ସୁଭଦ୍ରା ଯୋଜନା ଲାଗି ଆଧାରକାର୍ଡ ସେଣ୍ଟରରେ ମହିଳାଙ୍କୁ ଠକେଇ: ଖବର ପ୍ରକାଶ ପରେ ଚଢାଉ କଲେ ଏସଡିପିଓ, ପୋଲିସ

ପୁରୁଷୋତ୍ତମପୁର,୧୦।୯ (ସୀମାଞ୍ଚଳ ମିଶ୍ର): ଆଧାରକାର୍ଡ ସେଣ୍ଟରରେ ଗରିବ ଶ୍ରେଣୀର ମହିଳା ମାନଙ୍କଠାରୁ ଅଧିକ ଟଙ୍କା ନେଉଥିବାର ଅଭିଯୋଗ ପରେ ଚଢ଼ାଉ କରିଛନ୍ତି ପୁଷୋତ୍ତମପୁର ଏସଡିପିଓ, ପୋଲିସ। ମଙ୍ଗଳବାର ଏହି ଖବର ଧରିତ୍ରୀ ୱେବ’ରେ ପ୍ରକାଶ ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ। ଏପରି ନିର୍ଦ୍ଧାରିତ ଦେୟ ପରିମାଣଠୁ ଅଧିକ ଟଙ୍କା ନେଇଥିବା ମହିଳା ଓ ନିରିହ ଲୋକଙ୍କୁ ଡାକି ତୁରନ୍ତ ଟଙ୍କା ଫେରାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ମହିଳାଙ୍କ ବିକାଶ ଲାଗି ରାଜ୍ୟ ସରକାର ଆଣିଥିବା ସୁଭଦ୍ରା ଯୋଜନାର ଆବେଦନ ଆରମ୍ଭ ହୋଇଯାଇଛି। ଆବେଦନ ବେଳେ ଆଧାରକାର୍ଡରେ ମୋବାଇଲ ନମ୍ବର ଅପଡେଟ୍‌ କରିବା ସହ ସଂଶୋଧନ କରିବା ଲାଗି ଆଧାରକାର୍ଡ ସେଣ୍ଟରରେ ସକାଳୁ ସନ୍ଧ୍ୟା ଯାଏ ମହିଳାଙ୍କ ଅସମ୍ଭାଳ ଭିଡ ଲାଗିରହୁଛି। ଏହାର ସୁଯୋଗ ନେଇ ପୁରୁଷୋତ୍ତମପୁରରେ ଥିବା ଆଧାରକାର୍ଡ ସେଣ୍ଟରରେ ଗରିବ ଶ୍ରେଣୀର ମହିଳା ମାନଙ୍କଠାରୁ ଅଧିକା ଟଙ୍କା ନେଉଥିବାର ଅଭିଯୋଗ ହୋଇଥିଲା।

ଏହି ଖବରକୁ ନେଇ କେବଳ ‘ଧରିତ୍ରୀ ୱେବ’ରେ ମଙ୍ଗଳବାର ଖବର ପ୍ରକାଶକୁ ନେଇ ପୁଷୋତ୍ତମପୁର ଏସଡିପିଓ ରଜନିକାନ୍ତ ସାମଲ ଓ ପୋଲିସ କର୍ମଚାରି ମାନେ ଷ୍ଚେଟ ବ୍ଯାଙ୍କ ନିକଟରେ ଥିବା ”ଖୁସି ଅନଲାଇନ ସର୍ଭିସ ଆଧାର ସେଣ୍ଟର”ରେ ଚଢାଉ କରି ତନାଘନା କରିବା ସହ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ତାଗିତ କରିଛନ୍ତି। ଏପରି ନିର୍ଦ୍ଧାରିତ ଦେୟ ପରିମାଣଠୁ ଅଧିକ ଟଙ୍କା ନେଇଥିବା ମହିଳା ଓ ନିରିହଲୋକଙ୍କୁ ଡାକି ତୁରନ୍ତ ଟଙ୍କା ଫେରାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନତୁବା ଆଇନ ଅନୁସାରେ ଦୃଢ ପଦକ୍ଷେପ ନେବାକୁ ଚେତେଇ ଦେଇଛନ୍ତି।

ଆଧାର କାର୍ଡରେ ମୋବାଇଲ ଲିଙ୍କ, ଠିକଣା ସଂସୋଧନ, ବାୟୋମେଟ୍ରିକ ସଂସୋଧନ ଓ ନୂତନ ଆଧାରକାର୍ଡ କରିବା ଲାଗି ଆଧାର ସେଣ୍ଟରମାନଙ୍କରେ ମନଇଚ୍ଛା ୨ଶହ ଠାରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଜୋର ଜବରଦସ୍ତ ଆଦାୟ କରୁଛନ୍ତି। ଏପରିକି ଲୋକଙ୍କୁ ମନଇଛା ଅସଦ ବ୍ଯବହାର ମଧ୍ଯ ପ୍ରଦର୍ଶନ କରୁଥିବାର ଅଭିଯୋଗ ହୋଇଛି। ଏହାକୁ ନେଇ ଆଧାରକାର୍ଡ ସେଣ୍ଟର ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଭୁବନେଶ୍ବରର ଏକ କମ୍ପାନି ଏଠାରେ ସେଣ୍ଟର ଖୋଲିଛି। ତାଙ୍କର ନିର୍ଦ୍ଦେଶ ପ୍ରକାରେ କାର୍ଯ୍ୟ କରାଯାଉଛି।

ଅନ୍ୟପଟେ ରାଜ୍ୟ ୟୁଆଇଡିଏଆଇ (ଆଧାରକାର୍ଡ ) ବିଭାଗିୟ ଡାଇରେକ୍ଟର କାର୍ଯ୍ୟାଳୟ ଭୁବନେଶ୍ବର, ଫୋନ ନଂ ୦୬୭୪ ୨୯୧୫୨୧୭ରେ ପିଏସଓ ଦେବିଦତ୍ତ ଗୋସ୍ବାମୀଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି , ନୂତନ ଆଧାର କରିବା ଲାଗି ସମ୍ପୂର୍ଣ୍ଣ ମାଗଣା ରହିଥିବା ବେଳେ ମୋବାଇଲ ଲିଙ୍କ ଲାଗି ଶହେ ଟଙ୍କା ରହିଛି। ବୟୋ ମେଟ୍ରିକ ଫିଙ୍ଗର ପ୍ରିଣ୍ଟ ଲାଗି ଶହେ ଟଙ୍କା ରହିଛି ଓ ଠିକଣା ସଂଶୋଧନ ଏବଂ ପରିବର୍ତ୍ତନ ଲାଗି ୫୦ ଟଙ୍କା ଫି’ ରହିଛି। ଏହି ନିର୍ଦ୍ଧାରିତ ଫି’ଠାରୁ ଯଦି ଆଧାର କାର୍ଡ ସେଣ୍ଟରରେ ଲୋକଙ୍କଠୁ ଏଭଳି ମନଇଚ୍ଛା ଅଧିକା ଫି’ ଆଦାୟ କରାଯାଉଛି ତେବେ, ସେଥିନେଇ ଲିଖିତ ଅଭିଯୋଗ ଆସିଲେ ତୁରନ୍ତ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଣୁ ତୁରନ୍ତ ଏ ଦିଗରେ ୟୁଆଇଡିଏଆଇ କର୍ତ୍ତୁପକ୍ଷ ଓ ସ୍ଥାନୀୟ ପ୍ରଶାସନ, ଜିଲା ପ୍ରଶାସନ ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?