ହଇଜା ଆସିଲା

ଚିକିତ୍ସା କ୍ଷେତ୍ରରେ ବ୍ୟାପକ ଯୋଜନା ସତ୍ତ୍ୱେ ବାରମ୍ବାର ଡାଇରିଆ ବ୍ୟାପୁଛି। ଏହାକୁ ନିୟନ୍ତ୍ରଣ କରାଯାଇପାରୁନାହିଁ। ଏବେ ଯାଜପୁର ଜିଲାରେ ଏହାର ସଂକ୍ରମଣ ଉଦ୍‌ବେଗର କାରଣ ହୋଇଛି ଏବଂ ଜିଲାର ବିଭିନ୍ନ ସ୍ଥାନରେ ୧୮ ଜଣଙ୍କର ମୃତ୍ୟୁ ହେବା ସହ ୨୦୦ରୁ ଊର୍ଦ୍ଧ୍ୱ ଚିକିତ୍ସାଧୀନ ଅଛନ୍ତି। ୧୪ ଜଣିଆ କେନ୍ଦ୍ରୀୟ ଟିମ୍‌ର ରିପୋର୍ଟ ଅନୁଯାୟୀ ଯାଜପୁରରେ ଡାଇରିଆ ସହ ହଇଜା (କଲେରା) ବ୍ୟାପିଛି। ବାସ୍ତବରେ ଏବକାର ଉନ୍ନତ ଚିକିତ୍ସା ପରିସରରେ ହଇଜାର ପ୍ରବେଶ ସ୍ବାସ୍ଥ୍ୟ ବିଭାଗ ପାଇଁ ଏକ ଆହ୍ବାନ। ଯାଜପୁର ବ୍ୟତୀତ କେନ୍ଦୁଝର, ଭଦ୍ରକ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା ଜିଲା ସମେତ ଭୁବନେଶ୍ୱରରେ ଡାଇରିଆ ବ୍ୟାପୁଥିବା ଜଣାପଡ଼ିଛି। ଡାଇରିଆ ଭୂତାଣୁ ସାଧାରଣତଃ ଦୂଷିତ ଜଳ ଓ ଖାଦ୍ୟ ଦ୍ୱାରା ବ୍ୟାପିଥାଏ। ଦୁର୍ବଳ ପରିମଳ ଓ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଏହି ସଂକ୍ରମଣର ବଡ଼ କାରଣ। ରାଜ୍ୟରେ ବର୍ତ୍ତମାନ ଦେଖାଯାଇଥିବା ଡାଇରିଆ ନୂଆ ନୁହେଁ। ସମୟକ୍ରମେ ଏହା ଥରକୁ ଥର ବିଭିନ୍ନ ଅଞ୍ଚଳରେ ଦେଖାଯାଇଛି। ୨୦୨୩ ଡିସେମ୍ବରରେ ରାଉରକେଲାରେ ସଂକ୍ରମଣ ଯୋଗୁ ୧୦ ଜଣଙ୍କର ମୃତ୍ୟୁ ହେବା ସହ ପାଖାପାଖି ୫୦୦ ଆକ୍ରାନ୍ତ ହୋଇଥିଲେ। ୨୦୨୪ ଜୁନ୍‌ରେ ରାୟଗଡ଼ା ବିଷମକଟକ ବ୍ଲକ୍‌ ଗଇଲକଣା ଗ୍ରାମରେ ଡାଇରିଆ ବ୍ୟାପି ଜଣଙ୍କର ମୃତ୍ୟୁହେବା ସହ ଏକାଧିକ ଆକ୍ରାନ୍ତ ହୋଇଥିଲେ। ସଂକ୍ରମଣର କାରଣ ଦୂଷିତ ଜଳ ଥିଲା ବୋଲି ସରକାରୀ ଭାବେ କୁହାଯାଇଥିଲା। କେବଳ ରାୟଗଡ଼ା ନୁହେଁ, ବିଭିନ୍ନ ସମୟରେ ଗଞ୍ଜାମ, କଳାହାଣ୍ଡିି, କେନ୍ଦୁଝର, ଫୁଲବାଣୀ, କନ୍ଧମାଳ ଆଦି ଜିଲାରେ ଡାଇରିଆ ବ୍ୟାପିଥିବା ଦେଖାଯାଇଛି। ସାମ୍ପ୍ରତିକ ସ୍ଥିତିରେ ରାଜ୍ୟର ବିଭିନ୍ନ ବ୍ଲକ୍‌ରେ ଗ୍ରାମାଞ୍ଚଳର ଦୁର୍ବଳ ପରିମଳ ବ୍ୟବସ୍ଥା ଓ ସ୍ବଚ୍ଛ ପାନୀୟ ଜଳ ଅଭାବ କାରଣରୁ ଯାଜପୁର ଭଳି ସ୍ଥିତି ଉପୁଜିବା ଅଧିକ ଆଶଙ୍କା ରହିଛି। ଏମିତିକି ସ୍ବଚ୍ଛ କୁହାଯାଉଥିବା ସହରଗୁଡ଼ିକର ପରିମଳ ସ୍ଥିତିକୁ ଲକ୍ଷ୍ୟକଲେ ସଂକ୍ରମଣ ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ। ବାହାରେ ମଳତ୍ୟାଗ, ଅଳିଆପାହାଡ଼ର ସମସ୍ୟା ଓ ପାଇପ୍‌ ଫାଟି ବାହାର ପାଣି ପ୍ରବେଶ କରିବା ଖବର ବହୁ ସମୟରେ ପ୍ରକାଶ ପାଉଛି। ବିଶେଷକରି ଏବେ ବର୍ଷାଋତୁ ଆରମ୍ଭ ହୋଇଥିବା ଫଳରେ ପାଇପ୍‌ ଯୋଗେ ପାନୀୟ ଜଳର ବିଶୁଦ୍ଧତା ବିରାଟ ପ୍ରଶ୍ନବାଚୀରେ ଆସିଗଲାଣି। ସହର ନିକଟସ୍ଥ ବିଭିନ୍ନ ନଦୀନାଳକୁ ସ୍ବେରେଜ ଓ କଳକାରଖାନାର ଦୂଷିତ ପାଣି ଛଡ଼ାଯାଉଛି ଏବଂ ଏହା ଯୋଗୁ ଭୂତଳ ଜଳ ଦୂଷିତ ହେବାରେ ଲାଗିଛି। ଉଦାହରଣ ସ୍ବରୂପ କେନ୍ଦ୍ରୀୟ ଭୂତଳ ଜଳ ପରିଷଦ (ସିଜିଡବ୍ଲ୍ୟୁବି) ସର୍ଭେ ଅନୁଯାୟୀ ଭୁବନେଶ୍ୱର ଭୂତଳଜଳ ଏବେ ସେମି କ୍ରିଟିକାଲ ସ୍ତରରେ ରହିଛି। ଅନେକ ବ୍ଲକ୍‌ରେ ଭୂତଳ ଜଳ ଖରାପ ସ୍ଥିତିରେ ଥିଲେ ମଧ୍ୟ ପଞ୍ଚାୟତ ସ୍ତରରେ ପାଇପ ଯୋଗେ ଯୋଗାଇ ଦିଆଯାଉଥିବା ପାନୀୟ ଜଳ କିମ୍ବା ନଳକୂପ ପାଣିର ଗୁଣବତ୍ତା ଉପରେ ନିୟମିତ ପରୀକ୍ଷା କରାଯାଉନାହିଁ। ଏହା ବ୍ୟତୀତ ସହରରେ କିମ୍ବା ଗ୍ରାମାଞ୍ଚଳର ଛକର ରାସ୍ତାକଡ଼ ଖୋଲା ଖାଦ୍ୟ ପସରା ଉପରେ କାହାର ନିୟନ୍ତ୍ରଣ ନାହିଁ। ସେଠାରେ ଯେଉଁସବୁ ଖାଦ୍ୟ ବିକ୍ରି ହେଉଛି କିମ୍ବା ପାଣି ପିଇବାକୁ ଦିଆଯାଉଛି ସେଗୁଡ଼ିକର ମାନ ନିୟମିତ ଭାବେ ଯାଞ୍ଚ କରାଯାଏ ନାହିଁ। କେବଳ ପର୍ବପର୍ବାଣି ସମୟରେ ରାସ୍ତାକଡ଼ ଦୋକାନୀଙ୍କ ଉପରେ କାଁ ଭାଁ ଚଢ଼ାଉକରି ମ୍ୟୁନିସିପାଲିଟି ସ୍ବାସ୍ଥ୍ୟ ଇନ୍ସପେକ୍ଟର ହାତ ବାନ୍ଧି ବସିଯାନ୍ତି। ଏଭଳି ସ୍ଥିତିରେ ଡାଇରିଆ ଓ ହଇଜା ହେବା ଥୟ। ପୂର୍ବରୁ ଓଡ଼ିଶାର ଗ୍ରାମାଞ୍ଚଳରେ ହାଣ୍ଡିଏ ଦିହାଣ୍ଡି ପାଣିକୁ ଫୁଟାଇ ଦିନ ଭିତରେ ପରିବାରର ସମସ୍ତେ ପାନ କରୁଥିଲେ। ଢଗ ଅଛି ‘ପାଣି ପିଇବ ଛାଣି, ପଇସା ନେବ ଗଣି’। ସେହି ଛାଣିବା ସହିତ ପାଣିକୁ ଆଞ୍ଚରେ ବସାଇ ଫୁଟାଉଥିଲେ। ସେହିସବୁ ସ୍ବାସ୍ଥ୍ୟକର ଅଭ୍ୟାସ ଏବେ ଅଧିକାଂଶ ପରିବାରରେ ଲୋପହୋଇଗଲାଣି। ପ୍ଲାଷ୍ଟିକ୍‌ ବୋତଲରେ ମିଳୁଥିବା ପାଣି ମଧ୍ୟ ବିଶୁଦ୍ଧ ନୁହେଁ ବୋଲି ଅନେକ ଥର ପ୍ରମାଣିତ ହେବା ସତ୍ତ୍ୱେ ସାଧାରଣରେ ସମସ୍ତେ ଫେଶନ ଭାବେ ତାହାକୁ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି।
ଡାଇରିଆ ବ୍ୟାପିବା ସ୍ବଚ୍ଛ ଭାରତ ଯୋଜନା ଓ ଘରେ ଘରେ ପିଇବା ପାଣି ଯୋଗାଣର ସଫଳତା ଉପରେ ପ୍ରଶ୍ନ ଉଠାଇଛି। ଦେଖାଯାଉଛି, ଗାଁରେ ନିର୍ମାଣ କରାଯାଇଥିବା ପାଇଖାନାଗୁଡ଼ିକ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତରୁ ଅଧିକ ବ୍ୟବହାରଯୋଗ୍ୟ ନୁହେଁ। ପାଇଖାନା ନ କରି ହିତାଧିକାରୀ ଟଙ୍କା ନେଇଯାଇଥିବା ବିଷୟ ସମସ୍ତେ ଜାଣନ୍ତି। ଅଧିକାଂଶ ଲୋକ ଏବେ ମଧ୍ୟ ବାହାରେ ମଳତ୍ୟାଗ କରୁଛନ୍ତି। ଅନ୍ୟପକ୍ଷରେ ଗାଁ ଗାଁକୁ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଲୋକେ ନଦୀ, ଝରଣା ପାଣି ବ୍ୟବହାର କରୁଛନ୍ତି। ଏସବୁ ଦୃଷ୍ଟିରୁ ଡାଇରିଆ ଓ ହଇଜାକୁ ଆୟତ୍ତ କରିବାକୁ ହେଲେ ଉନ୍ନତ ପରିମଳ ଓ ସ୍ବଚ୍ଛତା ସମ୍ପର୍କିତ ସଚେତନତା ଉପରେ ଗୁରୁତ୍ୱ ଦିଆଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଦିନକ ପରେ ସ୍ନାନଯାତ୍ରା: ପୁରୀ ଆସିବାର ଥିଲେ ଜାଣି ନିଅନ୍ତୁ ଟ୍ରାଫିକ କଟକଣା, କେଉଁ ବାଟରେ ଯାଇ କରିବେ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୭।୬: ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ…

ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ: ଶୋଭାଯାତ୍ରାବେଳେ ଟେକାପଥର ମାଡ଼

ବାଲେଶ୍ୱର, ୨୭।୬( ବାଞ୍ଛାନିଧି ଦେ): ବାଲେଶ୍ୱର ସହରର ଦରଘା ମଇଦାନରେ ଗୋଷ୍ଠୀ ସଂଘର୍ଷ ଘଟିଛି l ଏହି ସଂଘର୍ଷରେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି…

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

ବହ୍ବାରମ୍ଭେ ଲଘୁକ୍ରିୟା

ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି ”ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ମେଘ ଡମ୍ବରୁ, ଦାମ୍ପତ୍ୟ କଳହଶ୍ଚୈ ବହ୍ବାରମ୍ଭେ ଲଘୁକ୍ରିୟା’ ଏହାର ଅର୍ଥ ଦୁଇଟି ଛେଳି ଗୋଳଯୁଦ୍ଧ…

ନ୍ୟାୟ ଦେବାରେ ବିଳମ୍ବ

ଉତ୍ତରାଖଣ୍ଡ ସରକାର ହୁଇସିଲ୍‌ବ୍ଲୋୟର ତଥା ବନ ଅଧିକାରୀ ସଞ୍ଜୀବ ଚତୁର୍ବେଦୀଙ୍କୁ ଲୋକପାଳକୁ ଡେପୁଟେଶନ ପାଇଁ ମଞ୍ଜୁରୀଦେବା ଉଲ୍ଲେଖନୀୟ। କିନ୍ତୁ ଏହାଠୁ ବଡ଼ କଥା ହେଉଛି ଏହି ହୁଇସିଲ୍‌ବ୍ଲୋୟରଙ୍କ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୯,୫୦୦ ଯୁବତୀଯୁବକଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୨୭ା୬(ସୁନିତ୍‌ ମିଶ୍ର):ପୂର୍ବ ଭାରତରେ ଶିଳ୍ପାୟନର ବିକାଶକୁ ଆହୁରି ତ୍ୱରାନ୍ବିତ କରିବା ଏବଂ ଆଞ୍ଚଳିକ ସହଯୋଗ ମାଧ୍ୟମରେ ସନ୍ତୁଳିତ ଅଭିବୃଦ୍ଧି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଇସ୍ରାଏଲ-ଲେବାନନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଉପରେ ସହମତି; ହେଜବୋଲକୁ ନେଇ ଚେତାବନୀ ଦେଲେ ନେତାନ୍ୟାହୁ

ଜେରୁଜେଲମ,୨୭।୬: ଇସ୍ରାଏଲ ଏବଂ ହେଜବୋଲା ବିଦ୍ରୋହୀଙ୍କ ମଧ୍ୟରେ ଲଢ଼େଇ ବନ୍ଦ କରିବା ପାଇଁ ଦିନ ଦିନ ଧରି ଆଲୋଚନା ପରେ, ଇସ୍ରାଏଲ ଏବଂ ଲେବାନନ ଶୁକ୍ରବାର ୱାଶିଂଟନରେ…

ପ୍ରବଳ ବର୍ଷା ସମ୍ଭାବନା: ୪୦ରୁ ୫୦ କିମି ବେଗରେ ବହିବ ପବନ, ଏସବୁ ଜିଲାରେ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୨୭ା୬(ବନ୍ଦନା ସେଠୀ):ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗରେ ସେପରି କିଛି ବିଶେଷ ପରିବର୍ତ୍ତନ ନ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri