ଭଣ୍ଡିସାହି ନିକଟ ଦେବୀନଦୀ ବନ୍ଧରୁ ଅତଡ଼ା ଖସୁଛି

ନାଉଗଁା,୧୩।୮(ସ୍ବ.ପ୍ର.): ନାଉଗଁା ବ୍ଲକ ଶେଷ ସୀମା ଓ ପୁରୀ ଜିଲା ଆରମ୍ଭରେ ପ୍ରବାହିତ ହୋଇଥିବା ଦେବୀ ନଦୀ ପଠାରୁ ଅତଡା ଖସୁଛି। ଏନେଇ ନଦୀ କୂଳିଆବାସୀ ଆତଙ୍କିତ ହୋଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଉକ୍ତ ନଦୀ ପଠାରେ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ପଥର ପ୍ୟାକିଂ କରାଯାଉଛି। ହେଲେ ନିମ୍ନମାନର କାର୍ଯ୍ୟ ଯୋଗୁ ଏସବୁ ପଥର ଖସି ନଦୀ ମଧ୍ୟକୁ ଚାଲିଯାଉଛି। ଫଳରେ ନଦୀରେ ବନ୍ୟା ପାଣି ଆସିଲେ ଉକ୍ତ ସ୍ଥାନରୁ ଅତଡା ଖସିବା ଆରମ୍ଭ କରୁଛି। ବିଭାଗ ଦ୍ୱାରା ପ୍ରତି ବର୍ଷ ବାଲି ବସ୍ତା ପକାଯାଇ ବନ୍ଧକୁ ରକ୍ଷା କରାଯାଉଥିବା ବେଳେ ସ୍ଥାୟୀ ମରାମତି କାର୍ଯ୍ୟ କରାଯାଉ ନାହିଁ। ନଦୀ ପଠା ଅତଡା ଖସିବା ଦ୍ୱାରା ନଦୀ ନିକଟରେ ଥିବା ଭଣ୍ଡିସାହି, ଓଷକଣା, ନୟା ସିଙ୍ଗଡା, ମୁତୁଣିଆ ଆଦି ଗ୍ରାମର ଲୋକେ ଭୟଭୀତ ହୋଇଯାଇଛନ୍ତି। ନଦୀରେ ବନ୍ୟା ପାଣି ଆସି ବନ୍ଧ ଭାଙ୍ଗିଲେ ନାଉଗାଁ ବ୍ଲକ ସମେତ ବାଲିକୁଦା ବ୍ଳକର ମାଛଗଁା ଅଞ୍ଚଳ ବାଲିଚର ହେବାର ସମ୍ଭାବନା ରହିଛି। ତେଣୁ ଉକ୍ତ ନଦୀ ପଠାକୁ ସ୍ଥାୟୀ ମରାମତି କରିବା ପାଇଁ ଦେବେନ୍ଦ୍ର ସ୍ବାଇଁ, ନାରାୟଣ ସ୍ବାଇଁ, ସମୀର ପରିଡା,କୈଳାସ ସ୍ବାଇଁ ପ୍ରମୁଖ ପ୍ରଶାସନ ନିକଟରେ ଦାବି କରିଛନ୍ତି। ନଦୀ ବନ୍ଧ ମରାମତି ସମ୍ପର୍କରେ ଅଲଣାହାଟ ଜଳ ସମ୍ପଦ ବିଭାଗ ଯନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି, ନଦୀ ବନ୍ଧ ନିକଟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ବିଶେଷ କରି ଯେଉଁ ସ୍ଥାନରେ ଅତଡା ଖସୁଛି ସେଠାରେ ବାଲିବସ୍ତା ପ୍ୟାକିଂ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri