ସୁଭଦ୍ରା ଯୋଜନା ଲାଗି ଆଧାରକାର୍ଡ ସେଣ୍ଟରରେ ମହିଳାଙ୍କୁ ଠକେଇ: ଖବର ପ୍ରକାଶ ପରେ ଚଢାଉ କଲେ ଏସଡିପିଓ, ପୋଲିସ

ପୁରୁଷୋତ୍ତମପୁର,୧୦।୯ (ସୀମାଞ୍ଚଳ ମିଶ୍ର): ଆଧାରକାର୍ଡ ସେଣ୍ଟରରେ ଗରିବ ଶ୍ରେଣୀର ମହିଳା ମାନଙ୍କଠାରୁ ଅଧିକ ଟଙ୍କା ନେଉଥିବାର ଅଭିଯୋଗ ପରେ ଚଢ଼ାଉ କରିଛନ୍ତି ପୁଷୋତ୍ତମପୁର ଏସଡିପିଓ, ପୋଲିସ। ମଙ୍ଗଳବାର ଏହି ଖବର ଧରିତ୍ରୀ ୱେବ’ରେ ପ୍ରକାଶ ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ। ଏପରି ନିର୍ଦ୍ଧାରିତ ଦେୟ ପରିମାଣଠୁ ଅଧିକ ଟଙ୍କା ନେଇଥିବା ମହିଳା ଓ ନିରିହ ଲୋକଙ୍କୁ ଡାକି ତୁରନ୍ତ ଟଙ୍କା ଫେରାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ମହିଳାଙ୍କ ବିକାଶ ଲାଗି ରାଜ୍ୟ ସରକାର ଆଣିଥିବା ସୁଭଦ୍ରା ଯୋଜନାର ଆବେଦନ ଆରମ୍ଭ ହୋଇଯାଇଛି। ଆବେଦନ ବେଳେ ଆଧାରକାର୍ଡରେ ମୋବାଇଲ ନମ୍ବର ଅପଡେଟ୍‌ କରିବା ସହ ସଂଶୋଧନ କରିବା ଲାଗି ଆଧାରକାର୍ଡ ସେଣ୍ଟରରେ ସକାଳୁ ସନ୍ଧ୍ୟା ଯାଏ ମହିଳାଙ୍କ ଅସମ୍ଭାଳ ଭିଡ ଲାଗିରହୁଛି। ଏହାର ସୁଯୋଗ ନେଇ ପୁରୁଷୋତ୍ତମପୁରରେ ଥିବା ଆଧାରକାର୍ଡ ସେଣ୍ଟରରେ ଗରିବ ଶ୍ରେଣୀର ମହିଳା ମାନଙ୍କଠାରୁ ଅଧିକା ଟଙ୍କା ନେଉଥିବାର ଅଭିଯୋଗ ହୋଇଥିଲା।

ଏହି ଖବରକୁ ନେଇ କେବଳ ‘ଧରିତ୍ରୀ ୱେବ’ରେ ମଙ୍ଗଳବାର ଖବର ପ୍ରକାଶକୁ ନେଇ ପୁଷୋତ୍ତମପୁର ଏସଡିପିଓ ରଜନିକାନ୍ତ ସାମଲ ଓ ପୋଲିସ କର୍ମଚାରି ମାନେ ଷ୍ଚେଟ ବ୍ଯାଙ୍କ ନିକଟରେ ଥିବା ”ଖୁସି ଅନଲାଇନ ସର୍ଭିସ ଆଧାର ସେଣ୍ଟର”ରେ ଚଢାଉ କରି ତନାଘନା କରିବା ସହ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ତାଗିତ କରିଛନ୍ତି। ଏପରି ନିର୍ଦ୍ଧାରିତ ଦେୟ ପରିମାଣଠୁ ଅଧିକ ଟଙ୍କା ନେଇଥିବା ମହିଳା ଓ ନିରିହଲୋକଙ୍କୁ ଡାକି ତୁରନ୍ତ ଟଙ୍କା ଫେରାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନତୁବା ଆଇନ ଅନୁସାରେ ଦୃଢ ପଦକ୍ଷେପ ନେବାକୁ ଚେତେଇ ଦେଇଛନ୍ତି।

ଆଧାର କାର୍ଡରେ ମୋବାଇଲ ଲିଙ୍କ, ଠିକଣା ସଂସୋଧନ, ବାୟୋମେଟ୍ରିକ ସଂସୋଧନ ଓ ନୂତନ ଆଧାରକାର୍ଡ କରିବା ଲାଗି ଆଧାର ସେଣ୍ଟରମାନଙ୍କରେ ମନଇଚ୍ଛା ୨ଶହ ଠାରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଜୋର ଜବରଦସ୍ତ ଆଦାୟ କରୁଛନ୍ତି। ଏପରିକି ଲୋକଙ୍କୁ ମନଇଛା ଅସଦ ବ୍ଯବହାର ମଧ୍ଯ ପ୍ରଦର୍ଶନ କରୁଥିବାର ଅଭିଯୋଗ ହୋଇଛି। ଏହାକୁ ନେଇ ଆଧାରକାର୍ଡ ସେଣ୍ଟର ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଭୁବନେଶ୍ବରର ଏକ କମ୍ପାନି ଏଠାରେ ସେଣ୍ଟର ଖୋଲିଛି। ତାଙ୍କର ନିର୍ଦ୍ଦେଶ ପ୍ରକାରେ କାର୍ଯ୍ୟ କରାଯାଉଛି।

ଅନ୍ୟପଟେ ରାଜ୍ୟ ୟୁଆଇଡିଏଆଇ (ଆଧାରକାର୍ଡ ) ବିଭାଗିୟ ଡାଇରେକ୍ଟର କାର୍ଯ୍ୟାଳୟ ଭୁବନେଶ୍ବର, ଫୋନ ନଂ ୦୬୭୪ ୨୯୧୫୨୧୭ରେ ପିଏସଓ ଦେବିଦତ୍ତ ଗୋସ୍ବାମୀଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି , ନୂତନ ଆଧାର କରିବା ଲାଗି ସମ୍ପୂର୍ଣ୍ଣ ମାଗଣା ରହିଥିବା ବେଳେ ମୋବାଇଲ ଲିଙ୍କ ଲାଗି ଶହେ ଟଙ୍କା ରହିଛି। ବୟୋ ମେଟ୍ରିକ ଫିଙ୍ଗର ପ୍ରିଣ୍ଟ ଲାଗି ଶହେ ଟଙ୍କା ରହିଛି ଓ ଠିକଣା ସଂଶୋଧନ ଏବଂ ପରିବର୍ତ୍ତନ ଲାଗି ୫୦ ଟଙ୍କା ଫି’ ରହିଛି। ଏହି ନିର୍ଦ୍ଧାରିତ ଫି’ଠାରୁ ଯଦି ଆଧାର କାର୍ଡ ସେଣ୍ଟରରେ ଲୋକଙ୍କଠୁ ଏଭଳି ମନଇଚ୍ଛା ଅଧିକା ଫି’ ଆଦାୟ କରାଯାଉଛି ତେବେ, ସେଥିନେଇ ଲିଖିତ ଅଭିଯୋଗ ଆସିଲେ ତୁରନ୍ତ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଣୁ ତୁରନ୍ତ ଏ ଦିଗରେ ୟୁଆଇଡିଏଆଇ କର୍ତ୍ତୁପକ୍ଷ ଓ ସ୍ଥାନୀୟ ପ୍ରଶାସନ, ଜିଲା ପ୍ରଶାସନ ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?