Posted inଜାତୀୟ

ଧନକର: ଇସ୍ତଫା ନା ବିଦା

ନୂଆଦିଲ୍ଲୀ,୨୨ା୭: ବରିଷ୍ଠ ନେତାମାନଙ୍କ ସ୍ବାଭାବିକ ଅବସର ବୟସ ୭୫ ବର୍ଷ ହେବା ଉଚିତ ବୋଲି ଜୁଲାଇ ୯ରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ କହିଥିଲେ। ମହାରାଷ୍ଟ୍ରର ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତକରି ସେ ଦେଇଥିବା ଏହି ମନ୍ତବ୍ୟକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ୨୦୨୫ ସେପ୍ଟେମ୍ବରରେ ଭାଗବତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୭୫ ବର୍ଷ ପୂରିବାକୁ ଯାଉଛି। ମୋଦି ୨ ମାସ ମଧ୍ୟରେ ୭୫ ବର୍ଷରେ ପଦାର୍ପଣ କରିବାକୁ ଥିବାରୁ ଭାଗବତ ତାଙ୍କ ଉଦ୍ଦେଶ୍ୟରେ ଏହି ପରାମର୍ଶ ଦେଇଥିବା କଂଗ୍ରେସ ଓ ଶିବସେନା ୟୁବିଟି ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଅନୁମାନ ଲଗାଇଲେ। ସେହି ୯ ତାରିଖ ରାତିରେ ଅହମଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମଧ୍ୟ ନିଜ ଅବସର ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ଶାହା କହିଥିଲେ, ରାଜନୀତିରୁ ସନ୍ନ୍ୟାସ ନେବା ପରେ ସେ ଗୁଜରାଟ ଯାଇ ନିଜ ସମ୍ପୂର୍ଣ୍ଣ ଜୀବନ ବେଦ, ଉପନିଷଦ ଓ ନାଚୁରାଲ ଫାର୍ମିଂ (ପ୍ରାକୃତିକ ଉପାୟରେ କୃଷି) କ୍ଷେତ୍ରରେ ଉତ୍ସର୍ଗ କରିଦେବେ। ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି କୃଷିରୁ ଉତ୍ପାଦନ ବୃଦ୍ଧି ଓ ରୋଗମୁକ୍ତ ଜୀବନ ଭଳି ଅନେକ ଲାଭ ମିଳିଥାଏ। ଏହାର ଦିନକ ପରେ ଅର୍ଥାତ୍‌ ଜୁଲାଇ ୧୦ରେ ଉପରାଷ୍ଟ୍ରପତି ଜଗଦୀପ ଧନକର ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ସବୁକିଛି ଠିକ୍‌ଠାକ୍‌ ଚାଲିଲେ ସେ ନିଜ ସାମ୍ବିଧାନିକ ଦାୟିତ୍ୱ ତୁଲାଇସାରିବା ପରେ ୨୦୨୭ ଅଗଷ୍ଟ ୧୦ରେ ଅବସର ନେବେ। ନିଜକୁ ଜଣେ ‘କୃଷକ ପୁତ୍ର’ ଭାବେ ଅଭିହିତ କରି ଅନେକ ସମୟରେ ଚାଷୀମାନଙ୍କ ସଶକ୍ତୀକରଣକୁ ଗୁରୁତ୍ୱ ଦେଇଆସିଥିବା ଧନକର ଏଭଳି ମନ୍ତବ୍ୟ ଦେବା ପରେ ସେ ମଧ୍ୟ ପରବର୍ତ୍ତୀ ଜୀବନକାଳରେ ଚାଷକାର୍ଯ୍ୟରେ ମନୋନିବେଶ କରିପାରନ୍ତି ବୋଲି ଅନେକେ ଧରିନେଇଥିଲେ। ତେବେ ସଂସଦ ମୌସୁମୀ ଅଧିବେଶନର ପ୍ରଥମ ଦିନ ସୋମବାର ଧନକର ରାଜ୍ୟ ସଭାକୁ ଯାଇ ସଭାକାର୍ଯ୍ୟ ତୁଲାଇଥିଲେ। ରାଜ୍ୟ ସଭା ଅଧ୍ୟକ୍ଷ ଧନକର ଉଚ୍ଚ ସଦନରେ ଦିନସାରା ରହିବା ଭିତରେ ଅବସର ସମ୍ପର୍କରେ ଘୋଷଣା କରିପାରି ଥାଆନ୍ତେ। କିନ୍ତୁ ଦୀର୍ଘ ସମୟ କାର୍ଯ୍ୟ ତୁଲାଇବା ପରେ ମଧ୍ୟ ସେ ସେପରି କରି ନ ଥିଲେ। ପାର୍ଲାମେଣ୍ଟରୁ ନିଜ ସରକାରୀ ବାସଭବନକୁ ଯିବା ପରେ ରାତିରେ ହଠାତ୍‌ ନିଜ ‘X’ ହ୍ୟାଣ୍ଡଲରେ ସେ ଉପରାଷ୍ଟ୍ରପତି ପଦରୁ ତତ୍କାଳ ଇସ୍ତଫା ଦେଇଥିବା ଘୋଷଣା କଲେ। ଏଥିସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରକୁ ସୋସିଆଲ ମିଡିଆରେ ଶେୟାର କଲେ। ଅର୍ଥାତ୍‌ ଧନକର ସୋମବାର ରାତିରେ ହିଁ ଇସ୍ତଫା ଦେବେ ବୋଲି ଦିନବେଳା ତାଙ୍କ ମନରେ ନ ଥିଲା କିମ୍ବା ଏ ସମ୍ପର୍କରେ ସେ ଆଦୌ ଅବଗତ ନ ଥିଲେ। ଘରକୁ ଯିବା ପରେ କୌଣସି ଆଡ଼ୁ ତାଙ୍କ ଉପରେ ପଦ ଛାଡ଼ିବାକୁ ଚାପ ପଡ଼ିଥାଇପାରେ ବୋଲି ଦିଲ୍ଲୀ ମହଲରେ କୌତୂହଳର ସହ ଚିନ୍ତା କରାଯାଉଛି। ଏହା ପୂର୍ବରୁ ଭାଜପା ଲାଲକୃଷ୍ଣ ଆଡ୍‌ଭାନୀ ଓ ମୁରଲୀ ମନୋହର ଜୋଷୀଙ୍କ ଭଳି ବରିଷ୍ଠ ନେତାଙ୍କୁ ୭୫ ବର୍ଷ ବୟସରେ ଅଣାନୁଷ୍ଠାନିକ ଭାବେ ଅବସର ଦେଇଥିଲା। ନରେନ୍ଦ୍ର ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ଏହି ବରିଷ୍ଠ ନେତାମାନଙ୍କୁ ମାର୍ଗଦର୍ଶକ ମଣ୍ଡଳକୁ ହଟାଇ ଦିଆଯାଇଥିଲା। ତେଣୁ ଭାଗବତ ଓ ଶାହାଙ୍କ ମନ୍ତବ୍ୟ ପରେ ୭୪ ବର୍ଷୀୟ ଧନକରଙ୍କୁ ବିଦା କରାଯାଇଥାଇପାରେ ଏବଂ ହଠାତ୍‌ କୌଣସି ଆଡ଼ୁ ଚାପର ବଶବର୍ତ୍ତୀ ହୋଇ ପଦତ୍ୟାଗ କରିବାକୁ ବାଧ୍ୟ ହୋଇଥାଇପାରନ୍ତି ବୋଲି ରାଜନୈତିକ ବିଶ୍ଳେଷକମାନେ ଅନୁମାନ କଲେଣି।
୧୯୫୧ ମେ’ ୧୮ରେ ରାଜସ୍ଥାନର ଝୁନ୍‌ଝୁନ୍‌ଓ୍ବାଲା ଜିଲା କିଥାନା ଗ୍ରାମର ଏକ ଜାଟ୍‌ ପରିବାରରେ ଜନ୍ମିତ ଧନକର ପେସାରେ ଜଣେ ଆଇନଜୀବୀ। ଜନତା ଦଳରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ। ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ଝୁନ୍‌ଝୁନ୍‌ଓ୍ବାଲା ସଂସଦୀୟ ଆସନରୁ ସେ ଲୋକ ସଭାରେ ପ୍ରତିନିଧିତ୍ୱ କରିଥିଲେ। ଧନକର ୧୯୯୧ରେ କଂଗ୍ରେସ ଓ ୨୦୦୩ରେ ଭାଜପାରେ ଯୋଗଦେଇଥିଲେ। ୨୦୧୯ ଜୁଲାଇ ୨୦ରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳ ରୂପେ ନିଯୁକ୍ତ କରିଥିଲେ। ରାଜ୍ୟପାଳ ହେବା ପରେ ଧନକର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଅନେକ ପ୍ରସଙ୍ଗରେ ମୁହଁାମୁହିଁ ହୋଇ ବିବାଦୀୟ ହୋଇଥିଲେ। ସେତେବେଳେ ତାଙ୍କ ଆଚରଣ ଏପରି ଥିଲା ଯେ, ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଧନକରଙ୍କୁ ‘ବାସ୍ତବ ବିରୋଧୀ ଦଳ ନେତା’ର ଆଖ୍ୟା ଦେଇଥିଲା। ୨୦୨୨ ଜୁଲାଇ ୧୬ରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଧନକରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା। ନିର୍ବାଚନରେ ବିଜୟୀ ହୋଇ ଅଗଷ୍ଟ ୧୧ରେ ଉପରାଷ୍ଟ୍ରପତି ହୋଇଥିବା ଏହି ବର୍ଷିୟାନ ନେତା ଇତିମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ମତାମତ ରଖି ବିବାଦୀୟ ହୋଇଥିଲେ। ନ୍ୟାୟିକ ନିଯୁକ୍ତିକୁ ମୋଦି ସରକାର ନିଜ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରୁଥିବା ଦର୍ଶାଇ ସୁପ୍ରିମକୋର୍ଟ ଏଥିରେ ରୋକ ଲଗାଇଥିଲେ। ସେହିପରି ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ନିର୍ବାଚିତ ସରକାରଙ୍କ ଦ୍ୱାରା ବିଧାନସଭାରେ ପାରିତ ୧୨ ବିଲ୍‌ ଅଟକାଇବା ଏବଂ ରାଷ୍ଟ୍ରପତି ସେଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମୋହର ନ ଦେବା ଆଦି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପକୁ ମଧ୍ୟ ଧନକର ସମାଲୋଚନା କରି ଅଦାଲତଙ୍କୁ ନିଜ ନ୍ୟାୟିକ ପରିସୀମା ଦେଖାଇବାକୁ ଉଦ୍ୟମ କରିଥିଲେ। ଧନକର ୨୦୨୭ ଅଗଷ୍ଟ ୧୦ରେ ଅବସର ନେଇଥାଆନ୍ତେ। କିନ୍ତୁ ଅବସରକୁ ୨ ବର୍ଷରୁ ଅଧିକ ସମୟ ବାକି ଥିବାବେଳେ ଧନକର ଇସ୍ତଫା ଦେଇ ରାଜନୈତିକ ମହଲରେ ଅନେକ କଳ୍ପନାଜଳ୍ପନାକୁ ଜନ୍ମ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?