Posted inଫୁରସତ

ପ୍ରଥମ ଦରମା ଟଙ୍କା ମା’ବାପାଙ୍କୁ ଦେଇଥିଲି: ତହସିଲଦାର ପଲ୍ଲବୀ ନାୟକ

କେନ୍ଦୁଝର ଜିଲାର ବୃନ୍ଦାବନପୁର ହେଉଛି ମୋର ପ୍ରକୃତ ଗାଁ। ହେଲେ ମୋ ମା’ ଯେହେତୁ କେନ୍ଦୁଝର ଜିଲାର ବାସୁଦେବପୁରରେ ରହି ଶିକ୍ଷକତା କରୁଥିଲେ, ତେଣୁ ମୋର ଜନ୍ମ ସେହିଠାରେ ହିଁ ହୋଇଥିଲା। ପାଠପଢ଼ା ଆରମ୍ଭ ହେଲା ବେଳକୁ ମା’ଙ୍କର ଜୁନାଗଡ଼ ବଦଳି ହୋଇଗଲା। ତେଣୁ ପ୍ରଥମରୁ ତୃତୀୟ ମୁଁ ଜୁନାଗଡ଼ରେ ପଢ଼ିଲି। ତା’ପରେ ମା’ଙ୍କର ପୁଣି କେନ୍ଦୁଝର ବଦଳି ହେବାରୁ ଚତୁର୍ଥ, ପଞ୍ଚମ ସେଠି ପଢ଼ିଲି। ଏହାପରେ ନବୋଦୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ କେନ୍ଦୁଝରର ହଦଗଡ଼ଠାରେ ଥିବା ଜବାହର ନବୋଦୟ ବିଦ୍ୟାଳୟରେ ଷଷ୍ଠରୁ ଯୁକ୍ତଦୁଇ ଯାଏ ପଢ଼ିଥିଲି। ତା’ପରେ କେନ୍ଦୁଝରସ୍ଥିତ ଧରଣୀଧର ସ୍ବଂୟଶାସିତ ମହାବିଦ୍ୟାଳୟରେ ଅର୍ଥନୀତିରେ ସ୍ନାତକ ଏବଂ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପାସ୍‌ କରି ବିଏଡ୍‌ କଲି। ବିଏଡ୍‌ ସରିବା ପରେ ମୋର ବାହାଘର ହୋଇଗଲା। ଶାଶୁଘର ବି ଥିଲା ସେହି କେନ୍ଦୁଝରରେ। ଶାଶୁଘର ଲୋକେ ଏବଂ ମୋ ସ୍ବାମୀଙ୍କ ସହଯୋଗରେ ପୁଣି ପାଠପଢ଼ା ଆରମ୍ଭ କରି ଏମ୍‌ଏଡ୍‌ ପାସ୍‌ କଲି। ତା’ପରେ ମୋତେ ବାସୁଦେବପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ ଚାକିରି ମିଳିଗଲା। ଏହା ଥିଲା ୨୦୦୭ ମସିହାର କଥା। ପ୍ରଥମ ମାସ ଯେଉଁ ଦରମା ପାଇଲି ସବୁଯାକ ଟଙ୍କା ନେଇ ମୋ ମା’ବାପାଙ୍କୁ ଦେଇଥିଲି। କାରଣ ସେମାନେ ହିଁ ମୋତେ ପିଲାଟି ଦିନରୁ ପାଠ ପଢ଼ାଇ, ଗାଇଡ୍‌ କରି ଯୋଗ୍ୟା କରାଇବାକୁ ଆପ୍ରାଣ ଚେଷ୍ଟା କରିଥିଲେ। ଏଥିରେ ମୋ ସ୍ବାମୀ ଓ ଶାଶୁଘର ଲୋକଙ୍କର ବି ପୂର୍ଣ୍ଣ ସହମତି ଥିଲା, ସେଥିପାଇଁ ମୋତେ ବହୁତ ଖୁସି ଲାଗିଥିଲା। ତେବେ ଶିକ୍ଷୟିତ୍ରୀ ଭାବେ ଚାକିରିରେ ଜଏନ୍‌ କରିବା ପୂର୍ବରୁ ୨୦୦୬ରେ ଓଏଏସ୍‌ ପରୀକ୍ଷା ପାଇଁ ବିଜ୍ଞପ୍ତି ବାହାରିଥିଲା ଆଉ ମୁଁ ସେଥିରେ ଆବେଦନ ବି କରିଥିଲି; ଯାହାର ଫଳାଫଳ ୨୦୧୦ରେ ଆସିଲା। ଓଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଜାଣି ଘରେ ସମସ୍ତେ ବହୁତ ଖୁସି ହୋଇଯାଇଥିଲେ। ମୁଁ ବି ଖୁବ୍‌ ଖୁସି ଥିଲି। ତା’ପରେ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ଟ୍ରେନିଂ ପାଇଁ ଚାଲିଗଲି। ପାଖାପାଖି ବର୍ଷେ ଟ୍ରେନିଂ ନେବା ପରେ ୨୦୧୧ ଅକ୍ଟୋବରରେ ଡେପୁଟି କଲେକ୍ଟର ଭାବେ ବାରିପଦାରେ ଜଏନ୍‌ କଲି। ୨୦୧୬ ଯାଏ ସେଠି ରହିଲି। ତା’ପରେ ତହସିଲଦାର ଭାବେ ମୟୂରଭଞ୍ଜ ଜିଲାର କୁସୁମି ବାଦାମପାହାଡ଼କୁ ମୋର ବଦଳି ହେଲା। ୨୦୧୮ରେ ପୁଣି ମୋର ବଦଳି ହେଲା ଦେବଗଡ଼କୁ; ଯେଉଁଠାରେ ଏବେ ବି ମୁଁ ତହସିଲଦାର ପୋଷ୍ଟରେ ଅବସ୍ଥାପିତ। ଚାକିରିର ବ୍ୟସ୍ତମୟ ଜୀବନରୁ ସମୟ ବାହାର କରି କିଛି କିଛି ଲେଖାଲେଖି ବି ମୁଁ କରେ। ବିଶେଷକରି ଗପ, କବିତା ଲେଖିବାରେ ଥାଏ ମୋର ରୁଚି। ୟା’ଭିତରେ ୪ଟି ଗଳ୍ପ ଓ ୧ଟି କବିତା ସଂକଳନ ମୋର ପ୍ରକାଶିତ ହୋଇସାରିଲାଣି; ଯାହାର ନଁା ହେଲା: ଭିଜା ଭିଜା ଋତୁ (ଗଳ୍ପ), ପ୍ରେମିକାପଣ (କବିତା), ଶବ୍ଦ ହଜିଗଲା ପରେ (ଗଳ୍ପ), ଢେଉ (ଗଳ୍ପ) ଏବଂ ଛବି; ଚୂନା ଚୂନା ଚିତ୍ର ଜୀବନର (କ୍ଷୁଦ୍ର ଗଳ୍ପ ସଂକଳନ)। ତା’ଛଡ଼ା ଆଗକୁ ଖୁବ୍‌ ଶୀଘ୍ର ‘ପଲ୍ଲବୀ ନାୟକଙ୍କ ଯେତେ ସବୁ ଅକବିତା’ ନାମରେ ଏକ କବିତା ସଂକଳନ ଏବଂ ‘ଋତୁର ନଁା ବସନ୍ତ’ ନାମରେ ଏକ ଉପନ୍ୟାସ ବି ମୋର ପ୍ରକାଶିତ ହେବାକୁ ଯାଉଛି। ତେଣୁ ମୁଁ ଏତିକି କହିବାକୁ ଚାହେଁ ଯେ, ଚାକିରି ହେଉ ଅବା ଲେଖାଲେଖି, ଏସବୁ ମୁଁ ଯାହାବି କରୁଛି ତା’ ପଛରେ ଭଗବାନଙ୍କ ଆଶୀର୍ବାଦ ଓ ମୋ ପରିବାର ଲୋକଙ୍କର ସହଯୋଗ ଓ ପ୍ରେରଣାକୁ ହିଁ ମୁଁ ଶ୍ରେୟ ଦେବି।

– ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri