Posted inଖେଳ

ପ୍ରଥମ ମ୍ୟାଚ୍‌ ଖେଳୁଥିବାବେଳେ ଏହି କ୍ରିକେଟରଙ୍କ ଭାଙ୍ଗିଯାଇଥିଲା ୪ ଦାନ୍ତ

ଭାରତୀୟ ମହିଳା କ୍ରିକେଟରେ ଡାଏନା ଏଡୁଲଜୀ ଏକ ବଡ ନାମ। ଜଣେ ଖେଳାଳି ଭାବରେ,ଡାଏନା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି। ଡାଏନା ୨୬ ଜାନୁଆରୀ ୧୯୫୬ରେ ଜନ୍ମଗ୍ରହଣ କରିଥିଲେ। ସେ ୭୦ ଦଶକର ଖେଳାଳି ଥିଲେ।ସେ ଭାରତୀୟ ଦଳ ପାଇଁ ୨୦ଟି ଟେଷ୍ଟ ଏବଂ ୩୪ଟି ଏକଦିବସୀୟ ଖେଳିଥିଲେ। ସେ ନିଜର ଚତୁରତା ଏବଂ ଦୃୃଢତା ପାଇଁ ଜଣାଶୁଣା।
ଏଡୁଲଜୀ ପରିବାରରେ ପୂର୍ବରୁ କ୍ରିକେଟ ଖେଳିବା ଏକ ପରମ୍ପରା ଥିଲା। ଏହି ପରମ୍ପରାକୁ ଆଗକୁ ବଢାଇଥିଲେ ସେ। ପ୍ରଥମ ମ୍ୟାଚ୍‌ ଖେଳୁଥିବା ସମୟରେ ଡାଏନା ଏଡୁଲଜୀଙ୍କ ଚାରିଟି ଦାନ୍ତ ଭାଙ୍ଗି ଯାଇଥିଲା। ସେହି ସମୟରେ ଝିଅ ହୋଇଥିବାରୁ ଏହା ବହୁତ ଚିନ୍ତାର ବିଷୟ ଥିଲା। ଲୋକେ ତାଙ୍କ ପରିହାସ କରିବାକୁ ଲାଗିଲେ। ଡାଏନା ଭୟଭୀତ ହୋଇ ନ ଥିଲେ। ସେ ଆଘାତରୁ ସୁସ୍ଥ ହୋଇ ପୁନର୍ବାର ଖେଳିବା ଆରମ୍ଭ କରିଥିଲେ।
୧୯୭୬ରୁ ୧୯୯୩ ପର୍ଯ୍ୟନ୍ତ ଭାରତ ପାଇଁ ୫୪ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଡାଏନା ଭାରତ ପାଇଁ ମହିଳା ଟେଷ୍ଟ କ୍ରିକେଟରେ ସର୍ବାଧିକ ୬୩ ଉଇକେଟ ନେଇ ରେକର୍ଡ ରଖିଛନ୍ତି। ଏହା ବ୍ୟତୀତ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏକି ମହିଳା କ୍ରିକେଟର ଉଭୟ ଫର୍ମାଟରେ ୧୦୦ ଉଇକେଟ ନେଇଛନ୍ତି। ଭାରତରେ ମହିଳା କ୍ରିକେଟ ମନୋଭାବ ବିରୋଧରେ ଡାଏନା ସର୍ବଦା ସ୍ବର ଉତ୍ତୋଳନ କରିଆସିଛନ୍ତି। ମହିଳା କ୍ରିକେଟରଙ୍କ ଦ୍ୱାରା ଉଠାଯାଇଥିବା ଅଭିଯୋଗ ଯେପରିକି କମ ମ୍ୟାଚ ଫି ଏବଂ ପୁରୁଷ ଖେଳାଳିଙ୍କ ତୁଳନାରେ କମ ସୁବିଧା ଭଳି ସମସ୍ୟା ସର୍ବଦା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସେ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri