ଗଣତନ୍ତ୍ରର ବିପ୍ଳବିନୀ

ଶାନ୍ତି, କ୍ଷମତା କିମ୍ବା ପ୍ରଚାର ମାଧ୍ୟମରେ ନୁହେଁ, ବରଂ ତ୍ୟାଗ ଓ ନ୍ୟାୟ ପ୍ରତି ଦୃଢ଼ ପ୍ରତିବଦ୍ଧତା ଜରିଆରେ ଅର୍ଜନ କରାଯାଏ।“ ନରଓ୍ବେଜିଆନ୍‌ ନୋବେଲ କମିଟି ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ମାରିଆ କୋରିନା ମାଚାଡୋଙ୍କୁ ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇବେ ବୋଲି ଘୋଷଣା କରିବା ଅବସରରେ ଉପରଲିଖିତ ମନ୍ତବ୍ୟ ବାଢ଼ି ବିଶ୍ୱକୁ ଏକ ସ୍ପଷ୍ଟ ସନ୍ଦେଶ ଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଶ୍ୱରେ ଦେଖାଦେଇଥିବା ଅନେକ ଯୁଦ୍ଧକୁ ରୋକିଥିବା ଦାବି କରି ଆସୁଥିବାରୁ ଚଳିତ ବର୍ଷ ନୋବେଲ ପୁରସ୍କାର ପାଇବାକୁ ହକ୍‌ଦାର ବୋଲି କହିଆସୁଥିଲେ। ୧୦ ଅକ୍ଟୋବରରେ ମାରିଆଙ୍କ ନାମ ଘୋଷଣା ପରେ ଭେନେଜୁଏଲାର ଏକଚ୍ଛତ୍ରବାଦୀ ଶାସକଙ୍କ ବିରୋଧରେ ଲଢ଼େଇ କରୁଥିବା ଏହି ଲୌହ ମାନବୀ ୩୩୮ ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରେ ଏକମାତ୍ର ତାରକା ହେବାର ଗୌରବ ଅର୍ଜନ କରିଛନ୍ତି। ଆଲୋଚନାର ବିଷୟ ଏହା ପାଲଟିଛି ଯେ, ମାରିଆଙ୍କ ନାମ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା ହେବା ପରେ ସେ ଟ୍ରମ୍ପ୍‌, ଆମେରିକୀୟ ଜନସାଧାରଣ, ଲାଟିନ୍‌ ଆମେରିକୀୟ, ଗଣତନ୍ତ୍ର ପାଇଁ ଉଦ୍ୟମ କରୁଥିବା ରାଷ୍ଟ୍ରଗୁଡ଼ିକୁ ଧନ୍ୟବାଦ ଜଣାଇଛନ୍ତି। ଯନ୍ତ୍ରଣା ଭୋଗୁଥିବା ଭେନେଜୁଏଲାବାସୀଙ୍କ ସହ ଟ୍ରମ୍ପ୍‌ ତାଙ୍କୁ ସମର୍ଥନ ଦେଇଥିବାରୁ ମାରିଆ ଏହି ପୁରସ୍କାରକୁ ସେମାନଙ୍କ ସକାଶେ ଉତ୍ସର୍ଗ କରିଛନ୍ତି। ଏଠି ମଧ୍ୟ ମାରିଆଙ୍କ ମହାନତାର ପରିଚୟ ମିଳିଛି।

ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ତଥା ଗଣତାନ୍ତ୍ରିକ ଦଳ ‘ଭେଣ୍ଟ ଭେନେଜୁଏଲା’ର ପ୍ରତିଷ୍ଠାତା ମାରିଆ ୧୯୬୭ ମସିହାରେ କାରାକାସରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ଜଣେ ମନୋବିଜ୍ଞାନୀ ଥିବାବେଳେ ପିତା ଇସ୍ପାତ ବ୍ୟବସାୟୀ। ସେ ଇଞ୍ଜିନିୟରିଂ ଓ ଅର୍ଥନୀତିରେ ସ୍ନାତକୋତ୍ତର କରିବା ପରେ କିଛି ସମୟ ପାରିବାରିକ ବ୍ୟବସାୟରେ ନିଜକୁ ନିୟୋଜିତ କରିଥିଲେ। କିନ୍ତୁ ସାମାଜିକ ନେତୃତ୍ୱ ନେବା ପାଇଁ ତାଙ୍କ ମନ ଟାଣିବାରୁ ପ୍ରାରମ୍ଭିକ ଅବସ୍ଥାରେ ୧୯୯୨ରେ ସେ ‘ଆଟେନିଆ ଫାଉଣ୍ଡେଶନ’ ଗଢ଼ି ରାଜଧାନୀ କାରାକାସ୍‌ର ଦୁଃଖୀରଙ୍କୀଙ୍କୁ ସହାୟତା ଯୋଗାଇଥିଲେ। ପରେ ୨୦୦୨ରେ ‘ସୁମାଟେ’ ନାମକ ଭୋଟର ଅଧିକାର ସଙ୍ଗଠନ ପ୍ରତିଷ୍ଠା କରିଥିଲେ। ଏହାରି ମାଧ୍ୟମରେ ପରବର୍ତ୍ତୀ ସମୟରେ ସେ ରାଜନୀତି ଆଡ଼କୁ ଢଳିଥିଲେ ଓ ୨୦୧୧ରେ ରେକର୍ଡ ସଂଖ୍ୟକ ଭୋଟ ପାଇ ଭେନେଜୁଏଲାର ନ୍ୟାଶନାଲ ଆସେମ୍ବ୍ଲିକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ସରକାରଙ୍କ କାର୍ଯ୍ୟକୁ ଦୃଢ଼ ବିରୋଧ କରିବାରୁ ୨୦୧୪ରେ ତାଙ୍କୁ ବହିଷ୍କାର କରାଯାଇଥିଲା। ମାରିଆ ଭେଣ୍ଟ ଭେନେଜୁଏଲା ବିରୋଧୀ ଦଳର ମୁଖ୍ୟ ଅଛନ୍ତି। ୨୦୧୭ରେ ସେ ସୋୟ ଭେନେଜୁଏଲା ଆଲାଏନ୍ସ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୨୩ରେ ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ। କିନ୍ତୁ ରାଷ୍ଟ୍ରପତି ନିକୋଲାସ ମଦୁରୋ ଷଡ଼ଯନ୍ତ୍ର କରି ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ତେଣୁ ମାରିଆ ବିରୋଧୀ ଦଳଗୁଡ଼ିକର ବିକଳ୍ପ ପ୍ରାର୍ଥୀ ଏଡ୍‌ମୁଣ୍ଡେ ଗୋଞ୍ଜାଲେଜ୍‌ ଉରୁଟିଆଙ୍କୁ ସମର୍ଥନ ଘୋଷଣା କରିଥିଲେ। ହେଲେ ଏକଚ୍ଛତ୍ରବାଦୀ ଶାସକଙ୍କ ଆଗରେ ଗଣତନ୍ତ୍ରର ଅର୍ଥ କିଛି ନ ଥାଏ। ଭୋଟରେ ବ୍ୟାପକ କାରସାଦି କରିବାରୁ ମଦୁରୋ ପୁଣି ରାଷ୍ଟ୍ରପତି ହୋଇଥିଲେ।

ସୂଚନା ଦିଆଯାଇପାରେ ଯେ, ୧୯୯୦ ଦଶକ ଯାଏ ଭେନେଜୁଏଲା ଲାଟିନ୍‌ ଆମେରିକାରେ ସର୍ବାଧିକ ସମୟ ପାଇଁ ଅନ୍ୟତମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଚିତ ଥିଲା। କିନ୍ତୁ ଏବେ ସେହି ଭୂଖଣ୍ଡରେ ଭେନେଜୁଏଲା ଏକଚ୍ଛତ୍ରବାଦୀ ଶାସକଙ୍କ କବଳକୁ ଚାଲିଯାଇଛି। ହୁଗୋ ଚାଭେଜ ଗଣତନ୍ତ୍ରକୁ ମୋଡ଼ିମକଚି ଏକଚ୍ଛତ୍ରବାଦର ଧ୍ୱଜା ଉଡ଼ାଇଲା ପରେ ତାଙ୍କ ପଥ ଅନୁସରଣ କରିଚାଲିଛନ୍ତି ନିକୋଲାସ ମଦୁରୋ। ଏଭଳି ପରିପ୍ରେକ୍ଷୀରେ ଦେଶରେ ଗଣତନ୍ତ୍ରକୁ ପୁନଃ ପ୍ରତିଷ୍ଠା କରିବା ଲାଗି ମାରିଆ ପୂର୍ଣ୍ଣପ୍ରାଣରେ ଲାଗିପଡ଼ିଛନ୍ତି।

ମାରିଆଙ୍କ ବ୍ୟକ୍ତିତ୍ୱକୁ ଦେଖିଲେ ସେ ଜଣେ ଦୃଢ଼ମନା, ନୀତିବାନ୍‌ ଓ ନ୍ୟାୟ ପାଇଁ ଲଢ଼ୁଥିବା ମହୀୟସୀ ମହିଳା ପାଲଟିଯାଇଛନ୍ତି। ଏକଚ୍ଛତ୍ରବାଦ ବିରୋଧରେ ସେ ଯେଉଁଭଳି ଭାବେ ଲଢ଼ିଚାଲିଛନ୍ତି, ତାଙ୍କୁ ସମର୍ଥକମାନେ ଦେଶର ‘ଆଇରନ୍‌ ଲେଡି’ ଭାବେ ଆଖ୍ୟା ଦେଇଛନ୍ତି। ଏପରି କି ତାଙ୍କୁ ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ମାର୍ଗାରେଟ ଥାଚରଙ୍କ ସହ ତୁଳନା କରାଯାଉଛି। ଯୁକ୍ତରାଷ୍ଟ୍ର ଆମେରିକାର ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ତାଙ୍କୁ ‘ଟାଇମ୍ସ ୨୦୨୫’ର ସବୁଠାରୁ ପ୍ରଭାବଶାଳୀ ୧୦୦ ତାଲିକାରେ ‘ଦୃଢ଼ତା, ଅଦମ୍ୟ ସାହସୀ ଓ ଦେଶପ୍ରେମର ପ୍ରତୀକ’ ଭାବେ ଅଭିହିତ କରିଛନ୍ତି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ଭଳି ବ୍ୟକ୍ତି ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ମାରିଆ କରୁଥିବା ଉଦ୍ୟମକୁ ଉଚ୍ଚପ୍ରଶଂସା କରିଛନ୍ତି। ମାରିଆଙ୍କୁ ଦେଖିଲେ ମ୍ୟାନ୍‌ମାରର ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କ ବ୍ୟକ୍ତିତ୍ୱ ଆଖିଆଗକୁ ଆସିଥାଏ। ସୁ ଚୀ ମଧ୍ୟ ତାଙ୍କ ଦେଶରେ ଗଣତନ୍ତ୍ରକୁ ଏକପ୍ରକାର ସଫଳ କରିଆଣିଥିଲେ। ହେଲେ ଏକଚ୍ଛତ୍ରବାଦୀମାନେ ପୁନଶ୍ଚ ଲେଉଟି ପଡ଼ିଲେ। ତେବେ ସୁ ଚୀଙ୍କ ସଂଘର୍ଷ ତାଙ୍କୁ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ଦେଇଥିଲା।

ଭେନେଜୁଏଲା ତୈଳ ଭଣ୍ଡାରରେ ଭରପୂର ଏକ ଦେଶ, ଯାହାର ସୁଦୃଢ଼ ଅର୍ଥନୀତିକୁ ଏକଚ୍ଛତ୍ରବାଦୀ ଓ ତାଙ୍କ ସମର୍ଥକମାନେ କୋରି ଖାଇଚାଲିଛନ୍ତି। ମାରିଆଙ୍କ ଆଶା ରହିଛି ଦେଶକୁ ଗଣତନ୍ତ୍ର ଫେରିଆସିଲେ ସେଠାକାର ଜନସାଧାରଣ ତାହାର ସୁଫଳ ପାଇପାରିବେ। ଯେପର୍ଯ୍ୟନ୍ତ ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠା ନ ହୋଇଛି ସେପର୍ଯ୍ୟନ୍ତ ତାଙ୍କ ସଂଗ୍ରାମ ଜାରି ରହିବ ବୋଲି ମାରିଆ କହିଛନ୍ତି।

ବ୍ୟକ୍ତିଗତ ଜୀବନ ଦେଖିଲେ ମାରିଆ ସ୍ବାମୀଙ୍କଠାରୁ ଛାଡ଼ପତ୍ର ପାଇଛନ୍ତି। ତାଙ୍କର ତିନି ସନ୍ତାନ। ନିଜ ଦେଶରେ ଜୀବନ ପ୍ରତି ବିପଦ ଥିବାରୁ ପିଲାମାନେ ବିଦେଶରେ ଅଛନ୍ତି। ମାରିଆ ମାଚାଡୋ ଜଣେ କ୍ୟାଥୋଲିକ୍‌।

-ଜିତେନ୍ଦ୍ର କୁମାର ନାୟକ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?