ମିରର୍‌ ଲଗାଇବା ପୂର୍ବରୁ…

ଘରକୁ ସୁନ୍ଦର ଲୁକ୍‌  ଦେବାପାଇଁ ଘରର  ବିଭିନ୍ନ ସ୍ଥାନରେ  ମିରର୍‌ ଲଗାଇବାକୁ ଅନେକେ ଇଚ୍ଛା କରିଥାନ୍ତି। ଆପଣ ଯଦି ଘରେ ଆଇନା ଲଗାଇବାକୁ ଯାଉଛନ୍ତି ତେବେ ଘରେ ଯେପରି ସକାରାତ୍ମକ ଊର୍ଜା ସୃଷ୍ଟି ହେବ ସେଥିପ୍ରତି ଧ୍ୟାନ ଦେବେ। ତେଣୁ ଏ ଦୃଷ୍ଟିରୁ ଜାଣି ରଖନ୍ତୁ କିଛି କଥା..
– ଡ୍ରଇଁ ରୁମରେ ସବୁବେଳେ ଖାଇବା ଟେବୁଲ ସାମ୍ନାରେ ହିଁ ମିରର୍‌ ଲଗାନ୍ତୁ। ସବୁବେଳେ ଚାରିକଣିଆ ମିରର୍‌ ଲଗାନ୍ତୁ।
– ବାସ୍ତୁ ଶାସ୍ତ୍ର ଅନୁସାରେ ବେଡରୁମରେ ମିରର୍‌ ଲଗାଇବା ଉଚିତ ନୁହେଁ। ଯଦି ଆପଣଙ୍କର ଅନ୍ୟ କୌଣସି ଘରେ ସ୍ଥାନ ନାହିଁ ତେବେ ନିହାତିଭାବେ ବେଡରୁମରେ ମିରର୍‌ ଲଗାଉଛନ୍ତି ତା’ହେଲେ ଶୋଇବା ସମୟରେ ଏହାକୁ ଘୋଡାଇ ରଖନ୍ତୁ। ଫଳରେ ଉଠିବା ବେଳକୁ ଆପଣଙ୍କୁ ନିଜ ଚେହେରା ଦେଖାଯିବ ନାହିଁ।
– ଘରର ଠିକ୍‌ ପ୍ରବେଶ ଦ୍ୱାରରେ ବି ମିରର୍‌ ଲଗାନ୍ତୁ ନାହିଁ। ଘର ସଜ୍ଜାଇବା ଉଦ୍ଦେଶ୍ୟରେ କିଛି ଲୋକ ଏପରି କରିଥାନ୍ତି, କିନ୍ତୁ ଏହାଫଳରେ ଘରର ସକାରାତ୍ମକ ଶକ୍ତି ବାହାରକୁ ଚାଲିଯାଏ।
– ଘରର ଛୋଟ ଏବଂ ସଙ୍କୁଚିତ ସ୍ଥାନରେ ମିରର୍‌ ଲଗାଇବା ଭଲ। ବାସ୍ତୁ ଅନୁସାରେ ଏପରି ସ୍ଥାନରେ ମିରର୍‌ ଲଗାଇବା ଫଳରେ ଚମତ୍କାର ପ୍ରଭାବ ପଡ଼ିଥାଏ।
– ଦୁଇଟି କାନ୍ଥ ଯୋଡା ହୋଇଥିବା ସ୍ଥାନରେ ମିରର୍‌ ଲଗାନ୍ତୁ ନାହିଁ। ଏହା ସହିତ ମିରର୍‌କୁ ସବୁବେଳେ ସଫା ରଖନ୍ତୁ।
– ଘରର ଦକ୍ଷିଣ ପୂର୍ବ ଦିଗରେ ମିରର୍‌ ଲଗାନ୍ତୁ ନାହିଁ। ୱାଶ୍‌ ବେସିନ୍‌ ଉପରେ ମିରର୍‌ ଲଗାଇବା ଶୁଭ କୁହାଯାଏ।
– ଘରେ ଭଙ୍ଗା ମିରର୍‌ ରଖନ୍ତୁ ନାହିଁ ଏହା ସହିତ କବାଟ ପଛପଟରେ ମଧ୍ୟ ଲଗାନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖିଲା କାଶ ହେଉଥିଲେ

ବର୍ତ୍ତମାନ ଅଧିକାଂଶଙ୍କଠାରେ ଦେଖାଦେଉଛି ଜ୍ୱର ଏବଂ ଥଣ୍ଡା ସମସ୍ୟା। ଏହା ପରେ ଲାଗିରହୁଛି ଦୀର୍ଘଦିନ ଧରି କାଶ । ଏଥିପାଇଁ ଡାକ୍ତରଙ୍କ ପାଖକୁ ଯିବା ଏବଂ...

ଡାଇବେଟିସ୍‌ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ପିଅନ୍ତୁ ଏଥିରୁ ଅଧାକପ୍‌…

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ସକାଳେ ଖାଲିପେଟରେ ଅଧାକପ୍‌ ଜିରା ପାଣି ପିଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ। ପେଟରେ ଅଧିକ ଚର୍ବି ଜମି ଯାଇଥିଲେ ଜିରାପାଣି...

ନିମିଷକ ମଧ୍ୟରେ ଦୂର ହେବ କଳାଦାଗ

ଅଧିକାଂଶ ଲୋକ ମୁହଁରେ କଳାଦାଗକୁ ନେଇ ଚିନ୍ତାରେ ରହିଥାନ୍ତି। ତେବେ ନିମିଷକ ମଧ୍ୟରେ ଏହି ଦାଗ ଦୂର ହେବ। ଜାଣନ୍ତୁ ଏହାର ଟିପ୍ସ ସମ୍ପର୍କରେ… –...

ଅବସାଦଗ୍ରସ୍ତ ହୋଇଥିଲେ..

ବର୍ତ୍ତମାନ ପ୍ରାୟ ଅନେକେ ନିଜ କାମକୁ ନେଇ ବ୍ୟସ୍ତ। ଆଉ ତା’ ଭିତରେ କେତେକ ଅବସାଦଗ୍ରସ୍ତ ହୋଇଥାଆନ୍ତି। ନିକଟରେ ଏଭଳି ବିଷୟକୁ ନେଇ ବର୍ମିଂହାମ ବିଶ୍ୱବିଦ୍ୟାଳୟର...

ଜୁନ୍‌ ୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଜାଣନ୍ତୁ କେଉଁ ରାଶି ଉପରେ କ’ଣ ପଡିବ ପ୍ରଭାବ

ଜୁନ୍‌ ୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଜାଣନ୍ତୁ କେଉଁ ରାଶି ଉପରେ କ’ଣ ପଡିବ ପ୍ରଭାବ ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ ଜୁନ ୧୦ରେ ହେବ। ଏଥର...

ଗଣ୍ଠି ଦରଜ ହେଉଥିଲେ ଆପଣାନ୍ତୁ କିଛି ଟିପ୍ସ

ଶୀତଦିନେ ଅଧିକାଂଶ ଲୋକଙ୍କ ଗଣ୍ଠି ଦରଜ ହୋଇଥାଏ। ଔଷଧ ସେବନ ନ କରି କିଛି ଟିପ୍ସ ଆପଣାଇଲେ ଏଥିରୁ ମୁକ୍ତି ପାଇପାରିବେ ବୋଲି ବରିଷ୍ଠ ପ୍ରତ୍ୟାରୋପଣ...

କ୍ୟାରିୟର ସ୍ବପ୍ନ

ଆତ୍ମନିର୍ଭରଶୀଳ ହେବା ସହିତ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏବେ ମହିଳାମାନେ କ୍ୟାରିୟରକୁ ବେଶି ଗୁରୁତ୍ୱ ଦେଉଛନ୍ତି। ହେଲେ ଅନେକଙ୍କ କ୍ଷେତ୍ରରେ କ୍ୟାରିୟର ଚୟନ କରିବା ଅତ୍ୟନ୍ତ...

କମାନ୍ତୁ ପିଲାଙ୍କ ମେଦବହୁଳତା

ପିଲାମାନେ ମୋଟା ହେଲେ ଅନେକ ଅଭିଭାବକ ଖୁସି ହୁଅନ୍ତି। ଆଉ ପିଲା ସାମାନ୍ୟ ପତଳା ଦେଖାଗଲେ କିମ୍ବା କେହି ଏ ବିଷୟରେ କହିଦେଲେ ଯେମିତି ସେମାନଙ୍କର...

Advertisement
Archives

Model This Week