ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା ସ୍ପଷ୍ଟ ଯେ, ଜଳବାୟୁ ପରିବର୍ତ୍ତନ ଏକ ପ୍ରତାରଣା ବୋଲି ଟ୍ରମ୍ପ୍‌ ବିଶ୍ୱାସ କରନ୍ତି ଏବଂ ସେ କ୍ଷମତାକୁ ଫେରିବା ଯୋଗୁ ଜଳବାୟୁ ସଙ୍କଟର ମୁକାବିଲାରେ ହୋଇଥିବା ଅଗ୍ରଗତି ବିପରୀତ ହେବାର ଆଶଙ୍କା ରହିଛି। ଏହା ସହ ବିଶ୍ୱର ନେତା ତଥା ନୀତିନିର୍ଦ୍ଧାରଣକାରୀଙ୍କୁ ନିରାଶ ହେବାର ଯଥେଷ୍ଟ କାରଣ ରହିଛି। ଘରୋଇ ଜୀବାଶ୍ମ ଇନ୍ଧନ ଉତ୍ପାଦନକୁ ଟ୍ରମ୍ପ୍‌ ବୃଦ୍ଧି କରିବେ ବୋଲି ଆଶା କରାଯାଉଛି। ମେ ମାସରେ ମାର୍‌-ଏ-ଲାଗୋରେ ଅନୁଷ୍ଠିତ ବୈଠକରେ ସେ ନିର୍ବାଚନ ପ୍ରଚାର ପାଇଁ ଖୋଲାଖୋଲି ଭାବେ ତୈଳ ଏବଂ ଗ୍ୟାସ୍‌ କାର୍ଯ୍ୟନିର୍ବାହୀମାନଙ୍କୁ ୧ ବିଲିୟନ ଡଲାର ଦେବାକୁ କହିଥିଲେ ଏବଂ ଏହା ବଦଳରେ ସେମାନଙ୍କ ଲାଭ ପ୍ରତି ବିପଦ ସୃଷ୍ଟି କରୁଥିବା ନିୟମାବଳୀକୁ ବଦଳାଇ ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରିବେଶ ସୁରକ୍ଷା ଏଜେନ୍ସି (ଇପିଏ)ର ନେତୃତ୍ୱ ନେବା ପାଇଁ ଟ୍ରମ୍ପ୍‌ ଚୟନ କରିଥିବା ପୂର୍ବତନ କଂଗ୍ରେସ ସଦସ୍ୟ ଲି ଜେଲ୍‌ଡିନ ଇପିଏକୁ ସରକାରୀ ନିୟମରୁ ମୁକ୍ତ କରିବାକୁ କହିଛନ୍ତି। ଟ୍ରମ୍ପ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଆମେରିକା ୨୦୧୫ ପ୍ୟାରିସ ଜଳବାୟୁ ଚୁକ୍ତିରୁ ଓହରି ଯାଇଥିଲା। କିନ୍ତୁ ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ଏହି ନିଷ୍ପତ୍ତିକୁ ବଦଳାଇ ଦେଇଥିଲେ। ଟ୍ରମ୍ପ୍‌ ପୁନର୍ବାର ଏହି ଚୁକ୍ତିରୁ ଓହରିଯିବେ ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ, ଟ୍ରମ୍ପ୍‌ଙ୍କ ରାଜନୈତିକ ସହଯୋଗୀ ଆର୍ଜେଣ୍ଟିନାର ରାଷ୍ଟ୍ରପତି ଜାଭିୟର୍‌ ମିଲି ତାଙ୍କ ଦେଶର ପ୍ରତିନିଧିଙ୍କୁ କପ୍‌୨୯ରୁ ଫେରାଇ ନେଇଛନ୍ତି ଏବଂ ଏହା ଆର୍ଜେଣ୍ଟିନା ଚୁକ୍ତିରୁ ଦୂରେଇଯିବାର ଏହା ଏକ ସଙ୍କେତ ବୋଲି କୁହାଯାଇପାରେ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜର୍ମାନୀ ଚାନ୍ସେଲର ଓଲାଫ୍‌ ସ୍କୋଲଜ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ପରି ବିଶ୍ୱସ୍ତରୀୟ ନେତାଙ୍କ ଅନୁପସ୍ଥିତି ଯୋଗୁ କପ୍‌୨୯ରେ ମନୋବଳ ଆହୁରି ଦୁର୍ବଳ ହୋଇଗଲା। ବଢ଼ୁଥିବା ଜଳବାୟୁ ସଙ୍କଟ ଆନୁପାତିକ ଭାବରେ ବିଶ୍ୱର ଗରିବ ଜନସଂଖ୍ୟାକୁ ପ୍ରଭାବିତ କରୁଥିବାରୁ ଏବଂ ମଧ୍ୟପ୍ରାଚ୍ୟ ଓ ୟୁକ୍ରେନ୍‌ରେ ଲାଗିରହିଥିବା ଯୁଦ୍ଧ ଯୋଗୁ ସବୁଜ ଗୃହ ନିର୍ଗମନ ବଢ଼ୁଥିବାରୁ ଗୁରୁତ୍ୱପୂର୍ଣ୍ଣ ଜଳବାୟୁ ପଦକ୍ଷେପର ଆଶା କ୍ଷୀଣ ହେବାର ସମ୍ଭାବନା ରହିଛି। ତଥାପି ଏହା ନିଶ୍ଚିତ ଯେ, ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢ଼େଇ ଶେଷ ହେବ ନାହିଁ। ମହାବିପତ୍ତିକୁ ଟାଳିବାକୁ ହେଲେ ଟ୍ରମ୍ପଙ୍କ ପ୍ରତିରୋଧ ଉପରେ ବିଶ୍ୱର ପ୍ରତିକ୍ରିୟା ଲୋଡ଼ା। ଆମେରିକାର ନେତୃତ୍ୱ ବିନା ଅନ୍ୟ ଦେଶମାନେ ଏହି ସଙ୍କଟର ମୁକାବିଲା କ୍ଷେତ୍ରରେ ଏକାଠି ହୋଇପାରିବେ କି ନାହିଁ ତାହା ଉପରେ ବିଚାର କରାଯିବା ଉଚିତ। ହ୍ବାଇଟ ହାଉସକୁ ଯିଏ ଦଖଲ କଲେ ମଧ୍ୟ ଆମେରିକା ଦୀର୍ଘଦିନ ଧରି ବିଶ୍ୱ ଜଳବାୟୁ ପଦକ୍ଷେପଗୁଡ଼ିକରେ ଅନିଚ୍ଛା ପ୍ରକାଶ କରିଆସିଛନ୍ତି। ବିଶ୍ୱରେ ସବୁଠୁ ଅଧିକ ଜୀବାଶ୍ମ ଇନ୍ଧନର ଉତ୍ପାଦନକାରୀ ଓ ରପ୍ତାନିକାରୀ ଦେଶ ଆମେରିକାର ଏଭଳି ଅନାଗ୍ରହକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ।

ବାଇଡେନଙ୍କ ଅଧୀନରେ ଆମେରିକାର ସବୁଜ ନୀତିରେ ବିକାଶ ହୋଇଆସିଛି। ସେ ଅକ୍ଷୟଶକ୍ତି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ଭାରତୀୟ ସାମ୍ବାଦିକ ନିତୀନ ସେଠୀ ଉଲ୍ଲେଖ କରିଛନ୍ତି, ଜଳବାୟୁ ବୁଝାମଣା ଉପରେ ଆମେରିକାର ଆଭିମୁଖ୍ୟ ଭିନ୍ନ। ଜାତୀୟ ସ୍ବାର୍ଥକୁ ଆଗକୁ ବଢ଼ାଇବା ପାଇଁ ଜଳବାୟୁ ପରିଭାଷାକୁ ଏକ ସାଧନ ଭାବରେ ବ୍ୟବହାର କରି ଏହା ନୂତନ ପ୍ରତିଯୋଗିତାମୂଳକ ଅର୍ଥନୈତିକ ସୁବିଧା ବଜାୟ ରଖିବା, ଦୃଢ଼ କରିବା ଏବଂ ଲାଭ କରିବାକୁ ଚାହେଁ। ଅନେକ ବର୍ଷ ଧରି ଜଳବାୟୁ ପରିବର୍ତ୍ତନ ଯୋଗୁ ହେଉଥିବା କ୍ଷତି ଓ ତାହାର ଭରଣା ପାଇଁ ଆବଶ୍ୟକ ଅର୍ଥ ସମ୍ପକର୍ର୍ତ ଆଲୋଚନାକୁ ବିରୋଧ କରିଛି। ଏହାସହ ଜଳବାୟୁ ପ୍ରଭାବ ହ୍ରାସ କରିବା ଏବଂ ପାଣ୍ଠି ଯୋଗାଡ଼ର ବୋଝକୁ ଚାଇନା ଏବଂ ଭାରତ ଆଡ଼କୁ ଠେଲି ଦେଇଛି। ଏହା ମଧ୍ୟ ନିଶ୍ଚିତ କରିଛି ଯେ, ଅର୍ଥ ସଂଗ୍ରହ ଏବଂ ଜଳବାୟୁ ବିରୋଧୀ ପଦକ୍ଷେପ ବାଧ୍ୟତାମୂଳକ କରାଯିବା ପରିବର୍ତ୍ତେ ସ୍ବେଚ୍ଛାକୃତ ହେବା ଦରକାର।

ଅନ୍ୟପକ୍ଷରେ ଆମେରିକା ସବୁଜ କମ୍ପାନୀଗୁଡ଼ିକର ବିସ୍ତାର ଉପରେ ବୌଦ୍ଧିକ-ସମ୍ପତ୍ତି (ଆଇପି) ଅଧିକାର ଲାଗୁ କରି ଆମେରିକୀୟ କମ୍ପାନୀଗୁଡ଼ିକୁ ଲାଭ ଦେବାକୁ ଚେଷ୍ଟା କରିଛି। ଏହା ଜାତୀୟସ୍ତରରେ ଜଳବାୟୁ ପ୍ରଭାବ ହ୍ରାସ କରିବାର ଲକ୍ଷ୍ୟ, ସହାୟତା ଗ୍ରହଣ କରିବା ଏବଂ ଜଳବାୟୁଜନିତ କ୍ଷତି ଓ ତାହାର ଭରଣା ସମ୍ପର୍କିତ ଅନ୍ତର୍ଜାତୀୟ ଚୁକ୍ତିନାମାକୁ କମ୍‌ ସମର୍ଥନ କରୁଛି ଏବଂ ଆଇନଗତ ଭାବେ ମାନିବ ନାହିଁ ବୋଲି କହୁଛି। ଏ ଦୃଷ୍ଟିରୁ ଅନେକ ଚୁକ୍ତିଭୁକ୍ତ ଦେଶ ବିଶ୍ୱାସ କରନ୍ତି ଯେ ଜଳବାୟୁ ପରିବର୍ତ୍ତନର ଜାତିସଂଘର ଫ୍ରେମୱର୍କ କନ୍‌ଭେନଶନ (ୟୁଏନ୍‌ଏଫ୍‌ସିସିସି)ରେ ଆମେରିକାର ସମ୍ପୃକ୍ତି କମ୍‌ ରହିଛି ଏବଂ ବହୁପକ୍ଷୀୟ ସହଯୋଗର ପ୍ରତିବଦ୍ଧତାକୁ ଗୁରୁତ୍ୱ ନ ଦେଇ ନିଜ ସ୍ବାର୍ଥକୁ ଦେଖୁଛି। ତେବେ ଆମେରିକା ବାରମ୍ବାର ଜାତିସଂଘ ବ୍ୟବସ୍ଥାକୁ ଅଣଦେଖା କରି ଏହାର ଅର୍ଥନୈତିକ ଏବଂ ଭୂରାଜନୈତିକ ସ୍ବାର୍ଥ ଲାଗି ଦ୍ୱିପାକ୍ଷିକ ଚୁକ୍ତି ସପକ୍ଷରେ ରହୁଛି।

୨୦୧୫ ପାରିସ୍‌ ଚୁକ୍ତିରୁ ଟ୍ରମ୍ପ୍‌ ଓହରିଗଲେ ବି ବର୍ତ୍ତମାନ ଅଧିକ ପ୍ରଭାବୀ ଚୁକ୍ତି ପାଇଁ ବାଟ ଫିଟିବାର ସମ୍ଭାବନା ରହିଛି। ଚଳିତ ମାସ ପ୍ରାରମ୍ଭରେ, ମୁଁ ଅନ୍ୟ ଶିକ୍ଷାବିତ୍‌ ଏବଂ ଜଳବାୟୁ କର୍ମକର୍ତ୍ତାମାନଙ୍କ ସହିତ ୟୁଏନ୍‌ଏଫ୍‌ସିସିସିର କାର୍ଯ୍ୟନିର୍ବାହୀ ସଚିବ ସିମନ ଷ୍ଟିଲ ଏବଂ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ଏକ ଖୋଲା ଚିଠି ପଠାଇ ଯୁକ୍ତି ବାଢ଼ିଥିଲୁ ଯେ, ଏବକାର ଢାଞ୍ଚା ପରିବର୍ତ୍ତନ ଆଣିପାରିବ ନାହିଁ ଏବଂ ମାନବ ସମାଜ ପାଇଁ ଏକ ସୁରକ୍ଷିତ ଜଳବାୟୁ ଗଠନକୁ ନିଶ୍ଚିତ କରିବାକୁ ଚାହଁୁ। ଜୀବାଶ୍ମ ଇନ୍ଧନ ସପକ୍ଷବାଦୀ ଓ ଦଲାଲଙ୍କ ପକ୍ଷରେ ଚୁକ୍ତି କରିବାକୁ ବୃହତ୍‌ ବାର୍ଷିକ ସମ୍ମିଳନୀ କରିବା ପରିବର୍ତ୍ତେ ନିୟମିତ ଭାବେ ଛୋଟ ତଥା ସମାଧାନ କରିପାରୁଥିବା ବୈଠକ ଲାଗି ଆମେ ଦାବି କରିଥିଲୁ। ଯେ କୌଣସି ସହଯୋଗୀ ଜଳବାୟୁ ପଦକ୍ଷେପ ପାଇଁ ଉଚ୍ଚ ଆୟ ଏବଂ ସ୍ବଳ୍ପ ଆୟକାରୀ ଦେଶଗୁଡ଼ିକ ମଧ୍ୟରେ ବିଶ୍ୱାସ ରହିବା ଦରକାର। ଏଥିରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ, ସରକାରମାନେ ଦୀର୍ଘ ମିଆଦୀ ତଥା ଅର୍ଥହୀନ ଲକ୍ଷ୍ୟ ବଦଳରେ ସ୍ବଳ୍ପ ମିଆଦୀ ସହଜ ଲକ୍ଷ୍ୟଗୁଡ଼ିକ ଉପରେ ପ୍ରାଥମିକତା ଦେବା ଆବଶ୍ୟକ । ଧନୀ ଦେଶଗୁଡ଼ିକ ସ୍ବଚ୍ଛ, ବାସ୍ତବ ଏବଂ ସୁନିର୍ଦ୍ଦିଷ୍ଟ ଜଳବାୟୁ ପାଣ୍ଠିର ପ୍ରତିଶ୍ରୁତି ଦେବା ଆବଶ୍ୟକ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜଳବାୟୁ ପାଣ୍ଠି ଋଣ ଆକାରରେ ସଂଗ୍ରହ କରାଯିବା ଉଚିତ ନୁହେଁ। କାରଣ ଯୋଗୁ ବହୁ ସମୟରେ ବିକାଶଶୀଳ ଦେଶଗୁଡ଼ିକ ଋଣଫାଶରେ ପଡ଼ି ଦୁର୍ଦ୍ଦଶା ଭୋଗନ୍ତି। ସମାନ ଭାବରେ ପଦକ୍ଷେପ ଗ୍ରହଣ କରି ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ କରିବା ପାଇଁ ପରସ୍ପର ମଧ୍ୟରେ ଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଆଦାନପ୍ରଦାନ ଉପରେ ଗୁରୁତ୍ୱ ଦେବା ଉଚିତ।

ରାଷ୍ଟ୍ରପତି ଭାବେ ଦ୍ୱିତୀୟ ପାଳିରେ ଟ୍ରମ୍ପ ଯଦି ବହୁରାଷ୍ଟ୍ରୀୟ ବ୍ୟବସ୍ଥାରେ ବାଧା ସୃଷ୍ଟି କରନ୍ତି, ତେବେ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ ବୃହତ୍‌ ଅନ୍ତର୍ଜାତୀୟ ମିଳିତ ମଞ୍ଚ ପାଇଁ ଅଧିକ ସମ୍ଭାବନା ରହିଛି। ଚାଇନା ଏବଂ ଅନ୍ୟାନ୍ୟ ଦେଶ ପୂର୍ବରୁ ଯେଭଳି ସ୍ବଚ୍ଛ ଶକ୍ତି କ୍ଷେତ୍ରକୁ ପରିବର୍ତ୍ତନ ହେବା ଉପରେ ଗୁରୁତ୍ୱ ଦେଉଛନ୍ତି ତାହା ଗ୍ରହଣ କରିବା ଅପରିହାର୍ଯ୍ୟ। କୌଣସି ପରିସ୍ଥିତିରେ ଏହି ପରିବର୍ତ୍ତନକୁ ଅଣଦେଖା କରାଯାଇପାରିବ ନାହିଁ। ଏପରି କି ଆମେରିକାର ପ୍ରଶାସନ ସର୍ବୋତ୍ତମ ଚୁକ୍ତିରୁ ଓହରି ନ ଯାଇ ଅଧିକ ଆଗ୍ରହୀ ହେଲେ ଜଳବାୟୁ କ୍ଷେତ୍ରରେ ଏହା ପଛରେ ନାହିଁ ବୋଲି ଅନୁଭବ କରିପାରିବ।
ମାସାଚୁସେଟ୍ସ ଆମହର୍ଷ୍ଟ ବିଶ୍ୱବିଦ୍ୟାଳୟର
ଅର୍ଥନୀତି ପ୍ରାଧ୍ୟାପକ


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri