ଢେଙ୍କାନାଳରେ ୪ ପର୍ଯ୍ୟାୟରେ ଭୋଟ

ଢେଙ୍କାନାଳ ଅଫିସ, ୧୨।୧ – ଢେଙ୍କାନାଳ ଜିଲାରେ ୪ ପର୍ଯ୍ୟାୟରେ ଫେବୃୟାରୀ ୧୬, ୧୮, ୨୦, ୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ହିନ୍ଦୋଳ ଏବଂ ଗଁଦିଆ ବ୍ଲକରେ ୧୬, ସଦର ଏବଂ ଓଡ଼ାପଡ଼ା ବ୍ଲକରେ ୧୮, ପରଜଙ୍ଗ ଏବଂ କାମାକ୍ଷାନଗର ବ୍ଲକରେ ୨୦, କଙ୍କଡ଼ାହାଡ଼ ଏବଂ ଭୁବନ ବ୍ଲକରେ ୨୨ ତାରିଖରେ ମତଦାନ ହେବ।
ହିନ୍ଦୋଳ ବ୍ଲକର ୪ ଜିଲା ପରିଷଦ, ୩୫ ସରପଞ୍ଚ ଏବଂ ସମିତି ସଭ୍ୟ, ୪୪୬ ୱାର୍ଡସଭ୍ୟ ପଦବୀରେ ନିର୍ବାଚନ ହେବାକୁ ଥିବାବେଳେ ୧ଲକ୍ଷ ୩୨ହଜାର ୩୦୪ ଭୋଟର ମତଦାନ ସାବ୍ୟସ୍ତ କରିବେ। ଗଁଦିଆ ବ୍ଲକର ୪ ଜିଲା ପରିଷଦ, ୨୯ ସରପଞ୍ଚ ଓ ସମିତି ସଭ୍ୟ ସାଙ୍ଗକୁ ୪୨୬ ଓ୍ବାର୍ଡସଭ୍ୟ ପଦବୀ ପାଇଁ ଭୋଟ ହେବ। ୧ଲକ୍ଷ ୨୧ହଜାର ୮୫୬ ଭୋଟର ସେମାନଙ୍କ ମନପସନ୍ଦର ପ୍ରତିନିଧି ବାଛିବେ। ସେହିପରି ଓଡ଼ାପଡ଼ା ବ୍ଲକର ୩ ଜିଲା ପରିଷଦ, ୨୮ ସରପଞ୍ଚ ଓ ସମିତି ସଭ୍ୟ, ୪୧୯ ୱାର୍ଡମେମ୍ବର ପଦବୀରେ ନିର୍ବାଚନ ହେବ। ବ୍ଲକରେ ୧ଲକ୍ଷ ୧୦ହଜାର ୩୨୦ ଭୋଟର ରହିଛନ୍ତି। ସଦର ବ୍ଲକରେ ୪ ଜିଲା ପରିଷଦ, ୩୦ ସରପଞ୍ଚ ଓ ସମିତି ସଭ୍ୟ, ୩୯୯ ୱାର୍ଡମେମ୍ବର ପଦବୀ ପାଇଁ ନିର୍ବାଚନ ହେବ। ବ୍ଲକର ମତଦାତା ସଂଖ୍ୟା ୧ଲକ୍ଷ ୧୮ହଜାର ୨୬୯।
ପରଜଙ୍ଗ ବ୍ଲକରେ ୩ ଜିଲା ପରିଷଦ, ୨୯ ସରପଞ୍ଚ ଓ ସମିତି ସଭ୍ୟ, ୩୬୧ ୱାର୍ଡମେମ୍ବର ପଦବୀରେ ୧ଲକ୍ଷ ୭ହଜାର ୬୧୭ ଭୋଟର ମତଦାନ ସାବ୍ୟସ୍ତ କରିବେ। କାମାକ୍ଷାନଗର ବ୍ଲକର ୩ ଜିଲା ପରିଷଦ, ୨୨ ସରପଞ୍ଚ ଓ ସମିତି ସଭ୍ୟ, ୨୯୬ ୱାର୍ଡମେମ୍ବରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୧,୩୪୪ ଭୋଟର। କଙ୍କଡ଼ାହାଡ଼ ବ୍ଲକର ୩ ଜିଲା ପରିଷଦ, ୨୧ ସରପଞ୍ଚ ଓ ସମିତି ସଭ୍ୟ, ୨୭୬ ୱାର୍ଡମେମ୍ବର ପଦବୀରେ ଭୋଟ ହେବାକୁ ଥିବାବେଳେ ୮୩,୨୦୦ ଭୋଟର ରହିଛନ୍ତି। ସେହିପରି ଭୁବନ ବ୍ଲକରେ ୩ ଜିଲା ପରିଷଦ, ୧୮ ସରପଞ୍ଚ ଓ ସମିତି ସଭ୍ୟ, ୨୫୮ ୱାର୍ଡସଭ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ବ୍ଲକରେ ୮୨,୭୪୭ ଭୋଟର ସେମାନଙ୍କ ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିବେ।
ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ଆଶାୟୀ ପ୍ରାର୍ଥୀ ଜାନୁୟାରୀ ୧୭ରୁ ୨୧ ଯାଏ ନାମାଙ୍କନ ଦାଖଲ କରିପାରିବେ। ଏଥିଲାଗି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ସମୟ ଧାର୍ଯ୍ୟ କରାଯାଇଛି। ୨୨ରେ ଯାଞ୍ଚ ପରେ ୨୩ରେ ପ୍ରାର୍ଥୀପତ୍ର ତାଲିକା ପ୍ରକାଶିତ ହେବ। ୨୫ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ଦିନ ଧାର୍ଯ୍ୟ କରାଯାଇଥିବାବେଳେସେହିଦିନ ଚୂଡ଼ାନ୍ତ ତାଲିକା ପ୍ରକାଶିତ ହେବ। ସେହିପରି ଜିଲା ପରିଷଦ ପାଇଁ ଜାନୁୟାରୀ ୧୭ରୁ ୨୧ ଯାଏ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥତ୍ପତ୍ର ଦାଖଲ ହେବ। ୨୨ରେ ଯାଞ୍ଚ, ୨୩ରେ ତାଲିକା ପ୍ରକାଶ, ୨୫ ତାରିଖ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଏବଂ ଅପରାହ୍ନ ୩ଟା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ। ନିର୍ଦ୍ଧାରିତ ଦିବସରେ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏ ଭୋଟଗ୍ରହଣ ହେବ ବୋଲି ଜିଲା ପଞ୍ଚାୟତ ଅଧିକାରୀ ଚନ୍ଦ୍ରଶେଖର ମହାରଣା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦…

ଦେବୋତ୍ତର ଜମି ଧାନବିକ୍ରି ପଞ୍ଜୀକରଣକୁ ନା: ଚିନ୍ତାରେ ଦେବଦେବୀଙ୍କ ସେବାୟତ

ବରଗଡ଼,୧୮।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପଞ୍ଜୀକରଣରେ ଏଥର ନୂଆଁ କଟକଣାଗୁଡ଼ିକ ଚାଷୀଙ୍କ ପାଇଁ ଅଡୁଆ ସାଜିଛି।…

ଯୋବ୍ରା ଆନିକଟ ବ୍ରିଜ୍‌ରେ ଭାସୁଛି ମହିଳାଙ୍କ ମୃତଦେହ, ପୋଲିସ…

କଟକ,୧୮।୮(ପ୍ରଭୁକଲ୍ୟାଣ ପାଲ): କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ଗେଟ ନମ୍ବର ୪୧/୪୨ ରେ ଅଜଣା ମହିଳାଙ୍କ ମୃତଦେହ…

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri