ଚମକିବ ରାମଚଣ୍ଡୀ ପୀଠ

ଢେଙ୍କାନାଳ ଅଫିସ, ୧୧।୧୧: ଢେଙ୍କାନାଳ ଜିଲାର ଐତିହ୍ୟସମ୍ପନ୍ନ ପୀଠ ଏବଂ ଡ୍ୟାମ୍‌ଗୁଡ଼ିକର ବିକାଶ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଅଣ୍ଟା ଭିଡ଼ିଛି ପର୍ଯ୍ୟଟନ ବିଭାଗ। ଏହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ଶକ୍ତିକ୍ଷେତ୍ର ନାଧରା ରାମଚଣ୍ଡୀ ପୀଠ ଏବଂ ଦଦରାଘାଟି ଡ୍ୟାମର ଉନ୍ନତୀକରଣ ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିଲାଗି ଜିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨.୧୭ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ପର୍ଯ୍ୟଟନ ଅନୁକୂଳ ବାତାବରଣ ସୃଷ୍ଟି ଲାଗି ଆବଶ୍ୟକ କାର୍ଯ୍ୟ କରାଯିବ ବୋଲି ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି।


ଓଡ଼ାପଡ଼ା ବ୍ଲକ ନାଧରା ଗ୍ରାମ ନିକଟ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ଜିଲାର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର। ପବିତ୍ର ମକର ସଂକ୍ରାନ୍ତି ଯାତ୍ରାରେ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଶାନ୍ତ ପରିବେଶ ପାଇଁ ଏହି ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଦୀର୍ଘ ବର୍ଷ ହେଲା ପର୍ଯ୍ୟଟକଙ୍କ ପସନ୍ଦର ସ୍ଥାନ ପାଲଟିଛି। ହେଲେ ଆନୁଷଙ୍ଗିକ ଭିତ୍ତିଭୂମି ନ ଥିବାରୁ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ପୀଠର ବିକାଶ କରିବା ସହିତ ପର୍ଯ୍ୟଟନ ଭିତ୍ତିଭୂମି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ତଦନୁଯାୟୀ ପୀଠ ନିକଟରେ ମହିଳା ଓ ପୁରୁଷଙ୍କ ପାଇଁ ସ୍ବତନ୍ତ୍ର ଗୋଷ୍ଠୀ ଶୌଚାଳୟ, ବିଶ୍ରାମାଗାର, ପାର୍କିଂ ସୁବିଧା, ବଣଭୋଜି ପାଇଁ ପିଣ୍ଡି, ଆପ୍ରୋଚ୍‌ ରୋଡ୍‌ ଆଦି ନିର୍ମାଣ ପାଇଁ ୧ କୋଟି ୧୫ଲକ୍ଷ ଟଙ୍କାର ପ୍ରସ୍ତାବ ଦିଆଯାଇଛି ।

ସେହିପରି ପରଜଙ୍ଗ ବ୍ଲକର ବଣପାହାଡ଼ ଘେରା ଦଦରାଘାଟି ଡ୍ୟାମ ପର୍ଯ୍ୟଟନ ଋତୁରେ ମୁଖରିତ ହୋଇଉଠେ। ଅକ୍ଟୋବରଠାରୁ ବିଦେଶୀ ପକ୍ଷୀଙ୍କ କଳରବରେ ଫାଟି ପଡ଼େ ଜଳଭଣ୍ଡାର। ଡ୍ୟାମ୍‌ ପାଶ୍ୱବର୍ତ୍ତୀ ଅଞ୍ଚଳରେ ହାତୀଙ୍କ ଜଳକ୍ରୀଡ଼ା ଦୃଶ୍ୟ ଯେତିକି ମନୋରମ ସେତିକି ଆନନ୍ଦଦାୟକ। ତେଣୁ ଦଦରାଘାଟି ଡ୍ୟାମ୍‌ରେ ବଣଭୋଜି ଓ ପିକ୍‌ନିକ୍‌ ପାଇଁ ପିଣ୍ଡି, ବିଶ୍ରାମାଗାର, ୱାଚ୍‌ ଟାୱାର, ଟଏଲେଟ୍‌, ପାର୍କିଂ ସେଣ୍ଟର, ଆପ୍ରୋଚ୍‌ ରୋଡ, ବୋରୱେଲ, ଓଭରହେଡ ଟ୍ୟାଙ୍କ ନିର୍ମାଣ କରାଯିବ। ଏଥିଲାଗି ରାଜ୍ୟ ସରକାରଙ୍କୁ ଗତ ଅକ୍ଟୋବରରେ ୧କୋଟି ୨ଲକ୍ଷ ଟଙ୍କାର ପ୍ରସ୍ତାବ ଦିଆଯାଇଛି।
ଅନ୍ୟପଟେ ସପ୍ତଶଯ୍ୟା, କପିଳାସ, ଯୋରନ୍ଦାର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ଏବଂ ପର୍ଯ୍ୟଟନ ବିଭାଗର ଆର୍କିଟେକ୍ଟମାନେ ଆସି ସର୍ଭେ କରି ଯାଇଛନ୍ତି।
ଏ ସଂକ୍ରାନ୍ତରେ ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ କୁହନ୍ତି, ନାଧରା ମା’ ରାମଚଣ୍ଡୀ ପୀଠ ଏବଂ ଦଦରାଘାଟି ଜଳଭଣ୍ଡାର ପର୍ଯ୍ୟଟନସ୍ଥଳୀର ଉନ୍ନତୀକରଣ ଲାଗି ରାଜ୍ୟ ସରକାରଙ୍କୁ ୨ କୋଟି ୧୭ଲକ୍ଷ ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଅନୁମୋଦନ ହୋଇ ଅନୁଦାନ ଆସିଲେ ଆନୁଷଙ୍ଗିକ କାମ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri