Posted inଫୁରସତ

ଦେହସାରା ପତାକା ଟାଟୁ

ଦିଲ୍ଲୀର ହର ପ୍ରକାଶ ରିଶି। ବୟସ ୭୫ ବର୍ଷରୁ ଉର୍ଦ୍ଧ୍ୱ। ହେଲେ ତାଙ୍କ ଭିତରେ ଭରି ରହିଛି ରେକର୍ଡ କରିବାର ନିଶା। ଫଳରେ ତାଙ୍କ ନାମରେ ଏବେ ୨୦ରୁ ଉର୍ଦ୍ଧ୍ୱ ଗିନିଜ୍‌ ଓ୍ବାର୍ଲଡ ରେକର୍ଡ ରହିଛି। ସେଇଥିପାଇଁ ଅନେକେ ତାଙ୍କୁ ‘ଗିନିଜ ରିଶି’ ବୋଲି ମଧ୍ୟ ଡାକନ୍ତି। ଏଇ ରେକର୍ଡ ନିଶାରେ ସେ ନିଜ ଦେହରେ ଅନେକ ଟାଟୁ ବି କରାଇଛନ୍ତି। ଆଉ ଏହିସବୁ ଟାଟୁ ବିଭିନ୍ନ ଦେଶର ରାଷ୍ଟ୍ରୀୟ ପତାକାର ଅଟେ। ମୁଣ୍ଡ, ମୁହଁ, ବେକ, ପିଠି, ପେଟ ଆଦି ସ୍ଥାନରେ ସେ ୩୬୬ଟି ପତାକାର ଟାଟୁ କରି ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଏହାବାଦ ସେ ରେକର୍ଡ ପାଇଁ ଏତେ ପାଗଳ ଯେ, ୪୯୬ଟି ଷ୍ଟ୍ରକୁ ପାଟିରେ ଧରି ରଖିବା ଲାଗି ନିଜର ସବୁ ଦାନ୍ତ ବାହାର କରି ଦେଇଛନ୍ତି। ତା’ସହ ଦିଲ୍ଲୀରୁ ସାନ ଫ୍ରାନ୍‌ସିସ୍କୋସ୍ଥ ରିପ୍‌ଲିସ୍‌ ବିଲିଭ ଅର ନଟ୍‌ ମ୍ୟୁଜିୟମକୁ ଯାଇ ପିଜ୍ଜା ଡେଲିଭର୍‌ କରି ରେକର୍ଡ କରିଛନ୍ତି। ତେବେ ସେ ପ୍ରଥମ ରେକର୍ଡ ନିଜର ଦୁଇ ବନ୍ଧୁଙ୍କ ସହ ସ୍କୁଟରରେ ଅବିରତଭାବେ ୧୦୦୧ ଘଣ୍ଟା ଯାଇ କରିଥିଲେ। ତାପରଠାରୁ ସେ ଅନେକ ଅଜବ ଯୋଜନା କରି ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri