ଗାଁ ଭୋଜିରେ ମାଂସ ଖାଇ ଦେଶୀମଦ ପିଇଥିବାରୁ ବ୍ୟାପିଛି ଝାଡ଼ାବାନ୍ତି: ଡାକ୍ତରୀ ଟିମ୍‌

ତୁମୁଡିବନ୍ଧ,୨୫ା୮(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ପ୍ରାୟ ସପ୍ତାହେ ହେଲା ଝାଡ଼ାବାନ୍ତିରେ ଶତାଧିକ ଲୋକ ଆକ୍ରାନ୍ତ ହୋଇଥିବା ୪ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିଲା। ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଛି । ରବିବାର ପୂର୍ବାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଡାକ୍ତରୀ ଦଳ ଓ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କ ସମେତ ଆଉ ଏକ ସ୍ବାସ୍ଥ୍ୟଟିମ୍‌ ମିଶି ଝାଡ଼ାବାନ୍ତି ବ୍ୟାପିଥିବା ଗାଁ ଗୁଡିକରେ ପହଞ୍ଚି ଘର ଘର ବୁଲି ଚିକିତ୍ସା କରିବା ସହିତ କେଉଁ କାରଣରୁ ଝାଡ଼ାବାନ୍ତି ହୋଇଥିଲା ତାହା ପଚାରି ବୁଝିଥିଲେ। ଏଥିସହ କେତେଜଣ ଆକ୍ରାନ୍ତ ହୋଇଛନ୍ତି ଓ କାହାର ମୃତ୍ୟୁ ହୋଇଛି ତଥ୍ୟ ସଂଗ୍ରହ କରିଥିଲେ। ତେବେ ଗାଁରେ ହୋଇଥିବା ଏକ ଭୋଜିରେ ଲୋକେ ମାଂସ ଖାଇ ଦେଶୀମଦ ପିଇଥିବା କାରଣରୁ ଝାଡ଼ାବାନ୍ତି ବ୍ୟାପିଛି ବୋଲି ତଦନ୍ତରୁ ଜଣାପଡିଥିବା ଟିମ୍‌ ପ୍ରକାଶ କରିଛି। ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା. ଅଭିଷେକ ନାୟକ କହିଛନ୍ତି, ଶନିବାରଠାରୁ ସ୍ବାସ୍ଥ୍ୟ ଟିମ ଚିକିତ୍ସା କରିବା ପରେ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଛି। ତଦନ୍ତକାରୀ ଦଳର ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି ଯେ, ଭୋଜି ମାଂସ ଖାଇବା ପରେ ଦେଶୀମଦ ପିଇ ଝାଡ଼ାବାନ୍ତରେ କେବଳ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅନ୍ୟାନ୍ୟ ରୋଗରେ ମୃତ୍ୟୁ ହୋଇଛି। ଶନିବାର ରାତିରେ ଆମ୍ବୁଲାନ୍ସ ଯୋଗେ ଘାଟିପଦର ଗ୍ରାମରୁ ୩ ଜଣ, ବରଗାଁରୁ ୨ ଓ ପୁଡେନପଦରରୁ ଜଣକୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଚିକିତ୍ସା ଜାରି ରହିଥିବା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହାଇଡ୍ରାମା: ରଜତ ପାଟିଦାରଙ୍କ ଆଉଟ୍‌କୁ ନେଇ ଅମ୍ପାୟାରଙ୍କ ସହ କୋହଲିଙ୍କ ଝଗଡ଼ା

ଅହମ୍ମଦାବାଦ,୩୦।୪: ଆଇପିଏଲ ୨୦୨୬ରେ ପୁଣି ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)ର ଅଧିନାୟକ ରଜତ ପାଟିଦାରଙ୍କ…

ଭୀଷଣ ବର୍ଷା, ବେଙ୍ଗାଲୁରୁ ସହର ଜଳାର୍ଣ୍ଣବ

ବେଙ୍ଗାଲୁରୁ,୩୦ା୪: ବେଙ୍ଗାଲୁରୁରେ ଅଚାନକ ଭାବେ ଆରମ୍ଭ ହୋଇଥିବା ବର୍ଷା ପରବର୍ତ୍ତୀ ସମୟରେ ଭୀଷଣ ରୂପ ନେବାରୁ ସାରା ସହର ଜଳାର୍ଣ୍ଣବ ହୋଇପଡ଼ିଛି। ସହରର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ…

ପୁଅକୁ ଦୋକାନରେ ବସାଇ ଜଳଖିଆ ଖାଇବାକୁ ଯାଇଥିଲେ ବାପା, ଆସିଲା ବେଳକୁ…

ଅତାବିରା,୩୦।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ମୁଖ୍ୟ ବଜାର ସମ୍ମୁଖ ଏକ ପାନ ଦେକାନ ଫ୍ରିଜରେ ଲାଗିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁବାର ସନ୍ଧ୍ୟାରେ…

‘କର୍ମ  ହିଁ ମାନବ ଜୀବନର ମାନଦଣ୍ଡ’: ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସରକାଳୀନ…

ଦିଗପହଣ୍ଡି,୩୦|୪ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଚୁଡୁଙ୍ଗପୁର ଗ୍ରାମ ସ୍ଥିତ ପିଏମଶ୍ରୀ ସାନଖେମୁଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଗୁରୁବାର ସାନଖେମୁଣ୍ଡି…

ବରଗଡ଼ରେ ଜିଲା ନୋଡାଲ ଅଧିକାରୀ: ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ମାଇନିଂ କର୍ପୋରେସନ ଏବଂ ଇସ୍ପାତ ଓ ଖଣି ବିଭାଗର ପରିଚାଳନା ନିର୍ଦ୍ଦେଶକ ତଥା ବରଗଡ଼ ଜିଲା ନୋଡାଲ ଅଧିକାରୀ ସୁଧାଂଶୁ ମୋହନ ସାମଲ…

କାଳବୈଶାଖୀ ମାଡ଼ରେ ଯାତ୍ରା ଫିକା, ବିଧାୟକଙ୍କ ଦ୍ୱାରା ‘କବି ସମ୍ରାଟ ରଙ୍ଗମଞ୍ଚ’ ଉଦଘାଟିତ

ଭଞ୍ଜନଗର,୩୦/୪(ବାବୁଲା ପ୍ରଧାନ)-ପୂର୍ବ ଯାତ୍ରା ଅପେକ୍ଷା ଚଳିତ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି।…

ଅବସର ନେଲେ କଳାହାଣ୍ଡି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀଙ୍କୁ…

ଭବାନୀପାଟଣା,୩୦।୪(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ଗୁରୁବାର ଚାକିରୀ ଜୀବନରୁ ଅବସର ନେଇଛନ୍ତି। ଏହାପୂର୍ବରୁ ଭବାନୀପାଟଣା ସ୍ଥିତ କାର୍ଯ୍ୟାଳୟରେ ଏହାର…

ମହଙ୍ଗା ପଡିଲା ନିଜ ପିଅନଙ୍କଠାରୁ ଲାଞ୍ଚ ନେବା, ତହସିଲର ବରିଷ୍ଠ କିରାଣୀ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

ଭବାନୀପାଟଣା,୩୦।୪(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଏମ .ରାମପୁର ତହସିଲର ପୂର୍ବତନ ବରିଷ୍ଠ କିରାଣୀ ହିମାଦ୍ରୀ କୁମାର ପଣ୍ଡା ଗତ ୨୦୧୪ ମସିହାରେ ନିଜ ପିଅନଠୁ ଲାଞ୍ଚ ନେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri