କରୋନା ଟିକା ନେବା ପରେ ମୃତ୍ୟୁ

ରାଞ୍ଚି,୨୧।୩: ଦେଶରେ କରୋନାର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ହୋଇଛି। ସେହିପରି ସାର୍ବଜନୀକ ଟିକାକରଣ ଅଭିଯାନ ମଧ୍ୟ ଜାରି ରହିଛି। ତେବେ ଟିକା ନେବା ପରେ କେତେକ ଲୋକଙ୍କର ମୃତ୍ୟୁ ଘଟୁଥିବାରୁ ଆତଙ୍କ ବୃଦ୍ଧି ପାଉଛି। ଝାଡ଼ଖଣ୍ଡର ସିମଡେଗା ଜିଲାର କେଶରପୁର ପଞ୍ଚୟତର ହଲଦୀବେରା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟଛି। ୬୫ ବର୍ଷ ବୟସ୍କ ଜେଠୁ କୋଟଓ୍ବାର ଟିକା ନେବାର ୧୦ ମିନିଟ ପରେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କର ବାନ୍ତି ହୋଇଥିଲା। ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ସେମଡେଗା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଜେଠୁ ସ୍ତ୍ରୀ ମୋନିକା ଦେବୀଙ୍କ ସହିତ ଟିକା ନେଇଥିଲେ। ସ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ରହିଥିବା ଜିଲାପାଳ ଶଶି ନୀଳିମା ଡୁଙ୍ଗ୍‌ଡୁଙ୍ଗ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓମ୍‌ ବିର୍ଲାଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ, କିଛି ବଡ଼ ହେବାକୁ ଯାଉଛି…

ନୂଆଦିଲ୍ଲୀ,୨୨।୭: ନିଟ୍-ୟୁଜି (NEET-UG) ପରୀକ୍ଷା ପେପର୍ ଲିକ୍‌କୁ ନେଇ ସଂସଦରେ ଚାଲିଥିବା ଗତିରୋଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲୋକ ସଭାରେ ଏହି ଗୁରୁତ୍ୱପୂର୍ଣ୍ଣ…

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

ସୋନମ ୱାଙ୍ଗଚୁକଙ୍କୁ ଭାବୁକ ନିବେଦନ କଲେ ଅଭିଜିତ୍‌ ଦୀପକେ, କହିଲେ-ଆପଣଙ୍କ ଜୀବନ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

କେତେ ଟଙ୍କାର ମାଲିକ ଧର୍ମେନ୍ଦ୍ର ପ୍ରଧାନ? ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୨ା୭: ଦେଶବ୍ୟାପୀ ଛାତ୍ର ପ୍ରତିବାଦ ଜାରି ରହିଛି। ଛାତ୍ରମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି। ତେବେ ଏହାରି…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri