ବ୍ୟଥାଜନିତ ସମସ୍ୟାର ନିରାକରଣ

”ମଧୁମେହ ବା ଡାଇବେଟିସ୍‌ ପରବର୍ତ୍ତୀ ସମୟରେ ନ୍ୟୁରୋପ୍ୟାଥିକ୍‌ ପେନ୍‌ ବା ସ୍ନାୟୁଜନିତ ଯନ୍ତ୍ରଣାର ମୁଖ୍ୟ କାରଣ ବନିଯାଏ। ରୋଗୀମାନେ ପାଦରେ ଜଳାପୋଡ଼ା ହେବା, ଝିମ୍‌ ଝିମ୍‌ ଲାଗିବା, ଛୁଞ୍ଚତ୍ ଫୋଡିଲା ପରି ଅନୁଭବ ହେବା, ହାତରେ ସ୍ନାୟୁ ଦବିଯାଇ ଝିମ୍‌ଝିମ୍‌ ହେବା ଇତ୍ୟାଦି। ନ୍ୟୁରୋପ୍ୟାଥିକ୍‌ ପେନ୍‌ ହିଁ ମଧୁମେହ ରୋଗୀଙ୍କଠାରେ ବେଶି ଦେଖାଯାଏ। ସେହିପରି ୭୦-୮୦ ପ୍ରତିଶତ ବ୍ୟକ୍ତି କ୍ୟାନ୍‌ସରରେ ଆକ୍ରାନ୍ତ ହୋଇ ବ୍ୟଥାଜନିତ ସମସ୍ୟାରେ ଜୀବନର ଶେଷ ମୁହୂର୍ତ୍ତ ବିତାଇଥାଆନ୍ତି।“

ବର୍ତ୍ତମାନ ଆମେ ଯଦି ପରସ୍ପରକୁ ପଚାରିବା-କ’ଣ ହେଉଛି ମୁଖ୍ୟ ସ୍ବାସ୍ଥ୍ୟ ସମସ୍ୟା? କିଛି କହିବେ-ମଧୁମେହ ବା ଡାଇବେଟିସ୍‌, ହୃଦ୍‌ରୋଗ, କ୍ୟାନ୍‌ସର ଇତ୍ୟାଦି। କିନ୍ତୁ ସମସ୍ତେ ଅଳ୍ପବହୁତେ ନିଶ୍ଚିତ ରୂପେ ଅନୁଭବ କରିଥିବେ କିମ୍ବା ନିଜ ଘର, ପରିବାର ଏବଂ ସମ୍ପର୍କୀୟଙ୍କଠାରେ ପରିଲକ୍ଷିତ କରିଥିବେ ଯେ ବର୍ତ୍ତମାନ ଉପରୋକ୍ତ ରୋଗଠାରୁ ‘ବ୍ୟଥାଜନିତ ରୋଗ (cronic pain) ହିଁ ଏକ ମୁଖ୍ୟ ସମସ୍ୟା ଭାବରେ ଉଭା ହୋଇଛି। ବିଭିନ୍ନ ଗବେଷଣା ଓ ପରିସଂଖ୍ୟାନ ମଧ୍ୟ ଏହାକୁ ମଧ୍ୟ ପ୍ରମାଣିତ କରୁଛି।
ସାଧାରଣ ଲୋକ ହିସାବରେ ମନରେ ପ୍ରଶ୍ନ ଉଠେ ଯେ ଏହି ବ୍ୟଥାଜନିତ ରୋଗ କ’ଣ ? ଏହାର ଅର୍ଥ ହେଉଛି ଯେ, ଯେଉଁ ବ୍ୟଥା ତିନି ମାସରୁ ଅଧିକ ସମୟ ଧରି ଆମ ଶରୀରରେ ଅଛି ଏବଂ ତାହାଦ୍ୱାରା ଆମର ଜୀବନଶୈଳୀ ପ୍ରଭାବିତ ହେଉଛି। ଏଥର ଯେମିତି ଆମ ପରିବାର ଆଡେ ନଜର ପକାଇବା, ତେବେ ଆମେ ଜାଣିପାରିବା ଯେ ଆମର ବାପା, ମା’, ଜେଜେବାପା, ଜେଜେ ମା’ କିମ୍ବା ଅଜା ଆଈ ଆଣ୍ଠୁବ୍ୟଥା, ସିଆଟିକା, ମାଇଗ୍ରେନ୍‌, ସ୍ନାୟୁଜନିତ ବ୍ୟଥା (neuropathic pain), ର୍ୟୁମାଟଏଡ୍‌ ଆର୍ଥ୍ରାଇଟିସ୍‌, ବେକ ବ୍ୟଥା, କ୍ୟାନ୍‌ସରଜନିତ ବ୍ୟଥା, ପାଦ ବ୍ୟଥା ଇତ୍ୟାଦି ଦୀର୍ଘକାଳୀନ ବ୍ୟଥାରେ ମାସ କିମ୍ବା ବର୍ଷ ବର୍ଷ ଧରି ପୀଡ଼ିତ ଥିବେ। କାହାକୁ ସକାଳେ ଉଠିଲେ ତଳି ପାଦ ବ୍ୟଥା ଯୋଗୁ ଛୋଟେଇ ଛୋଟେଇ ଚାଲୁଛନ୍ତି ତ କିଏ ଅଷ୍ଟିଓଆର୍ଥ୍ରାଇଟିସ୍‌ଜନିତ ଆଣ୍ଠୁବ୍ୟଥା ଦୈନନ୍ଦିନ କାର୍ଯ୍ୟକୁ ପ୍ରଭାବିତ କରୁଛି। ପୁଣି ଘରର କେହି ଜଣେ ସଦସ୍ୟ ହାତ ଆଙ୍ଗୁଠି ଝିମ୍‌ଝିମ୍‌ ବ୍ୟଥା, କାଲୁଆ ଯୋଗୁ ରାତିରେ ବାରମ୍ବାର ଉଠି ପଡୁଛନ୍ତି ତ କିଏ ସକାଳୁ ଉଠିଲେ ହାତ ମୁଠା କରିପାରୁନାହାନ୍ତି ସାଂଘାତିକ ବ୍ୟଥା ପାଇଁ। ଏହା ହେଉଛି ପ୍ରାୟ ଅନେକଙ୍କ ଘର ଘରର କାହାଣୀ। ଏପରି କି କିଛି ଲୋକ ଏଇ ବ୍ୟଥା ଥଣ୍ଡା ପାଇଁ କିମ୍ବା ପାଗ ପରିବର୍ତ୍ତନ ଯୋଗୁ ହେଉଛି କହି ମାସ ମାସ ଧରି ଅଣଦେଖା କରନ୍ତି। ଆଉ ଗୋଟେ କଥା ଏଠାରେ ସୂଚାଇ ଦେବା ଠିକ୍‌ ହେବ ଯେ ମଧୁମେହ ବା ଡାଇବେଟିସ୍‌ ପରବର୍ତ୍ତୀ ସମୟରେ ନ୍ୟୁରୋପ୍ୟାଥିକ୍‌ ପେନ୍‌ ବା ସ୍ନାୟୁଜନିତ ଯନ୍ତ୍ରଣାର ମୁଖ୍ୟ କାରଣ ବନିଯାଏ। ରୋଗୀମାନେ ପାଦରେ ଜଳାପୋଡା ହେବା, ଝିମ୍‌ ଝିମ୍‌ ଲାଗିବା, ଛୁଞ୍ଚତ୍ ଫୋଡିଲା ପରି ଅନୁଭବ ହେବା, ହାତରେ ସ୍ନାୟୁ ଦବିଯାଇ ଝିମ୍‌ଝିମ୍‌ ହେବା ଇତ୍ୟାଦି। ନ୍ୟୁରୋପ୍ୟାଥିକ୍‌ ପେନ୍‌ ହିଁ ମଧୁମେହ ରୋଗୀଙ୍କଠାରେ ବେଶି ଦେଖାଯାଏ। ସେହିପରି ୭୦-୮୦ ପ୍ରତିଶତ ବ୍ୟକ୍ତି କ୍ୟାନ୍‌ସରରେ ଆକ୍ରାନ୍ତ ହୋଇ ବ୍ୟଥାଜନିତ ସମସ୍ୟାରେ ଜୀବନର ଶେଷ ମୁହୂର୍ତ୍ତ ବିତାଇଥାଆନ୍ତି।
ଏକ ପରିସଂଖ୍ୟାନରୁ ଜଣାଯାଇଛି ଯେ, ସାରା ପୃଥିବୀରେ ୨୫-୩୦ ପ୍ରତିଶତ ଲୋକ ଦୀର୍ଘକାଳୀନ ବ୍ୟଥାରେ ଆକ୍ରାନ୍ତ। ବ୍ୟଥା ସାଧାରଣତଃ ବିଭିନ୍ନ ରୋଗର ଲକ୍ଷଣ ଭାବରେ ଗଣାଯାଏ। କିନ୍ତୁ ଦୀର୍ଘକାଳୀନ ବ୍ୟଥା ହିଁ ଏକ ରୋଗ ରୂପେ ପରିଗଣିତ କରାଯାଏ।
ତେବେ ପ୍ରଶ୍ନ ଉଠେ-କାହିଁକି ଏତେ ମାତ୍ରାରେ ଦୀର୍ଘକାଳୀନ ବ୍ୟଥା ସମସ୍ୟା ବଢ଼ିଯାଇଛି? ପ୍ରଥମତଃ ଆମର ଜୀବନଶୈଳୀରେ ଖାଦ୍ୟପେୟର ପରିବର୍ତ୍ତନ ଏବଂ ମେଦବହୁଳତା ଇତ୍ୟାଦି ମୁଖ୍ୟ କାରଣ। ଏକ ସନ୍ତୁଳିତ ଜୀବନଶୈଳୀ ଅନୁସରଣ କଲେ ଆମେ ନିଜକୁ କେତେକ ରୋଗଠାରୁ କେତେକାଂଶରେ ଦୂରେଇ ରଖିପାଇବା। ନିୟମିତ ବ୍ୟାୟାମ ନ କଲେ, ସୁଷମ ଖାଦ୍ୟ ନ ଖାଇଲେ, ଏକ ନିୟନ୍ତ୍ରିତ ଜୀବନଶୈଳୀ ଅନୁସରଣ ନ କଲେ ଏଭଳି ସମସ୍ୟା ଦେଖାଯିବାର ଆଶଙ୍କା ରହିଛି।
ଆଜିକାଲି ରୋଗ ନିରୂପଣ ପାଇଁ ଏମଆରଆଇ, ସିଟି ସ୍କାନ୍‌, ଅଲଟ୍ରାସାଉଣ୍ଡ ଆଦି ବିଭିନ୍ନ ପ୍ରକାର ପ୍ରଣାଳୀରେ ରୋଗଗୁଡିକୁ ସହଜରେ ନିରୂପଣ କରାଯାଇପାରୁଛି।
ତେବେ ଦୀର୍ଘକାଳୀନ ବ୍ୟଥାର କିପରି ଚିକିତ୍ସା ଏବଂ ନିରାକରଣ କରାଯାଇପାରିବ? ଏବେ ପେନ୍‌ ମ୍ୟାନେଜମେଣ୍ଟ/ପେନ୍‌ ମେଡିସିନ୍‌ ଗୋଟିଏ ସୁପରସ୍ପେଶାଲିଟି ସବଜେକ୍ଟ ଭାବେ ଆଗଧାଡିରେ ପହଞ୍ଚତ୍ଛି। ପେନ୍‌ ମ୍ୟାନେଜମେଣ୍ଟ ଡାକ୍ତରମାନେ ସାଧାରଣତଃ ଏମ.ଡି./ପି.ଜି. ପରେ ପୁଣି କ୍ରୋନିକ୍‌ ପେନ୍‌ ମ୍ୟାନେଜମେଣ୍ଟ କୋର୍ସରେ ୨-୩ ବର୍ଷ ପ୍ରଶିକ୍ଷଣ ନେଇଥାଆନ୍ତି। ଏଇ ବିଭାଗରେ ପ୍ରଶିକ୍ଷିତ ଡାକ୍ତରମାନେ ସବୁପ୍ରକାର ଦୀର୍ଘକାଳୀନ ବ୍ୟଥା ଯେମିତିକି-ଆଣ୍ଠୁଗଣ୍ଠିଜନିତ ବ୍ୟଥା, ଅଣ୍ଟା, ବେକ ବ୍ୟଥା (spinal pain), ସିଆଟିକା, ମୁଣ୍ଡବ୍ୟଥା, ପାଦ ବ୍ୟଥା, ସ୍ନାୟୁଜନିତ ବ୍ୟଥା, ମୁହଁଜନିତ ବ୍ୟଥା (facial pain) ଏବଂ କ୍ୟାନ୍‌ସରଜନିତ ବ୍ୟଥାର ଠିକ୍‌ କାରଣ ଓ ଚିକିତ୍ସା ବିଷୟରେ ବିଶେଷ ଧ୍ୟାନ ଦିଅନ୍ତି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ପେନ୍‌ ମ୍ୟାନେଜମେଣ୍ଟ ସ୍ପେଶାଲିଷ୍ଟ ଡାକ୍ତରମାନେ ବିନା ଅପରେଶନ ଚିକିତ୍ସା ଉପରେ ଗୁରୁତ୍ୱ ଦେଇଥାଆନ୍ତି।
ଦୀର୍ଘକାଳୀନ ବ୍ୟଥା ମଧ୍ୟରେ ଅନ୍ୟତମ ହେଉଛି ଅଣ୍ଟା ବ୍ୟଥା। ଅଣ୍ଟା ବ୍ୟଥାର ବହୁତ କାରଣ ଅଛି। ବେଳେବେଳେ ଅଣ୍ଟାରୁ ଆରମ୍ଭ ହୋଇ ଗୋଡ ଯାଏ ବ୍ୟଥା ହୁଏ। ଏସବୁକୁ ଏପରି କି ସ୍ପାଇନ୍‌ ମସଲସ କିମ୍ବା ସ୍ନାୟୁରୁ ମଧ୍ୟ ବ୍ୟଥା ଆସିପାରେ। ଠିକ୍‌ ପରୀକ୍ଷା ନିରୀକ୍ଷା କରି ପ୍ରକୃତ କାରଣ ଖୋଜିବା ହିଁ ଜଟିଳ ପଦ୍ଧତି। କିନ୍ତୁ ଠିକ୍‌ ଔଷଧ, ଫିଜିଓଥେରାପି ଏବଂ ନିୟମିତ ବ୍ୟାୟାମ ଦ୍ୱାରା ଏହି ରୋଗ ଠିକ୍‌ ହୋଇପାରିବେ। ଏ ବିଷୟରେ ଅଭିଜ୍ଞ ପେନ୍‌ ମ୍ୟାନେଜମେଣ୍ଟ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ସେହିପରି ଆଣ୍ଠୁ ବ୍ୟଥାର ଚାରୋଟି ଷ୍ଟେଜ୍‌ ଅଛି। ମୁଖ୍ୟତଃ ଅନ୍ତିମ ଷ୍ଟେଜ୍‌ରେ ଆଣ୍ଠୁ ପ୍ରତିରୋପଣ (knee replacement) ଅପରେଶନ ଦରକାର ହୁଏ। ନ ହେଲେ ଅବଶିଷ୍ଟ ତିନୋଟି ଷ୍ଟେଜ୍‌ରେ ଡାକ୍ତର କେତେଗୁଡିଏ ଚିକିତ୍ସା ପ୍ରଣାଳୀ ଅନୁସରଣ କରି ଏହାର ଚିକିତ୍ସା କରିଥାଆନ୍ତି।
ଏଇ ପେନ୍‌ କ୍ଲିନିକ ଏବଂ ପେନ୍‌ ମ୍ୟାନେଜମେଣ୍ଟ ବିଦେଶରେ ସବୁ ଡାକ୍ତରଖାନାରେ ଉପଲବ୍ଧ। ତେଣୁ ଆମ ରାଜ୍ୟରେ ଏହି ସୁବିଧା କେବଳ କଟକ କିମ୍ବା ଭୁବନେଶ୍ୱରରେ ସୀମିତ ନ ରହି ଯଦି ରାଜ୍ୟର ସବୁ ଜିଲାରେ ଉପଲବ୍ଧ ହୋଇପାରନ୍ତା ତେବେ ସମସ୍ତେ ଏହାର ସୁଫଳ ପାଇପାରନ୍ତେ।

ଡା. ରାଜେନ୍ଦ୍ର ସାହୁ
-ସିନିୟର ପେନ୍‌ ମ୍ୟାନେଜମେଣ୍ଟ ସ୍ପେଶାଲିଷ୍ଟ
କିମ୍‌ସ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ, ଭୁବନେଶ୍ୱର
ମୋ: ୮୫୯୭୩୮୪୨୮୬


Enter your email to get our daily news in your inbox.

All Right Reserved By Dharitri.Com

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

୨୦୨୭ରେ ଶନିଙ୍କ ମହାଗୋଚର: ଏହି ରାଶି ପାଇବ ସାଢେସାତୀରୁ ମୁକ୍ତି, ଆରମ୍ଭ ହେବ ଗୋଲ୍ଡେନ ଟାଇମ, ଚାକିରିରେ ପଦୋନ୍ନତି!

କର୍ମଫଳଦାତା ଶନିଦେବ ପ୍ରାୟ ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ, ଜ୍ୟୋତିଷ ଗଣନା ଅନୁସାରେ ୩…

୨୦୨୭ରେ ମେଷ ରାଶିକୁ ଯିବେ ଶନି: ବର୍ଷ ଆରମ୍ଭରୁ ଆର୍ଥିକ ସମସ୍ୟାରେ ବୁଡିରହିବେ ଏହି ରାଶି, ଏମାନଙ୍କ ଉପରେ ଧନବର୍ଷା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଅନୁଶାସନ, କର୍ମ ଓ ନ୍ୟାୟର ଗ୍ରହ ବୋଲି ମନେ କରାଯାଏ। ଅନ୍ୟ ଗ୍ରହଙ୍କ ତୁଳନାରେ ଶନିଙ୍କ ଗତି ଧୀର ହୋଇଥିବାରୁ ତାଙ୍କ…

ମାସେ ଯାଏ ସାବଧାନ ରୁହନ୍ତୁ ୩ ରାଶି! ଶନି-ସୂର୍ଯ୍ୟ ଏକାସାଙ୍ଗରେ କରିବେ କଲବଲ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ଅଧିପତି ଏବଂ ଶନିଙ୍କୁ କର୍ମ ଓ ନ୍ୟାୟର କାରକ ବୋଲି ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ସୂର୍ଯ୍ୟ ଓ ଶନିଙ୍କ…

୩୧ ଦିନ ପରେ ଉଦୟ ହେଲେ ବୁଧ: ବୃଷ ସମେତ ୫ ରାଶିଙ୍କ ଉପରେ ଧନବର୍ଷା! ଘର-ଗାଡ଼ି କିଣିବାର ରହିଛି ଯୋଗ

ଭୁବନେଶ୍ୱର: ୩୧ ଦିନ ଅସ୍ତ ରହିବା ପରେ ୨୦୨୬ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରେ ଉଦୟ ହୋଇଛନ୍ତି ବୁଧ। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ, ମଙ୍ଗଳ…

ଆଉ ୨ ଦିନ ପରେ ୩ ରାଶିଙ୍କ ଉପରୁ କଟିଯିବ ଶନିଦଶା! ଅପାର ଧନ ଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚର ଓ ଗତି ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଅନ୍ୟ ଗ୍ରହମାନଙ୍କ ତୁଳନାରେ ଶନି ଧୀରେ ଗତି କରୁଥିବାରୁ ତାଙ୍କ ରାଶି ପରିବର୍ତ୍ତନର…

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ଏବେଠୁ ସତର୍କ ରୁହନ୍ତୁ ୩ ରାଶି: ଡିସେମ୍ବର ଯାଏ କଲବଲ କରିବେ ରାହୁ-କେତୁ, ହାତରୁ ଯିବ ଚାକିରି! ସହିବେ ବଡ଼ କ୍ଷତି

ବୈଦିକ ଜ୍ୟୋତିଷରେ ରାହୁ ଓ କେତୁଙ୍କୁ ଛାୟା ଗ୍ରହ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମତ ଅନୁସାରେ ଏହି ଦୁଇ ଗ୍ରହଙ୍କ ପ୍ରଭାବରେ ଜୀବନରେ ହଠାତ୍‌ ଲାଭ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?