ସେବା ଓ ସାହିତ୍ୟ ପ୍ରତି ସମର୍ପିତ ତାଙ୍କ ସମଗ୍ର ଜୀବନ। ଓଡ଼ିଆ ସାହିତ୍ୟ ଜଗତରେ କେବଳ ସେ ଜଣେ ଆଗଧାଡ଼ିର ସାହିତି୍ୟକା ନୁହନ୍ତି, ଉଭୟ ଅଧ୍ୟାପନା ଓ ସମାଜ ସେବାରେ ତାଙ୍କର ରହିଛି ଯଥେଷ୍ଟ କୃତିତ୍ୱ। ସେ ହେଲେ କବୟିତ୍ରୀ ଅମିୟବାଳା ପଟ୍ଟନାୟକ। ୧୯୪୯ ମସିହାରେ ଗଞ୍ଜାମ ଜିଲାର ବ୍ରହ୍ମପୁର ସହରରେ ତାଙ୍କ ଜନ୍ମ । ସେହିଠାରେ ହିଁ ଶିକ୍ଷା ଓ କର୍ମମୟ ଜୀବନର ଆରମ୍ଭ। ବାପା ଭିକାରୀ ଚରଣ ପଟ୍ଟନାୟକ ଓ ବୋଉ ରଜନୀରାଣୀ ପଟ୍ଟନାୟକ। ୩ ଭାଇଭଉଣୀଙ୍କ ମଧ୍ୟରୁ ସେ ଥିଲେ ବଡ଼। ପିଲାଦିନୁ ପାଠପଢ଼ା ପ୍ରତି ଥିଲା ତାଙ୍କର ଗଭୀର ଆକର୍ଷଣ। ପାଠପଢ଼ା ସହ ଖେଳିବା ବୁଲିବାରେ ଆଗ୍ରହୀ ଥିବା ଅମିୟବାଳା ସମୟେ ସମୟେ ନୀରବରେ ବସି ବିଭିନ୍ନ କଥା ଚିନ୍ତା କରନ୍ତି। ବଡ଼ ହୋଇ ସମାଜ ପାଇଁ କିଛି ଭଲ କାମ କରିବାର ଲକ୍ଷ୍ୟ ଖୁବ୍ ଛୋଟ ବେଳୁ ଉଙ୍କି ମାରୁଥିଲା ତାଙ୍କ ମନରେ। ସ୍କୁଲ ଦିଦିମାନଙ୍କୁ ଦେଖି ସେ ଭାବି ବସନ୍ତି, ମୁଁ ମଧ୍ୟ ବଡ଼ ହୋଇ ଏହିପରି ପାଠ ପଢ଼ାଇବି ।
ବୟସ ବୃଦ୍ଧି ସହ ଆସ୍ତେ ଆସ୍ତେ ତାଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଲା ସେ ବୁଝିଲେ ଯେ, ପ୍ରକୃତ ଶିକ୍ଷା ଦ୍ବାରା ମନୁଷ୍ୟର ଅନ୍ତର୍ନିହିତ ଶକ୍ତି ବିକଶିତ ହୁଏ ଓ ସୁସ୍ଥ ସମାଜ ଗଠନ ପାଇଁ ଶିକ୍ଷାର ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହାପରେ ସେ ଶିକ୍ଷକତା ପାଇଁ ମନ ବଳାଇଲେ। ଇତିମଧ୍ୟରେ ସେ ସ୍କୁଲ ଶିକ୍ଷା ସମାପ୍ତକରି ବ୍ରହ୍ମପୁର ସରକାରୀ ମହାବିଦ୍ୟାଳୟରେ ଅଧ୍ୟୟନ ଜାରି ରଖିଥିଲେ। ପଞ୍ଚମ, ଷଷ୍ଠରେ ପଢୁଥିବା ସମୟରେ ଛୋଟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଗପ, କବିତା ଓ ବଡ଼ଲୋକଙ୍କ ଜୀବନୀ ପଢିବା ପରେ ଲେଖାଲେଖି ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ସେ କୁହନ୍ତି, ‘ମୋ ଲେଖା ଲଖି ଦିଗରେ ବାପା,ବୋଉଙ୍କର ଢେର ପ୍ରେରଣା ରହିଥିଲା। ୧୯୭୧ରେ ବ୍ରହ୍ମପୁର ମହିଳା ମହାବିଦ୍ୟାଳୟର ଛାତ୍ରୀ ଥିବାବେଳେ ମୁଁ ଓଡ଼ିଆ ସାହିତ୍ୟ ସମାଜର ସମ୍ପାଦିକା ଓ ୧୯୭୪ ମସିହାରେ ଭାସ୍କର ଗନ୍ତାୟତଙ୍କ ପ୍ରତିଷ୍ଠିତ ଆର୍ଯ୍ୟାବର୍ତାର ସୌଜନ୍ୟ ସମ୍ପାଦକ ଥିଲି। ୧୯୭୫ ମସିହାରେ ମୋର ପ୍ରଥମ କବିତା ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା।
ଏହାପରେ ଧରିତ୍ରୀ, ସମାଜ, ସମ୍ବାଦ, ଝଙ୍କାର, ନବରବି, ଆସନ୍ତାକାଲି ଇତ୍ୟାଦି ଓଡ଼ିଶାର ବହୁ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ହେଲା।’ ଅଦ୍ୟାବଧି ସେ ଓଡ଼ିଆ ବାଣୀଭଣ୍ଡାରକୁ ଭେଟି ଦେଇଛନ୍ତି ଅନେକ କବିତା ଓ ଅନୁବାଦ ପୁସ୍ତକ। ନୀରବତାର ସ୍ବରଲିପି, ଅମୃତାକ୍ଷର, ବସନ୍ତ ରାଗ, ଚିତ୍ରିତ ଶାମୁକା, ହୃଦୟ ଗଙ୍ଗା, ଏକତ୍ର, ତସ୍ଲିମାର ଚାନ୍ଦ, ରାଗ ବିରାଗ, ବସନ୍ତ ରାଗ, କଲ୍ୟାଣୀ, ଜୟନ୍ତୀ, ଅପରାଜିତା, ଅମୃତା, ତ୍ରିଶୂଳ,ଜଳ,ଅରଣ୍ୟର ଅଧିକାର,ଭାଗ୍ୟ ଇତ୍ୟାଦି। ଏହା ପାଠକାଦୃତ ହେବା ସହ ତାଙ୍କୁ ଦେଇଛି ଏକ ଭିନ୍ନ ପରିଚୟ। ଅମିୟବାଳା ୧୯୭୪ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ସ୍ନାତକୋତ୍ତର ସହ ଏମ୍ଏଡ୍ ଡିଗ୍ରୀ ହାସଲ କରିଛନ୍ତି । ସେ କୁହନ୍ତି, ‘ଶିକ୍ଷକତା କରିବାର ଅଭିଳାଷ ରଖି ମୁଁ ଆଗେଇ ଚାଲିଥାଏ। ସେତେବେଳେ ଆମ ଘର ପାଖରେ ୪ ଜଣ ଦୃଷ୍ଟିବାଧିତ ପିଲାଙ୍କୁ ନେଇ ବିଜୟ ରଥ ନାମକ ଜଣେ ଶିକ୍ଷକ ପାଠ ପଢ଼ାଉଥାଆନ୍ତି। ଏମିତି ଦିନେ ବୁଲି ବୁଲି ସେଠାରେ ପହଞ୍ଚିଥିଲି । ସେଠାକାର ପରିବେଶ ଖୁବ୍ ଭଲ ଲାଗିଲା। ପିଲା ମାନଙ୍କୁ ଦେଖି ଇଚ୍ଛା ହେଲା ସେହିଠାରୁ ଶିକ୍ଷକତା ଜୀବନ ଆରମ୍ଭ କରିବି। ପ୍ରଥମ ଦିନରୁ ହିଁ ମୋ ମନରେ ଏକ ବିରାଟ ପରିବର୍ତ୍ତନ ଆସିଲା। ନିଜକୁ ନିଜେ ପ୍ରଶ୍ନକଲି ସାଧାରଣ ପିଲାମାନଙ୍କୁ ପଢ଼ାଇବା ପାଇଁ ଅନେକ ସ୍କୁଲ କଲେଜ ରହିଛି। ସେମାନେ ସମାଜରେ ପ୍ରତିଷ୍ଠିତ ହେବା ଖୁବ୍ ସହଜ। କିନ୍ତୁ ଭିନ୍ନକ୍ଷମ ପିଲା ପକ୍ଷରେ ଏହା କଷ୍ଟକର। ଯଦି ମୁଁ ଏମାନଙ୍କୁ ଶିକ୍ଷାଦାନ କରି ସମାଜରେ ପ୍ରତିଷ୍ଠିତ ଓ ଆତ୍ମନିର୍ଭରଶୀଳ କରିବାରେ ସହଯୋଗ କରିପାରିବି ତେବେ ମୋ ଜୀବନରେ କୌଣସି ଏକ ଭଲ କାମ କରିଛି ଭାବି ଅନ୍ତିମ ସମୟ ଆନନ୍ଦରେ କାଟିପାରିବି। ସେହିଦିନଠାରୁ ଆରମ୍ଭହେଲା ଏକ ନୂତନ ପ୍ରୟାସ। ସେଇ ଛୁଆମାନଙ୍କୁ କୋଳେଇ ଏକ ବିରାଟ ପରିବାରର ସ୍ବପ୍ନ ଦେଖିଥିଲି, ସାରା ଜୀବନ ଅବିବାହିତ ରହିବାର ନିଷ୍ପତ୍ତି ନେଇ। କାହିଁକି ନା ବିବାହ ମୋତେ ସେମାନଙ୍କଠାରୁ ଦୂରେଇଦେବ। ଡ. ସତ୍ୟନାରାୟଣ ରାଓଙ୍କ ସହଯୋଗରେ ଆମେ ବିଦ୍ୟାଳୟ ଖୋଲିଲୁ। ଭିନ୍ନକ୍ଷମ ପିଲାଙ୍କୁ ପଢ଼ାଇବାର ସ୍ବତନ୍ତ୍ର ଶିକ୍ଷା ମୁଁ କଲିକତାରୁ ଶେଷକରି ୧୯୭୫ ମସିହାରେ ସ୍କୁଲରେ ନିଯୁକ୍ତି ପାଇଲି। ମୋ ଜୀବନର ଅନେକ ଖୁସି ମୁହୂର୍ତ୍ତ ସେଠାରେ ବିତିଛି ପିଲାମାନଙ୍କ ସ୍ନେହ ଆଦରରେ, ମନ ଆତ୍ମତୃପ୍ତିରେ ଭରିଯାଇଛି। ଦୃଷ୍ଟିବାଧିତ ପିଲାଟି ସମାଜରେ ପ୍ରତିଷ୍ଠିତ ହୋଇ ନିଜସ୍ବ ପରିଚୟ ସୃଷ୍ଟିକଲେ ସେହି ମୁହୂର୍ତ୍ତ ମୋ ପାଇଁ ଶ୍ରେଷ୍ଠ ମୁହୂର୍ତ୍ତ ପାଲଟିଯାଏ। ଶିକ୍ଷକତା ସମୟ ମଧ୍ୟରେ ମୁଁ ଗୋଟିଏ ବର୍ଷ ଆନ୍ଧ୍ରପ୍ରଦେଶର ଦେବରାପଲ୍ଲୀସ୍ଥିତ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷା ଭାବେ କାର୍ଯ୍ୟ ନିର୍ବାହ କରିଥିଲି। କିନ୍ତୁ ଏଇ ପିଲାମାନଙ୍କର ମମତାରେ ଭିଡ଼ି ହୋଇ ପୁନଶ୍ଚ ମୁଁ ବ୍ରହ୍ମପୁର ଫେରିଆସିଲି।
ଇତିମଧ୍ୟରେ ଶିକ୍ଷୟିତ୍ରୀ ଜୀବନରୁ ଅବସର ନେଇ ସାରିଛନ୍ତି ଅମିୟବାଳା। ଓଡ଼ିଶା ସାହିତ୍ୟ ଏକାଡେମୀ, ଜନଶିକ୍ଷା ସାଧନା କେନ୍ଦ୍ର ଭୁବନେଶ୍ବରର ପୂର୍ବତନ ସଦସ୍ୟା ଓ ବ୍ରହ୍ମପୁର କଳିଙ୍ଗ ସାହିତ୍ୟ ସମାଜ, ଓଡ଼ିଶା ଲେଖିକା ସଂସଦ, ବ୍ରହ୍ମପୁର ପୁସ୍ତକମେଳା କମିଟି ଓ ରେଡ୍କ୍ରସ୍ର ଆଜୀବନ ସଦସ୍ୟା କବୟିତ୍ରୀ ଅମିୟବାଳା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ ପୁସ୍ତକ ), କଳିଙ୍ଗ ସାହିତ୍ୟ ସମାଜ ବ୍ରହ୍ମପୁର, କସ୍ତୁରୀ ସମ୍ମାନ, ଉପେନ୍ଦ୍ର ଭଞ୍ଜ ଫାଉଣ୍ଡେଶନ ସମ୍ମାନ, ଉତ୍କଳ ସାହିତ୍ୟ ସମାଜ ସତ୍ୟବାଦୀ ସମ୍ମାନ, ଚଲାପଥ ସମ୍ମାନ, ଅନୁବାଦ ପାଇଁ ଝଙ୍କାର ସମ୍ମାନ ଇତ୍ୟାଦି ନିଜର ସାହିତ୍ୟ ସାଧନା ନିମନ୍ତେ ବହୁ ଅନୁଷ୍ଠାନ ତରଫରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି ।
-ପ୍ରିୟମ୍ବଦା ରଥ
ଆର୍.କେ.ପୁରମ୍ , ସେକ୍ଟର ୪,ନୂଆଦିଲ୍ଲୀ
ମୋ:୦୮୬୮୮୯୫୭୮୦୦
Posted inଜୀବନଚର୍ଯ୍ୟା View All
ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ
ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…
Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍…
ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…
ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!
ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…
ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!
ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…
୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?
ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…
Chanakya Niti: ଭୁଲ୍ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି
ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…
କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍
କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…
୬ରୁ ହବିଷିଆଳି ବ୍ରତ ପାଇଁ ଅନ୍ଲାଇନ ପଞ୍ଜୀକରଣ
ପୁରୀ,୩ା୧୦(ଅଜିତ୍ କୁମାର ମହାନ୍ତି) ଚଳିତ ବର୍ଷ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷହେବ। କେବଳ ଅନ୍ଲାଇନ ମାଧ୍ୟମରେ…

