Posted inଫୁରସତ

ଧାର୍ମିକସ୍ଥଳୀ ଧର୍ମଶାଳା

ହିମାଚଳ ପ୍ରଦେଶର ଏକ ଧାର୍ମିକସ୍ଥଳୀ ଭାବେ ଧର୍ମଶାଳାର ବେଶ୍‌ ନାମ ରହିଛି ଦେଶ ବିଦେଶରେ। କାରଣ ଏଠାରେ ରହିଛି ମୈକଲୋଡ଼ଗଞ୍ଜ ନାମକ ଏକ ତୀର୍ଥସ୍ଥଳୀ; ଯେଉଁଠାରେ ମୁଖ୍ୟତଃ ତିବ୍ବତୀୟମାନଙ୍କ ଧାର୍ମିକ ଭାବଧାରାକୁ ବୁଝିବାର ଅନେକ ସୁଯୋଗ ମିଳିଥାଏ…

ହିମାଚଳ ପ୍ରଦେଶର କାଙ୍ଗରା ଜିଲା ଅନ୍ତର୍ଗତ ଏକ ନଗର ହେଉଛି ଧର୍ମଶାଳା। ଏହା ଜିଲାର ମୁଖ୍ୟାଳୟ ମଧ୍ୟ। ତା’ଛଡ଼ା ଏହାକୁ ହିମାଚଳ ପ୍ରଦେଶର ଶୀତକାଳୀନ ରାଜଧାନୀ ବୋଲି ମଧ୍ୟ କୁହାଯାଇଥାଏ। କାରଣ ଶୀତଦିନେ ଏଠାକାର ସୌନ୍ଦର୍ଯ୍ୟ ହୋଇଥାଏ ବେଶ୍‌ ଆକର୍ଷଣୀୟ। ତା’ଛଡ଼ା ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଯେମିତି ମନୋମୁଗ୍ଧକର ସେମିତି ଆକର୍ଷଣୀୟ ଏହି ନଗର ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀଗୁଡ଼ିକ। ଖାସ୍‌ ସେଥିପାଇଁ ତ ବର୍ଷକ ବାରମାସ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ।

କ’ଣ ଦେଖିବେ
ଧର୍ମଶାଳା ତିବ୍ବତୀୟ ଶରଣାର୍ଥୀଙ୍କର ଏକ ସୁରକ୍ଷିତ ନିବାସ ସ୍ଥାନ ଭାବେ ପରିଚିତ। ମୈକଲୋଡ଼ଗଞ୍ଜ ବା ମକଲୋଡ଼ଗଞ୍ଜ ହେଉଛି ଏଠାକାର ଏକ ପ୍ରମୁଖ ତୀର୍ଥସ୍ଥଳୀ। ଏହା ହିମାଚଳପ୍ରଦେଶର କାଙ୍ଗରା ଜିଲାସ୍ଥିତ ଧର୍ମଶାଳା ନଗରର ଏକ ଉପନଗର । ଏଠାରେ ମୁଖ୍ୟତଃ ବିସ୍ଥାପିତ ତିବ୍ବତୀୟମାନଙ୍କୁ ବସବାସ କରୁଥିବାର ଦେଖିବାକୁ ମିଳିଥାଏ। ଏଠାକୁ ଗଲେ ତିବ୍ବତୀୟମାନଙ୍କ ସମ୍ପର୍କରେ ଏବଂ ତାଙ୍କର ଧର୍ମ, ଜ୍ଞାନ ବିଷୟରେ ଅନେକ ଅଜଣା କଥା ଜାଣିବାର ସୁଯୋଗ ମିଳିଥାଏ। ସେହିପରି ଧର୍ମଶାଳାରେ ରହିଛି ଐତିହାସିକ ଡାଲ୍‌ ହ୍ରଦ, ଯାହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। ତା’ଛଡ଼ା ଭାଗସୁ ଜଳପ୍ରପାତ, ଧର୍ମଶାଳା ଉପତ୍ୟକା, ଚିଲ୍‌ଗରି, ଦରି, ବାରୋଲ୍‌, କଚେହରି ଅଦା, ଖନିୟାର୍‌, କୋଟ୍‌ଓ୍ବାଲି ବଜାର୍‌, ମଣ୍ଟଖାସ୍‌, ଖେଲ୍‌ ପରିସର୍‌, ସିଧ୍‌ବରି, ସିଲା ଚୋକ୍‌, ଆଗନ୍‌ଜେର୍‌ ମହାଦେବ ମନ୍ଦିର, ଓ୍ବାର୍‌ ମେମୋରିଆଲ୍‌ ମ୍ୟୁଜିୟମ୍‌, ଟି ଗାର୍ଡେନ୍‌ ଚିଲ୍‌ଗରି ଇତ୍ୟାଦି ବି ହେଉଛି ଧର୍ମଶାଳା ଅନ୍ତର୍ଗତ କେତେକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ପର୍ଯ୍ୟଟକ ଚାହିଁଲେ ଏହିସବୁ ସ୍ଥାନ ବୁଲିଯାଇ କିଛିଟା ନିଆରା ଅନୁଭୂତି ସାଉଁଟିପାରିବେ।

