ଦିବ୍ୟାଙ୍ଗ ଯୁବତୀଙ୍କୁୁ ବଳାତ୍କାର: ଆତ୍ମଘୋଷିତ ବାବା ଗିରଫ

ବାରିପଦା ଅଫିସ,୨୬।୧: ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଞ୍ଚଳର ଜନୈକା ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଆତ୍ମଘୋଷିତ ଜଣେ ବାବା ଜଠାରାମ ମୁର୍ମୁଙ୍କୁ ଗିରଫ କରିଛି। ଘଟଣାକୁ ଚପାଇ ଦେବା ପାଇଁ ଗ୍ରାମରେ ବୈଠକ ବସି ଅଭିଯୁକ୍ତଙ୍କଠାରୁ ଜରିମାନା ବାବଦରେ ୯୦ହଜାର ଟଙ୍କା ଆଦାୟ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ପୀଡ଼ିତା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରିଛନ୍ତି। ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା (ନଂ.୨୬/୨୨) ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଗତ ୨୨ତାରିଖରେ ଅଭିଯୁକ୍ତ ବାବା ଜଠାରାମ ପୀଡ଼ିତାଙ୍କୁୁ ବଳପୂର୍ବକ ଉଠାଇ ନେଇ ବଳାତ୍କାର କରିଥିଲେ। ପରିବାର ଲୋକେ ଜାଣିବା ପରେ ସମାଧାନ ପାଇଁ ଗ୍ରାମରେ ଏକ ବୈଠକ ବସିଥିଲା। ଯୁବତୀଙ୍କ ଚିକିତ୍ସା ଲାଗି ଅଭିଯୁକ୍ତ ୯୦ହଜାର ଟଙ୍କା ଦେବେ ବୋଲି ନିଷ୍ପତ୍ତି ହୋଇଥିଲା। ଅଭିଯୁକ୍ତ ଅଗ୍ରିମ ୫ହଜାର ଟଙ୍କା ମଧ୍ୟ ଦେଇଥିଲେ। ଅବଶିଷ୍ଟ ଟଙ୍କା ଫେବୃୟାରୀ ୧୨ତାରିଖ ସୁଦ୍ଧା ଦେବାକୁ ସିଦ୍ଧାନ୍ତ ହୋଇଥିଲା। ଏଥିରେ ଗ୍ରାମର ୪୦ରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ରହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ। ତେବେ ପୀଡ଼ିତା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପହଞ୍ଚିି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନେପଡ଼େ କଳାବେଠିଆଙ୍କ ସେବା

ପୁରୀ ଅଫିସ,୧୯।୪: ଶାସ୍ତ୍ରରେ ରହିଛି ରଥେ ତୁ ବାମନଂ ଦୃଷ୍ଟ୍ବା, ପୁନର୍ଜନ୍ମ ନ ବିଦ୍ୟତେ। ଅର୍ଥାତ୍‌ ରଥ ଉପରେ ମହାପ୍ରଭୁଙ୍କୁ ବାମନ ରୂପରେ ଦର୍ଶନ କଲେ...

ସ୍ତ୍ରୀଙ୍କ ନିର୍ବାଚନୀ ପୋଷ୍ଟରରେ ନିଜ ଫଟୋ ରଖିବା ପଡ଼ିଲା ମହଙ୍ଗା; ଶିକ୍ଷକ ନିଲମ୍ବିତ

ଧର୍ମଗଡ଼,୧।୨(ଡି.ଏନ୍‌.ଏ.): ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିବା ପଡ଼ିଛି ମହଙ୍ଗା। ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ସ୍ତ୍ରୀଙ୍କ ପୋଷ୍ଟରରେ ନିଜର ଫଟୋ ରଖି ନିଲମ୍ବିତ ହୋଇଛନ୍ତି...

କଟକରେ ଡେଙ୍ଗୁ ମୃତ୍ୟୁ ଅଭିଯୋଗ

କଟକ ଅଫିସ,୧୯/୮: କଟକ ମହାନଗର ନିଗମ ଅନ୍ତର୍ଗତ ଓ୍ବାର୍ଡ ନଂ. ୨୬ ଭଗତପୁର ଅଞ୍ଚଳର ଡେଙ୍ଗୁରେ ଆକ୍ରାନ୍ତ ଜଣେ ଯୁବକଙ୍କ ବୁଧବାର ମୃତ୍ୟୁ ହୋଇଥିବା ଅଭିଯୋଗ...

ସର୍ଭିସ୍‌ ରୋଡର ଶୋଚନୀୟ ଅବସ୍ଥା: ଅଟକିଲା ଅଗ୍ନିଶମ ବିଭାଗ ଗାଡ଼ି

ଆନନ୍ଦପୁର,୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୦ ନଂ ଜାତୀୟ ରାଜପଥର ବାଇଲୋ-ବାରିଗାଁ ଠାରେ ସର୍ଭିସ୍‌ ରୋଡର ଶୋଚନୀୟ ଅବସ୍ଥାର କରୁଣ ପରିଣତି ଶନିବାର ଦେଖିବାକୁ ମିଳିଛି। ମଧ୍ୟାହ୍ନ...

ବେଆଇନ ଭ୍ରୂଣ ନିରୂପଣ କେନ୍ଦ୍ର ସିଲ୍‌

ବ୍ରହ୍ମପୁର ଅଫିସ,୨୮ା୫: ଗଞ୍ଜାମ ଜିଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲିରେ ଏକ ଘରେ ଦୀର୍ଘବର୍ଷ ଧରି ବେଆଇନ ଭାବେ ଗର୍ଭସ୍ଥ ଶିଶୁଙ୍କ ଲିଙ୍ଗ ନିରୂପଣ...

ବନ୍ଧୁକ ଦେଖାଇ ଯୁବକ ଗିରଫ

ପଦ୍ମପୁର,୪।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ଶୁଙ୍ଗୁଡା ଗ୍ରାମର ପାରିବାରିକ କଳହକୁ ନେଇ ଜଣେ ଯୁବକ ତାଙ୍କ ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ହତ୍ୟା...

ଚେନ୍ନାଇରେ ଠିକା ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶବବାହକ ଗାଡ଼ି ଅଟକ

ଚାନ୍ଦବାଲି, ୨୫।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭୂଇଁବୃତି ପଞ୍ଚାୟତ ନୂଆଗଁାର ଜଳଧର ଦାସ(୫୨) ଚେନ୍ନାଇରେ ଏଲ୍‌ ଆଣ୍ଡ୍‌ ଟି କମ୍ପାନୀରେ...

ଡିଏଫ୍‌ଓଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇପାରେ

ପାରଳାଖେମୁଣ୍ଡି,୨୧ା୮(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଶନିବାର କ୍ରାଇମବ୍ରାଞ୍ଚ ଟିମ୍‌ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ)ଙ୍କୁ ଜେରା...

Advertisement
Archives

Model This Week