ରାଖୀରେ ଆତ୍ମୀୟତାର ବାର୍ତ୍ତା ଦେଉଛନ୍ତି ଦିବ୍ୟାଙ୍ଗ

ରାଉରକେଲା,୨୦।୮(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାର ଶ୍ରଦ୍ଧା ଶିକ୍ଷାନୁଷ୍ଠାନର ଦିବ୍ୟାଙ୍ଗ ପିଲାଙ୍କ କଳାମତ୍କ ପ୍ରତିଭା ସହରସାରା ଚର୍ଚ୍ଚାର ବିଷୟ ହୋଇଛି। ସପ୍ତାହେ ନୁହେଁ ମାସେ ବ୍ୟାପି ଶିକ୍ଷାନୁଷ୍ଠାନର ଭିନ୍ନକ୍ଷମ ପିଲାମାନେ ନିଜ ପ୍ରତିଭା ବଳରେ ସୂତା, ମାଳି, ଷ୍ଟୋନ ଆଦି ବ୍ୟବହାର କରି ଆକର୍ଷଣୀୟ ରାଖୀ ତିଆରି କରିଛନ୍ତି। ଏହି ଶିକ୍ଷାନୁଷ୍ଠାନରେ ସମୁଦାୟ ୪୫ଜଣ ଦିବ୍ୟାଙ୍ଗ ପିଲା ଅଧ୍ୟୟନରତ। ଏହି ପିଲାମାନେ ଜନ୍ମରୁ ଶାରୀରିକ ଏବଂ ମାନସିକ ସ୍ତରରେ ଦୁର୍ବଳ। ତଥାପି ନିଜ ଅନ୍ତର୍ନିହିତ ପ୍ରତିଭା ବଳରେ ୨୦ରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗ ସମସ୍ତଙ୍କ ନିକଟକୁ ପହଞ୍ଚତ୍ପାରିଛନ୍ତି। ସେମାନେ କେବଳ ରାଖୀ ତିଆରି କରନ୍ତି ନାହିଁ ବରଂ ସମସ୍ତଙ୍କ ହାତରେ ରାଖୀ ବାନ୍ଧି ଆମତ୍ୀୟତାର ବାର୍ତ୍ତା ଦେଇ ଆସୁଛନ୍ତି।
ଆସନ୍ତା ରାଖୀ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଦିବ୍ୟାଙ୍ଗ ପିଲାମାନେ ସୁତା, ମାଳି, ଚୁମକୀ, ଅଠା ଓ ରଙ୍ଗବେରଙ୍ଗ କାଗଜ ଆଦି ସାମଗ୍ରୀ ଆଣି ରାଖୀ ତିଆରି କରୁଛନ୍ତି। ଏସବୁ ତିଆରି ପାଇଁ ସେମାନଙ୍କୁ ୫/୭ଦିନ ସମୟ ଲାଗୁଛି। ବର୍ତ୍ତମାନ ପିଲାଙ୍କ ହାତ ତିଆରି ରାଖୀ ସହରର ଦୋକାନ ବଜାରରେ ଉପଲବ୍ଧ। ପ୍ରତ୍ୟେକ ରାଖୀର ମୂଲ୍ୟ ୧୦ରୁ ୪୦ଟଙ୍କା ରହିଛି। ମାତ୍ର ଏହି ଦିବ୍ୟାଙ୍ଗ ଭିନ୍ନକ୍ଷମ ପିଲାମାନଙ୍କ ପ୍ରତିଭାକୁ ଦେଖି ଲୋକେ ଅଧିକ ଦରରେ ରାଖୀ କିଣିବାକୁ ମଧ୍ୟ ପଛାଉ ନାହାନ୍ତି। ସେହିପରି ରାଖୀ ତିଆରି କରି ଅନ୍ୟମାନଙ୍କ ହାତରେ ବାନ୍ଧି ସହରବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ସେମାନଙ୍କ ମୂଳ ଉଦ୍ଦେଶ୍ୟ। ଏହି ପିଲାମାନେ ଗୀତ, ନୃତ୍ୟ, ଚିତ୍ରାଙ୍କନ ଓ ପାଠ୍ୟକ୍ରମରେ ମଧ୍ୟ କୃତିତ୍ୱ ଲାଭ କରିଛନ୍ତି। ଶିକ୍ଷାନୁଷ୍ଠାନର ଦିବ୍ୟାଙ୍ଗ ପିଲାମାନଙ୍କୁ ସବୁ କ୍ଷେତ୍ରରେ ନିପୁଣ କରିବା ସହ ରାଖୀ ପ୍ରସ୍ତୁତିରେ ମାର୍ଗଦର୍ଶନ ଦେଇଛନ୍ତି ଅନୁଷ୍ଠାନର ଶିକ୍ଷୟିତ୍ରୀ ଅଳୀ ମହାରଣା ଓ ସୁଜାତା ରାଉତ। ପ୍ରକାଶଥାଉକି ଶ୍ରଦ୍ଧା ଶିକ୍ଷାନୁଷ୍ଠାନର ସମସ୍ତ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ସମସ୍ତ ପର୍ବ ପର୍ବାଣୀ ପାଳନ କରନ୍ତି ଏବଂ ପର୍ବପର୍ବାଣୀର ମୂଳ ଉଦ୍ଦେଶ୍ୟକୁ ନିଜ ପ୍ରତିଭା ମାଧ୍ୟମରେ ସର୍ବସମ୍ମୁଖରେ ଉଜାଗର କରନ୍ତି। ପିଲାମାନଙ୍କ ପ୍ରତିଭା ଏବଂ ଦକ୍ଷତା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ ବୋଲି ଶିକ୍ଷାନୁଷ୍ଠାନର ପ୍ରୀତି ବାରିକ ଏବଂ ପ୍ରଭାତୀ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

ଝୁଲାଇ ରଖିଲା ବିଜେଡି, ବିରୋଧୀଙ୍କ ପ୍ରଚାର ଜୋରଦାର

ଯାଜପୁର,୨୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହୋଇଥିବାବେଳେ ବିଜେଡି ଏଯାଏ ଝୁଲାଇ ରଖିଛି। ତେଣୁ ଶାସକ ଦଳର...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri