Posted inଖେଳ

ପ୍ରଥମ ମ୍ୟାଚ୍‌ ଖେଳୁଥିବାବେଳେ ଏହି କ୍ରିକେଟରଙ୍କ ଭାଙ୍ଗିଯାଇଥିଲା ୪ ଦାନ୍ତ

ଭାରତୀୟ ମହିଳା କ୍ରିକେଟରେ ଡାଏନା ଏଡୁଲଜୀ ଏକ ବଡ ନାମ। ଜଣେ ଖେଳାଳି ଭାବରେ,ଡାଏନା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି। ଡାଏନା ୨୬ ଜାନୁଆରୀ ୧୯୫୬ରେ ଜନ୍ମଗ୍ରହଣ କରିଥିଲେ। ସେ ୭୦ ଦଶକର ଖେଳାଳି ଥିଲେ।ସେ ଭାରତୀୟ ଦଳ ପାଇଁ ୨୦ଟି ଟେଷ୍ଟ ଏବଂ ୩୪ଟି ଏକଦିବସୀୟ ଖେଳିଥିଲେ। ସେ ନିଜର ଚତୁରତା ଏବଂ ଦୃୃଢତା ପାଇଁ ଜଣାଶୁଣା।
ଏଡୁଲଜୀ ପରିବାରରେ ପୂର୍ବରୁ କ୍ରିକେଟ ଖେଳିବା ଏକ ପରମ୍ପରା ଥିଲା। ଏହି ପରମ୍ପରାକୁ ଆଗକୁ ବଢାଇଥିଲେ ସେ। ପ୍ରଥମ ମ୍ୟାଚ୍‌ ଖେଳୁଥିବା ସମୟରେ ଡାଏନା ଏଡୁଲଜୀଙ୍କ ଚାରିଟି ଦାନ୍ତ ଭାଙ୍ଗି ଯାଇଥିଲା। ସେହି ସମୟରେ ଝିଅ ହୋଇଥିବାରୁ ଏହା ବହୁତ ଚିନ୍ତାର ବିଷୟ ଥିଲା। ଲୋକେ ତାଙ୍କ ପରିହାସ କରିବାକୁ ଲାଗିଲେ। ଡାଏନା ଭୟଭୀତ ହୋଇ ନ ଥିଲେ। ସେ ଆଘାତରୁ ସୁସ୍ଥ ହୋଇ ପୁନର୍ବାର ଖେଳିବା ଆରମ୍ଭ କରିଥିଲେ।
୧୯୭୬ରୁ ୧୯୯୩ ପର୍ଯ୍ୟନ୍ତ ଭାରତ ପାଇଁ ୫୪ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଡାଏନା ଭାରତ ପାଇଁ ମହିଳା ଟେଷ୍ଟ କ୍ରିକେଟରେ ସର୍ବାଧିକ ୬୩ ଉଇକେଟ ନେଇ ରେକର୍ଡ ରଖିଛନ୍ତି। ଏହା ବ୍ୟତୀତ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏକି ମହିଳା କ୍ରିକେଟର ଉଭୟ ଫର୍ମାଟରେ ୧୦୦ ଉଇକେଟ ନେଇଛନ୍ତି। ଭାରତରେ ମହିଳା କ୍ରିକେଟ ମନୋଭାବ ବିରୋଧରେ ଡାଏନା ସର୍ବଦା ସ୍ବର ଉତ୍ତୋଳନ କରିଆସିଛନ୍ତି। ମହିଳା କ୍ରିକେଟରଙ୍କ ଦ୍ୱାରା ଉଠାଯାଇଥିବା ଅଭିଯୋଗ ଯେପରିକି କମ ମ୍ୟାଚ ଫି ଏବଂ ପୁରୁଷ ଖେଳାଳିଙ୍କ ତୁଳନାରେ କମ ସୁବିଧା ଭଳି ସମସ୍ୟା ସର୍ବଦା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସେ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri