ବେଆଇନ କ୍ରଶର ପରିଦର୍ଶନ କଲେ ଡିଏଫ୍‌ଓ

କେନ୍ଦୁଝର,୭ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ତହସିଲ ଅଧୀନ ଖଣ୍ଟଘର ଗ୍ରାମରେ ଚାଲିଥିବା ବେଆଇନ କ୍ରଶର ଅଞ୍ଚଳକୁ କେନ୍ଦୁଝର ଡିଏଫ୍‌ଓ ଏଚ୍‌ଡି ଧନରାଜ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। କ୍ରଶର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିନା ଅନୁମତିରେ ଏବଂ ପଥର ଖଣି ଲିଜ୍‌ ଅଞ୍ଚଳ ନିକଟରେ ଚାଲି ଆସୁଥିଲା। କ୍ରଶର ଦ୍ୱାରା ଉକ୍ତ ଅଞ୍ଚଳ ଦେଇ ଚଳାଚଳ କରୁଥିବା ବନ୍ୟପ୍ରାଣୀ କ୍ଷତିଗସ୍ତ ହେଉଥିଲେ। ଏଣୁ ଏହାକୁ ଆଧାର କରି କ୍ରସରକୁ ବନ୍ଦ କରିବା ପାଇଁ ଡିଏଫ୍‌ଓ ପଦକ୍ଷେପ ନେଇଥିଲେ। ମାତ୍ର ଆଦେଶ ଅବମାନନା କରି କ୍ରଶର ଚାଲି ଆସୁଥିଲା। ଏ ନେଇ ବନ ବିଭାଗ ବିଗତ ଦିନରେ କ୍ରଶରରୁ ବିଦ୍ୟୁତ୍‌ ବିଚ୍ଛିନ୍ନ ପାଇଁ ଆନନ୍ଦପୁର ଟାଟା ପାୱାର ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି କରିଥିଲେ। ବନ ବିଭାଗ ପକ୍ଷରୁ ନୋଟିସ୍‌ କରି କାମ ବନ୍ଦ କରାଯାଇଥିଲେ ହେଁ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଉକ୍ତ କ୍ୱାରୀ ତିନି ମାସିଆ ଅର୍ଥାତ ସଟ୍‌ ଟର୍ମ ଲିଜ ଭାବରେ ରାଜସ୍ବ ବିଭାଗ ଦେଇଥିବା ଜଣାପଡ଼ିଛି। ତେବେ ଓ୍ବାଇ ଫର୍ମରେ ପଥର ଉତ୍ତୋଳନ ହୋଇ ଉକ୍ତ ବେଆଇନ କ୍ରଶରରେ ସାଇଜ କରାଯାଉଥିଲା କି ନାହିଁ ତାହା ତଦନ୍ତ ଦାବି ହେଉଛି। ଅନୁମତି ନ ଥାଇ କ୍ରଶର ଓ ଏକ ପିଚୁ କାରଖାନା ଉକ୍ତ ଲିଜ୍‌ ଅଞ୍ଚଳରେ ଚାଲିଥିବା ବନ ବିଭାଗ ଯାଞ୍ଚ ବେଳେ ଜାଣିବାକୁ ପାଇଛି। ଏଥିରେ କେତେକ ଦୁର୍ନୀତିଗ୍ରସ୍ତ ରାଜସ୍ବ ଓ ଅନ୍ୟାନ୍ୟ ବିଭାଗ କର୍ମଚାରୀଙ୍କ ହାତ ଥିବାରୁ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହେବେ ବୋଲି ଆଇନ୍‌ଜୀବୀ ମାନେ ମତବ୍ୟକ୍ତ କରିଛନ୍ତି। ଏ ନେଇ ଡିଏଫ୍‌ଓ ଏଚ୍‌ଡି ଧନରାଜ କହିଛନ୍ତି ଯେ ଉକ୍ତ ସ୍ଥାନର ଅବସ୍ଥା ଦେଖିବାକୁ ଯାଇଥିଲେ। କାମର ସଠିକ୍‌ କାଗଜପତ୍ର ମାଗିଛନ୍ତି। ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ନାବାଳିକାଙ୍କ ଜୀବନ

ପାରଳାଖେମୁଣ୍ଡି:୧୪।୩: ଗଜପତି ଜିଲା ସଦରମହକୁମାର ପାରଳାଖେମୁଣ୍ଡିଠାରୁ ୫କି.ମି କିମି ଦୂର କତଲକଇଠା ଗ୍ରାମରେ ରବିବାର ଏକ ବେସରକାରୀ ସଂସ୍ଥାର ଆମ୍ବୁଲାନ୍ସ ଗାଡି ଧକ୍କାରେ ଜଣେ ନାବାଳିକାଙ୍କ...

ଆର୍‌ଆଇ କାର୍ଯ୍ୟାଳୟ ଖୋଲିବାକୁ ଜବରଦଖଲ ଉଚ୍ଛେଦ

ଭାପୁର,୧୩ା୪(ଡି.ଏନ.ଏ.): ଭାପୁର ବ୍ଲକ ଅନ୍ତର୍ଗତ ଶାଳପଡ଼ା ପଞ୍ଚାୟତରେ ରାଜସ୍ବ ନୀରିକ୍ଷକ ଗୃହ ନିର୍ମାଣ ପାଇଁ ବୁଧବାର ରାଜସ୍ବ ପ୍ରଶାସନିକଙ୍କ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଶାଳପଡ଼ା...

ସୁନା ଦୋକାନରେ ଜିଏସଟି ବିଭାଗର ଚଢ଼ାଉ

ଭବାନୀପାଟଣା,୨୧।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜିଏସଟି ବିଭାଗ ପକ୍ଷରୁ ଶୁକ୍ରବାର ଭବାନୀପାଟଣା ସହରର ଗାନ୍ଧୀ ଛକରେ ଥିବା ଲକ୍ଷ୍ମୀପ୍ରିୟା ସୁନା ଦୋକାନରେ ଚଢ଼ାଉ କରାଯାଇଛି। ରାଜ୍ୟ ଜିଏସଟି...

ଏନ୍‌ଏଚ୍‌ରେ ୨ ଘଣ୍ଟା ହାତୀ ଆତଙ୍କ

ଢେଙ୍କାନାଳ ଅଫିସ, ୧୯ା୭: ଢେଙ୍କାନାଳ ଜିଲାରେ ପୁଣିଥରେ ହାତୀ ଉପଦ୍ରବ ଆରମ୍ଭ ହୋଇଛି। ଖାଦ୍ୟ ଅନ୍ବେଷଣରେ ହାତୀପଲ ଜନବସତିମୁହାଁ ହୋଇଛନ୍ତି। ବୁଧବାର ରାତିରେ ରାସୋଳ ଅଞ୍ଚଳରେ...

ଅଚଳାବସ୍ଥାରେ ଆମ ପୋଲିସ ସମିତି

ବଅଁରପାଳ,୩୦ା୫(ଡି.ଏନ.ଏ.): ଜନସାଧାରଣ ଓ ପୋଲିସ ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ଅପରାଧ ହ୍ରାସ କରିବା ଉଦ୍ଦେଶ୍ୟରେ ୨୦୧୩ ମସିହାରେ ସରକାରଙ୍କ ପକ୍ଷରୁ ଆମ ପୋଲିସ ସମିତି ବ୍ୟବସ୍ଥା...

ପୌରପାଳିକାରେ ଆରମ୍ଭ ହେଲା ‘ମୋ ସରକାର’: ଧୈର୍ଯ୍ୟର ସହ ଅଭିଯୋଗ ଶୁଣିବା ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ, ୧୩।୧୨-ଅନୁଗୋଳ ପୌରପାଳିକାରେ ମୋ ସରକାର ସେଲ୍‌ ଗୁରୁବାରଠାରୁ ଖୋଲାଯାଇଛି। ଏଣିକି ଅଭିଯୋଗ ନେଇ ପୌର କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ତୁରନ୍ତ ବସିବା ପାଇଁ...

କୋରାପୁଟ,୨୭।୪(ସ୍ବ.ପ୍ର.): ସ୍ବାଧୀନତାର ୭ ଦଶନ୍ଧି ପରେ ମଧ୍ୟ କୋରାପୁଟ ଜିଲାର ବହୁ ଗ୍ରାମବାସୀ ଏବେ ବି ମୌଳିକ ସମସ୍ୟା ଭିତରୁ ମୁକୁଳି ପାରୁନାହାନ୍ତି। ସେମାନେ ଅବହେଳିତ...

ମହିଳାଙ୍କୁ ଗଣବଳାତ୍କାର

କେନ୍ଦୁଝର, ୭ା୬ : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ଗାଡ଼ିରେ ଉଠାଇ ନେଇ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି...

Advertisement
Archives

Model This Week