ଖାଦ୍ୟ ପାଇଁ ଡାଏରୀ

ନୀରୋଗ ହେବା ଲାଗି ଓଜନକୁ ନିୟନ୍ତ୍ରଣରେ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ।  ତେଣୁ କେଉଁ ସମୟରେ କ’ଣ କ’ଣ ଖାଇଲେ ଏବଂ ସେଥିରୁ ଶରୀରକୁ କେତେ କ୍ୟାଲୋରି ମିଳିଲା ସେସବୁର ହିସାବ ଏକ ଡାଏରୀରେ ଲେଖି ରଖିବା ଦ୍ୱାରା ଓଜନ କମାଇବାର ଦୃଢ଼ ଇଚ୍ଛାଶକ୍ତି ନିଜ ଜିଭ ଓ ସ୍ବାଦଗ୍ରନ୍ଥି ଉପରେ ବହୁ କଟକଣା ଲଗାଇବାରେ ସହାୟକ ହେବ। ଆଉ ଏକ ସୁସ୍ଥ ଜୀବନ ବିତାଇବାରେ
ସହାୟକ ହେବ ଏଥିରେ ସନ୍ଦେହ ନାହିଁ…

ଡାଏରୀର ଅନ୍ୟନାମ ଦିନ ଲିପି । ଗୋଟିଏ ଉଜ୍ଜ୍ୱଳ ସକାଳର ଅମୃତମୟ ମୁହୂର୍ତ୍ତରୁ ସାୟାହ୍ନ ତଥା ରାତିରେ ଶୋଇବା ଯାଏ ପ୍ରତିଟି ସୁଖ, ଦୁଃଖ, ହସ, କାନ୍ଦ, ଘଟଣା, ଦୁର୍ଘଟଣା, ରାଗ, ଅନୁରାଗ ତଥା ମାନ ଅଭିମାନର କାହାଣୀ କୁହେ ଡାଏରୀ । ଆହୁରି ପୁଣି ସେଥିରେ କେତେବେଳେ ଲିପିବଦ୍ଧ ହୁଏ ସାୟରି ତ କେତେବେଳେ କବିତାର ଛନ୍ଦ ଓ ଗଳ୍ପର ଶବ୍ଦରେ ପୂରିଯାଏ ଡାଏରୀର ପୃଷ୍ଠା । କିନ୍ତୁ ଦିନ ଲିପି ନୁହେଁ ଏବେ ସମୟ ଆସିଯାଇଛି ଡାଏରୀର ପ୍ରତ୍ୟେକ ଶୂନ୍ୟସ୍ଥାନକୁ ପୂର୍ଣ୍ଣ କରିବ ଖାଦ୍ୟ ଓ କ୍ୟାଲୋରି । ଏବେ ଡାଏରୀର ପ୍ରତ୍ୟେକ ପୃଷ୍ଠାରେ ଲେଖାହେବ ରସଗୋଲା, ଆଇସ୍‌କ୍ରିମ୍‌, ଗୁପ୍‌ଚୁପ୍‌, ମୃଦ୍ୟୁପାନୀୟ, ମ୍ୟାଗି, ବଟର ଚିକେନ୍‌, ମାଛ, ଅଣ୍ଡା, ନୁଡଲ୍‌ସ ତଥା ଛଣାଛଣି ଆଦି ପ୍ରତ୍ୟେକ ଖାଦ୍ୟର ତାଲିକା, କେତେବେଳେ ଏବଂ କେତେ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଇଲେ ତାହାର କ୍ୟାଲୋରିର ହିସାବ। କାରଣ ମେଦବହୁଳତାକୁ ନିୟନ୍ତ୍ରଣରେ ରଖିବାର ଏହା ସବୁଠୁ ଭଲ ଉପାୟ।
ଆଜିକାଲି ସାରା ପୃଥିବୀରେ ପୃଥୁଳକାୟ ବ୍ୟକ୍ତି ବା ମୋଟା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦେହରେ ଆବଶ୍ୟକତାଠାରୁ ବେଶି ଚର୍ବି ଜମିଗଲେ ଏବଂ ତଦ୍ଦ୍ବାରା ଓଜନ ବଢିଗ଼ଲେ ଏହାକୁ ପୃଥୁଳକାୟତା ବା ‘ଓବେସିଟି’ କୁହାଯାଏ। ପୃଥିବୀରେ ପ୍ରାୟ ଲକ୍ଷ ଲକ୍ଷ ଲୋକଙ୍କର ଓଜନ ନିଜ ଉପଯୁକ୍ତ ଓଜନଠାରୁ ବେଶି, ଯାହାଦ୍ୱାରା ଅଳ୍ପ ବୟସରେ ମଧ୍ୟ ଅନେକଗୁଡ଼ିଏ ରୋଗର ଶିକାର ହେବାକୁ ପଡ଼ିଥାଏ ।
ମୋଟା ହେବାର କାରଣଗୁଡ଼ିକ ହେଲା: ନିଜ ଆବଶ୍ୟକତାଠାରୁ ବେଶି ଖାଇବା ବା ଓଭର୍‌ ଇଟିଂ, ଭୋକ ନ ଥାଇ ଖାଇବା, ବେଶି ଛଣାଛଣି ଓ ତେଲ, ଘିଅ ଆଦି ଖାଦ୍ୟ ଖାଇବା, ମଧୁମେହ ଓ ଥାଇରଏଡ୍‌ ରୋଗ ଦ୍ୱାରା ଆକ୍ରାନ୍ତ ହେବା ଏବଂ ଅନେକ ମହିଳା ପ୍ରସବ ପରେ ପରେ ମୋଟା ହୋଇଯିବାର ଆଶଙ୍କା ଥାଏ । ତା’ଛଡା ଆଜିକାଲି ଅଧିକାଂଶ ଲୋକ ଦୀର୍ଘ ସମୟ ଧରି କମ୍ପ୍ୟୁଟର୍‌ରେ କାମ କରୁଥିବାରୁ କ୍ୟାଲୋରି ଖର୍ଚ୍ଚ ନ ହୋଇ ବଢ଼ିଯାଇଥାଏ, ଯାହା କି ମୋଟା ହେବାର ଏକ ବଡ କାରଣ । ତେବେ ସାରା ଦେହର ଚର୍ବି ଅପେକ୍ଷା ପେଟ ଓ ଅଣ୍ଟାରେ ଚର୍ବି ଲାଗିବା ବେଶି ବିପଜ୍ଜନକ । ଅଣ୍ଟାରେ ଚର୍ବି ଲାଗିବା ହିଁ ସାରା ଦେହ ମୋଟା ହେବାର ପରିଚାୟକ । ଏହି ବଡ଼ିମାସ୍‌ ଇଣ୍ଡେକ୍ସ ଦ୍ୱାରା ସାରା ଦେହର ଚର୍ବିର ପରିମାଣ ମଧ୍ୟ ଜଣାପଡ଼େ ।
ଓଜନ ନିୟନ୍ତ୍ରଣର ଉପାୟ: – ମାନସିକ ଅବସାଦ ବା ଷ୍ଟ୍ରେସ୍‌ ସମୟରେ ବେଶି ଖାଦ୍ୟ ଖାଇ ହୋଇଯାଏ, ତେଣୁ ଖାଇବା ବେଳେ ଷ୍ଟ୍ରେସ୍‌ ଏଡ଼ାଇ କମ୍‌ ଖାଇବା ଆବଶ୍ୟକ। ତରଳି ଯିବ ଓ ପୃଥୁଳତା କମିଯିବ ।
– ଫିଟ୍‌ ରହିବା ଲାଗି ଆମିଷ ଆହାର ଅପେକ୍ଷା ନିରାମିଷ ଆହାର ଉତ୍ତମ। ମନେରଖନ୍ତୁ ନିରାମିଷ ଆହାରର ୮୦ ଭାଗ ତଟକା ଫଳ ତଥା ସଜ ପନିପରିବା (ତନ୍ତୁଯୁକ୍ତ ଖାଦ୍ୟ) ହେବା ଆବଶ୍ୟକ।
– ମଇଦା ଓ ଛଣାଛଣି ଖାଦ୍ୟରୁ ଦୂରେଇ ରହିବା ଦରକାର।
– ପ୍ରତ୍ୟେକ ଦିନ ସିଝା ଖାଦ୍ୟ, କମ୍‌ ଶ୍ୱେତସାର ଖାଦ୍ୟ ଓ କମ୍‌ ଲୁଣ ଖାଇବା ଭଲ ।
– ଦୁଇଟି ମୁଖ୍ୟ ଖାଦ୍ୟ ମଧ୍ୟରେ ଛଣାଛଣି ଖାଦ୍ୟ ଖାଇବା ଉଚିତ ନୁହେଁ ।
– ଯଥା ସମ୍ଭବ ଶୋଇବାର ୨-୩ ଘଣ୍ଟା ଆଗରୁ ହାଲୁକା ରାତ୍ରିଭୋଜନ କରିନେବା ଭଲ।
– ଟିଣରେ ବିକ୍ରି କରାଯାଉଥିବା ଖାଦ୍ୟ ଖାଇବା ଉଚିତ ନୁହେଁ (ଟିନ୍‌ଡ଼ ଏଣ୍ଡ୍‌ ପ୍ରିଜରଭଡ଼ ଫୁଡ଼)।
– ଖାଦ୍ୟକୁ ବେଶି ସମୟ ଚୋବାଇ ଖାଇବା ଦରକାର। ପ୍ରତିଦିନ ପଇଡ଼ପାଣି ପିଇବା ଭଲ । ଏହାଛଡ଼ା ସପ୍ତାହରେ ଦିନଟିଏ ଉପବାସ ରହିବା ଭଲ ।
– ଚା, କଫି, ମୃଦୁପାନୀୟ ଏବଂ ମଦ୍ୟପାନ ଯେତେଦୂର ସମ୍ଭବ ପରିହାର କରିବା ଆବଶ୍ୟକ।
– ସକାଳେ ଓ ସନ୍ଧ୍ୟାରେ ଚାଲିବା ତଥା ବ୍ୟାୟାମ କଲେ ଭଲ ଫଳ ମିଳେ ।
ଡାଏରୀରେ କେତୋଟି ସାଧାରଣ ଖାଦ୍ୟର କ୍ୟାଲୋରି ମାତ୍ରା ନ ଜାଣିଲେ, ଡାଏଟିଂ ହୁଏ ନାହିଁ । ସାଧାରଣତଃ ଉପବାସ ବେଳେ ଅନେକେ ଭାତ ନ ଖାଇ ଛଣାହୋଇଥିବା ପୁରି, ଆଳୁ ପରଟା ଆଦି ଖାଇ ଦିଅନ୍ତି । ଜଳଖିଆରେ ସିଙ୍ଗଡ଼ା, ବରା, ଆଳୁଚପ୍‌, ଆଇସ୍‌କ୍ରିମ୍‌, ମିଠା ଆଦି ମଧ୍ୟ ଖାଇବାକୁ ଦ୍ୱିଧା କରନ୍ତି ନାହିଁ ।
କିନ୍ତୁ ପୁରିରେ ୨୦୦ କ୍ୟାଲୋରି, ସିଙ୍ଗଡ଼ା, ବରା, ଆଳୁଚପ୍‌ରେ ୨୦୦-୨୫୦ କ୍ୟାଲୋରି, ଆଳୁ ପରଟା ୨୫୦-୩୦୦ କ୍ୟାଲୋରି ଓ ଆଇସ୍‌କ୍ରମି୍‌ରେ ମଧ୍ୟ ୩୦୦ କ୍ୟାଲୋରିରୁ ଅଧିକା ଥାଏ । ଚାଲୁ ଚା’ରେ ୪୦ କ୍ୟାଲୋରି କିନ୍ତୁ ମସଲା ଚା’ରେ ୧୨୦ କ୍ୟାଲୋରି ଥାଏ, ଫଳରେ ମଧ୍ୟ କଦଳୀ ଛଡ଼ା ଅଳ୍ପ କ୍ୟାଲୋରି ଥାଏ ।
ତେବେ ଇଣ୍ଟର୍‌ନେଟ୍‌ରୁ କ୍ୟାଲୋରି ଚାର୍ଟ ବାହାର କରି ପ୍ରତ୍ୟେକ ଖାଦ୍ୟ ପଦାର୍ଥର କ୍ୟାଲୋରି ବିଷୟରେ ଜାଣିବା ଦରକାର ।
କମ୍‌ କ୍ୟାଲୋରି ଗ୍ରହଣ କରିବାକୁ ଚାହୁଁଥିଲେ ଖାଦ୍ୟ ତାଲିକାରେ ପ୍ରଚୁର ପରିମାଣରେ ସାଲାଡ୍‌ ଖାଇବା ଦରକାର। ଭାତ ଓ ମିଠା ବଦଳରେ ରୁଟି ଖାଇବା ଅପେକ୍ଷାକୃତ ଭଲ। ଫିଟ୍‌ ରହିବା ଲାଗି ଭାବି ଚିନ୍ତି ଫୁଡ଼୍‌ ଚଏସ୍‌ କରି ଖାଇବା ଆବଶ୍ୟକ। ଏହାଛଡ଼ା ସାଇକ୍ଲିଂ, ପହଁରା, ନୃତ୍ୟ ଓ ଦୌଡ଼ାଦୌଡ଼ି କଲେ ଭଲ । ଯୋଗ ଓ ପ୍ରାଣାୟାମ ତଥା ଧ୍ୟାନ ମଧ୍ୟ ମେଦବହୁଳତା କମାଇବାରେ ସାହାଯ୍ୟ କରେ । କେତେ କ୍ୟାଲୋରିର ଖାଦ୍ୟ, କେଉଁ ପରାମର୍ଶରେ ଏବଂ କେତେବେଳେ ଖାଇଲେ, ଏ ସବୁ ଡାଇରୀରେ ଲିପିବଦ୍ଧ ହେବା ଦରକାର। କେଉଁ ସମୟରେ କ’ଣ କ’ଣ ଖାଇଲେ, ସେଗୁଡ଼ିକର କ୍ୟାଲୋରି ଚାର୍ଟ ଜାଣିଲେ ଆମେ ଅଯଥା ମେଦବହୁଳତାରୁ ରକ୍ଷା ପାଇପାରିବା । ନିଜ ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ଦରକାର ଆମତ୍ସଂଯମ ତଥା ସାଧନା । ନିଜ ଜିଭ ଓ ସ୍ବାଦଗ୍ରନ୍ଥି ଉପରେ ପ୍ରଚୁର କଟକଣା ତଥା ଓଜନ କମାଇବାର ଦୃଢ଼ ଇଚ୍ଛାଶକ୍ତି ହିଁ ନିଶ୍ଚିତ ଭାବେ ମେଦ କମାଇବାରେ ତଥା ଏକ ସୁସ୍ଥ ଜୀବନ ବିତାଇବାରେ ସହାୟକ ହେବ ଏଥିରେ ସନ୍ଦେହ ନାହିଁ ।

ଡା. ସରୋଜିନୀ ଷଡ଼ଙ୍ଗୀ
-ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ
ଲିଙ୍କ୍‌ ରୋଡ୍‌, କଟକ


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri