ଧନତେରସରେ କମିଯିବ ସୁନା! ଆସିଲା ବଡ଼ ଅପଡେଟ୍‌

ଧନତେରସ, ଦୀପାବଳିର ପ୍ରଥମ ଦିନ, ସୁନା ଓ ରୂପା କିଣିବା ପାଇଁ ଏକ ଶୁଭ ଅବସର ବୋଲି କୁହାଯାଏ। କିନ୍ତୁ ବଜାରରେ ଠିକ ଦାମରେ ଓ ଗୁଣବତ୍ତାଯୁକ୍ତ ସୁନା-ରୂପା କିଣିବା ପାଇଁ କିଛି ସରଳ ଉପାୟ ଜାଣିବା ଜରୁରୀ। ଏହି ଧନତେରସରେ ଆପଣଙ୍କୁ ଶସ୍ତା ଓ ଖାଣ୍ଟି ଜିନିଷ କିଣିବାରେ ସାହାଯ୍ୟ କରିବ।

ବଜାର ଦର ପୂର୍ବରୁ ଯାଞ୍ଚ କରନ୍ତୁ। ସୁନା ଓ ରୂପାର ଦାମ ପ୍ରତିଦିନ ବଦଳୁଛି। ତେଣୁ କିଣିବା ପୂର୍ବରୁ ଅନଲାଇନ ପୋର୍ଟାଲ କିମ୍ବା ଖବରକାଗଜ ମାଧ୍ୟମରେ ଆନ୍ତର୍ଜାତୀୟ ଓ ସ୍ଥାନୀୟ ବଜାର ଦର ଜାଣି ନିଅନ୍ତୁ। ଏହା ଆପଣଙ୍କୁ ଦୋକାନୀଙ୍କ ସହ ଦର ଦାମ କରିବାରେ ସାହାଯ୍ୟ କରିବ।

ହଲମାର୍କ ଓ ଶୁଦ୍ଧତା ଯାଞ୍ଚ କରନ୍ତୁ। ସୁନା କିଣୁଥିଲେ ବିଆଇଏସ (BIS) ହଲମାର୍କ ଥିବା ଅଳଙ୍କାର ନିଶ୍ଚିତ କରନ୍ତୁ। ୨୨ କ୍ୟାରେଟ କିମ୍ବା ୨୪ କ୍ୟାରେଟ ସୁନାର ଶୁଦ୍ଧତା ଯାଞ୍ଚ କରିବା ପାଇଁ ଦୋକାନୀଙ୍କୁ କ୍ୟାରେଟ ପରୀକ୍ଷା କରିବାକୁ କୁହନ୍ତୁ। ରୂପା ପାଇଁ ମଧ୍ୟ ୯୨୫ ହଲମାର୍କ ଦେଖନ୍ତୁ।

ମେକିଂ ଚାର୍ଜ ଓ ଅନ୍ୟାନ୍ୟ ଖର୍ଚ୍ଚ ବୁଝନ୍ତୁ। ସୁନା-ରୂପାର ମୂଲ୍ୟ ସହ ମେକିଂ ଚାର୍ଜ, ଜିଏସ୍ଟି ଓ ଅନ୍ୟାନ୍ୟ ଖର୍ଚ୍ଚ ଯୋଗ ହୁଏ। ମେକିଂ ଚାର୍ଜ ସାଧାରଣତଃ ୧୦-୨୫% ହୋଇଥାଏ। ଏହାକୁ କମ କରିବା ପାଇଁ ବିଭିନ୍ନ ଦୋକାନରେ ଦାମ ତୁଳନା କରନ୍ତୁ ଓ ଦର ଦାମ କରନ୍ତୁ।

ଅଫର ଓ ଡିସକାଉଣ୍ଟର ଲାଭ ଉଠାନ୍ତୁ। ଧନତେରସ ଅବସରରେ ଅନେକ ଜୁଏଲରୀ ଦୋକାନ ଓ ଅନ୍ଲାଇନ ପ୍ଲାଟଫର୍ମ ଡିସକାଉଣ୍ଟ ଓ କ୍ୟାସବ୍ୟାକ ଅଫର ଦେଇଥାନ୍ତି। ଏହାକୁ ପୂର୍ବରୁ ଯାଞ୍ଚ କରି ସବୁଠୁ ଲାଭଦାୟକ ଅଫର ବାଛନ୍ତୁ। ଅନଲାଇନ କିଣୁଥିଲେ ରିଟର୍ଣ୍ଣ ନୀତି ଓ ଶିପିଂ ଖର୍ଚ୍ଚ ବିଷୟରେ ଜାଣି ନିଅନ୍ତୁ।

ବିଲ ଓ ସାର୍ଟିଫିକେଟ ନିଶ୍ଚିତ ନିଅନ୍ତୁକିଣା ପରେ ସୁନା-ରୂପାର ଶୁଦ୍ଧତା ଓ ଓଜନ ଉଲ୍ଲେଖ ଥିବା ବିଲ ଓ ସାର୍ଟିଫିକେଟ ନିଅନ୍ତୁ। ଏହା ଭବିଷ୍ୟତରେ ବିକ୍ରି କିମ୍ବା ବଦଳାଇବା ସମୟରେ କାମରେ ଆସିବ।

ଅଳଙ୍କାର ବଦଳାଇବା ନୀତି ଜାଣନ୍ତୁ। ଅନେକ ଦୋକାନୀ ଧନତେରସ ଅବସରରେ ଅଳଙ୍କାର ବଦଳାଇବା କିମ୍ବା ଫେରାଇ ଦେବାର ସୁବିଧା ଦେଇଥାନ୍ତି। ଏହି ନୀତି ବିଷୟରେ ପୂର୍ବରୁ ଜାଣି ନିଅନ୍ତୁ, ଯାହା ଆପଣଙ୍କ କିଣାକୁ ଅଧିକ ନିରାପଦ କରିବ।

ବଜେଟ ର୍ନିଦ୍ଧାରଣ କରନ୍ତ। କିଣିବା ପୂର୍ବରୁ ନିଜର ବଜେଟ ଠିକ କରି ରଖନ୍ତୁ। ଅତ୍ୟଧିକ ଖର୍ଚ୍ଚ କରିବା ଏଡାଇବା ପାଇଁ କେବଳ ଆବଶ୍ୟକୀୟ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ।ଏହି ଟ୍ରିକ୍ସ ଆପଣାଇ ଆପଣ ଧନତେରସରେ ସସ୍ତା ଓ ଖାଣ୍ଟି ସୁନା-ରୂପା କିଣି ପାରିବେ।

Dharitri – Odisha’s No.1 Trusted Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?