ଭକ୍ତ ଓ ଭଗବାନ୍‌

ନାରାୟଣ ମିଶ୍ର

 

ଭଗବାନ୍‌ ଶ୍ରୀମଦ୍‌ ଭଗବତ୍‌ଗୀତାର ସପ୍ତମ ଅଧ୍ୟାୟର ୧୬ନମ୍ବର ଶ୍ଳୋକରେ କହିଛନ୍ତି- ”ଚତୁର୍ବିଧା ଭଜନ୍ତେ ମାଂ ଜନା ସୁକୃତିନୋଽର୍ଜୁନ, ଆର୍ତ୍ତୋ ଜିଜ୍ଞାସୁରର୍ଥାର୍ଥୀ ଜ୍ଞାନୀ ତ ଭରତର୍ଷଭ।“ ଅର୍ଥାତ୍‌ ଚାରିପ୍ରକାର ସୁକୃତି ବା ଭଗବାନ୍‌ଙ୍କଠାରେ ଶ୍ରଦ୍ଧା ଥିବା ବ୍ୟକ୍ତି ମୋର ଭଜନ କରନ୍ତି ବା ମୋର ଶରଣାପନ୍ନ ହୁଅନ୍ତି- ଏ ଚାରି ପ୍ରକାର ବ୍ୟକ୍ତି ମୋ ଭକ୍ତ। ଏମାନେ ଅର୍ଥାର୍ଥୀ, ଆର୍ତ୍ତ, ଜିଜ୍ଞାସୁ ଓ ଜ୍ଞାନୀ। ଯେଉଁମାନେ ସୁଖ ସୁବିଧା, ଧନ ସମ୍ପତ୍ତି ଇତ୍ୟାଦି ପାଇବାକୁ ଅନ୍ୟମାନଙ୍କ ଉପରେ ନିର୍ଭର ନ କରି ଭଗବାନ୍‌ଙ୍କୁ ଡାକନ୍ତି ସେମାନେ ଅର୍ଥାର୍ଥୀ ଭକ୍ତ। ଧ୍ରୁବ ରାଜସିଂହାସନ ପାଇବାକୁ ତପସ୍ୟା କଲେ ସତ, ଫଳସ୍ବରୂପ ତାଙ୍କୁ ରାଜ୍ୟ ମିଳିଲା ଏହା ବି ସତ; କିନ୍ତୁ ରାଜ୍ୟ, ଧନସମ୍ପତ୍ତି ପାଇବାର ଇଚ୍ଛା ନଷ୍ଟ ହୋଇ ଭଗବାନ୍‌ଙ୍କ ଉପରେ ଅଚଳାଚଳ ଭକ୍ତି ଆସିଗଲା। ଆର୍ତ୍ତ ଭକ୍ତମାନଙ୍କ ମଧ୍ୟରେ କେତେକ ଗଜେନ୍ଦ୍ର ଓ ଦ୍ରୌପଦୀଙ୍କ ଉଦାହରଣ ଦିଅନ୍ତି; କିନ୍ତୁ ଏ ଦୁହେଁ ଯଥାକ୍ରମେ ହସ୍ତୀମାନଙ୍କ ବଳ ବା ଉପସ୍ଥିତ ବୟୋଜ୍ୟେଷ୍ଠଙ୍କ ଉପରେ ପ୍ରଥମେ ନିର୍ଭର କରି ଶେଷରେ ଆର୍ତ୍ତଭକ୍ତ ହୋଇ ଭଗବାନ୍‌ଙ୍କ ଉପରେ ନିର୍ଭର କଲେ ଏବଂ ସଙ୍ଗେ ସଙ୍ଗେ ଫଳ ପାଇଲେ। ଆର୍ତ୍ତ ଭକ୍ତଙ୍କ ମଧ୍ୟରେ ଉତ୍ତରାଙ୍କ ଦୃଷ୍ଟାନ୍ତ ପୂରା ଠିକ୍‌; କାରଣ ସେ ଅଶ୍ୱତ୍ଥମାଙ୍କ ପ୍ରେରିତ ବ୍ରହ୍ମାସ୍ତ୍ର ଆସିବା ଦେଖି ଅତି ବିକଳ ଭାବରେ ପ୍ରାର୍ଥନା କରିଥିଲେ- ”ହେ, ଦେବାଧିଦେବ, ହେ ଜଗଦୀଶ୍ୱର, ହେ ମହାଯୋଗୀ! ମୋତେ ରକ୍ଷା କର, ରକ୍ଷା କର। ଆପଣଙ୍କ ଛଡ଼ା ଏ ଲୋକରେ ମୋର ଅନ୍ୟ କେହି ଅଭୟଦାତା ନାହିଁ: କାରଣ ଏଠାରେ ସମସ୍ତେ ପରସ୍ପରର ମୃତ୍ୟୁର କାରଣ ହୋଇଛନ୍ତି। ହେ ପ୍ରଭୁ! ହେ ସର୍ବଶକ୍ତିମାନ! ଏହି ଉତ୍ତପ୍ତ ଲୌହଶର ମୋ ଆଡ଼କୁ ମାଡ଼ିଆସୁଛି। ହେ ସ୍ବାମୀ! ଏହା ମୋତେ ଜାଳିଦେଉ ପଛେ, ମୋ ଗର୍ଭକୁ ନଷ୍ଟ ନ କରୁ।“ ଜିଜ୍ଞାସୁ ଭକ୍ତମାନଙ୍କ ମଧ୍ୟରେ ଉଦ୍ଧବ ଅନ୍ୟତମ। ଭଗବାନଙ୍କ ସ୍ବରୂପ ଓ ଭଗବତ୍‌ ତତ୍ତ୍ୱକୁ ଜାଣିବାକୁ ଅହରହ ଚେଷ୍ଟା କରୁଥିବା ଲୋକଙ୍କୁ ଜିଜ୍ଞାସୁ ଭକ୍ତ କୁହାଯାଏ। ଜ୍ଞାନୀ ବା ପ୍ରେମୀ ଭକ୍ତମାନଙ୍କ ମଧ୍ୟରେ ଗୋପୀମାନଙ୍କ ନଁା ପ୍ରଥମେ ଆସିଯାଏ। କାରଣ ଗାଈ ଦୁହିଁଲାବେଳେ, ଧାନ କୁଟିଲାବେଳେ, ଦହି ମନ୍ଥିଲାବେଳେ, ପିଲାଙ୍କୁ ଦୋଳିରେ ଝୁଲାଇଲାବେଳେ, ତୁଳସୀ ମୂଳରେ ପାଣି ଦେଲାବେଳେ ଗୋପୀମାନେ ପ୍ରେମପୂର୍ଣ୍ଣ ଚିତ୍ତରେ ଆଖିରେ ଲୁହଭରି ଶ୍ରୀକୃଷ୍ଣଙ୍କଠାରେ ଚିତ୍ତ ନିବେଶ କରି ଗଦଗଦ୍‌ କଣ୍ଠରେ ତାଙ୍କ ଦିବ୍ୟଲୀଳା ଗାନ କରୁଥିଲେ। ଆର୍ତ୍ତ, ଅର୍ଥାର୍ଥୀ, ଜିଜ୍ଞାସୁ ଓ ଜ୍ଞାନୀ ଏହି ଚାରିପ୍ରକାର ଭକ୍ତଙ୍କ ମଧ୍ୟରେ ତିନି ପ୍ରକାରର ଭକ୍ତଙ୍କ ହୃଦୟରେ କିଛି ନା କିଛି ବ୍ୟକ୍ତିଗତ ଇଚ୍ଛା ରହେ, ଯଥା: ଅର୍ଥାର୍ଥୀ ଭକ୍ତ ଅନୁକୂଳ ପରିସ୍ଥିତି ଇଚ୍ଛା କରନ୍ତି, ଆର୍ତ୍ତ ଭକ୍ତ ପ୍ରତିକୂଳ ପରିସ୍ଥିତିକୁ ଦୂର କରିବାକୁ ଇଚ୍ଛା କରନ୍ତି ଓ ଜିଜ୍ଞାସୁ ଭକ୍ତ ଭଗବତ୍‌ ତତ୍ତ୍ୱକୁ ଜାଣିବାକୁ ଇଚ୍ଛା କରନ୍ତି। କିନ୍ତୁ ଜ୍ଞାନୀ ଭକ୍ତଙ୍କର କୌଣସି ଇଚ୍ଛା ରହେ ନାହିଁ। ତେଣୁ ଭଗବାନ୍‌ କହିଛନ୍ତି ଜ୍ଞାନୀ ଭକ୍ତ ମୋର ସବୁଠୁ ପ୍ରିୟ।
ଆଉ ଗୋଟିଏ ସରଳ ଉଦାହରଣ ଏ ଚାରି ପ୍ରକାର ଭକ୍ତଙ୍କ କଥା ଆମ ସାଧାରଣ ମଣିଷଙ୍କ ବୁଝିବା ପାଇଁ ଯଥେଷ୍ଟ। ଚାରିଜଣ ପିଲା ଖେଳୁଥିଲେ। ସେତିକିବେଳେ ସେମାନଙ୍କ ବାପା ଚାରୋଟି ଆମ୍ବ ନେଇ ଆସିଲେ। ତାଙ୍କୁ ଆମ୍ବ ସହ ଆସିବା ଦେଖିବାକ୍ଷଣି ଗୋଟିଏ ପିଲା ବାରମ୍ବାର ଆମ୍ବ ମାଗିବାକୁ ଲାଗିଲା। ଆଉ ଗୋଟିଏ ପିଲା ଆମ୍ବ ନେବା ପାଇଁ କାନ୍ଦିବାକୁ ଲାଗିଲା। ବାପା ସେ ଦୁହିଁଙ୍କୁ ଦୁଇଟି ଆମ୍ବ ଦେଇଦେଲେ। ତୃତୀୟ ପିଲାଟି ଆମ୍ବ ମାଗିଲା ନାହିଁ କି ଆମ୍ବ ପାଇଁ କାନ୍ଦିଲା ନାହିଁ, କିନ୍ତୁ ଆମ୍ବ ଆଡ଼କୁ ଚାହିଁରହିଲା। ଚତୁର୍ଥ ପିଲାଟି ବାପା ଆସିବା ଜାଣି ମଧ୍ୟ ନିଜ ଖେଳରେ ମଜ୍ଜି ରହିଲା। ଚାରିଜଣଯାକ ଗୋଟିଏ ଗୋଟିଏ ଆମ୍ବ ପାଇଲେ। ଏଠାରେ ଆମ୍ବ ମାଗିବା ପିଲାଟି ଅର୍ଥାର୍ଥୀ, କାନ୍ଦିବା ପିଲାଟି ଆର୍ତ୍ତ, ଯେ ଆମ୍ବ ଆଡ଼କୁ ଚାହିଁରହିଲା ସେ ଜିଜ୍ଞାସୁ ଏବଂ ଯିଏ ଆମ୍ବ କଥା ମୁଣ୍ଡରେ ନ ପୂରାଇ ଖେଳରେ ପୂର୍ବପରି ମଜ୍ଜିରହିଲା ସେ ଜ୍ଞାନୀ। ଭଗବାନଙ୍କ ଶରଣରେ ଥରେ ଆସିଗଲେ ଭଗବାନ ସେଇ ଭକ୍ତମାନଙ୍କର ‘ଯୋଗକ୍ଷେମ’ ବହନ କରନ୍ତି। ଅପ୍ରାପ୍ତ ବସ୍ତୁ ପ୍ରାପ୍ତି କରାଇବାକୁ ‘ଯୋଗ’ ଏବଂ ପ୍ରାପ୍ତ ସାମଗ୍ରୀକୁ ରକ୍ଷା କରିବାକୁ ‘କ୍ଷେମ’ କୁହାଯାଏ। ଭଗବାନ ତାଙ୍କ ଶରଣାଗତ ଭକ୍ତମାନଙ୍କୁ ସେମାନଙ୍କ ଇଚ୍ଛିତ ଅପ୍ରାପ୍ତ ବସ୍ତୁ ପ୍ରାପ୍ତ କରାନ୍ତି ଏବଂ ସେଗୁଡ଼ିକୁ ରକ୍ଷା ମଧ୍ୟ କରନ୍ତି। ଶରଣ ନେବା କଥା ଆଉ ଟିକେ ସରଳ ଭାବେ ବୁଝିବାକୁ ହେଲେ ଜଗନ୍ନାଥ ଦାସଙ୍କ ରଚିତ ଭାଗବତରୁ ଗଜେନ୍ଦ୍ର ସ୍ତୁତି ଦି’ପଦ ମନେପକେଇବା। ବର୍ଷ ବର୍ଷ କାଳ ସାଙ୍ଗ ହସ୍ତୀ ହସ୍ତିନୀମାନଙ୍କ ଦ୍ୱାରା ଟଣାହୋଇ ମଧ୍ୟ ଗଜେନ୍ଦ୍ର ଗ୍ରାହ କବଳରୁ ମୁକ୍ତ ନ ହେବାରୁ ପଦ୍ମଫୁଲଟିଏ ଶୁଣ୍ଢରେ ଆଣି ଉପରକୁ ଟେକି କହିଲା- ”ଯେ ପ୍ରଭୁ ସଂସାର କାରଣ, ତା’ ପାଦେ ପଶିଲି ଶରଣ। ରଖୁ ନ ରଖୁ ସେ ଜାଣଇ, ତା’ ବିନୁ ଅନ୍ୟ ଗତି ନାହିଁ ା“ ଏତିକି ସ୍ମରଣ କଲାମାତ୍ରେ ଆକାଶ ମାର୍ଗରେ ଗରୁଡ଼ ପୃଷ୍ଠରେ ସୁଦର୍ଶନଚକ୍ରଧାରୀ ଦେଖାଦେଲେ ଏବଂ ମୁହୂର୍ତ୍ତକେ ଗ୍ରାହର ମୁଣ୍ଡ କାଟି ଗଜେନ୍ଦ୍ରକୁ ଉଦ୍ଧାର କଲେ ା
କିଛିଦିନ ଶୁଦ୍ଧପୂତ ଭାବରେ ଭଜନ କୀର୍ତ୍ତନ ବା ପୂଜାର୍ଚ୍ଚନା କଲା ପରେ ପରିସ୍ଥିତି ଚାପରେ ବିପଥଗାମୀ ହୋଇଗଲେ ଆମେ କହୁ ବାରବର୍ଷର ତପସ୍ୟା ଶୁଖୁଆପୋଡ଼ାରେ ଗଲା- ଏହା ସମ୍ପୂର୍ଣ୍ଣ ଭୁଲ୍‌। ଗୀତାର ୬ଷ୍ଠ ଅଧ୍ୟାୟ ୩୮ନଂ. ଶ୍ଳୋକରେ ପଚାରିଥିବା ଏ ସନ୍ଦେହାତ୍ମକ ପ୍ରଶ୍ନର ଉତ୍ତରରେ ଭଗବାନ ୪୦ ନମ୍ବର ଶ୍ଳୋକରେ ବୁଝାଇଛନ୍ତି ଯେ, ଅର୍ଜିତ ପୁଣ୍ୟ ଇହଲୋକ ବା ପରଲୋକରେ ଆଦୌ ନଷ୍ଟ ହୁଏ ନାହିଁ। ବରଂ ଏ ପୁଣ୍ୟବଳରେ ଉଚ୍ଚକୁଳରେ ଜନ୍ମ ମିଳେ ବା ମୃତ୍ୟୁ ବେଳେ ଈଶ୍ୱରଙ୍କ ନାଁ ସ୍ମରଣ ଆସିଯାଏ। ପୁଣ୍ୟ ଆଉ ପାପ ମିଶାଣ ଫେଡ଼ାଣ ହୁଏ ନାହିଁ, ପୁଣ୍ୟର ଫଳ ଅଲଗା ଏବଂ ପାପର ଫଳ ଅଲଗା। ତେଣୁ କୁହାଯାଏ ଥରେମାତ୍ର ରାମ, କୃଷ୍ଣ ବା ହରି ବୋଲି ଉଚ୍ଚାରଣ କଲେ ଅଶେଷ ପୁଣ୍ୟଫଳ ମିଳେ ଏବଂ ଯିଏ ବାରମ୍ବାର ଉଚ୍ଚାରଣ କରୁଛି ସେ ଭଗବାନଙ୍କର ପ୍ରିୟ ହେବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିନ୍ତୁ ଶରଣ ନେବା ବେଳେ ନିଜକୁ ତୃଣଠାରୁ ନୀଚ ବୋଲି ମନେକରି ଆତ୍ମାଭିମାନରହିତ ଶରଣ ନେବା ଉଚିତ। ଶିକ୍ଷାଷ୍ଟକରେ କୁହାଯାଇଛି- ”ତୃଶାଦପି ସୁନୀଚେନ ତରୋରିବ ସହିଷ୍ଣୁନା, ଅମାନିନା ମାନଦେନ କୀର୍ତ୍ତନୀୟ ସଦା ହରିଃ।“
ଏହାଦ୍ୱାରା ଅର୍ଥାତ୍‌ ଏପରି ଭାବିବା (ନିଜକୁ ତୃଣଠାରୁ ମଧ୍ୟ ନୀଚ ମନେକରି ବୃକ୍ଷଠାରୁ ମଧ୍ୟ ସହନଶୀଳ ହୋଇ ଅନ୍ୟମାନଙ୍କୁ ସମ୍ମାନ ଦେଇ ଏବଂ ନିଜେ ଅଭିମାନରହିତ ହୋଇ ସର୍ବଦା ହରିଙ୍କୁ ଚିନ୍ତା କରିବା) ଦ୍ୱାରା ଆମେ କାମନାବିହୀନ କର୍ମ କରିବାକୁ ପ୍ରେରଣା ପାଉ। ଆମେ ସଦାସର୍ବଦା ମନେରଖିବା ଉଚିତ ଯେ, ଆମ ସୁଖରେ ଦୁଃଖୀମାନଙ୍କର ଭାଗ ରହିଛି। ଧରାଯାଉ ଆମେ ଲକ୍ଷପତି, କିନ୍ତୁ ଲକ୍ଷପତି ହେବାର ସୁଖ ଓ ଅଭିମାନ ଆମର ଆସେ, ଯେତେବେଳେ ଆମ ସମ୍ପର୍କୀୟ ବା ଜଣାଶୁଣା ଲୋକମାନଙ୍କ ମଧ୍ୟରେ କେହି ଲକ୍ଷପତି ନ ଥାନ୍ତି ା ଯଦି ଆମ ଚାରିପଟେ ଅନେକ କୋଟିପତି ଥାଆନ୍ତି ଆମେ ଲକ୍ଷପତି ହେବାର ସୁଖ ବା ଆତ୍ମାଭିମାନ ପାଇବା କି? ତେଣୁ ଚତୁର୍ଦ୍ଦିଗର ଅଭାବଗ୍ରସ୍ତ ଓ ଦରିଦ୍ରମାନଙ୍କର ସ୍ଥିତି ହିଁ ଆମକୁ ଲକ୍ଷପତି ହେବାର ସୁଖ ଦେଉଛି। ସେଥିପାଇଁ ଆମ ସୁଖ ସାମଗ୍ରୀଗୁଡ଼ିକରୁ ଯଥାସାଧ୍ୟ ଅଭାବଗ୍ରସ୍ତଙ୍କ ସେବାରେ ଲଗାଇବା ଉଚିତ, ଆଉ ତାହାହିଁ ଧର୍ମ ଏବଂ ତାହାହିଁ ପୁଣ୍ୟ।
ଗୁରୁକୃପା, ୪୯/୬୦୦, ଲକ୍ଷ୍ମୀବିହାର, ଭୁବନେଶ୍ୱର
ମୋ: ୯୯୩୭୪୪୬୩୭୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri