ଗୋରେଖନାଥ ପୀଠରେ ଭକ୍ତ କମୁଛନ୍ତି

ରଘୁନାଥପୁର,୧୪।୫(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠକୁ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଉଛି। ଗତ ବର୍ଷ ଶ୍ରାବଣ ମାସରେ ପୂର୍ବରୁ ଚାଲିଆସିଥିବା ମାନସିକ ରୋଷେଇ ଓ ପ୍ରସାଦ ସେବନ ବ୍ୟବସ୍ଥା ବନ୍ଦ କରି ଦିଆଯାଇଥିଲା। ଫଳରେ ଭକ୍ତଙ୍କ ମଧ୍ୟରେ ନୈରାଶ ଭାବ ସୃଷ୍ଟି ହୋଇଛି ବୋଲି ମନ୍ଦିର ପରିସରରେ ଟେଣ୍ଡର ନେଇ ଦୀପ, ଫୁଲ ଓ ଜାଆଁବାଳ ବ୍ୟବସାୟ କରୁଥିବା ଦୋକାନୀ ରମେଶ ଚନ୍ଦ୍ର ସାହୁ କହିଛନ୍ତି। ପୀଠକୁ ଯାତ୍ରୀଙ୍କ ଆଗମନ କମୁଥିବାରୁ ପ୍ରଭୁଙ୍କ ଦାନ ଅର୍ଥରେ ହେଉଥିବା ଆୟରେ ପ୍ରଭୂତ କ୍ଷତି ପହଞ୍ଚତ୍ଛି। ଏଥିସହ ଆଶାତୀତ ବେପାର ନ ହେଲେ ଟେଣ୍ଡର ଅର୍ଥ କିପରି ପରିଶୋଧ କରିବେ ବୋଲି ସାହୁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ପ୍ରଭୁଙ୍କ ସେବାନୀତି କାର୍ଯ୍ୟରେ ନିୟୋଜିତ ଥିବା ପୂଜକମାନେ ଭକ୍ତଙ୍କ ଦକ୍ଷିଣାଉପରେ ନିର୍ଭରଶୀଳ। ଭକ୍ତଙ୍କ ଆଗମନ କମିଥିବାରୁ ପରିବାର ପ୍ରତିପୋଷଣ ପାଇଁ ପୁଜକ ଦିଲୀପ କୁମାର ପଣ୍ଡା ଓ ଜ୍ଞାନରଞ୍ଜନ ପଣ୍ଡାଙ୍କ ସମେତ ଅନ୍ୟ ପୂଜକମାନେ ଚିନ୍ତା ପ୍ରକଟ କରିଛନ୍ତି। ଭକ୍ତଙ୍କ ସଂଖ୍ୟା କମିଥିବାରୁ ପୀଠ ଚତୁଃପାର୍ଶ୍ୱରେ ଗଢି ଉଠିଥିବା ଦୋକାନ ଏକପ୍ରକାର ବନ୍ଦ ରହିଛି ବୋଲି କାହ୍ନା ଦାସ ଓ ପ୍ରଦୀପ୍ତ ପଣ୍ଡା କହିଛନ୍ତି। ମାନସିକ ରୋଷେଇ ଓ ପ୍ରସାଦ ବ୍ୟବସ୍ଥା ବନ୍ଦ କରାଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ନାରିଜଙ୍ଗର ଅଭିରାମ ଖୁଣ୍ଟିଆ, ଜଗତ୍‌ସିଂହପୁରର ଆର୍ତ୍ତତ୍ରାଣ ଦାସ, କନକପୁରର ବୁଲୁ ଲେଙ୍କା ଓ ଗନାଇଲୋର ରଜନୀକାନ୍ତ ରାୟ ପ୍ରମୁଖ ଯାତ୍ରୀ କହିଛନ୍ତି।
ପୂର୍ବରୁ ଦୈନିକ ପୀଠରେ ମାନସିକ ରୋଷେଇ ସହ ସେବାୟତଙ୍କ ପକ୍ଷରୁ ସୁଲଭ ମୂଲ୍ୟରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହେଉଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଯାତ୍ରୀ ଏଠାରେ ପହଞ୍ଚତ୍ ଦର୍ଶନ କରିବା ସହ ପ୍ରସାଦ ସେବନ କରି ବାହୁଡ଼ୁଥିଲେ। ମାନସିକଧାରୀମାନେ ସେମାନଙ୍କ ଜ୍ଞାତିକୁଟୁମ୍ବ ଓ ସମ୍ପର୍କୀୟଙ୍କ ସହ ଆସି ମାନସିକ ରୋଷେଇ କରି ଆପ୍ୟାୟିତ ହେଉଥିଲେ। ଫଳରେ ପୀଠରେ ଗହଳି ବୃଦ୍ଧି ପାଉଥିଲା। ଏହାଦ୍ୱାରା ପୂଜକ, ଟେଣ୍ଡର ଦୋକାନୀ ଓ ଚତୁଃପାର୍ଶ୍ୱରେ ଥିବା ଦୋକାନୀମାନେ ଉପକୃତ ହେଉଥିଲେ। ଏସବୁ ବନ୍ଦ ହେବା ଦ୍ୱାରା ସମ୍ପୂର୍ଣ୍ଣ ଗ୍ରାମୀଣ ପରିବେଶରେ ଥିବା ପ୍ରଭୁଙ୍କ ପୀଠ ସମେତ ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ବିକାଶ ନିମ୍ନଗାମୀ ହେଉଛି ବୋଲି ପ୍ରଦୀପ୍ତ କୁମାର ମହାନ୍ତି ଓ ଦିଲୀପ କୁମାର ସ୍ବାଇଁ କହିଛନ୍ତି। ଏଥିପ୍ରତି ଜିଲାପାଳ ଓ ଦେବୋତ୍ତର ଆୟୁକ୍ତ ଦୃଷ୍ଟି ନ ଦେଲେ ପ୍ରଭୁଙ୍କ ପୀଠ ଉପରେ ନିର୍ଭର କରି ପରିବାର ପୋଷଣ କରୁଥିବା ବହୁ ବ୍ୟକ୍ତି ଜୀବିକା ହରାଇବା ଆଶଙ୍କା ରହିଛି। ଏ ସମ୍ପର୍କରେ ଅତିରିକ୍ତ ଦେବୋତ୍ତର ଆୟୁକ୍ତ କଟକ ସଞ୍ଜୟ କୁମାର ଶୁଭବ୍ରତ ଆଚାର୍ଯ୍ୟ କୁହନ୍ତି ଯେ, ସମସ୍ୟା ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ଭକ୍ତମାନଙ୍କ ଭଗବାନଙ୍କ ପ୍ରତି ଥିବା ଭାବାବେଗ ଓ ସ୍ଥାନୀୟ ଅଞ୍ଚଳର ବିକାଶକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?