ଯୁବପିଢ଼ି ବିବେକାନୁମୋଦିତ ହେଲେ ଗଣତନ୍ତ୍ର ସୁଦୃଢ଼ ହେବ

ଜଗତସିଂହପୁର, ୮ା୮(ପ୍ରମୋଦ କୁମାର ନାୟକ): ଗଣମାଧ୍ୟମଠାରୁ ସାମ୍ବାଦିକତାର ମହତ୍ତ୍ୱ ଶିଖିବାର ଅଛି, ଯାହା ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀଙ୍କ ନିର୍ଭୀକତା ଓ ସ୍ପଷ୍ଟବାଦିତାରୁ ସ୍ପଷ୍ଟ ଅନୁମେୟ। ତାଙ୍କ ସମ୍ପାଦକୀୟ ଅନେକ ସମୟରେ ଓଡ଼ିଶାରେ ହଟଚମଟ ସୃଷ୍ଟି କରିଥାଏ। ସ୍ପଷ୍ଟ କଥା ଉଲ୍ଲେଖ କରିବାରେ ସେ ଆଦୌ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ। ତେଣୁ ତାଙ୍କୁ ଅନୁକରଣ କରିବା ଉଚିତ। ଯୁବଗୋଷ୍ଠୀ ହେଉଛନ୍ତି ଗଣତନ୍ତ୍ରର ପ୍ରମୁଖ ଅଂଶ। ଗଣତନ୍ତ୍ରକୁ କେବଳ ବଞ୍ଚାଇବା ନୁହେଁ, ସୁଦୃଢ଼ କରିବାକୁ ହେଲେ ଯୁବଗୋଷ୍ଠୀ ଇନ୍ଦ୍ରିୟ ଅନୁମୋଦିତ ନ ହୋଇ ବିବେକାନୁମୋଦିତ ହେବା ଜରୁରୀ। ଅର୍ଥାତ୍‌ ବିବେକ ଅନୁସାରେ କାର୍ଯ୍ୟ କଲେ ସମାଜରେ ସତ୍ୟ, ଧର୍ମ ଓ ନ୍ୟାୟ ପ୍ରତିଷ୍ଠା ହୋଇପାରିବ, ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର। ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କୁର୍ତ୍ତାଙ୍ଗସ୍ଥିତ ସ୍ବାମୀ ଅରୂପାନନ୍ଦ ହାୟର ସେକେଣ୍ଡାରୀ ସ୍କୁଲ ଅଫ୍‌ ଏଜୁକେଶନ ଆଣ୍ଡ ଟେକ୍ନୋଲୋଜିର ଅଧ୍ୟକ୍ଷ ସୁକାନ୍ତ କୁମାର ମହାନ୍ତି ସୋମବାର ଏହା କହିଛନ୍ତି। ଏହି ଶିକ୍ଷାନୁଷ୍ଠାନ ପରିସରରେ ଧରିତ୍ରୀର ୫୦ ବର୍ଷ ଉପଲକ୍ଷେ ଆୟୋଜିତ ‘ଗଣମାଧ୍ୟମ,ଗଣତନ୍ତ୍ର ଓ ଯୁବପିଢ଼ି ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଧ୍ୟକ୍ଷ ମହାନ୍ତି କହିଛନ୍ତି, ଆମେ ପ୍ରତ୍ୟେକ ଯାହା ଉଚିତ ତାହା କଲେ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିବ। କୌଣସି ଚାପ ଯଥା ଏକଚ୍ଛତ୍ର ଶାସକ, ତ୍ରୁଟିପୂର୍ଣ୍ଣ ଶାସନ ବ୍ୟବସ୍ଥା କିମ୍ବା ପ୍ରଭାବଶାଳୀ କଳଙ୍କିତ ବ୍ୟକ୍ତିଙ୍କ ପାଖରେ ମୁଣ୍ଡ ନୁଆଁଇଦେଲେ ଗଣତନ୍ତ୍ର ତିଷ୍ଠିପାରିବ ନାହିଁ। ଏହାକୁ ସଶକ୍ତ କରିବାକୁ ହେଲେ ପ୍ରତ୍ୟେକ ବିଶେଷକରି ଯୁବପିଢ଼ି ଓ ଗଣମାଧ୍ୟମ ସକ୍ରିୟ ହେବାକୁ ପଡ଼ିବ। ଦୀର୍ଘ ବର୍ଷର ପରାଧୀନତା ପରେ ଯେଉଁ କଷ୍ଟଲବ୍ଧ ସ୍ବାଧୀନତା ପାଇଛେ ତାକୁ କୌଣସି ପରିସ୍ଥିତିରେ ଦୁର୍ବଳ କରିବାକୁ ଦେବାନାହିଁ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ବିଚାରକ ଭାବେ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷାଧିକାରୀ ସର୍ବେଶ୍ୱର ବିଶ୍ୱାଳ ସମ୍ପ୍ରତି ଦେଖା ଦେଇଥିବା ଲାଞ୍ଚରୂପକ ବ୍ୟାଧିକୁ ନେଇ ଚିନ୍ତା ପ୍ରକଟ କରି କହିଛନ୍ତି, ଅନେକେ କିଛି ଟଙ୍କା ପାଇଁ ନିଜ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇ ଦେଉଛନ୍ତି। ଏଭଳି ମାନସିକତା ଗଣତନ୍ତ୍ର ପାଇଁ ଅଶୁଭ। ଯୁବଗୋଷ୍ଠୀ ଦେଶର ଭବିଷ୍ୟତ। ସେମାନେ ସେମାନଙ୍କ ଭବିଷ୍ୟତ ପାଇଁ ଚିନ୍ତା କରିବାର ବେଳ ଆସିଛି। ଦୁର୍ନୀତିରୂପୀ ରାକ୍ଷସକୁ ଦମନ କରି ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ବ୍ରତୀ ହେବାକୁ ସେ ଆହ୍ବାନ ଦେଇଛନ୍ତି। ଅନ୍ୟତମ ବିଚାରକ ତଥା ବର୍ତ୍ତୀସ୍ଥିତ ହରେକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ମନୀଷା ମିଶ୍ର ଗଣମାଧ୍ୟମ, ଯୁବପିଢ଼ି ଓ ଗଣତନ୍ତ୍ରକୁ ଏକ ତ୍ରିଭୁଜ ସହ ତୁଳନା କରିଛନ୍ତି। କିନ୍ତୁ ଗଣମାଧ୍ୟମର ସ୍ବତନ୍ତ୍ରତା ବଜାୟ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ପ୍ରସଙ୍ଗର ଗମ୍ଭୀରତା ବୁଝିବାକୁ ପରାମର୍ଶ ଦେବାକୁ ଯାଇ ସେ କହିଛନ୍ତି, ଏହାର ବିଭିନ୍ନ ଦିଗକୁ ସ୍ପର୍ଶ କରିବାକୁ ହେବ। ବିଶେଷକରି ବୈଜ୍ଞାନିକ, ସାମାଜିକ, ଦାର୍ଶନିକ ଓ ଧାର୍ମିକ ଦୃଷ୍ଟିକୋଣକୁ ବୁଝି ବକ୍ତବ୍ୟ ରଖିଲେ ତାହା ସାରଗର୍ଭକ ଏବଂ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି।
ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରୀଛାତ୍ରମାନେ ଅନେକ ଉପାଦେୟ କଥା କହିଛନ୍ତି। ବାସ୍ତବିକ ଆମ ଦେଶରେ ଗଣତନ୍ତ୍ରକୁ ବ୍ୟକ୍ତିତନ୍ତ୍ରରେ ପରିଣତ ପାଇଁ ଅହରହ ପ୍ରଚେଷ୍ଟା ଚାଲିଛି। ନାଗରିକମାନେ ପ୍ରତି ମୁହୂର୍ତ୍ତରେ ନିଷ୍ପେଷିତ, ଅବହେଳିତ ଓ ଦୁର୍ନୀତିର ଶିକାର ହେଉଛନ୍ତି, ଯାହା ଆଗାମୀ ପିଢ଼ି ପାଇଁ ଶୁଭଙ୍କର ନୁହେଁ। ଗଣତନ୍ତ୍ରକୁ ଠିକ ବାଟରେ ନେବା ପାଇଁ ଗଣମାଧ୍ୟମର ଭୂମିକା କିଛି କମ୍‌ ନୁହେଁ। ଗଣତନ୍ତ୍ର ଯେତେବେଳେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ବିପଦଗାମୀ ହୁଏ ସେତେବେଳେ ଗଣମାଧ୍ୟମ ମାର୍ଗଦର୍ଶନ ଦିଏ। କିନ୍ତୁ ବେଳେବେଳେ ଗଣମାଧ୍ୟମ ପଥଚ୍ୟୁତ ହୋଇଯାଉଛି, ଯାହା କେବଳ ଯୁବ ସମାଜ ନୁହେଁ ସମାଜ ଉପରେ ପଡୁଛି। ଗଣମାଧ୍ୟମ ଏ ଦିଗରେ ଦାୟିତ୍ୱବାନ୍‌ ହେବା ଉଚିତ। ଅନ୍ୟପଟେ ଯୁବ ସମାଜ ଭଲ ମଣିଷ ହେବା ଜରୁରୀ। ସମାଜରେ ଦେଖା ଦେଉଥିବା ଅନ୍ୟାୟ, ଅତ୍ୟାଚାର, ବ୍ୟଭିଚାର ବିରୋଧରେ ସ୍ବର ଉତ୍ତୋଳନ କରିବା ଉଚିତ। ଯେଉଁମାନେ ଗଣତନ୍ତ୍ର କିମ୍ବା ଗଣମାଧ୍ୟମକୁ ପରିଚାଳନା କରୁଛନ୍ତି ସେମାନେ ସତ୍ୟବାଦୀ, ସତ୍‌ ଚରିତ୍ର ନ ହେଲେ ଦିନକୁ ଦିନ ପରିସ୍ଥିତି ବିଗିଡ଼ି ଚାଲିବ। କିନ୍ତୁ ଧରିତ୍ରୀ ତା’ର ନିରପେକ୍ଷତା ବଜାୟ ରଖିପାରିଥିବା ପ୍ରତିଯୋଗୀମାନେ ବକ୍ତବ୍ୟ ଦେଇଛନ୍ତି। ପ୍ରତିଯୋଗିତାରେ ମୋଟ ୨୧ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଯୁକ୍ତ୨ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ଦିବ୍ୟଶିଖା ବେହେରା ପ୍ରଥମ, ଯୁକ୍ତ୨ ଦ୍ୱିତୀୟ ବର୍ଷ କଳା ଛାତ୍ରୀ ବିଶ୍ୱମିତ୍ରା ଭରଦ୍ୱାଜ ଦ୍ୱିତୀୟ ଏବଂ ଯୁକ୍ତ୨ ଦ୍ୱିତୀୟ ବର୍ଷ କଳା ଛାତ୍ରୀ ଦୀପ୍ତି ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭରେ ଧରିତ୍ରୀ ଜଗତ୍‌ସିଂହପୁର ଜିଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ଉଦ୍‌ବୋଧନ ଓ ମଞ୍ଚ ପରିଚାଳନା କରିଥିଲେ ଧରିତ୍ରୀ ଉପବାର୍ତ୍ତା ସମ୍ପାଦକ ମିହିର କାନ୍ତ ଦାସ। ଧନ୍ୟବାଦ ଦେଇଥିଲେ ରଘୁନାଥପୁର ପ୍ରତିନିଧି ରାଜେନ୍ଦ୍ର ନାରାୟଣ ସିଂ। ଅନ୍ୟମାନଙ୍କ ମଧ୍ୟରେ ଧରିତ୍ରୀର ବରିଷ୍ଠ ସହ ସମ୍ପାଦକ ଅରୁଣ ପ୍ରସାଦ କାନୁନ୍‌ଗୋ, ସହ ସମ୍ପାଦକ ଅରବିନ୍ଦ ମହାନ୍ତି, ପ୍ରସାରଣ ବିଭାଗର ବିଜୟ କୁମାର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟାପିକା କୁମୁଦିନୀ ଦ୍ୱିବେଦୀ, ଅଧ୍ୟାପକ କମଳଲୋଚନ ଆଚାର୍ଯ୍ୟ, ରମେଶ ଚନ୍ଦ୍ର ସାହୁ ଓ ଅଜିତ କୁମାର ଭୂୟାଁଙ୍କ ସମେତ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri