ପ୍ରତିଶ୍ରୁତିରେ ଅଟକିଛି ବିକାଶ

ବାଙ୍ଗିରିପୋଷି,୧୧।୨(ଡି.ଏନ.ଏ.): ଗ୍ରାମାଞ୍ଚଳ ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଯୋଜନା କାର୍ଯ୍ୟକାରୀ ହେଉଛି। ମାତ୍ର ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଧୀନ କାଳିଆମି ଗଁାର ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ବ୍ଲକ ସଦର ମହକୁମାଠାରୁ ମାତ୍ର ୪ କି.ମି. ଦୂର ବୁଢ଼ାବଳଙ୍ଗ ନଦୀ କୂଳରେ ଅବସ୍ଥିତ ଏହି ଗଁାର ଲୋକେ ନାନା ସମସ୍ୟା ମଧ୍ୟରେ କାଳ କାଟୁଛନ୍ତି। ନେତା ଓ ଅଧିକାରୀଙ୍କ ପ୍ରତିଶ୍ରୁତିରେ ଏଠାକାର ବିକାଶ ଅଟକି ରହିଛି।
ସାହିରେ ୧୦ଟି ଆଦିବାସୀ ପରିବାର ୭୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। କୃଷି ଓ ଦିନ ମଜୁରି ଲାଗି ଗ୍ରାମବାସୀ ଜୀବିକା ନିର୍ବାହ କରିଥାନ୍ତି। ହେଲେ ଲୋକେ ଘରୁ ବାହାରିବା ପାଇଁ ଭଲ ରାସ୍ତାଟିଏ ନାହଁି। ଏହି ଗଁା ପାଖରେ ରହିଛି ବୁଢ଼ାବଳଙ୍ଗ ଓ ବେଢ଼ା ନାଳ ା ଭଲ ରାସ୍ତାଟିଏ ନ ଥିବାରୁ ବର୍ଷା ଦିନେ ଲୋକଙ୍କ ଦୁଃଖ ଦ୍ୱିଗୁଣିତ ହୋଇଥାଏ ା ଦୀର୍ଘ ଦିନ ପରେ ମାଝି ସାହିରେ ଏକ ନଳକୂପ ସ୍ଥାପନ ହୋଇଛି ା ହେଲେ ସେହି ସ୍ଥାନଟି ଖାଲୁଆ ହୋଇ ଥିବାରୁ ବର୍ଷା ଦିନେ ନଳକୂଅଟି ପାଣିରେ ବୁଡ଼ିରୁହେ। ଫଳରେ ଗ୍ରାମବାସୀ ନଳ କୂଅରୁ ପାଣି ନେବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଗଁାରେ ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନଓ୍ବାଡି କେନ୍ଦ୍ର ପାଖାପାଖି ୨ କି.ମି ଦୂରରେ ଥିବା ଯୋଗୁ ବର୍ଷା ଦିନେ ପିଲାଙ୍କ ପାଠପଢ଼ା ବନ୍ଦ ରହିଥାଏ। ସେହିପରି ଲୋକେ ରୋଗରେ ପଡ଼ିଲେ ଗଁାକୁ ଆମ୍ବୁଲାନ୍ସ ଯାଇପାରେ ନାହିଁ। ଗତ ବର୍ଷ ବାତ୍ୟା ସମୟରେ ପୂର୍ବତନ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦାସ ଟୁଡୁ, ତହସିଲଦାର ଲଲାଟେନ୍ଦୁ ସି, ଜେଇ ସଞ୍ଜୟ କୁମାର ପଢ଼ିହାରୀ ସେହି ସ୍ଥାନକୁ ଯାଇ ନଦୀ କୂଳରେ ଥିବା ପରିବାରକୁ ନିକଟସ୍ଥ ସ୍କୁଲକୁ ସ୍ଥାନାନ୍ତରିତ କରିଥିଲେ। ସେହି ସାହିକୁ ପ୍ରବେଶ ପାଇଁ ରାସ୍ତା ଠିକ୍‌ ନ ଥିବାରୁ ଏକ ନୂତନ ରାସ୍ତା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସମସ୍ତ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ହଁି ରହି ଯାଇଥିବା ଗ୍ରାମବାସୀ କହିଛନ୍ତି। ଅନ୍ୟପେକ୍ଷ ଗ୍ରାମବାସୀମାନେ ଗତ ପଞ୍ଚାୟତ ନିର୍ବାଚନ ସମୟରେ ପ୍ରଚାରରେ ଆସିଥିବା ସମସ୍ତ ଜନପ୍ରତିନିଧିଙ୍କୁ ଏହି ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ ମଧ୍ୟ ଜନପ୍ରତିନିଧିମାନେ ଜିତାପଟ ପରେ ସମସ୍ୟା ପ୍ରତି ନଜର ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ଭୋଟ ବେଳେ ନେତାମାନେ ଗଁାକୁ ଆସି ବହୁକଥା କୁହନ୍ତି, ହେଲେ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇ ପାରୁ ନ ଥିବା ଗ୍ରାମର ଭରତ ମାରାଣ୍ଡି କହିଛନ୍ତି। ଅଧିକାରୀମାନେ ଗଁାକୁ ଆସି ସମସ୍ୟା ବିଷୟରେ ଅବଗତ ହୋଇଥିଲେ ମଧ୍ୟ ଏହାର ସମାଧାନ ପାଇଁ ପଦକ୍ଷେପ ନେଉ ନ ଥିବା ଗ୍ରାମର ପୂର୍ବତନ ଓ୍ବାର୍ଡସଭ୍ୟ ପୂର୍ଣ୍ଣ ମହାଲି ପ୍ରକାଶ କରିଛନ୍ତି। ସେହିପରି ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ରାସ୍ତା ନିର୍ମାଣ ପ୍ରତି ଧ୍ୟାନ ଦେଉ ନ ଥିବା ଗ୍ରାମର ବାସିନ୍ଦା ରାମଜିତ ମାରାଣ୍ଡି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଭର୍ତ୍ତି ବୋଲେରୋ ଜବତ: ଡ୍ରାଇଭର ସମେତ ୨ ଫେରାର

ବଲାଙ୍ଗୀର ଅଫିସ,୨୩।୨: ବଲାଙ୍ଗୀର ସହର ଆଟଗାଁ ରାସ୍ତାର ମଦନଗୁଡିଆ ବଗିଚା ନିକଟରେ ରବିବାର ଏକ ଗଞ୍ଜେଇ ଭର୍ତ୍ତି ବୋଲେରୋ ପୋଲିସ ଜବତ କରିଛି। ଭୋରୁ ପୋଲିସ...

ବ୍ୟାଙ୍କ କର୍ମଚାରୀଙ୍କ ଘରେ କଳାକନା

କୁଚିଣ୍ଡା,୧ା୧୧(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଏନ୍‌ଏସିର ୯ନଂ. ୱାର୍ଡରେ ରହୁଥିବା ବ୍ୟାଙ୍କ କର୍ମଚାରୀଙ୍କ ଘରୁ ଟଙ୍କା ଏବଂ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ କୁଚିଣ୍ଡା...

ଫାଣ୍ଡି ଭିତରେ ଗୁଳିକରି ଆତ୍ମହତ୍ୟା କଲେ ଯବାନ

ମାଲକାନଗିରି/କାଲିମେଳା,୪ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ପଟେରୁଠାରେ ନିୟୋଜିତ ଥିବା ଜଣେ ଓଏସ୍‌ଏପି ଯବାନ ଶନିବାର ଫାଣ୍ଡି ଭିତରେ ନିଜ ସର୍ଭିସ୍‌ ବନ୍ଧୁକରୁ ନିଜକୁ...

ସର୍ବଭାରତୀୟ ବହୁଭାଷୀ ନାଟକ ପ୍ରତିଯୋଗିତା: ସମ୍ବୋଧନ, ଗାନ୍ଧୀଛକ ନାଟକ ମଞ୍ଚସ୍ଥ

ଦେବଗଡ଼,୧୩ା୧(ଡି.ଏନ.ଏ.) ଦେବଗଡ ଟାଉନ ହଲ୍‌ଠାରେ ନାଟ୍ୟାନୁଷ୍ଠାନ ଜାଗରଣ ଆର୍ଟ ଇଣ୍ଟର୍‌ ନ୍ୟାଶନାଲ ପକ୍ଷରୁ ୧୭ତମ ସର୍ବ ଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ଓ ନୃତ୍ୟ ପ୍ରତିଯୋଗିତାର...

ନିଶା ପାଇଁ ହେଉଛି ହତ୍ୟା

ବ୍ରହ୍ମପୁର ଅଫିସ,୨୬।୧୦: ଗଞ୍ଜାମ ଜିଲାରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଛି। ମଦ, ଗଞ୍ଜେଇ, ବ୍ରାଉନ୍‌ସୁଗାର ଭଳି ନିଶା କବଳରେ ପଡ଼ି ବହୁ ଲୋକ...

ଘର ସହାୟତା ଅପେକ୍ଷାରେ ବନ୍ୟା ବିପନ୍ନ

ଗୋପ,୯।୯(ଡି.ଏନ୍‌.ଏ.): ବନ୍ୟା ଛାଡ଼ିବାର ଦୁଇ ସପ୍ତାହ ପୂରିଛି। ହେଲେ ବିପନ୍ନଙ୍କ ଦୁଃଖ ସରିନି। କେତେକଙ୍କ ଘର ବନ୍ୟା ପାଣିରେ ଭାଙ୍ଗି ଯାଇଛି। ଏପରି ଏକ ଦୁଃଖଦ...

ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲେ ପୁଅ

କ.ନୂଆଗାଁ,୨୯ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଟାଙ୍ଗିଆରେ ହାଣି ମା’ଙ୍କୁ ହତ୍ୟା...

ଅଦରକାରୀ ଜରିରୁ ଜୀବିକା

କେନ୍ଦୁଝର, ୧୮ା୯ (ସ୍ବ.ପ୍ର.)-ନିର୍ମାଣ କାର୍ଯ୍ୟରେ ଲାଗୁଥିବା ସିମେଣ୍ଟ ବସ୍ତାଗୁଡ଼ିକ ପରବର୍ତ୍ତୀ ସମୟରେ ଅଦରକାରୀ ହୋଇପଡ଼େ। ତେଣୁ ଏହାକୁ ଏଣେ ତେଣେ ଫୋପାଡ଼ି ଦିଆଯାଏ। ଏହି ଜରି...

Advertisement
Archives

Model This Week