ନିକୃଷ୍ଟ ବିଚାର

ଆମେରିକା କହୁଛି ବାଣିଜ୍ୟରେ ବିଶ୍ୱ ତାହାକୁ ଲୁଟିଛି ଏବଂ କ୍ଷତିପୂରଣ ଚାହେଁ। ଦେଖିବାକୁ ଗଲେ ଏହି ଲୁଣ୍ଠନ ନିଜେ ଆମେରିକା ଦ୍ୱାରା ହୋଇଛି କାରଣ ଏକ ମଜଭୁତ ଡଲାର ପାଇଁ ଆମେରିକା ଯେତିକି ଆମଦାନୀ କରିଛି ସେତିକି ରପ୍ତାନି କରି ନାହିଁ। ଆମେରିକା ଏକ ଉଚ୍ଚ ବାଣିଜ୍ୟ ନିଅଣ୍ଟ ସ୍ଥିତିର ସମ୍ମୁଖୀନ ହେବାକୁ ବାଧ୍ୟ ହୋଇଛି। ଏହାର ମିତ୍ର ଦେଶଗୁଡ଼ିକ ସମେତ ଅଧିକାଂଶ ଦେଶ କମ୍ପାନୀଗୁଡ଼ିକୁ ସବ୍‌ସିଡି ଦେଇ ଏବଂ ସେମାନଙ୍କ ମୁଦ୍ରାକୁ ତ୍ରୁଟିପୂର୍ଣ୍ଣ ଭାବେ କମ୍‌ ରଖି ଆମେରିକାକୁ ଠକିଛନ୍ତି। ଅନ୍ୟପଟେ ଆମେରିକା ବିଶ୍ୱର ବିଭିନ୍ନ ଦେଶରେ ସାମରିକ ଘାଟି ପରିଚାଳନା ଏବଂ ଯୁଦ୍ଧ କରି ବିଶ୍ୱର ସୁରକ୍ଷା ପାଇଁ ଅନେକ ଟ୍ରିଲିୟନ ଡଲାର ଖର୍ଚ୍ଚ କରିଛି। ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହାକୁ ଭରଣା କରିବା ପାଇଁ ନୂଆ ଟାରିଫ୍‌ ଲାଗୁ କରିଛନ୍ତି। ଏହି କାରଣରୁ ବିଶ୍ୱ ବିନା ପ୍ରତିବାଦରେ ଏହାକୁ ଗ୍ରହଣ କରି ଆମେରିକାକୁ ପରିଶୋଧ କରିବାକୁ ହେବ ଏବଂ ତା’ଠାରୁ ସାମଗ୍ରୀ କିଣିବାକୁ ପଡ଼ିବ, ଏପରି କି ସାମରିକ ଉପକରଣ କ୍ରୟ କରିବାକୁ ହେବ। ଅନ୍ୟଦେଶଗୁଡ଼ିକୁ ଆମେରିକା କମ୍ପାନୀଗୁଡ଼ିକରେ ନିବେଶ କରିବାକୁ ପଡ଼ିବ, ଯେଉଁଥିରେ ସରଳରେ ଆମେରିକା ରାଜକୋଷକୁ ଅର୍ଥ ଦେଇପାରିବେ। ବିଶ୍ୱ ସମ୍ମୁଖରେ ଏହି ଯୋଜନାକୁ ଆମେରିକା ରାଷ୍ଟ୍ରପତି ଉପସ୍ଥାପନ କରି ପରିଶୋଧ କରିବାକୁ କହିଛନ୍ତି। ଏହା ଉଚିତ କି ଅନୁଚିତ, ଭୁଲ୍‌ କି ଠିକ୍‌ ହେଉ; ଏହା କିନ୍ତୁ ଏକ ଭିନ୍ନ ବିଷୟ। ଆମେରିକାର ବାଣିଜ୍ୟ ନିଅଣ୍ଟ ଏହାର ନିଅଣ୍ଟିଆ ବଜେଟ ଓ ଅତ୍ୟଧିକ ବ୍ୟୟ ସହ ସମ୍ପର୍କ ରହିଛି। ଏଣୁ ଏହି ନିଅଣ୍ଟ ବା ଅଭାବ ପୂରଣ କରିବା ପାଇଁ ବିଶ୍ୱର ବିଭିନ୍ନ ଦେଶରୁ ପୁଞ୍ଜି ଆସିବା ଦରକାର ହେଉଛି।
ନିଜ ଦେଶ ବାହାରେ ସାମରିକ ଘାଟିସବୁ ନିର୍ମାଣ କରିବାକୁ ବିଶ୍ୱ ଆମେରିକାକୁ କହିନାହିଁ। ଆମେରିକା ଯାହାକୁ ଆକ୍ରମଣ କରିଛି କିମ୍ବା ଆମେରିକା ଯାହାକୁ ରକ୍ଷା କରିଛି ତାହା ଉପରେ ମଧ୍ୟ ଆମେରିକା ଏକୁଟିଆ ଆକଳନ କରିଛି। ଟାରିଫ୍‌ ବୃଦ୍ଧି ଭଳି ଏହା ମଧ୍ୟ ଭିନ୍ନ ବିଷୟ। କିନ୍ତୁ ଏବକାର ସମସ୍ୟା ହେଉଛି, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଏକ ଯୋଗ୍ୟ ଯୋଜନାକୁ କ’ଣ ଅଯୋଗ୍ୟତାପୂର୍ବକ ଭାବେ କ୍ରିୟାନ୍ବିତ କରାଯାଇପାରେ କି? ଟାରିଫ୍‌ ଯୋଜନାର ଲକ୍ଷ୍ୟସବୁ ହେଉଛି ଆମେରିକାକୁ ମାନୁଫାକ୍‌ଚରିଂ ଫେରାଇ ଆଣି ଚାଇନା ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା। ଡଲାର ମୂଲ୍ୟକୁ ଅପେକ୍ଷାକୃତ ହ୍ରାସ କରିବା ସହ ରିଜର୍ଭ କରେନ୍ସି ଭାବେ ତାହାର ସ୍ଥିତିକୁ ବଜାୟ ରଖିବା। ଏହା ବ୍ୟତୀତ ଟାରିଫ୍‌ରୁ ଅନେକ ବିଲିୟନ ଡଲାର ସଂଗ୍ରହ କରି ତାହାକୁ ଟିକସ ଛାଡ଼ରେ ଖର୍ଚ୍ଚ କରିବା ଏବଂ ବଜେଟରେ ସମନ୍ବୟ ଆଣିବା। ସଂକ୍ଷେପରେ କହିବାକୁ ଗଲେ, ଆମେରିକାକୁ ମହାନ୍‌ କରିବା ଟାରିଫ୍‌ ଯୋଜନାର ଲକ୍ଷ୍ୟ। ଏହା ଏକ ଗମ୍ଭୀର ବିଷୟ ଓ ଏଥିପାଇଁ ଗମ୍ଭୀର ଯୋଜନା କରି ଲାଗୁ କରିବା ଦରକାର। କିନ୍ତୁ ଆମେରିକାର ଟାରିଫ୍‌ ଯୋଜନାରେ ବିରାମ, ପ୍ରତ୍ୟାହାର ଏବଂ ଛାଡ଼ ଭଳି ଘଟଣା ସାମ୍ନାକୁ ଆସିଛି। ଏହାର ପରିଣାମ ହେଉଛି ଅବ୍ୟବସ୍ଥା। ଆମେରିକାର ବିଜ୍‌ନେସ୍‌ ନେଟଓ୍ବର୍କକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ଯେ, କୌଣସି ଦିନ ଟାରିଫ୍‌କୁ ନେଇ ସ୍ଥିତି କ’ଣ ହେବ ତାହା ଉପରେ କେହି ନିଶ୍ଚିତ ନୁହନ୍ତି। ଆମେରିକାର ଟ୍ରେଡ୍‌ ରିପ୍ରେଜେଣ୍ଟେଟିଭ୍‌ (ୟୁଏସ୍‌ଟିଆର୍‌) କଂଗ୍ରେସରେ ନିର୍ବାଚିତ ସଦସ୍ୟଙ୍କ ସମ୍ମୁଖରେ କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ଭାବେ ଏହି ଘଟଣାରେ ହ୍ବାଇଟ ହାଉସରେ କରାଯାଇଥିବା ପରିବର୍ତ୍ତନ ସମ୍ପର୍କରେ ଜାଣନ୍ତି ନାହିଁ। ଟ୍ରେଜେରି ସେକ୍ରେଟାରି (ଅର୍ଥ ମନ୍ତ୍ରୀ)ଙ୍କ ମନ୍ତବ୍ୟ ବାଣିଜ୍ୟ ସଚିବଙ୍କ ମନ୍ତବ୍ୟର ସମ୍ପୂର୍ଣ୍ଣ ବିପରୀତ ହୋଇଛି। ଟ୍ରମ୍ପ୍‌ ଟାଇମ୍‌ ମାଗାଜିନକୁ କହିଛନ୍ତି, ଚାଇନାର ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ବୁଝାମଣା କରିବା ପାଇଁ ତାଙ୍କୁ କଲ୍‌ କରିଥିଲେ। ସଙ୍ଗେ ସଙ୍ଗେ ଚାଇନା ପକ୍ଷରୁ ବିବୃତି ଜାରି କରାଯାଇଛି ଯେ, ଏହା ସମ୍ପୂର୍ଣ୍ଣ ମିଥ୍ୟା। ୨୪ ଏପ୍ରିଲରେ ଓ୍ବାଶିଂଟନ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା, ଭୂଗର୍ଭରୁ ମିଳୁଥିବା ତଥା ସାମରିକ ଡ୍ରୋନ ବ୍ୟବହାର ଯୋଗ୍ୟ ବୈଦ୍ୟୁତିକ ସରଞ୍ଜାମ ଏବଂ ବୈଦ୍ୟୁତିକ କାର୍‌ ନିର୍ମାଣରେ ବ୍ୟବହାର ହେଉଥିବା କେତେକ ଦୁର୍ଲଭ ଖଣିଜ ପଦାର୍ଥ ରପ୍ତାନି ଚାଇନା ବନ୍ଦ କରିଛି। ଏହା ଆମେରିକାର ବିଭିନ୍ନ ସଂସ୍ଥା ପାଇଁ ବଡ଼ ବିପଦ। ଯେଉଁମାନେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଯୋଜନା କରୁଛନ୍ତି ସେମାନେ ଆଗକୁ କ’ଣ ଘଟିବ ତାହା ଆକଳନ କରିବା ସହିତ ତାହାର ପରିଣାମ ସମ୍ପର୍କରେ ବ୍ୟାପକ ଅଧ୍ୟୟନ କରିବା ଉଚିତ।
ପାଗଳାମି ପ୍ରକାଶ ପାଇଥିବାରୁ ଏହାର ଶେଷ ଲକ୍ଷ୍ୟ କ’ଣ ହେବ ତାହା ଅସ୍ପଟ। ବାସ୍ତବରେ ମୁକ୍ତ ବାଣିଜ୍ୟ ଯଦି ଯୋଜନାର ଲକ୍ଷ୍ୟ ହୋଇଥାଏ, ତେବେ ବିଜ୍‌ନେସ୍‌ କାର୍ଯ୍ୟକଳାପ କମ୍‌ ରହିଥିବା ଦେଶଗୁଡ଼ିକରୁ ଆମେରିକାକୁ କିଭଳି ମାନୁଫାକ୍‌ଚରିଂ ଆସିବ? ଆଇଫୋନ, ଜୋତା, ପୋଷାକ, ଇସ୍ପାତ ଓ ସେମି କଣ୍ଡକ୍ଟର ଯଦି ପୁନର୍ବାର ଆମେରିକାକୁ ଫେରାଇ ଅଣାଯାଏ ଏବଂ ଆମଦାନୀ ହ୍ରାସ ପାଏ, ତେବେ ଟାରିଫ ଅଧିକ ରାଜସ୍ବ ସଂଗ୍ରହ କରିପାରିବ ନାହିଁ ଏବଂ ନିଅଣ୍ଟିଆ ସ୍ଥିତି ଲାଗି ରହିବ। ଆମେରିକାର ଏବକାର ଦୃଷ୍ଟିକୋଣ ଦ୍ୱାରା ଉଭୟ ସମସ୍ୟା ସମାଧାନ ହୋଇପାରିବ ନାହିଁ। ଆମେରିକା ଯଦି ଅନ୍ୟ ଦେଶଗୁଡ଼ିକୁ ଚାଇନାଠାରୁ ଅଲଗା କରିବାକୁ ଲକ୍ଷ୍ୟ ରଖିଥାଏ ତେବେ ବୁଝାମଣାର କାରଣ କ’ଣ ରହିଛି? ଏହି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହିସବୁ ପ୍ରଶ୍ନ ପଚାରିବା ଉଚିତ ହୋଇଥାଆନ୍ତା, କିନ୍ତୁ ଏସବୁ ଉଠି ନ ଥିଲା। ସେହି ପ୍ରଶ୍ନକୁ ଫେରିବାକୁ ଚାହଁୁଛି, ଯାହା ଆରମ୍ଭରେ ଉଠାଇଥିଲି, ତାହାର ଉତ୍ତର ହେଉଛି ନା। ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଏକ ସକ୍ଷମ ଯୋଜନାକୁ ଅଯୋଗ୍ୟତାପୂର୍ବକ କାର୍ଯ୍ୟରେ ପରିଣତ କରିବା ସମ୍ଭବ ନୁହେଁ। ଏହାର କାରଣ ହେଉଛି, ଗମ୍ଭୀରତାର ସହ କରାଯାଇଥିବା କୌଣସି ଯୋଜନା ବିଶେଷକରି ତାହାର ନକାରାତ୍ମକ ପରିଣାମ ସମ୍ପର୍କରେ ଆକଳନ କରିବା ଉଚିତ ଥିଲା। ଆମେରିକାର ଏଭଳି ଏକ ସାମୟିକ ଦୃଷ୍ଟିକୋଣ କାର୍ଯ୍ୟକାରିତାରେ ଏପରିକି ଯୋଜନାରେ ପ୍ରତିଫଳିତ ହେଉଛି। ଅର୍ଥାତ୍‌ ଏହାକୁ ସୃଷ୍ଟି କରିବାରେ ଠିକ୍‌ ଭାବେ ଚିନ୍ତା କରାଯାଇନାହିଁ। ଏହା ଈପ୍‌ସିତ ଲକ୍ଷ୍ୟ ହାସଲ କରିବ ନା ବିଫଳ ହେବ, ତାହା ଉପରେ ବିଚାର କରାଯାଇନାହିଁ କି ଗୁରୁତ୍ୱ ଦିଆଯାଇନାହିଁ। ଏହା ହେଉଛି ଏକ ନିକୃଷ୍ଟ କାମ ଏବଂ ନିକୃଷ୍ଟ ବିଚାର; ଯାହା କ୍ରିୟାନ୍ବୟନର ଅବ୍ୟବସ୍ଥାରୁ ପ୍ରକାଶ ପାଇଛି। ଏହା ହେଉଛି ଏକ ମାଷ୍ଟରଷ୍ଟ୍ରୋକ୍‌ ବା ଚତୁର କାମ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri