ଭଙ୍ଗାଯାଏ ଗଢ଼ିବା ପାଇଁ

କେ ସବୁ ଯାତନା ସହିପାରନ୍ତି କିପରି? ଜୀବନ ବାରମ୍ବାର ତାଡ଼ନା ଦେଲା ପରେ ବି ସ୍ଥିର ରହିପାରନ୍ତି କିପରି ମଣିଷ। ସମୟ, ପରିସ୍ଥିତି ବିଶେଷକରି ମଣିଷମାନେ ଅନ୍ୟକୁ ଯନ୍ତ୍ରଣା ଦିଅନ୍ତି। ସେଥିରେ ଲୋକେ ଅବିଚଳିତ ହୋଇ ଚୁପ୍‌ଚାପ୍‌ ରହନ୍ତି। ପ୍ରତିବାଦ କରନ୍ତି ନାହିଁ । ବରଂ ସମୟ ହାତରେ ଛାଡ଼ିଦିଅନ୍ତି ।
ଏସବୁ ଶୁଣି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ଭାଇ! ଏକା ନିଃଶ୍ୱାସରେ ପଚାରିଲା ଜଣେ ବନ୍ଧୁ। ମୁଁ ଚୁପ୍‌ ରହି ଚାଲିଲି। ବନ୍ଧୁ ପୁଣି କହିଲା -ଜୀବନ ତୋ ପ୍ରତି ଏତେ ଅତ୍ୟାଚାର କରୁଛି, ତୁ କେମିତି ଭାଙ୍ଗିପଡିନୁ? ଏତେ ସହଜରେ ଜିଇପାରୁ? ଏତେ ଶକ୍ତି କେଉଁଠୁ ପାଉଛୁ? ତା’ର ସରଳ ମନ୍ତ୍ର କ’ଣ? ଏଥର ବନ୍ଧୁକୁ ଭିଡିନେଇ ଗଛ ମୂଳେ ଥିବା ପଥର ଉପରେ ବସେଇଲି ଓ କହିଲି।
ଜୀବନ ଏକ ନାଟକମଞ୍ଚ। ଏଠି ପ୍ରତ୍ୟେକ ଚରିତ୍ର ଆସେ, ଅଭିନୟ କରେ ଓ ଶେଷରେ ପରଦା ପଡ଼େ। ଯେପରି ଫୁଲ ଫୁଟିବା ସହିତ ଶୁଖିବାର ଯାତ୍ରା ଆରମ୍ଭ ହୁଏ। ସେପରି ଭଙ୍ଗାଯାଏ ଗଢିବା ପାଇଁ। ପ୍ରକୃତି ଆମକୁ ଏହି ନିୟମ ନିତି ନୂଆ ଭାବେ ଦେଖାଏ। ମାଟି ହେଉଛି ସୃଷ୍ଟିର ଗର୍ଭ, ଯେଉଁଠାରୁ ଗଛ ଜନ୍ମନିଏ। ଗଛ ବୃଦ୍ଧି ପାଏ, ଫୁଲ ଫୁଟେ, ଫଳ ହୁଏ ଏବଂ ଶେଷରେ ପତ୍ରଝଡ଼ା ଦିଏ ।
ଏହି ପତନ ହିଁ ନୂଆ ଜୀବନର ମୂଳ। ପୁରୁଣା ପତ୍ର ମାଟିହୋଇ ନୂଆ ଚାରାକୁ ପୋଷଣ ଦିଏ। ଏହା ହେଉଛି ସୃଷ୍ଟି ଓ ବିନାଶର ଅଦୃଶ୍ୟ ସମତା। ମନୁଷ୍ୟ ଜୀବନ ମଧ୍ୟ ଏହି ନିୟମରେ ବନ୍ଧା। ଶିଶୁ ହୋଇ ଗଢ଼ିଉଠୁଥିବା ଶରୀର ଦିନେ ବୃଦ୍ଧାବସ୍ଥାରେ ପଦାର୍ପଣ କରେ। ଯେପରି ଦିନ ଓ ରାତି, ଜନ୍ମ ଓ ମୃତ୍ୟୁ, ସୃଷ୍ଟି ଓ ବିନାଶ। ସେମାନେ ଗୋଟିଏ ଦେହର ଦୁଇ ଅଙ୍କ। ଗୋଟିଏ ଜନ୍ମ ଓ ଆରଟି ମୃତ୍ୟୁ। ଯେପରି ମେଘ ଭାଙ୍ଗି ବର୍ଷା ହୁଏ ଓ ପୃଥିବୀକୁ ସିଞ୍ଚତ୍ ନୂଆ ପ୍ରାଣ ଦିଏ। ସେପରି ଜୀବନର ପୁରୁଣା ଅଂଶ ଭାଙ୍ଗି ନୂଆ ସଂସାରକୁ ଜନ୍ମ ଦିଏ। ଅର୍ଥାତ୍‌ ଯାହା ଶେଷ ହେଲା, ତାହା ପୁଣି ନୂଆରୂପ ନେଇ ଫେରି ଆସେ। ପ୍ରକୃତିର ନିୟମ ଏତିକି ଆମକୁ ଶିଖାଏ ବହୁତ। ଭାଙ୍ଗିବାରେ ଭୟ କରିବାର କିଛିନାହିଁ। କାରଣ ଏହି ଭାଙ୍ଗିବାରେ ନୂଆଗଢ଼ାର ଅଙ୍କୁର ଲୁକ୍କାୟିତ ହୋଇ ରହିଛି। ଜଣେ ମୂର୍ତ୍ତିକାର ଯେପରି ମାଟିକୁ ଭାଙ୍ଗିଗଢ଼ି ଏକ ସୁନ୍ଦର ମୂର୍ତ୍ତି ତିଆରି କରେ, ସେପରି ସମୟ ଓ କିଛି ମଣିଷ ମଧ୍ୟ ଆମ ଜୀବନକୁ ଭାଙ୍ଗିଗଢ଼ି ନୂଆ ଅଭିଜ୍ଞତା ଦିଅନ୍ତି। ଆମକୁ ସଙ୍କେତ ଦିଅନ୍ତି। ଜୀବନର ଭଲମନ୍ଦକୁ ପରଖିବାକୁ ସୁଯୋଗ ଦିଅନ୍ତି। ନିଜ ଭିତରେ ଥିବା ମନ୍ଦଗୁଡିକୁ ଛାଡିବାକୁ ଅବସର ମିଳେ। ଭଲକୁ ଧରି ଆଗକୁ ବଢିବାକୁ ବଳ ଗୋଟାଏ। ଭାଙ୍ଗିବା ଶେଷ ନୁହେଁ, ଏହା ଏକ ନୂଆ ଆରମ୍ଭର ପ୍ରସ୍ତାବନା। ଜୀବନ ଗୋଟିଏ ମାଟିହାଣ୍ଡି। ଯାହାକୁ ସମୟ ତା’ ଦେହରେ ଆକାର ଦେଇ ଗଢ଼େ। ହାଣ୍ଡି ହେବା ପୂର୍ବରୁ ସେ ମାଟିହୋଇ ଆଘାତ ସହେ। ମାଡ଼ଖାଏ। ଅଗ୍ନିସ୍ପର୍ଶର ଜ୍ୱାଳା ସହେ। କିନ୍ତୁ ସେଇ ଆଘାତ ଓ ତାପ ତାକୁ ଦୃଢ଼କରେ। ଯଦି ସେ ଭାଙ୍ଗିବାର ଭୟ କରିଥାନ୍ତା, ତେବେ କେବେ ହାଣ୍ଡିହୋଇ ନ ଥାନ୍ତା। ମଣିଷର ଜୀବନ ମଧ୍ୟ ସେପରି। ପ୍ରତ୍ୟେକ ଆଘାତ, ପ୍ରତ୍ୟେକ ଭାଙ୍ଗିବା ତାକୁ ମଜଭୁତ କରେ। ଜୀବନର ଚକ୍କିରେ ଗୋଟିଏ ନୂଆଗଢ଼ା କୌଶଳକୁ କରାୟତ୍ତ କରେ। ଅନେକ ସମୟ ଆମେ ଭାବୁ କାହିଁକି ମୋ ଠାରେ ହିଁ ଏମିତି ହେଲା? ଅନ୍ୟମାନଙ୍କ କ୍ଷେତ୍ରରେ କାହିଁକି ନୁହେଁ ।
ଫଳନ୍ତି ଗଛକୁ ହିଁ ଫଳଟିଏ ପାଇବାର ଲୋଭରେ ଟେକାଟି ଫୋପଡ଼ା ଯାଏ । ସବୁଜ ଗହଳ ଥାଇ ସୁଦ୍ଧା ଫଳ ନ ଥିବା ଗଛକୁ କେହି ଟେକାମାରନ୍ତିନି। ସେହି ଭାଙ୍ଗିବା ମଧ୍ୟରେ ହିଁ ଆମେ ଆପଣା ଶକ୍ତିକୁ ଚିହ୍ନିପାରିଥାଉ। ଭାଙ୍ଗିବା ନିଜେ ଗଢିଉଠିବାର ପ୍ରଥମ ଆଲୋକ। ଯେଉଁ ହୃଦୟ ଭାଙ୍ଗିଛି, ସେ ଅଧିକ ଅନୁଭବୀ। ଯେଉଁ ଆତ୍ମା ଯନ୍ତ୍ରଣା ସହିଛି, ସେ ଅଧିକ ମାନବିକ। ଭାଙ୍ଗିବା ଆମକୁ ଶିଖାଏ ନିର୍ବାପିତ ଆଶାକୁ ଆଉଥରେ ଜଳାଇବାର ଥିବା ଶକ୍ତିକୁ। ଜୀବନ ଏମିତି ଗୋଟିଏ ଯାତ୍ରା, ଯେଉଁଠାରେ ଭାଙ୍ଗିବା, ଝୁଣ୍ଟିବା, ହାରିବା ଓ ଯନ୍ତ୍ରଣା ଭୋଗିବା ଗୋଟିଏ ଗୋଟିଏ ଅଂଶବିଶେଷ। ପ୍ରତ୍ୟେକ ସଫଳ ଲୋକଙ୍କ ପଛରେ ଅନେକ ବିଫଳତା ଲୁଚିଛି। ସେମାନେ ବିଭିନ୍ନ କାରଣରୁ ଖଣ୍ଡ ଖଣ୍ଡ ହୋଇଛନ୍ତି। ଅଥଚ ଛିଣ୍ଡି ନାହାନ୍ତି ।
ବରଂ ଭାଙ୍ଗି ବି ପୁନଶ୍ଚ ସୁନ୍ଦର ହୋଇ ଗଢିଉଠିଛନ୍ତି। ଭାଙ୍ଗିବା ହେଉଛି ସହିଷ୍ଣୁତା, ଧୈର୍ଯ୍ୟ ଓ ଆତ୍ମବିଶ୍ୱାସର ଏକ ପରୀକ୍ଷା। ଯେତେବେଳେ ଜୀବନକୁ ଭାଙ୍ଗିଦେବାକୁ ଚେଷ୍ଟାକରେ, ସେତେ ବେଳେ ମନେ ରଖ ତୁମକୁ ଭାଙ୍ଗିବାକୁ ପ୍ରୟାସ କରାଯାଏନି, ଗଢିଉଠିବାକୁ ହିଁ ଭରପୂର ସୁଯୋଗ ଦିଆହୁଏ।
କୌଣସି ମଣିଷ ଜନ୍ମରୁ ସଫଳ ନୁହେଁ। ସେ ବିଫଳତାର ଆଘାତରେ ଜୀବନ ଶିଖେ। ପଡ଼ିଲେ ଉଠିବା, ହାରିଲେ ଲଢ଼ିବା ହେଉଛି ଜୀବନର ସତ୍ୟଶିକ୍ଷା। ଲୁହାକୁ ଅଗ୍ନିରେ ତତାଇଲେ ଇସ୍ପାତ ହୁଏ । କଷ୍ଟ ଓ ବିଫଳତା ମଣିଷକୁ ଶକ୍ତିଶାଳୀ କରେ। ଝଡ଼ ପରେ ନୂଆ ଗଛ କଅଁଳେ । ମେଘ ପରେ ଆସେ ଇନ୍ଦ୍ରଧନୁ। ଭାଙ୍ଗିବା ଜୀବନର ଅବିଭାଜ୍ୟ ଅଂଶ। ଭାଙ୍ଗିଲେ ମନ ଛିଣ୍ଡିବା ନୁହେଁ, ଅପେକ୍ଷା ରଖିବା ଉଚିତ।
ଏହି ଭାଙ୍ଗିବା ମୋ ଗଢିଉଠିବାର ଆରମ୍ଭ। ଭାଙ୍ଗିବା ମାନେ ନଷ୍ଟ ହେବା ନୁହେଁ, ଏହା ହେଉଛି ଆପଣାକୁ ପୁନଃ ସଂରଚନା କରିବାର ଅବସର। କିଛି ବ୍ୟକ୍ତି, ସମୟ ଓ ପରିସ୍ଥିତି ଆମକୁ ପଛକୁ ଠେଲିଦିଏ, ସେତେବେଳେ ଜୀବନ ଆମକୁ ଅଧିକ ଶକ୍ତିଶାଳୀ ହେବାର ପ୍ରସ୍ତୁତି ଦିଏ। ଆହୁରି ଝାଡିଝୁଡି ଶକ୍ତି ଗୋଟାଇ ଆଗକୁ ମାଡିଚାଲେ । ତା’ର ବେଗ ଓ ତୀବ୍ରତା ଏତେ ଥାଏ ଯେ ସେହି ତଥାକଥିତ ଅପଶକ୍ତିମାନଙ୍କୁ ଅନେକ ପଛରେ ଛାଡିଦିଏ। ଛୁଇଁବାକୁ ଚେଷ୍ଟା କଲେ ବି ଛୁଇଁବା ସମ୍ଭବପର ହୋଇ ପାରେନା। ଜୀବନରେ କେହି ଏମିତି ନାହାନ୍ତି ଯେ ସେ ସଦା ସଫଳ ହୋଇଛନ୍ତି। ଜୀବନ ଆଘାତ ବିନା ସୁନ୍ଦର ହୋଇପାରେନା। କୁତ୍ସାରଟନା, ମିଥ୍ୟାରୋପ, ଅପଳାପ ଇତ୍ୟାଦି ଈର୍ଷାଳୁ ଓ ବିଫଳକାରୀଙ୍କ ପ୍ରିୟ ଅସ୍ତ୍ର । ସତ୍ୟ, ନ୍ୟାୟ, ନୀତିବାନ, ପରିଶ୍ରମ, ଅଧ୍ୟବସାୟ ଓ ସାଧୁତା ନିକଟରେ ସେ ଅସ୍ତ୍ର ସବୁବେଳେ ଫୁସୁକିଯାଏ। ବ୍ୟର୍ଥ ଉଦ୍ୟମ ଅପର ଗୋଷ୍ଠୀଙ୍କ ବାରମ୍ବାର ହୃତ୍‌ସ୍ପନ୍ଦନ ବଢ଼ାଇଥାଏ।
ଯାହା ପ୍ରତି ଏସବୁ ହୁଏ ସେ ନିଜକୁ ହୃଦ୍‌ବୋଧ କରିବାକୁ ହେବ ତା’ର ବିକାଶ ହେଉଛି ଏବଂ କିଛି ଲୋକ ତାକୁ ଅନୁସରଣ କରୁଛନ୍ତି। ଭଲ ହେଉ କି ଖରାପ ଜୀବନରେ ଅନୁଗାମୀ ତିଆରି କରିବା କଷ୍ଟ। ଏତେ ସବୁ ଶୁଣିବା ପରେ ବନ୍ଧୁ ଆଖି ଛଳଛଳ କଲା ଓ କୋଳେଇ ଧରିକହିଲା – ସବୁ ସତ! କିନ୍ତୁ ଏତିକି କରିବା ଭାରି କଷ୍ଟରେ! ଯିଏ କରିପାରିଲା ସିଏ ବଢ଼ିଲା।

ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା
ମୋ:୯୪୩୭୯୦୯୬୭୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆକାଶ ଆନନ୍ଦଙ୍କ ଉପରେ ପୁଣି ବର୍ଷିଲେ ମାୟାବତୀ, ମୁଁ ଅସୁସ୍ଥ…..

ଲକ୍ଷ୍ନୌ,୧୩।୯: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଗଣମାଧ୍ୟମ ସହ ଆଲୋଚନା କରି ଆକାଶ ଆନନ୍ଦଙ୍କୁ ନେଇ ପୁଣି ବଡ଼ ଅଭିଯୋଗ ଆଣିଛନ୍ତି ।…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

ଗୋବିନ୍ଦାଙ୍କ ସହ ସମ୍ପର୍କରେ ତିକ୍ତତା ମଧ୍ୟରେ, ସୁନିତା ଆହୁଜା କରିବାକୁ ଯାଉଛନ୍ତି ଏମିତି କାମ ଯାହାକୁ ନେଇ ଉଠିପାରେ ବିରାଟ ଝଡ଼! କହିଲେ ଗଣେଶ ପୂଜା ସୁଦ୍ଧା…

ମୁମ୍ବାଇ,୧୩।୯: ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଚାଲିଥିବା ମନୋମାଳିନ୍ୟ ସମ୍ପ୍ରତି ସୋସିଆଲ ମିଡିଆ ଏବଂ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚାର ବିଷୟ…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?