ଶ୍ରୀଲୋକନାଥ ମନ୍ଦିର ଗମ୍ଭୀରାକୁ ଯିବେନି ଶ୍ରଦ୍ଧାଳୁ

ପୁରୀ ଅଫିସ,୫।୩: ଚଳିତ ବର୍ଷ କୋଭିଡ୍‌ କଟକଣା ମାନି ଶ୍ରୀଲୋକନାଥ ମନ୍ଦିରରେ ଜାଗରଯାତ୍ରା ପାଳନ ହେବ। ମନ୍ଦିର ଗମ୍ଭୀରା ଭିତରକୁ ଶ୍ରଦ୍ଧାଳୁଙ୍କୁ ଛଡ଼ାଯିବ ନାହିଁ। ସେହିପରି ମାନସିକଧାରୀଙ୍କୁ ପଙ୍କ କାଢ଼ିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ପୁରୀ ଜିଲା ପ୍ରଶାସନ ସ୍ପଷ୍ଟ କରିଛି। ଏ ନେଇ ମନ୍ଦିର ପରିସରରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ଦିରର ସେବାୟତମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯିବା ପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ବୈଠକରେ ଶ୍ରୀଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଉପଜିଲାପାଳ ଭବତାରଣ ସାହୁ ଯୋଗଦେଇ ଶୃଙ୍ଖଳିତ ଜାଗର ଯାତ୍ରା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡଲାଇନ୍‌ ଆଧାରରେ ଆସନ୍ତା ୧୧ ତାରିଖରେ ଶ୍ରୀଲୋକନାଥ ପୀଠରେ ଜାଗର ଯାତ୍ରା ଓ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ ହେବ। କରୋନା ପୁଣି ଥରେ ଫେରିଥିବାରୁ କଟକଣାକୁ କଡ଼ାକଡି କରାଯିବ। ଗମ୍ଭୀରା ଭିତରକୁ ଶ୍ରଦ୍ଧାଳୁଙ୍କୁ ଛଡ଼ାଯିବ ନାହିଁ। ସମସ୍ତେ ବାହାରୁ ଦର୍ଶନ କରିବେ। ଜାଗର ଦିନ ଭୋର ୪ଟା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଭଜନ ସମାରୋହ ବନ୍ଦ ରହିବ। ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଶିଶୁ ଓ ବରିଷ୍ଠ ନାଗରିକଙ୍କୁ ଯାତ୍ରାକୁ ନ ଆସିବା ପାଇଁ ପ୍ରଶାସନ ଅନୁରୋଧ କରୁଛି। ଜାଗର ଯାତ୍ରା ସମୟରେ ଶ୍ରୀଲୋକନାଥ ମନ୍ଦିର ନିକଟରେ ଅନେକ ଦୋକାନ ବଜାର ବସେ। ମାତ୍ର ଏଥିଲାଗି ଚଳିତ ବର୍ଷ ଅନୁମତି ମିଳିନାହିଁ। କେବଳ ବର୍ଷ ସାରା ଦୋକାନ କରୁଥିବାଲୋକେ ହିଁ ଜାଗର ଯାତ୍ରା ଦିନ ଦୋକାନ ବସାଇ ପାରିବେ। ଏପରି କି ବାହାରୁ ଆସୁଥିବା ଦୀପ ଦୋକାନୀଙ୍କୁ ମଧ୍ୟ ପ୍ରବେଶ ନିଷେଧ ରହିଛି। ମନ୍ଦିର ପରିସରରେ ପୂର୍ବରୁ ଦୀପ ବିକୁଥିବା ଦୋକାନୀ ହିଁ ଦୀପ ବିକିପାରିବେ। ଅନ୍ୟପକ୍ଷରେ ଶ୍ରୀଲୋକନାଥଦେବ ସେବାୟତ ନିଯୋଗ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ଜାଗର ଯାତ୍ରାକୁ ଅନୁମତି ମିଳିବା ନେଇ ଖୁସିବ୍ୟକ୍ତ କରିଛନ୍ତି। ପଣ୍ଡା କହିଛନ୍ତି, ଶ୍ରଦ୍ଧାଳୁଙ୍କ ଗହଣରେ ମହାଶିବରାତ୍ରୀ ହେବା ନେଇ ଅନିଶ୍ଚିତତା ଲାଗିରହିଥିଲା। ମାତ୍ର ପ୍ରଶାସନର ନିଷ୍ପତ୍ତି ପରେ ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଜାଗର ପୂର୍ବଦିନ ଅର୍ଥାତ ୧୦ ତାରିଖ ରାତି ୧୨ଟା ୩୦ରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତି, ଅବକାଶ, ସୂର୍ଯ୍ୟ ପୂଜା, ଭୋଗନୀତି ଆଦି କରାଯିବ। ଏହାପରେ ରାତି ୪ଟାରୁ ସାଧାରଣ ଦର୍ଶନ ଆରମ୍ଭ ହେବ। ୧୧ ତାରିଖ ଜାଗର ଦିନ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ରୀତିନୀତି ପରେ ହରିହର ଭେଟ ନୀତି ସମ୍ପନ୍ନ କରାଯିବ। ରାତି ୪ଟାରେ ମହାଦୀପ ଉଠିବ। ଏଥର ସେବାୟତଙ୍କ ସଂଖ୍ୟା ସୀମିତ କରାଯାଇଛି। ସାଧାରଣତଃ ଦେଶ ବିଦେଶରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସି ଶ୍ରୀଲୋକନାଥଙ୍କ ସେବା କରିବାର ସୁଯୋଗ ପାଇଥାନ୍ତି। ପଙ୍କୋଦ୍ଧାର ଏକାଦଶୀରେ ମାନସିକଧାରୀମାନେ ପଙ୍କ କାଢ଼ିଥାନ୍ତି। କିନ୍ତୁ ଏଥର ସେମାନଙ୍କୁ ଏହି ସୁଯୋଗ ମିଳିବ ନାହିଁ। ଉଲ୍ଲେଖଯୋଗ୍ୟ, ଶ୍ରୀଲୋକନାଥ ମନ୍ଦିର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଉପଜିଲାପାଳ ସାହୁ କହିଛନ୍ତି, ଜିଲାପାଳ ଅଢ଼େଇ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖିଛନ୍ତି। ଏଥିଲାଗି ପୌର ପରିଷଦର ଏକ ଟିମ୍‌ ଗୁରୁବାର ମନ୍ଦିରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?