତା ଥିବା ଦେଖିବାକୁ ମିଳିଛି। ଯଥା ଏନ୍‌ଆର୍‌ଏଲକୁ ଦିଆଯାଇଥିବା ଜମିର ପରିମାଣକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପାରାଦୀପ ବନ୍ଦର ପ୍ରଶାସନ ନିକଟରୁ ଫେବୃୟାରୀ ୧୧ରେ ଏନ୍‌ଆରଏଲ୍‌ ଜମି ସମ୍ପର୍କରେ ମିଳିଥିବା ଚିଠି ନଂ. ୪୦୮ ଅନୁସାରେ, ଉକ୍ତ କମ୍ପାନୀକୁ ୨୩୪.୧୪ ଏକର ଜମି ୩୦ ବର୍ଷ ପାଇଁ ଲିଜ୍‌ରେ ଦିଆଯାଇଛି। ଏଥିପାଇଁ କମ୍ପାନୀ ପାରାଦୀପ ବନ୍ଦରକୁ ୭୦ କୋଟି ୫୯ ଲକ୍ଷ ୨୭ ହଜାର ୬୬୫ ଟଙ୍କା ଦେଇଛି। ଉକ୍ତ ଜମିକୁ ୧୯୬୨ରେ ରାଜ୍ୟ ସରକାର ପାରାଦୀପ ବନ୍ଦରକୁ ଦେଇଥିଲେ। ଏହି ଜମି ଷଣ୍ଢକୁଦ ମୌଜାର ପ୍ଲଟ ନଂ.୩୭ ଓ ୪୫, ଖାତା ନଂ.୨୭ ବୋଲି ଉଲ୍ଲେଖ କରାଯାଇଛି।
ଅନ୍ୟପକ୍ଷରେ ଇପିକଲ ପକ୍ଷରୁ ମାର୍ଚ୍ଚ ୩୧ରେ ମିଳିଥିବା ସୂଚନା (ଚିଠି ନଂ. ୬୩୭) ଅନୁସାରେ ଏନ୍‌ଆର୍‌ଏଲ୍‌କୁ ୨୦୨ ଏକର ଜମି ଯୋଗାଇ ଦିଆଯାଇଛି। ଉକ୍ତ ପ୍ରକଳ୍ପକୁ ଏଚ୍‌ଏଲସିଏ (ହାଇ ଲେବୁଲ କ୍ଲିୟରାନ୍ସ ଅଥରିଟି) ୨୦୨୧ ଜାନୁୟାରୀ ୬ରେ ମଞ୍ଜୁରୀ ଦେଇଥିଲେ। ଏହି ରିଫାଇନାରିରେ ୬ ଲକ୍ଷ କିଲୋଲିଟର ଅଶୋଧିତ ତୈଳ ଗଚ୍ଛିତ ରହିବା ପାଇଁ ବ୍ୟବସ୍ଥା ହୋଇଛି। ଏହି ଅଶୋଧିତ ତୈଳ ମାଟିତଳେ ପାଇପ୍‌ଲାଇନ୍‌ ଯୋଗେ ଆସାମର ଗୌହାଟୀଠାରେ ଥିବା ନୁମାଲିଗଡ ରିଫାଇନାରିରେ ବିଶୋଧନ ହେବ। ଏହି ପ୍ରକଳ୍ପର ମୂଲ୍ୟ ୧୪୨୦ କୋଟି ଟଙ୍କା। ଏହାଦ୍ୱାରା ୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଷ୍ଟେଟ ଲେବୁଲ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ଏଥିଲାଗି ୩୩ ପ୍ରକାର କ୍ଲିୟରାନ୍ସ ମିଳିଛି: ଯେଉଁଥିରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କାରଖାନା ଓ ବାଷ୍ପିତ ବିଭାଗ, ଇଡ୍‌କୋ, ଓପିଟିସିଏଲ, ବିଦ୍ୟୁତ୍‌ ଓ ପାଣି ଆଦି ଅନ୍ତର୍ଭୁକ୍ତ। ସମାନ ପ୍ରକଳ୍ପକୁ ଦିଆଯାଇଥିବା ଜମିର ପରିମାଣକୁ କେନ୍ଦ୍ର ସରକାରଙ୍କ ଅଧୀନ ପାରାଦୀପ ବନ୍ଦର ୨୩୪ ଏକର ଦର୍ଶାଇଥିବାବେଳେ ରାଜ୍ୟ ସରକାରଙ୍କ ଇପିକଲ ୨୦୨ ଏକର ଦର୍ଶାଇଛନ୍ତି। ଏ ସମ୍ପର୍କରେ ଏନ୍‌ଆର୍‌ଏଲର ପାରାଦୀପ ଶାଖା ପରିଚାଳକ ବିକାଶ ଦାସଙ୍କୁ ପଚାରିବାରେ କୁହନ୍ତି, ଆମକୁ ୨୩୪.୧୪ ଏକର ଜମି ମିଳିଛି। ଅନ୍ୟ ସମସ୍ତ କ୍ଲିୟରାନ୍ସ ସମ୍ପର୍କରେ ମୋ ପାଖରେ ତଥ୍ୟ ନାହିଁ।
ଏହିପରି ଭିନ୍ନତା ଅନ୍ୟ ୩ ପ୍ରକଳ୍ପ ତ୍ରିବେଣୀ, ଏସାର, କଙ୍କର କ୍ଷେତ୍ରରେ ରହିଥିବା କୁହାଯାଇଛି। ପୂର୍ବରୁ ଯେକୌଣସି ଶିଳ୍ପ ପ୍ରତିଷ୍ଠା ବେଳେ ସରକାରୀ ଭାବେ ଇଆଇଏ (ଏନ୍‌ଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ) କରାଯାଇଥାଏ। ଏହାବ୍ୟତୀତ ପଲ୍ଲୀସଭା, ଗ୍ରାମସଭା, ଜନଶୁଣାଣି, ଭିନ୍ନ ଭିନ୍ନ ବିଭାଗ ପକ୍ଷରୁ କ୍ଲିୟରାନ୍ସ, ପାଣି, ବିଦ୍ୟୁତ, ନିଯୁକ୍ତି, ପୁନର୍ବାସ ଥଇଥାନ ନିୟମ ଆଦି ଅଲଗା କରାଯାଉଥିଲା। ଏବେ ସରକାର ଶିଳ୍ପପତିଙ୍କ ସହଜ ପାଇଁ ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା କରିଛନ୍ତି। ଏହାଦ୍ବାରା ଶିଳ୍ପ ପ୍ରଭାବିତ ଲୋକଙ୍କୁ କେତେ ସୁଫଳ ମିଳିବ ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ସ୍ୱାମପାଟଣା ଅଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସରଗରମ: ସଭାପତି ପଦ ପାଇଁ ଚତୁର୍ମୁଖୀ ଲଢ଼େଇ, ୨୧ ପ୍ରାର୍ଥିପତ୍ର କାଏମ

ପାଟଣା,୧୦।୧୦ (ବୀର କିଶୋର ଦାଶ): ସ୍ୱାମପାଟଣା ସ୍ଥିତ ଅଞ୍ଚଳିକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଛାତ୍ର ସଂସଦ ନିର୍ବାଚନ ପାଇଁ ପାରଦ ବଢ଼ିବାରେ ଲାଗିଛି। ଯାଞ୍ଚ ପରେ ମୋଟ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?