Posted inଫୁରସତ

ଧାର୍ମିକସ୍ଥଳୀ ଧର୍ମଶାଳା

ହିମାଚଳ ପ୍ରଦେଶର ଏକ ଧାର୍ମିକସ୍ଥଳୀ ଭାବେ ଧର୍ମଶାଳାର ବେଶ୍‌ ନାମ ରହିଛି ଦେଶ ବିଦେଶରେ। କାରଣ ଏଠାରେ ରହିଛି ମୈକଲୋଡ଼ଗଞ୍ଜ ନାମକ ଏକ ତୀର୍ଥସ୍ଥଳୀ; ଯେଉଁଠାରେ ମୁଖ୍ୟତଃ ତିବ୍ବତୀୟମାନଙ୍କ ଧାର୍ମିକ ଭାବଧାରାକୁ ବୁଝିବାର ଅନେକ ସୁଯୋଗ ମିଳିଥାଏ…

ହିମାଚଳ ପ୍ରଦେଶର କାଙ୍ଗରା ଜିଲା ଅନ୍ତର୍ଗତ ଏକ ନଗର ହେଉଛି ଧର୍ମଶାଳା। ଏହା ଜିଲାର ମୁଖ୍ୟାଳୟ ମଧ୍ୟ। ତା’ଛଡ଼ା ଏହାକୁ ହିମାଚଳ ପ୍ରଦେଶର ଶୀତକାଳୀନ ରାଜଧାନୀ ବୋଲି ମଧ୍ୟ କୁହାଯାଇଥାଏ। କାରଣ ଶୀତଦିନେ ଏଠାକାର ସୌନ୍ଦର୍ଯ୍ୟ ହୋଇଥାଏ ବେଶ୍‌ ଆକର୍ଷଣୀୟ। ତା’ଛଡ଼ା ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଯେମିତି ମନୋମୁଗ୍ଧକର ସେମିତି ଆକର୍ଷଣୀୟ ଏହି ନଗର ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀଗୁଡ଼ିକ। ଖାସ୍‌ ସେଥିପାଇଁ ତ ବର୍ଷକ ବାରମାସ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ।

କ’ଣ ଦେଖିବେ
ଧର୍ମଶାଳା ତିବ୍ବତୀୟ ଶରଣାର୍ଥୀଙ୍କର ଏକ ସୁରକ୍ଷିତ ନିବାସ ସ୍ଥାନ ଭାବେ ପରିଚିତ। ମୈକଲୋଡ଼ଗଞ୍ଜ ବା ମକଲୋଡ଼ଗଞ୍ଜ ହେଉଛି ଏଠାକାର ଏକ ପ୍ରମୁଖ ତୀର୍ଥସ୍ଥଳୀ। ଏହା ହିମାଚଳପ୍ରଦେଶର କାଙ୍ଗରା ଜିଲାସ୍ଥିତ ଧର୍ମଶାଳା ନଗରର ଏକ ଉପନଗର । ଏଠାରେ ମୁଖ୍ୟତଃ ବିସ୍ଥାପିତ ତିବ୍ବତୀୟମାନଙ୍କୁ ବସବାସ କରୁଥିବାର ଦେଖିବାକୁ ମିଳିଥାଏ। ଏଠାକୁ ଗଲେ ତିବ୍ବତୀୟମାନଙ୍କ ସମ୍ପର୍କରେ ଏବଂ ତାଙ୍କର ଧର୍ମ, ଜ୍ଞାନ ବିଷୟରେ ଅନେକ ଅଜଣା କଥା ଜାଣିବାର ସୁଯୋଗ ମିଳିଥାଏ। ସେହିପରି ଧର୍ମଶାଳାରେ ରହିଛି ଐତିହାସିକ ଡାଲ୍‌ ହ୍ରଦ, ଯାହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। ତା’ଛଡ଼ା ଭାଗସୁ ଜଳପ୍ରପାତ, ଧର୍ମଶାଳା ଉପତ୍ୟକା, ଚିଲ୍‌ଗରି, ଦରି, ବାରୋଲ୍‌, କଚେହରି ଅଦା, ଖନିୟାର୍‌, କୋଟ୍‌ଓ୍ବାଲି ବଜାର୍‌, ମଣ୍ଟଖାସ୍‌, ଖେଲ୍‌ ପରିସର୍‌, ସିଧ୍‌ବରି, ସିଲା ଚୋକ୍‌, ଆଗନ୍‌ଜେର୍‌ ମହାଦେବ ମନ୍ଦିର, ଓ୍ବାର୍‌ ମେମୋରିଆଲ୍‌ ମ୍ୟୁଜିୟମ୍‌, ଟି ଗାର୍ଡେନ୍‌ ଚିଲ୍‌ଗରି ଇତ୍ୟାଦି ବି ହେଉଛି ଧର୍ମଶାଳା ଅନ୍ତର୍ଗତ କେତେକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ପର୍ଯ୍ୟଟକ ଚାହିଁଲେ ଏହିସବୁ ସ୍ଥାନ ବୁଲିଯାଇ କିଛିଟା ନିଆରା ଅନୁଭୂତି ସାଉଁଟିପାରିବେ।

ଟ୍ରେକିଂର ବି ମଜା ନେଇହେବ
ଧର୍ମଶାଳାରେ ପର୍ଯ୍ୟଟକ ଚାହିଁଲେ ଟ୍ରେକିଂର ବି ଭରପୂର ମଜା ନେଇପାରିବେ। କାରଣ ଏଠାରେ ଟ୍ରେକିଂ ପାଇଁ ରହିଛି ଅନେକ ସୁବିଧା। ତା’ଛଡ଼ା ରକ୍‌ କ୍ଲାଇମ୍ବିଂର ନିଆରା ଅନୁଭୂତି ସାଉଁଟିବା ପାଇଁ ବି ଅନେକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ସ୍ଥାନୀୟ କରେରି ହ୍ରଦ ନିକଟରେ ଥିବା ଏକ ଟ୍ରେକିଂ ଡେଷ୍ଟିନେଶନ ହେଉଛି ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କର ଏକ ପ୍ରିୟ ଟ୍ରେକିଂ ପଏଣ୍ଟ।

କାଙ୍ଗରା ଚା’ର ଚାହିଦା ବି ନିଆରା
କାଙ୍ଗରା ଜିଲାରେ ମୁଖ୍ୟତଃ ଧାନ, ଗହମ ଓ ଚା ଚାଷ କରାଯାଇଥାଏ। ଏପରିକି ଧର୍ମଶାଳାରେ ଏକ ଚା ବଗିଚା ମଧ୍ୟ ଥିବାର ଦେଖିବାକୁ ମିଳିଥାଏ। ବିଶେଷକରି କାଙ୍ଗରା ଜିଲାର ନାମାନୁସାରେ ଏଠାରେ ଯେଉଁ ଚା ଉତ୍ପାଦନ କରାଯାଇଥାଏ ତାହାର ନାମ ବି କାଙ୍ଗରା ଚା ରଖାଯାଇଥାଏ। ଆଉ ଏହି ଚା’ର କୁଆଡ଼େ ଦେଶ ବିଦେଶରେ ବେଶ୍‌ ଚାହିଦା ମଧ୍ୟ ରହିଥାଏ।

କେବେ ଓ କେମିତି ଯିବେ
ବର୍ଷର ଯେ କୌଣସି ସମୟରେ ଧର୍ମଶାଳାକୁ ବୁଲିଯିବାର ସୁବିଧା ଥିଲେ ହେଁ ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ବର୍ଷାଦିନକୁ ଛାଡ଼ି ବାକି ଅନ୍ୟ ସମୟ ବିଶେଷକରି ମାର୍ଚ୍ଚରୁ ଜୁନ୍‌ ଭିତରେ ଏଠାକୁ ବୁଲିଗଲେ ଭ୍ରମଣର ଭରପୂର ଆନନ୍ଦ ଉଠାଇ ହୋଇଥାଏ। ତା’ଛଡ଼ା ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ସୁବିଧା ରହିଛି। କାଙ୍ଗରା ଏୟାରପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଧର୍ମଶାଳାରେ ପହଞ୍ଚତ୍ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri