Dharitri Youth Conclave 2025: ପରିବେଶବିତ୍‌ କାର୍ତ୍ତିକ ଶଙ୍କର

ଧରିତ୍ରୀ ୟୁଥ୍‌ କନକ୍ଲେଭ ର ପଞ୍ଚମ ସଂସ୍କରଣ ନଭେମ୍ବର ୨୪ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ବିଶ୍ୱର ଯୁବ ଜଳବାୟୁ ପ୍ରବକ୍ତାମାନଙ୍କୁ ଏକତ୍ରିତ କରିବାର ଏକ ପ୍ରମୁଖ ମାଧ୍ୟମ ସାଜିଛି। ‘ଜଳବାୟୁ ପରିବର୍ତ୍ତନ: ଫାଇଣ୍ଡିଂ ସଲ୍ୟୁଶନ’ ବିଷୟବସ୍ତୁ ଆଧାରରେ ଆୟୋଜନ ହେବାକୁ ଥିବା ଏହି ସମ୍ମିଳନୀ ଯୁବପିଢ଼ିଙ୍କ ମଧ୍ୟରେ ଅଭିନବ ଚିନ୍ତାଧାରା ବାଣ୍ଟିବା, ଅର୍ଥପୂର୍ଣ୍ଣ ଆଲୋଚନାରେ ସାମିଲହେବା ସହ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ କାର୍ଯ୍ୟକ୍ଷମ ସମାଧାନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟ୍‌ଫର୍ମ ଭାବେ କାର୍ଯ୍ୟ କରିବ। ବିଶ୍ୱ ପରିବେଶ ନୀତି ଏବଂ କାର୍ଯ୍ୟକୁ ସୁସଂଗଠନ ସହିତ ଭବିଷ୍ୟତ ପଦକ୍ଷେପ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରିବ। ଧରିତ୍ରୀ ଯୁବ ସମ୍ମିଳନୀ ଜଳବାୟୁ ପରିବର୍ତ୍ତନ ପାଇଁ ସୃଜନଶୀଳ ଏବଂ ପ୍ରଭାବଶାଳୀ ସମାଧାନ ବିକାଶ କରିବାରେ ଯୁବପିଢ଼ିଙ୍କ ମଧ୍ୟରେ ସମ୍ଭାବନା ସୃଷ୍ଟି କରିବାରେ ସହାୟକ ହେବ। ଏହି କନ୍‌କ୍ଲେଭ୍‌ରେ ବିଶେଷଜ୍ଞଙ୍କ ପ୍ୟାନେଲ୍‌ ଆଲୋଚନା ସହିତ ପ୍ରମୁଖ ପରିବେଶବିତ୍‌ ଏବଂ ସଂଗଠନ ସହ ନେଟୱର୍କିଂ ସୁଯୋଗ ପ୍ରଦାନ କରାଯିବ। ଅଂଶଗ୍ରହଣକାରୀମାନେ ପ୍ରସିଦ୍ଧ ବିଶେଷଜ୍ଞମାନଙ୍କଠାରୁ ଶିଖିବା, ଚିନ୍ତାଧାରା ଆଦାନପ୍ରଦାନ କରିବା ଆଦିର ସୁଯୋଗ ପାଇବେ। ଏଥି ସହ ସନ୍ଧ୍ୟାରେ ପ୍ରସିଦ୍ଧ ସଙ୍ଗୀତଜ୍ଞଙ୍କ ଦ୍ୱାରା ପରିବେଶ ବିଷୟବସ୍ତୁ ଉପରେ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଆୟୋଜନ ହେବ।

ଜଣେ ଆଗ ଧାଡ଼ିର ପରିବେଶବିତ୍‌ ଭାବେ ବେଶ୍‌ ଜଣାଶୁଣା କାର୍ତ୍ତିକ ଶଙ୍କର। ତାଙ୍କର ଗବେଷଣା ପର୍ବତ ଓ ସାମୁଦ୍ରିକ ଉଭୟ ପ୍ରଣାଳୀ ଉପରେ ଆଧାରିତ। କାର୍ତ୍ତିକ ଗତ ୨୦ବର୍ଷ ଧରି ସେ ସାମୁଦ୍ରିକ କଇଁଛ ସଂରକ୍ଷଣ ପାଇଁ କାର୍ଯ୍ୟ କରୁଛନ୍ତି। ବିଶେଷକରି ସେ ଓଡ଼ିଶା ଉପକୂଳରେ ଅଲିଭ୍‌ ରିଡ୍‌ଲେ କଇଁଛମାନଙ୍କ ଉପରେ ଗବେଷଣା କରୁଛନ୍ତି। ଏହା ସାମୁଦ୍ରିକ ସଂରକ୍ଷଣ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି।
ସଂରକ୍ଷଣ, ପ୍ରାକୃତିକ ସମ୍ପଦ ପରିଚାଳନା ଏବଂ ସ୍ଥାୟୀ ବିକାଶ ପାଇଁ କାମ କରୁଥିବା ସଂଗଠନ ‘ଦକ୍ଷିନ୍‌ ଫାଉଣ୍ଡେଶନ୍‌’ର ସେ ପ୍ରତିଷ୍ଠାତା ଟ୍ରଷ୍ଟି । ବର୍ତ୍ତମାନ ବାଙ୍ଗାଲୋରର ଭାରତୀୟ ବିଜ୍ଞାନ ସଂସ୍ଥାନ (ଆଇଆଇଏସ୍‌ସି)ର ପରିବେଶ ବିଜ୍ଞାନ କେନ୍ଦ୍ର (ସିଇଏସ୍‌)ରେ ସେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ସେଠାରେ ବେଙ୍ଗ, ସରୀସୃପ, ପକ୍ଷୀ, ଉଦ୍ଭିଦ ଏବଂ ରିଫ୍‌ ମାଛ ସହିତ ଅନ୍ୟ ସାମୁଦ୍ରିକ ଜୀବଙ୍କ ଉପରେ ଛାତ୍ରଙ୍କ ଦ୍ୱାରା କରାଯାଉଥିବା ଗବେଷଣାକୁ ତଦାରଖ କରୁଛନ୍ତି। ସେ ଭାରତରେ ସାମୁଦ୍ରିକ କଇଁଛ ସଂରକ୍ଷଣର ଐତିହାସିକ ବିବରଣୀ ସମ୍ପନ୍ନ ‘ଫ୍ରମ୍‌ ସୁପ୍‌ ଟୁ ସୁପରଷ୍ଟାର’ ପୁସ୍ତକର ଲେଖକ। ଏଥିସହିତ କାର୍ତ୍ତିକ ଅବସର ସମୟରେ ପିଲାଙ୍କ କାହାଣୀ ମାଧ୍ୟମରେ ସେମାନଙ୍କ ମନକୁ ଭିନ୍ନ ରାଇଜକୁ ନେବାକୁ ଚେଷ୍ଟା କରନ୍ତି; ଯେଉଁଥିରେ ‘ଲୋରିସ୍‌ ମ୍ୟାଜିକାଲ ମିଷ୍ଟ୍ରି’, ‘ଟର୍ଟଲ ଷ୍ଟୋରି’, ‘ଦି ଆଡ୍‌ଭେଞ୍ଚର୍ସ ଅଫ୍‌ ଫିଲାଉଟସ ଫ୍ରଗ୍‌’ ଏବଂ ‘ମୁନ୍‌ଲାଇଟ ଇନ୍‌ ଦି ସି’ ଅନ୍ତର୍ଭୁକ୍ତ। ପରିବେଶର ସଂରକ୍ଷଣ, ସ୍ଥାୟୀ ଜୀବିକା, ସାମାଜିକ ବିକାଶ ଆଦିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ କାର୍ତ୍ତିକ ‘ଦକ୍ଷିନ୍‌ ଫାଉଣ୍ଡେଶନ୍‌’ ଜରିଆରେ ଆଗକୁ ବଢ଼ି ଚାଲିଛନ୍ତି।
ନଭେମ୍ବର ୨୪ରେ ଧରିତ୍ରୀ ପକ୍ଷରୁ ଅନୁଷ୍ଠିତ ‘ଯୁବ ସମ୍ମିଳନୀ ୨୦୨୫’ରେ କାର୍ତ୍ତିକ ଶଙ୍କର ପ୍ୟାନେଲିଷ୍ଟ ଭାବରେ ଯୋଗଦେବେ। ତାଙ୍କର ବିଶେଷ ଅଭିଜ୍ଞତା ଏବଂ ଅନ୍ତର୍ଦୃଷ୍ଟି ଧରିତ୍ରୀ ଯୁବ ସମ୍ମିଳନୀକୁ ସମୃଦ୍ଧ କରିବ, ଯାହା ପରବର୍ତ୍ତୀ ପିଢ଼ିର ଜଳବାୟୁ ସଂରକ୍ଷଣର ଅଗ୍ରଗାମୀଙ୍କୁ ପ୍ରେରଣା ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?