ଟ୍ରେକିଂର ବି ମଜା ନେଇହେବ
ଧର୍ମଶାଳାରେ ପର୍ଯ୍ୟଟକ ଚାହିଁଲେ ଟ୍ରେକିଂର ବି ଭରପୂର ମଜା ନେଇପାରିବେ। କାରଣ ଏଠାରେ ଟ୍ରେକିଂ ପାଇଁ ରହିଛି ଅନେକ ସୁବିଧା। ତା’ଛଡ଼ା ରକ୍‌ କ୍ଲାଇମ୍ବିଂର ନିଆରା ଅନୁଭୂତି ସାଉଁଟିବା ପାଇଁ ବି ଅନେକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ସ୍ଥାନୀୟ କରେରି ହ୍ରଦ ନିକଟରେ ଥିବା ଏକ ଟ୍ରେକିଂ ଡେଷ୍ଟିନେଶନ ହେଉଛି ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କର ଏକ ପ୍ରିୟ ଟ୍ରେକିଂ ପଏଣ୍ଟ।

କାଙ୍ଗରା ଚା’ର ଚାହିଦା ବି ନିଆରା
କାଙ୍ଗରା ଜିଲାରେ ମୁଖ୍ୟତଃ ଧାନ, ଗହମ ଓ ଚା ଚାଷ କରାଯାଇଥାଏ। ଏପରିକି ଧର୍ମଶାଳାରେ ଏକ ଚା ବଗିଚା ମଧ୍ୟ ଥିବାର ଦେଖିବାକୁ ମିଳିଥାଏ। ବିଶେଷକରି କାଙ୍ଗରା ଜିଲାର ନାମାନୁସାରେ ଏଠାରେ ଯେଉଁ ଚା ଉତ୍ପାଦନ କରାଯାଇଥାଏ ତାହାର ନାମ ବି କାଙ୍ଗରା ଚା ରଖାଯାଇଥାଏ। ଆଉ ଏହି ଚା’ର କୁଆଡ଼େ ଦେଶ ବିଦେଶରେ ବେଶ୍‌ ଚାହିଦା ମଧ୍ୟ ରହିଥାଏ।

କେବେ ଓ କେମିତି ଯିବେ
ବର୍ଷର ଯେ କୌଣସି ସମୟରେ ଧର୍ମଶାଳାକୁ ବୁଲିଯିବାର ସୁବିଧା ଥିଲେ ହେଁ ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ବର୍ଷାଦିନକୁ ଛାଡ଼ି ବାକି ଅନ୍ୟ ସମୟ ବିଶେଷକରି ମାର୍ଚ୍ଚରୁ ଜୁନ୍‌ ଭିତରେ ଏଠାକୁ ବୁଲିଗଲେ ଭ୍ରମଣର ଭରପୂର ଆନନ୍ଦ ଉଠାଇ ହୋଇଥାଏ। ତା’ଛଡ଼ା ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ସୁବିଧା ରହିଛି। କାଙ୍ଗରା ଏୟାରପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଧର୍ମଶାଳାରେ ପହଞ୍ଚତ୍ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri