ଦଶମନ୍ତପୁରରେ ଝାଡ଼ାବାନ୍ତି ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

କୋରାପୁଟ,୨୩ା୭(ସ୍ବ.ପ୍ର.): ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଶନିବାର କୋରାପୁଟ ଜିଲା ଗସ୍ତରେ ଆସି ଦଶମନ୍ତପୁର ଝାଡ଼ାବାନ୍ତି ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ କୋରାପୁଟଠାରେ ଏକ ସମୀକ୍ଷା କରିଥିଲେ। ଉକ୍ତ ବୈଠକରେ ଜନସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅଶୋକ ପାଇକରାୟ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ପାଢ଼ୀ, ପିଏଚ୍‌ଓ ( ଭିବିଡି) ଡାକ୍ତର ସୁଶାନ୍ତ କୁମାର ଦାସ, ସ୍ବାସ୍ଥ୍ୟ ମିଶନ ଡିପିଏମ୍‌ ଶୁଭକାନ୍ତ ଗନ୍ତାୟତ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଦଶମନ୍ତପୁର ବ୍ଲକର ଛତ୍ରାମ୍ଭ ଓ ହାତୀମୁଣ୍ଡା ଗ୍ରାମକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ ବୋଲି ଡାକ୍ତର ମିଶ୍ର ସୂଚନା ଦେଇଛନ୍ତି। ଦଶମନ୍ତପୁର ଅଞ୍ଚଳରେ ଝାଡ଼ାବାନ୍ତିରେ ଏ ପର୍ଯ୍ୟନ୍ତ ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଳ ଉତ୍ସ ବିଶୋଧନ କରାଯିବା ସହ ପରୀକ୍ଷା ମଧ୍ୟ କରାଯାଇଥିବା ସେ କହିଛନ୍ତି। ଦଶମନ୍ତପୁର ଅଞ୍ଚଳର ବର୍ତ୍ତମାନ ୩ଟି ସ୍ଥାନରେ ମେଡିକାଲ କ୍ୟାମ୍ପ କରାଯାଇଥିବା ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ବ୍ରଜରାଜନଗର,୯।୨(ଡି.ଏନ.ଏ.): ସ୍ବର୍ଗତ ନବ ଦାସଙ୍କୁ ଗୁରୁବାର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡା ସରବାହାଲ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ...

ଭାଜପାର ଗାନ୍ଧୀ ସଂକଳ୍ପ ପଦଯାତ୍ରା

ଫୁଲନଖରା,୩ା୧୦(ଡି.ଏନ୍‌.ଏ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ରାଜ୍ୟ ଭାଜପା ପକ୍ଷରୁ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଆରମ୍ଭ ହୋଇଛି। ଏହାକୁ କଟକ ଜିଲା ତେଲଙ୍ଗାପେଣ୍ଠ ଗାନ୍ଧୀ ସ୍ମୃତିପୀଠରୁ...

ଦୁଇଶହ ବର୍ଷର ପରମ୍ପରା: ପିଞ୍ଛାବଣିଆ ଦୋଳ ମେଳଣରେ ଲକ୍ଷାଧିକ ଶ୍ରଦ୍ଧାଳୁ

ବୈଶିଙ୍ଗା, ୧୦ା୩(ଡି.ଏନ.ଏ.)-ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ସୀମାନ୍ତ ଅଞ୍ଚଳର ଏକ ବିରାଟ ପଡ଼ିଆରେ ଗତ ଦୁଇ ଶହ ବର୍ଷ ଧରି ଆୟୋଜିତ ହୋଇଆସୁଛି ପିଞ୍ଛାବଣିଆ ମେଳା।...

୭୨ ଘଣ୍ଟାର ଆର୍‌ଟି-ପିସିଆର୍‌ ରିପୋର୍ଟ ନେଗେଟିଭ୍‌ ଥିଲେ ବିମାନ ବନ୍ଦରରେ ଟେଷ୍ଟ ହେବନି

ଭୁବନେଶ୍ୱର, ୮।୧(ବ୍ୟୁରୋ): ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ସ୍ବତନ୍ତ୍ର...

ଲଘୁଚାପ: ୨୭ ଯାଏ ପ୍ରବଳ ବର୍ଷା: ସ୍ଥିତି ଉପରେ ନଜର ରଖିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୋମବାର ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ ପ୍ରବଳ...

୨୦୨୧ରେ ୧୦୬ ଦିନ ସରକାରୀ ଛୁଟି

ଭୁବନେଶ୍ୱର,୨୨।୧୦(ବ୍ୟୁରୋ):୨୦୨୧ ମସିହା ପାଇଁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ନିମନ୍ତେ ଛୁଟି ତାଲିକା ଘୋଷଣା କରିଛି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ। ଏନେଇ ବିଭାଗ ପକ୍ଷରୁ...

ଜଙ୍ଗଲରୁ ମିଳିଲା ମହିଳା, ପୁରୁଷଙ୍କ ଗଳିତ ମୃତଦେହ

ଖୁଣ୍ଟୁଣୀ,୨୩।୨(ଡି.ଏନ୍‌.ଏ): କଟକ ଜିଲା ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରୁ ଗୁରୁବାର ଜଣେ ମହିଳା ଏବଂ ପୁରୁଷଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି।...

ଆମପାଣି ଘାଟିରେ ଓଲଟିଲା ଲୁହା ପାଇପ୍‌ ବୋଝେଇ ଟ୍ରେଲର

କୋକସରା,୩୦।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଆମପାଣି ଘାଟିରେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରେଲର ଭାରସାମ୍ୟ ହରାଇ ଓଲଟି ପଡିବାରୁ ୨ଜଣ ଡ୍ରାଇଭର ଗୁରୁତର ହୋଇଛନ୍ତି। ସେମାନେ...

Advertisement
Archives

Model This Week