ଦ୍ୱିତୀୟ ଶ୍ରେଷ୍ଠ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ଧିମା

ଭଞ୍ଜନଗର,୨୫ା୯(ବାବୁଲା ପ୍ରଧାନ):ସାମାଜିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭଞ୍ଜନଗର ବ୍ଲକ କୁଲାଡ଼ ପଞ୍ଚାୟତ ଜାତୀୟସ୍ତରରେ ଦ୍ୱିତୀୟ ଶ୍ରେଷ୍ଠ ପଞ୍ଚାୟତ ଭାବେ ପୁରସ୍କୃତ ହୋଇଥିଲା। ପଞ୍ଚାୟତକୁ ୭୫ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଥିଲା। ଏହାପରେ ରାଜ୍ୟ ସରକାର ମଧ୍ୟ ପୁରସ୍କାର ସହ ପଞ୍ଚାୟତକୁ ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରୋତ୍ସାହନ ରାଶି ଭାବେ ଦେଇଥିଲେ। ପୁରସ୍କାର ମିଳିବା ପରେ ପ୍ରାୟ ୫ମାସ ହେବ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ଧିମେଇ ଯାଇଛି । କେବଳ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମଜିଏନ୍‌ଆର୍‌ଇଜିଏସ୍‌)ରେ ଯାହା କିଛି କାମ ହେଉଛି । ପୁରସ୍କାର ରାଶି ସହ ପଞ୍ଚାୟତ ଫଣ୍ଡ, ଜିଲା ପରିଷଦ ଫଣ୍ଡ ସମେତ ବିଭିନ୍ନ ଅନୁଦାନ ମିଶି ପ୍ରାୟ ୪ କୋଟି ଟଙ୍କା ଥିଲେ ମଧ୍ୟ ବିନିଯୋଗ ହୋଇପାରୁନାହିଁ । ପଞ୍ଚାୟତ ପ୍ରତିନିଧିମାନେ ଉକ୍ତ ଅର୍ଥକୁ ବିନିଯୋଗ ଉପରେ ସେଭଳି ଗୁରୁତ୍ୱ ଦେଉନଥିବା କେତେଜଣ ଗ୍ରାମବାସୀ ପ୍ରକାଶ କରିଛନ୍ତି ।
୨୦୨୨-୨୦୨୩ ଆର୍ଥିକ ବର୍ଷରେ କୁଲାଡ଼ ଜଗନ୍ନାଥ ମନ୍ଦିରକୁ ଲାଗିଥିବା ପୋଖରୀର ପଙ୍କ ଉଦ୍ଧାର ସମେତ ଗାର୍ଡ଼ ୱାଲ୍‌ ନିର୍ମାଣ ପାଇଁ ୨୮ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିଲା। ବର୍ତ୍ତମାନ ପୋଖରୀଟି ପୁଣି ଲଟାବୁଦାରେ ଭର୍ତ୍ତି ହୋଇଗଲାଣି । ପୁରସ୍କାର ରାଶିରୁ ୫୦ ଲକ୍ଷ ପୋଖରୀର ସୌନ୍ଦର୍ଯ୍ୟକରଣ ପାଇଁ ରଖାଯାଇଛି । ପୋଖରୀ ଆଡିରେ ଓପନ ଜିମ, ୧୦୦ ମିଟର ଉଚ୍ଚତାରେ ଜାତୀୟ ପତାକା ଉଡାଇବା, କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଯୋଜନା ଅଛି । ହେଲେ ଏ ଯାଏ କାମ ଆରମ୍ଭ ହେଉନାହିଁ। ବଳକା ଗଚ୍ଛିତ ଅର୍ଥରେ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ କରିବା ଯୋଜନା ଅଛି । ବଡ଼ ପ୍ରକଳ୍ପ ଗୁଡ଼ିକୁ ଛାଡ଼ି ଇତିମଧ୍ୟରେ କମ୍‌ ଅର୍ଥରେ ହେବାକୁ ଥିବା କିଛି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ତାହା ମନ୍ଥର ଗତିରେ ଚାଲିଛି । ବିଶ୍ୱ ପ୍ରସିଦ୍ଧ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମ ମାଟି ହେଉଛି କୁଲାଡ଼। ଏଠାରେ ଭଞ୍ଜ ରାଜାଙ୍କ ଶାସନ ସମୟରେ ସ୍ଥାପିତ ଜଗନ୍ନାଥ ମନ୍ଦିର, ବ୍ୟାଘ୍ରଦେବୀ ମନ୍ଦିର, ନାରାୟଣ ମନ୍ଦିର ଥିବାରୁୁ ଦୈନନ୍ଦିନ ବିଭିନ୍ନ ଅଞ୍ଚଳରୁ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି। ୫-ଟି ସଚିବ ଭି.କେ ପାଣ୍ଡିୟାନ ଗତ ୨୬ ତାରିଖରେ ଭଞ୍ଜନଗର ଗସ୍ତରେ ଆସିଥିବା ବେଳେ କୁଲାଡ଼ରେ ଥିବା ବିଭିନ୍ନ ମନ୍ଦିରର ଉନ୍ନତୀକରଣ ପାଇଁ ଅର୍ଥ ଦିଆଯିବ ବୋଲି ଘୋଷଣା କରିଥିଲେ। ଏ ବାବଦରେ ପ୍ରାୟ ୨ କୋଟିରୁ ଉଦ୍ଧ୍ୱର୍ର୍ ଟଙ୍କା କିଛିଦିନ ମଧ୍ୟରେ ଆସିବ। କୁଲାଡ଼ ଭଳି ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୁରୁତ୍ୱ ଦେଉଛନ୍ତି। ହେଲେ ପଞ୍ଚାୟତ ପ୍ରତିନିଧିମାନେ ଉକ୍ତ ଅନୁଦାନ ଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ କରିପାରୁନାହାନ୍ତି। ଫଳରେ ନୂଆ ଅନୁଦାନ ଆସିପାରୁନାହିଁ। ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହୋଇଛି । ଅନ୍ୟପଟେ ପଞ୍ଚାୟତଗୁଡ଼ିକରେ ଥିବା ଗଚ୍ଛିତ ଅର୍ଥର ସଦ୍‌ବିନିଯୋଗ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ବ୍ଲକର ଜଣେ ଅଧିକାରୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?