ଗୋରେଖନାଥ ପୀଠରେ ଭକ୍ତ କମୁଛନ୍ତି

ରଘୁନାଥପୁର,୧୪।୫(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠକୁ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଉଛି। ଗତ ବର୍ଷ ଶ୍ରାବଣ ମାସରେ ପୂର୍ବରୁ ଚାଲିଆସିଥିବା ମାନସିକ ରୋଷେଇ ଓ ପ୍ରସାଦ ସେବନ ବ୍ୟବସ୍ଥା ବନ୍ଦ କରି ଦିଆଯାଇଥିଲା। ଫଳରେ ଭକ୍ତଙ୍କ ମଧ୍ୟରେ ନୈରାଶ ଭାବ ସୃଷ୍ଟି ହୋଇଛି ବୋଲି ମନ୍ଦିର ପରିସରରେ ଟେଣ୍ଡର ନେଇ ଦୀପ, ଫୁଲ ଓ ଜାଆଁବାଳ ବ୍ୟବସାୟ କରୁଥିବା ଦୋକାନୀ ରମେଶ ଚନ୍ଦ୍ର ସାହୁ କହିଛନ୍ତି। ପୀଠକୁ ଯାତ୍ରୀଙ୍କ ଆଗମନ କମୁଥିବାରୁ ପ୍ରଭୁଙ୍କ ଦାନ ଅର୍ଥରେ ହେଉଥିବା ଆୟରେ ପ୍ରଭୂତ କ୍ଷତି ପହଞ୍ଚତ୍ଛି। ଏଥିସହ ଆଶାତୀତ ବେପାର ନ ହେଲେ ଟେଣ୍ଡର ଅର୍ଥ କିପରି ପରିଶୋଧ କରିବେ ବୋଲି ସାହୁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ପ୍ରଭୁଙ୍କ ସେବାନୀତି କାର୍ଯ୍ୟରେ ନିୟୋଜିତ ଥିବା ପୂଜକମାନେ ଭକ୍ତଙ୍କ ଦକ୍ଷିଣାଉପରେ ନିର୍ଭରଶୀଳ। ଭକ୍ତଙ୍କ ଆଗମନ କମିଥିବାରୁ ପରିବାର ପ୍ରତିପୋଷଣ ପାଇଁ ପୁଜକ ଦିଲୀପ କୁମାର ପଣ୍ଡା ଓ ଜ୍ଞାନରଞ୍ଜନ ପଣ୍ଡାଙ୍କ ସମେତ ଅନ୍ୟ ପୂଜକମାନେ ଚିନ୍ତା ପ୍ରକଟ କରିଛନ୍ତି। ଭକ୍ତଙ୍କ ସଂଖ୍ୟା କମିଥିବାରୁ ପୀଠ ଚତୁଃପାର୍ଶ୍ୱରେ ଗଢି ଉଠିଥିବା ଦୋକାନ ଏକପ୍ରକାର ବନ୍ଦ ରହିଛି ବୋଲି କାହ୍ନା ଦାସ ଓ ପ୍ରଦୀପ୍ତ ପଣ୍ଡା କହିଛନ୍ତି। ମାନସିକ ରୋଷେଇ ଓ ପ୍ରସାଦ ବ୍ୟବସ୍ଥା ବନ୍ଦ କରାଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ନାରିଜଙ୍ଗର ଅଭିରାମ ଖୁଣ୍ଟିଆ, ଜଗତ୍‌ସିଂହପୁରର ଆର୍ତ୍ତତ୍ରାଣ ଦାସ, କନକପୁରର ବୁଲୁ ଲେଙ୍କା ଓ ଗନାଇଲୋର ରଜନୀକାନ୍ତ ରାୟ ପ୍ରମୁଖ ଯାତ୍ରୀ କହିଛନ୍ତି।
ପୂର୍ବରୁ ଦୈନିକ ପୀଠରେ ମାନସିକ ରୋଷେଇ ସହ ସେବାୟତଙ୍କ ପକ୍ଷରୁ ସୁଲଭ ମୂଲ୍ୟରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହେଉଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଯାତ୍ରୀ ଏଠାରେ ପହଞ୍ଚତ୍ ଦର୍ଶନ କରିବା ସହ ପ୍ରସାଦ ସେବନ କରି ବାହୁଡ଼ୁଥିଲେ। ମାନସିକଧାରୀମାନେ ସେମାନଙ୍କ ଜ୍ଞାତିକୁଟୁମ୍ବ ଓ ସମ୍ପର୍କୀୟଙ୍କ ସହ ଆସି ମାନସିକ ରୋଷେଇ କରି ଆପ୍ୟାୟିତ ହେଉଥିଲେ। ଫଳରେ ପୀଠରେ ଗହଳି ବୃଦ୍ଧି ପାଉଥିଲା। ଏହାଦ୍ୱାରା ପୂଜକ, ଟେଣ୍ଡର ଦୋକାନୀ ଓ ଚତୁଃପାର୍ଶ୍ୱରେ ଥିବା ଦୋକାନୀମାନେ ଉପକୃତ ହେଉଥିଲେ। ଏସବୁ ବନ୍ଦ ହେବା ଦ୍ୱାରା ସମ୍ପୂର୍ଣ୍ଣ ଗ୍ରାମୀଣ ପରିବେଶରେ ଥିବା ପ୍ରଭୁଙ୍କ ପୀଠ ସମେତ ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ବିକାଶ ନିମ୍ନଗାମୀ ହେଉଛି ବୋଲି ପ୍ରଦୀପ୍ତ କୁମାର ମହାନ୍ତି ଓ ଦିଲୀପ କୁମାର ସ୍ବାଇଁ କହିଛନ୍ତି। ଏଥିପ୍ରତି ଜିଲାପାଳ ଓ ଦେବୋତ୍ତର ଆୟୁକ୍ତ ଦୃଷ୍ଟି ନ ଦେଲେ ପ୍ରଭୁଙ୍କ ପୀଠ ଉପରେ ନିର୍ଭର କରି ପରିବାର ପୋଷଣ କରୁଥିବା ବହୁ ବ୍ୟକ୍ତି ଜୀବିକା ହରାଇବା ଆଶଙ୍କା ରହିଛି। ଏ ସମ୍ପର୍କରେ ଅତିରିକ୍ତ ଦେବୋତ୍ତର ଆୟୁକ୍ତ କଟକ ସଞ୍ଜୟ କୁମାର ଶୁଭବ୍ରତ ଆଚାର୍ଯ୍ୟ କୁହନ୍ତି ଯେ, ସମସ୍ୟା ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ଭକ୍ତମାନଙ୍କ ଭଗବାନଙ୍କ ପ୍ରତି ଥିବା ଭାବାବେଗ ଓ ସ୍ଥାନୀୟ ଅଞ୍ଚଳର ବିକାଶକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟାର ରହସ୍ୟ ଉପରୁ ହଟିଲା ପରଦା, ଭୂକମ୍ପ ନୁହେଁ ଏହି କାରଣ….

କାଠମାଣ୍ଡୁ,୨୮।୮: ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଥମେ ଏହାର କାରଣ ଭୂକମ୍ପ ବୋଲି ଆଶଙ୍କା କରାଯାଇଥିଲା। କିନ୍ତୁ ଉପଲବ୍ଧ ବୈଜ୍ଞାନିକ ତଥ୍ୟ ଅନୁସାରେ, ବନ୍ୟାର ତତ୍କାଳୀନ କାରଣ…

ବର୍ଷାରେ ଧସିଲା ପିଡବ୍ଲ୍ୟୁଡି ରାସ୍ତା: ନିମ୍ନମାନର କାମ, ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ

ଭବାନୀପାଟଣା,୨8ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ବିଭାଗ ରାସ୍ତା କାମରେ ବିଭିନ୍ନ ସମୟରେ ଦୁର୍ନୀତି ହେଉଥିବା ଅଭିଯୋଗ ଆସୁଥିଲେ ମଧ୍ୟ ଏଥିପ୍ରତି ଜିଲା ପ୍ରଶାସନ…

ଘୂର୍ଣ୍ଣିବଳୟ ସକ୍ରିୟ, ୨୯ରେ ଲଘୁଚାପ: ଏହିସବୁ ଜିଲାରେ ବିଜୁଳି-ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୮ା୮(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଏବେ ଉପର ବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୨୯ ତାରିଖ…

ନେପାଳ ବନ୍ୟା; ମୃତ୍ୟୁସଂଖ୍ୟା ୩୯୨କୁ ବୃଦ୍ଧି, ୨୯୦ ଭାରତୀୟ ନିଖୋଜ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୮।୮(ପି.ଟି.): ନେପାଳ-ତିବ୍ବତ ସୀମାନ୍ତରେ ସୃଷ୍ଟ ଆକସ୍ମିକ ବନ୍ୟାରେ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି। ନୂତନ ତଥ୍ୟ ଅନୁଯାୟୀ ମୋଟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୩୯୨ରେ ପହଞ୍ଚିଛି, ଯେଉଁଥିରୁ…

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri