ଆଜି ଆଇଆଇଏମ୍‌ ସମ୍ବଲପୁରରେ ୧୦୦ କ୍ୟୁବ୍‌ ଷ୍ଟାର୍ଟଅପ୍‌ର ଶୁଭାରମ୍ଭ କରିବେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧ା୩(ସୁନିତ୍‌ ମିଶ୍ର):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଓ ଶନିବାର ସମ୍ବଲପୁର ଗସ୍ତରେ ରହିବେ। ସେ ଆଇଆଇଏମ୍‌ ୧୦୦ କ୍ୟୁବ୍‌ ଷ୍ଟାର୍ଟଅପ୍‌ର ଶୁଭାରମ୍ଭ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶୁକ୍ରବାର ସେ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଏନ୍‌ଏସ୍‌ଡିସି ଏବଂ ବଜାଜ୍‌ ଫିନ୍‌ସର୍ଭ ପକ୍ଷରୁ ଆୟୋଜିତ ପ୍ରୋଜେକ୍ଟ ଓଡିସର୍ଭର ଶୁଭାରମ୍ଭ କରିବେ। ପ୍ରୋଜେକ୍ଟ ଓଡିସର୍ଭ ହେଉଛି ଆର୍ଥିକ ସେବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ଯହିଁରେ ଯୁବବର୍ଗଙ୍କୁ ଆର୍ଥିକ ସେବା କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯିବ। ଓଡ଼ିଶାରେ ଯୁବପିଢ଼ିଙ୍କ ମାଧ୍ୟମରେ ନବସୃଜନରୁ ନବ ଉଦ୍ୟୋଗ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଆଇଆଇଟି ଭୁବନେଶ୍ୱର ପରେ ଆଇଆଇଏମ୍‌ ସମ୍ବଲପୁରରେ ଏହା ୨ୟ କାର୍ଯ୍ୟକ୍ରମ। ସେ ‘ସମ୍ବଲପୁର ହଟିଆ- ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିବେ। କେନ୍ଦ୍ରମନ୍ତ୍ରୀ ୨ରେ ରେଢ଼ାଖୋଲରେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ସାମିଲ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି

କଟକ,୨ା୫ (କାର୍ତ୍ତିକ ସାହୁ): ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଗ୍ରହଣ କରିଥିବା ପୋଷ୍ୟପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି।...

ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ!

ଭୁବନେଶ୍ୱର,୨।୫: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ। ଭାଜପାର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ବଦଳି ନିର୍ଦ୍ଦେଶ...

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ବିଜେଡିକୁ ଭୋଟ ଦେବାକୁ ମିଶନ ଶକ୍ତି ମହିଳାଙ୍କୁ ଧମକାଉଛନ୍ତି ପାଣ୍ତିଆନଙ୍କ ସ୍ତ୍ରୀ ସୁଜାତା: ଭାଜପା

ଭୁବନେଶ୍ୱର,୨।୫: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ଦେଲା ଭାଜପା। ସରକାରୀ ଅଧିକାରୀ ହୋଇ ବିଜେଡି ଏଜେଣ୍ଟ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଟିକେଟ୍‌ ନ ମିଳିବାରୁ ବିଜେଡିରୁ ଇସ୍ତଫା ଦେଲେ ସନ୍ତୋଷ ଖଟୁଆ

ଭୁବନେଶ୍ୱର,୨।୫: ଆଜି ବିଜେଡି ନୀଳଗିରି ବିଧାୟକ ପାର୍ଥୀ ଘୋଷଣା କରିଛି। ହେଲେ ନୀଳଗିରି ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା ବାଲେଶ୍ୱର ଜିଲା ବିଜେଡି ଉପ-ସଭାପତି ସନ୍ତୋଷ...

ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ: ୯ ଜଣ ଶ୍ରମିକ ଆହତ

ଭୁବନେଶ୍ୱର,୨।୫: କେନ୍ଦୁଝର ସ୍ଥିତ ଏକ ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୯ ଜଣ ଶ୍ରମିକ ଆହତ ହୋଇଛନ୍ତି। ରୁଗୁଡ଼ି ସ୍ଥିତ KJS ଆଲୁୱାଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri