Posted inଖେଳ

୯ ବର୍ଷ ପରେ ମିଳିଲା ବଲ୍‌; ଛକା ମାରି ହଜାଇଥିଲେ ଧୋନୀ

ମୁମ୍ବାଇ, ୨୩।୯: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୨୦୧୧ ଆଇସିସି ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଛକା ମାରି ଭାରତକୁ ବିଶ୍ୱ ବିଜେତା କରାଇଥିଲେ। ଧୋନୀ ଛକା ମାରି ଜିତାଇଥିବା ବଲ୍‌ଟି ଗ୍ୟାଲେରୀ ମଧ୍ୟରେ ପଡ଼ିଥିଲା। ଯାହା ଆଜି ପର୍ଯ୍ୟନ୍ତ ମଧ୍ୟ ମିଳିନାହିଁ। ତେବେ ଧୋନୀଙ୍କ ସମ୍ମାନାର୍ଥେ ସେହି ବଲ୍‌କୁ ତାଙ୍କୁ ପ୍ରଦାନ କରିବା ଲାଗି ମୁମ୍ବାଇ କ୍ରିକେଟ୍‌ ଆସୋସିଏଶନ (ଏମ୍‌ସିଏ) ଏବେ ସନ୍ଧାନରେ ରହିଛି। ଏହି ସମୟରେ ଏମ୍‌ସିଏକୁ ସହାୟତା କରିବା ଲାଗି ସୁନୀଲ ଗାଭାସ୍କର ଆଗେଇ ଆସିଛନ୍ତି।
କହିଛନ୍ତି, ସେ ସେହି ବ୍ୟକ୍ତିଙ୍କୁ ଜାଣିଛନ୍ତି, ଯାହା ପାଖକୁ ସେହି ବଲ୍‌ଟି ଯାଇ ପଡ଼ିଥିଲା। ଜଣେ ସାଙ୍ଗଙ୍କ ମାଧ୍ୟମରେ ସେ ସେହି ବଲ୍‌ ରଖିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ପାଇଛନ୍ତି। ଏମ୍‌ସିଏରୁ ମିଳିଥିବା ସୂଚନା ଅନୁଯାୟୀ, ଧୋନୀଙ୍କ ସେହି ଛକାଟି ‘ଏଲ୍‌’ ବ୍ଲକର ୨୧୦ ନମ୍ବର ସିଟରେ ପଡ଼ିଥିଲା। ଏହା ସହିତ ସେହି ବ୍ୟକ୍ତିଙ୍କ ନାମ ଏବେ ଜଣାପଡ଼ିଛି, ଯାହାଙ୍କ ନାମରେ ଏହି ସିଟ୍‌ ରିଜର୍ଭ ରହିଥିଲା। ଗାଭାସ୍କର ମଧ୍ୟ କହିଛନ୍ତି ଯେ, ବିଶ୍ୱକପ୍‌ ଫାଇନାଲରେ ସେହି ୨୧୦ ନମ୍ବର ସିଟ୍‌ରେ ବସିଥିବା ବ୍ୟକ୍ତିଙ୍କୁ ସେ ଜାଣିଛନ୍ତି। ସେହି ବ୍ୟକ୍ତିଙ୍କ ପାଖରେ ବଲ୍‌ ରହିଛି। ଏମ୍‌ସିଏ ଏବେ ଗାଭାସ୍କରଙ୍କ ସହାୟତାରେ ସେହି ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ, ଗତ ମାସରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ। ଏହାପରେ ଏମ୍‌ସିଏ ଧୋନୀଙ୍କ ସମ୍ମାନାର୍ଥେ ସେହି ବଲ୍‌ ଓ ସିଟ୍‌କୁ ଧୋନୀଙ୍କ ନାମରେ କରିବାକୁ ଚିନ୍ତା କରିଛି। କିନ୍ତୁ ବଲ୍‌ଟି ମିଳି ନ ଥିବାରୁ ଏହା ଏମ୍‌ସିଏ ପାଇଁ ଚିନ୍ତାର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

ଚିହିଁକି ଉଠିଲା ଇରାନ, UAE ସମେତ ଏହି ୮ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼, ଆମେରିକୀୟ ଘାଟିରୁ…

ତେହରାନ,୨୮।୨: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ପ୍ରଭାତ, କହିଲେ…

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଶନିବାର ଦଳରୁ ବହିଷ୍କୃତ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri