ହଜିବାରେ ଆନନ୍ଦ

ରୁକୁଳରେ ଶିକ୍ଷା ସମାପ୍ତ ପରେ ଶିକ୍ଷ୍ୟର ଜ୍ଞାନ ପରୀକ୍ଷା ନିମନ୍ତେ ଗୁରୁ ତାଙ୍କ ଶିଷ୍ୟକୁ ପ୍ରଶ୍ନ ପଚାରିଲେ; ୧ରେ ୧ ଯୁକ୍ତ କଲେ ଉତ୍ତର କ’ଣ ହେବ? ଶିଷ୍ୟ କହିଲେ, ‘୧’ ହେବ ା ଗୁରୁ ପୁଣି ପଚାରିଲେ ତା’ହେଲେ ୧ରୁ ୧ ବିୟୋଗ କଲେ କେତେ ରହିବ ? ଶିଷ୍ୟ କହିଲେ ‘୨’। ଏ ପ୍ରକାର ସହଜ ଓ ସରଳ ପ୍ରଶ୍ନର ଉକ୍ତ ଅଦ୍ଭୁତ ଉତ୍ତର ଶୁଣି ଅନ୍ୟ ଶିଷ୍ୟମାନେ ଯେତିକି ଆଶ୍ଚର୍ଯ୍ୟ ହେଲେ ତା’ଠାରୁ ଅଧିକ ବିସ୍ମିତ ହେଲେ। ତେବେ ଶିଷ୍ୟମାନଙ୍କର ସଂଶୟ ଦୂର କରିବାକୁ ଯାଇ ଗୁରୁଦେବ କହିଲେ, ପିଲାମାନେ ଶୁଣ ! ପରମାତ୍ମା ହେଲେ ଏକ ଏବଂ ତାଙ୍କଠାରୁ ଜୀବାତ୍ମା ବିଯୁକ୍ତ ହୋଇ ଆସିଲେ ପରମାତ୍ମାଙ୍କ ସତ୍ତା ସହିତ ଜୀବାତ୍ମାର ସତ୍ତା ମଧ୍ୟ ବଳବତ୍ତର ରହିଲା। ତେଣୁ ଉତ୍ତର ହେଲା ଦୁଇ। ଠିକ୍‌ ସେହିଭଳି ପରମାତ୍ମାଙ୍କ ସହିତ ଜୀବାତ୍ମା ମିଶିଗଲେ ଜୀବାତ୍ମା ତା’ ନିଜର ସତ୍ତା ହଜାଇ ବସେ ତେଣୁ ୧ରେ ୧ ମିଶିଲେ ଉତ୍ତର ଏକ ହେବ ା ତେବେ ଏହାକୁ ଯଦି ସାଂସାରିକ କ୍ଷେତ୍ରରେ ଆମେ ପ୍ରୟୋଗ କରିବା ତା’ହେଲେ ଗୋଟିଏ ଯୌଥ ପରିବାରରୁ ଜଣେ ଜଣେ ଭାଇ ଅଲଗା ହେଲେ ପରିବାର ସଂଖ୍ୟା ବଢ଼ିଚାଲେ। ଶେଷରେ ପରିବାର ଆରମ୍ଭ କରିଥିବା ବାପା-ମା’ ଏହି ଏକାନ୍ନବର୍ତ୍ତୀ ପରିବାରଗୁଡିକ ମଧ୍ୟରେ ଭାଗ ହୋଇଯାଆନ୍ତି ା ସାଧାରଣ ଭାବେ ଆମର କୌଣସି ଜିନିଷ ହଜିଗଲେ ଆମେ ଦୁଃଖ କରୁଥିବା ବେଳେ ଏହି ବାପା-ମା’ ଦୁଇଜଣ ତଥାକଥିତ ଏକାନ୍ନବର୍ତ୍ତୀ ପରିବାରଗୁଡ଼ିକରୁ ହଜିଗଲେ ପ୍ରାୟ ସମସ୍ତେ ଖୁସି ହୋଇ ଥାଆନ୍ତି; ‘ଯାହା ହେଉ ଅଯଥା ମୁଣ୍ଡବିନ୍ଧାରୁ ମୁକ୍ତି ମିଳିଗଲା’ା

ଏ ସମ୍ପର୍କରେ ବେଶ୍‌ କିଛିଦିନ ପୂର୍ବେ ଖବରକାଗଜ ପୃଷ୍ଠାରେ ଏହି ବାପା-ମା’ଙ୍କ ସମ୍ପର୍କିତ ଏକ ଆଲେଖ୍ୟ ବେଶ୍‌ ପ୍ରଣିଧାନଯୋଗ୍ୟା ନିଜର ବୁଢ଼ାବାପାଙ୍କୁ ତୀର୍ଥ କରାଇବା ବାହାନାରେ ପୁଅ ଜଣକ ବାହାରକୁ ବୁଲାଇବାକୁ ନେଇ ସହରରେ ଛାଡି ଦେଇ ଅନ୍ତର୍ଦ୍ଧାନ ହୋଇଗଲେ। ଯେଉଁଥିପାଇଁ ବିଚରା ବାପା ଜଣକ ଏଠି ସେଠି ଭିକ୍ଷାବୃତ୍ତି କରି ଚଳିଲେ। ଉକ୍ତ ବୟସ୍କ ଲୋକଙ୍କ ଆଚାର ବ୍ୟବହାରକୁ ଲକ୍ଷ୍ୟକରି କିଛି ସ୍ବେଚ୍ଛାସେବୀ ତାଙ୍କୁ ପରିଚୟ ପଚାରିବା ପରେ ତାଙ୍କର ଉତ୍ତର ଥିଲା; ମୋ ପୁଅ କ’ଣ ମୋତେ ଖୋଜୁଛି ? ସିଏ ମୋତେ ହଜାଇ ଦେବାରେ ଯଦି ଖୁସି ପାଇଲା ତା’ହେଲେ ମୁଁ ହଜି ଯିବାରେ କାହିଁକି ଦୁଃଖ ପାଇବି ? ଏ ଦୁନିଆରୁ ସବୁଦିନ ପାଇଁ ହଜିଯିବା ପୂର୍ବରୁ ନିଜକୁ ତ’ ବଞ୍ଚାଇବାକୁ ପଡ଼ିବ। ଏଠାରେ ହଜାଇଥିବା ଲୋକର ପରବର୍ତ୍ତୀ ସମୟର ମାନସିକତା ସମ୍ପର୍କରେ ଆଲୋଚନା କରିବା ନିଷ୍ପ୍ରୟୋଜନ।

ପୁରାଣ ଯୁଗରୁ ଏପର୍ଯ୍ୟନ୍ତ ଜଣେ ଅବିବାହିତା ମା’ ନିଜର ତଥା ନିଜ ପରିବାରର ସମ୍ମାନ ତଥା ଶିଶୁର ଭବିଷ୍ୟତକୁ ଏକା ସାଙ୍ଗରେ ନ୍ୟାୟ ଦେବା ସମ୍ଭବ ହୋଇ ପାରି ନ ଥାଏ। ତେଣୁ କେତେବେଳେ ସିଏ ସଂସାରରୁ ହଜିଯିବା ପାଇଁ ଶ୍ରେୟସ୍କର ମନେକରୁଥିବା ବେଳେ ଆଉ କେତେବେଳେ ଶିଶୁଟିକୁ ଜାଣିଶୁଣି ହଜାଇ ଦେଇ ଅନ୍ତର୍ଦ୍ଦଗ୍ଧ ମନକୁ ନେଇ ବରଂ ବଞ୍ଚେ କିନ୍ତୁ ଶିଶୁଟିକୁ ଧରି ତଥାକଥିତ ଦୁନିଆ ଆଗରେ ମୁଣ୍ଡଟେକି ବଞ୍ଚତ୍ବା ପାଇଁ ସାହସ ଜୁଟାଇ ପାରି ନ’ଥାଏ। କାଳର କରାଳ ଗତିରେ ବହିଯାଇଥିବା ଓ ହଜିଯାଇଥିବା ଶୃଙ୍ଗାର ବା ମିଳନର ପର୍ବକୁ ପ୍ରମାଣ କରିବାକୁ ପ୍ରାୟତଃ ଚାହିଁ ନ ଥାଏ, ଯେଉଁଥିପାଇଁ ବିଗତ ଦିନର ପ୍ରିୟ ପୁରୁଷକୁ ମଧ୍ୟ ହଜାଇ ଦେଇ ବରଂ ଆନନ୍ଦ ପାଇବା ପାଇଁ ଚେଷ୍ଟା କରିଥାଏ। ଆଉ ଯେଉଁ ମା’ମାନେ ଜାଣିଶୁଣି ସେମାନଙ୍କ ପିଲାମାନଙ୍କୁ ହଜାଇ ଦେଇଥାଆନ୍ତି ଉକ୍ତ ପିଲାମାନେ ନିଜର ହଜି ଯାଇଥିବା ପିତା-ମାତାଙ୍କ ପରିଚୟକୁ ପ୍ରମାଣ କରିବା ଅପେକ୍ଷା ନିଜର ଅତୀତକୁ ଭୁଲିଯାଇ ସମାଜର ମୁଖ୍ୟସ୍ରୋତରେ ନିଜକୁ ହଜାଇ ଦେବାର ଆନନ୍ଦ ମିଳିଥାଏ।

ଅଧ୍ୟାତ୍ମବାଦ କୁହେ ମାୟା ବିଜଡ଼ିତ ସଂସାରରୁ ନିଜର କାମନାଗୁଡିକୁ ହଜାଇ ଦେଇପାରିଲେ ହିଁ ମୋକ୍ଷପ୍ରାପ୍ତ ହୋଇଥାଏ। କାରଣ, ଯେ ପର୍ଯ୍ୟନ୍ତ ‘ମୁଁ ସଂସାରର ଆଉ ସଂସାର ମୋର’ ବୋଲି ମଣିଷ ଭାବିଥାଏ ସେ ପର୍ଯ୍ୟନ୍ତ ନା ସିଏ କିଛି ହଜାଇବାକୁ ଚାହେଁ ନା ସିଏ ସଂସାରକୁ ହଜିଯିବା ପାଇଁ ଭାବିଥାଏ। ତେଣୁ ନିଜକୁ ସମସ୍ତ ବନ୍ଧନରୁ ମୁକ୍ତ କରିଦେଇ ବିଭୁ ପଦାରବିନ୍ଦରେ ନିଜକୁ ହଜାଇ ଦେଇପାରିଲେ ହିଁ ଆନନ୍ଦ। ଗୀତାବାଣୀ କୁହେ, ତୁମେ କ’ଣ ଆଣିଥିଲ ଆଉ କ’ଣ ନେଇ ଯିବ ଯେ ହଜିଗଲା ବୋଲି ଦୁଃଖ କରୁଛ! ଯାହା ଆଣିଥିଲ ଏହି ସଂସାରରେ ଏବଂ ଯାହା ଛାଡିଦେବେ ଏହି ସଂସାରରେ ତେଣୁ ହଜାଇ ଦେବାର ଦୁଃଖ ଛାଡି ନିଜେ ନିରାସକ୍ତ କର୍ମରେ ହଜିଯିବାରେ ହିଁ ଆନନ୍ଦ।

ଡ. ସୀତାକାନ୍ତ ତ୍ରିପାଠୀ, ଭଦ୍ରକ, ମୋ: ୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

ରାଜରାସ୍ତାରେ କଂଗ୍ରେସ-ଭାଜପାକର୍ମୀଙ୍କ ମଧ୍ୟରେ ସଂଘର୍ଷ; ମୁଣ୍ଡ ଫାଟିଲା, ଗାଡ଼ିର କାଚ…

ପାଟନା,୨୨।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାମାନେ ଧାରଣାରେ ବସିଥିଲେ । ଏହାପରେ ବୁଧବାର ଭାଜପା ପକ୍ଷରୁ ପାଟନାରେ ଏକ ପ୍ରତିବାଦ ଶୋଭାଯାତ୍ରା…

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri