ଶ୍ରୀଲୋକନାଥ ମନ୍ଦିର ଗମ୍ଭୀରାକୁ ଯିବେନି ଶ୍ରଦ୍ଧାଳୁ

ପୁରୀ ଅଫିସ,୫।୩: ଚଳିତ ବର୍ଷ କୋଭିଡ୍‌ କଟକଣା ମାନି ଶ୍ରୀଲୋକନାଥ ମନ୍ଦିରରେ ଜାଗରଯାତ୍ରା ପାଳନ ହେବ। ମନ୍ଦିର ଗମ୍ଭୀରା ଭିତରକୁ ଶ୍ରଦ୍ଧାଳୁଙ୍କୁ ଛଡ଼ାଯିବ ନାହିଁ। ସେହିପରି ମାନସିକଧାରୀଙ୍କୁ ପଙ୍କ କାଢ଼ିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ପୁରୀ ଜିଲା ପ୍ରଶାସନ ସ୍ପଷ୍ଟ କରିଛି। ଏ ନେଇ ମନ୍ଦିର ପରିସରରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ଦିରର ସେବାୟତମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯିବା ପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ବୈଠକରେ ଶ୍ରୀଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଉପଜିଲାପାଳ ଭବତାରଣ ସାହୁ ଯୋଗଦେଇ ଶୃଙ୍ଖଳିତ ଜାଗର ଯାତ୍ରା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡଲାଇନ୍‌ ଆଧାରରେ ଆସନ୍ତା ୧୧ ତାରିଖରେ ଶ୍ରୀଲୋକନାଥ ପୀଠରେ ଜାଗର ଯାତ୍ରା ଓ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ ହେବ। କରୋନା ପୁଣି ଥରେ ଫେରିଥିବାରୁ କଟକଣାକୁ କଡ଼ାକଡି କରାଯିବ। ଗମ୍ଭୀରା ଭିତରକୁ ଶ୍ରଦ୍ଧାଳୁଙ୍କୁ ଛଡ଼ାଯିବ ନାହିଁ। ସମସ୍ତେ ବାହାରୁ ଦର୍ଶନ କରିବେ। ଜାଗର ଦିନ ଭୋର ୪ଟା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଭଜନ ସମାରୋହ ବନ୍ଦ ରହିବ। ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଶିଶୁ ଓ ବରିଷ୍ଠ ନାଗରିକଙ୍କୁ ଯାତ୍ରାକୁ ନ ଆସିବା ପାଇଁ ପ୍ରଶାସନ ଅନୁରୋଧ କରୁଛି। ଜାଗର ଯାତ୍ରା ସମୟରେ ଶ୍ରୀଲୋକନାଥ ମନ୍ଦିର ନିକଟରେ ଅନେକ ଦୋକାନ ବଜାର ବସେ। ମାତ୍ର ଏଥିଲାଗି ଚଳିତ ବର୍ଷ ଅନୁମତି ମିଳିନାହିଁ। କେବଳ ବର୍ଷ ସାରା ଦୋକାନ କରୁଥିବାଲୋକେ ହିଁ ଜାଗର ଯାତ୍ରା ଦିନ ଦୋକାନ ବସାଇ ପାରିବେ। ଏପରି କି ବାହାରୁ ଆସୁଥିବା ଦୀପ ଦୋକାନୀଙ୍କୁ ମଧ୍ୟ ପ୍ରବେଶ ନିଷେଧ ରହିଛି। ମନ୍ଦିର ପରିସରରେ ପୂର୍ବରୁ ଦୀପ ବିକୁଥିବା ଦୋକାନୀ ହିଁ ଦୀପ ବିକିପାରିବେ। ଅନ୍ୟପକ୍ଷରେ ଶ୍ରୀଲୋକନାଥଦେବ ସେବାୟତ ନିଯୋଗ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ଜାଗର ଯାତ୍ରାକୁ ଅନୁମତି ମିଳିବା ନେଇ ଖୁସିବ୍ୟକ୍ତ କରିଛନ୍ତି। ପଣ୍ଡା କହିଛନ୍ତି, ଶ୍ରଦ୍ଧାଳୁଙ୍କ ଗହଣରେ ମହାଶିବରାତ୍ରୀ ହେବା ନେଇ ଅନିଶ୍ଚିତତା ଲାଗିରହିଥିଲା। ମାତ୍ର ପ୍ରଶାସନର ନିଷ୍ପତ୍ତି ପରେ ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଜାଗର ପୂର୍ବଦିନ ଅର୍ଥାତ ୧୦ ତାରିଖ ରାତି ୧୨ଟା ୩୦ରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତି, ଅବକାଶ, ସୂର୍ଯ୍ୟ ପୂଜା, ଭୋଗନୀତି ଆଦି କରାଯିବ। ଏହାପରେ ରାତି ୪ଟାରୁ ସାଧାରଣ ଦର୍ଶନ ଆରମ୍ଭ ହେବ। ୧୧ ତାରିଖ ଜାଗର ଦିନ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ରୀତିନୀତି ପରେ ହରିହର ଭେଟ ନୀତି ସମ୍ପନ୍ନ କରାଯିବ। ରାତି ୪ଟାରେ ମହାଦୀପ ଉଠିବ। ଏଥର ସେବାୟତଙ୍କ ସଂଖ୍ୟା ସୀମିତ କରାଯାଇଛି। ସାଧାରଣତଃ ଦେଶ ବିଦେଶରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସି ଶ୍ରୀଲୋକନାଥଙ୍କ ସେବା କରିବାର ସୁଯୋଗ ପାଇଥାନ୍ତି। ପଙ୍କୋଦ୍ଧାର ଏକାଦଶୀରେ ମାନସିକଧାରୀମାନେ ପଙ୍କ କାଢ଼ିଥାନ୍ତି। କିନ୍ତୁ ଏଥର ସେମାନଙ୍କୁ ଏହି ସୁଯୋଗ ମିଳିବ ନାହିଁ। ଉଲ୍ଲେଖଯୋଗ୍ୟ, ଶ୍ରୀଲୋକନାଥ ମନ୍ଦିର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଉପଜିଲାପାଳ ସାହୁ କହିଛନ୍ତି, ଜିଲାପାଳ ଅଢ଼େଇ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖିଛନ୍ତି। ଏଥିଲାଗି ପୌର ପରିଷଦର ଏକ ଟିମ୍‌ ଗୁରୁବାର ମନ୍ଦିରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri