ଡାଇବେଟିସ୍‌ ଓ ଦୃଷ୍ଟିଶକ୍ତି

ଡାଇବେଟିସ ବା ମଧୁମେହକୁ ନୀରବ ଘାତକ ଭାବରେ ବିବେଚନା କରାଯାଏ। କାରଣ ଏହାଦ୍ୱାରା ଶରୀରର ଅଧିକାଂଶ ଅଙ୍ଗ ଆକ୍ରାନ୍ତ ହୋଇଥାଏ, ଯାହାଫଳରେ ପରବର୍ତ୍ତୀ ସମୟରେ ରୋଗୀ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଏ। ବିଶେଷଭାବରେ ଡାଇବେଟିସ୍‌ ଅସନ୍ତୁଳିତ ରହିଲେ ତାହାର ପ୍ରଭାବ ମୁଖ୍ୟତଃ ହୃତ୍‌ପିଣ୍ଡ (ହାର୍ଟ), କିଡ୍‌ନୀ ଏବଂ ଚକ୍ଷୁ ଉପରେ ପଡିଥାଏ। ଏହାଦ୍ୱାରା ଚକ୍ଷୁ ଆକ୍ରାନ୍ତ ହେଲେ ରେଟିନାରେ ଥିବା ଶିରା ପ୍ରଶିରା ପ୍ରଭାବିତ ହୁଏ। ଡାଇବେଟିସ ଅଧିକ ବଢ଼ିଗଲେ ଶିରା ଫାଟି ସେଥିରୁ ରକ୍ତ କ୍ଷରଣ ହୁଏ। ଫଳରେ ଏହାର ପ୍ରଭାବ ଦୃଷ୍ଟିଶକ୍ତି ଉପରେ ପଡିଥାଏ। ଡାଇବେଟିସ୍‌ ଦ୍ୱାରା ଆଖି ଆକ୍ରାନ୍ତ ହେଲେ ତାହା ହଠାତ୍‌ ଜଣାପଡି ନ ଥାଏ। ଦୃଷ୍ଟିଶକ୍ତି ଜନିତ ସମସ୍ୟା ଅଧିକ ବଢ଼ିଗଲେ ପରୀକ୍ଷା ସମୟରେ ଆଖି ଭିତରେ ସୃଷ୍ଟି ହୋଇଥିବା ଗୁରୁତର ସମସ୍ୟା ବିଷୟରେ ଡାକ୍ତର ଜାଣିପାରନ୍ତି। ସେହି ସମୟରେ ଚକ୍ଷୁ ସମସ୍ୟାର ଅବସ୍ଥାକୁ ଅନୁଧ୍ୟାନ କରି ଚକ୍ଷୁ ବିଶେଷଜ୍ଞ ସଂପୃକ୍ତ ବ୍ୟକ୍ତିଙ୍କର ଚିକିତ୍ସା କରିଥାଆନ୍ତି। ବେଳେବେଳେ ଅବହେଳା କାରଣରୁ ରୋଗୀକୁ ଦୃଷ୍ଟିଶକ୍ତି ହରାଇବା ପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ତେଣୁ ଯଦି ଆପଣ ଡାଇବେଟିସ୍‌ ଦ୍ୱାରା ଆକ୍ରାନ୍ତ, ତେବେ ନିୟମିତ ସମୟ ଅନ୍ତରାଳରେ ଚକ୍ଷୁ ସହ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ଭୁଲନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri