‘ରାଜ୍ୟର ବିକାଶରେ ଶିଳ୍ପର ବିକାଶ ଆବଶ୍ୟକ’

ଝାରସୁଗୁଡ଼ା ଅଫିସ,୧୮।୮: ରାଜ୍ୟରେ ଶିଳ୍ପର ବିକାଶ ପାଇଁ ପ୍ରଚୁର ସମ୍ଭାବନା ରହିଛି। ରାଜ୍ୟର ଅର୍ଥନୀତିକୁ ଆଗେଇ ନେବାକୁ ହେଲେ ଶିଳ୍ପାୟନ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଏନେଇ ଶିଳ୍ପପତିମାନେ ସଚେତନ ହେବା ସହ ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷେ ଜନସାଧାରଣଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଉଲ୍ଲେଖ କରିବା ସହ ସକାରାତ୍ମକ ଆଲୋଚନା କରିବାକୁ ଆହ୍ନାନ ଦେଇଛନ୍ତି। ଏପରି କି ଶିଳ୍ପର ଅଭିବୃଦ୍ଧି ପାଇଁ ଆବଶ୍ୟକ ଅନୁଯାୟୀ ନୀତିରେ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଝାରସୁଗୁଡ଼ା ଜିଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଶିଳ୍ପାନୁଷ୍ଠାନର ଅଧିକାରୀ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା ସମୟରେ ସରକାରଙ୍କ ଶିଳ୍ପ ନୀତି ସମ୍ପର୍କରେ ଜାଣିବାକୁ ପରାମର୍ଶ ଦେଇ ଶିଳ୍ପ ପ୍ରତିଷ୍ଠା ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ। ସ୍ଥାନୀୟ ଉଦ୍ୟୋଗ କିପରି ଆଗକୁ ଅଧିକ ବଢିବ ସେ ଦିଗରେ କାର୍ଯ୍ୟ କରାଯାଉଛି । ଝାରସୁଗୁଡ଼ାରେ ବିମାନ ବନ୍ଦର ପ୍ରତିଷ୍ଠା ପରେ ଜିଲାର ଗୁରୁତ୍ୱ ବୃଦ୍ଧି ପାଇଥିବା ସେ ଉଲ୍ଲେଖ କରିଥିଲେ। ବିଭିନ୍ନ ଜିଲାରେ ଡିଷ୍ଟ୍ରିକ୍ଟ ଇଣ୍ଡଷ୍ଟ୍ରିଆଲ ପ୍ରମୋସନ ଏଜେନ୍ସି (ଦିପା) ମାଧ୍ୟମରେ ଶିଳ୍ପଦ୍ୟୋଗ ସହିତ ଜଡିତ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ କହିଥିଲେ ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟର ଶିଳ୍ପାୟନରେ ଶିଳ୍ପାନୁଷ୍ଠାନଗୁଡିକର ସହଯୋଗ ଉପରେ ଗୁରୁତ୍ୱାରୋପ କରିବା ସହ ସକାରାତ୍ମକ ଚିନ୍ତାଧାରା ନେଇ କାର୍ଯ୍ୟ କଲେ ଉନ୍ନତି ସମ୍ଭବ ବୋଲି କହିଥିଲେ। ଏହି ଅବସରରେ ଶିଳ୍ପାନୁଷ୍ଠାନର କର୍ମକର୍ତ୍ତାମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କାର୍ଯ୍ୟକ୍ରମରେ ଟିପିଡବ୍ଲ୍ୟୁଓଡିର ମୁଖ୍ୟ ନିର୍ବାହୀ ଅଧିକାରୀ ଗଜେନ୍ଦ୍ର କାଲେ ଉପସ୍ଥିତ ଥିଲେ। ଇପିକଲ ପରିଚାଳକ ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ସମେତ ସମ୍ବଲପୁର, ବରଗଡ଼, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ଜିଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଳେ। ଜିଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଧନ୍ୟବାଦ ଅର୍ପଣ କରିଥିଲେ ।

ସେହିପରି ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ଜିଲା ଗୁଡିକରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ଉଦ୍ୟୋଗୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଓ ସମୟୋଚିତ ସହଯୋଗ କରିବା ଦିଗରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଦେବ ପରାମର୍ଶ ଦେଇଥିଲେ। ନିଜ ଜିଲାରେ ଶିଳ୍ପକୁ ଆଗକୁ ନେବା ପାଇଁ ଜଲାପାଳମାନେ ଏହି ଦିଗରେ ଅଧିକରୁ ଅଧିକ ଅନୁଶୀଳନ କରିବା ସହ ତଥ୍ୟ ଉପସ୍ଥାପନ ପାଇଁ କହିଥିଲେ। ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ଦାସ, ଇପିକଲ ପରିଚାଳନା ନିର୍ଦ୍ଦେଶକ ପୁନିଆ, ଝାରସୁଗୁଡ଼ା ଜିଲାପାଳ ସରୋଜ କୁମାର ସାମଲ, ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ, ସୁନ୍ଦରଗଡ଼ ଜିଲାପାଳ ଗାଭାଲି ପରାଜ ହର୍ଷଦ, ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ, ଦେବଗଡ଼ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ, ଶିଳ୍ପ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଜୟ କୁମାର ସ୍ବାଇଁ, ଟାଟା ପାୱାର ପଶ୍ଚିମାଞ୍ଚଳ ମୁଖ୍ୟ ନିର୍ବାହୀ ଅଧିକାରୀ କାଲେଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ନା ଫର୍ମ? କାହିଁକି ସଂନ୍ୟାସ ନେବାକୁ ଚାହୁଁନାହାନ୍ତି ରୋହିତ, ଶାମି-ଭୁବନେଶ୍ୱର; ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଦାବି!

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍‌ର ଅଭିଜ୍ଞ ଖେଳାଳି ରୋହିତ ଶର୍ମା, ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି ଏବଂ ଚୟନକର୍ତ୍ତାମାନେ ସେମାନଙ୍କଠାରୁ ଆଗକୁ…

ଭ୍ୟାନ୍‌ରେ ଆସି ପୋଷା କୁକୁରକୁ ଲୁହାଛଡ଼ରେ ଆକ୍ରମଣ କରି ଚୋରି ଘଟଣାର ପର୍ଦ୍ଦାଫାଶ: ସିସିଟିଭି ଫୁଟେଜ୍‌ରୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଗଡ଼ ଚୈତନ୍ୟପୁର ଶାସନ ସାହିସ୍ଥିତ ନୀଳମାଧବ ମିଶ୍ରଙ୍କ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମରାମତି ଦୋକାନରୁ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ…

ICCର ବଡ଼ ଘୋଷଣା; ଭାରତରେ ହେବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି! ଏହି ୨ ସହରରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ,୨।୯: ମହିଳା କ୍ରିକେଟ୍‌କୁ ନେଇ ICC ବଡ଼ ଘୋଷଣା କରିଛି । ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିବ ଭାରତ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ…

ସୁନା ଦେଇ ଟଙ୍କା ନେଲେ, ମୂଳଧନ ଫେରାଇ ମାଗିବାରୁ ମିଳିଲାନି ଅଳଙ୍କାର: ୭୧ ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ ପରେ…

ପାରଳାଖେମୁଣ୍ଡି,୨ା୯(ଗିରିଧାରୀ ପରିଛା): ସୁନା ଅଳଙ୍କାର ବନ୍ଧକ ରଖି ୫ ଲକ୍ଷ ଟଙ୍କା ଋଣ ନେବା ପରେ, ସୁଧ ଓ ମୂଳଧନ ଟଙ୍କା ଫେରସ୍ତ କରିବାରୁ ଅଳଙ୍କାର ଫେରାଇବାକୁ…

କୋର୍ଟଙ୍କ ଜାମିନବିହୀନ ୱାରେଣ୍ଟ ପରେ ଆକ୍ସନ: ଅଭିଯୁକ୍ତ ବଳିଆଙ୍କୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ରାମଚନ୍ଦ୍ରପୁର ଗ୍ରାମର ଜଣେ ୱାରେଣ୍ଟି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟପୁର ଥାନା ପୋଲିସ।…

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକା ପତ୍ନୀଙ୍କ ସହ ସମ୍ପର୍କ…

ଥିରୁଭାନନ୍ତପୁରମ,୨।୯: ନାବାଳିକାଙ୍କ ସୁରକ୍ଷା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଓ ଶିଶୁଙ୍କ ସୁରକ୍ଷାଠାରୁ କୌଣସି ଧାର୍ମିକ…

ସାଇକେଲରେ ସାର ବସ୍ତା ଲଦି ରାସ୍ତା ପାର ହେଉଥିଲେ, ଧକ୍କା ଦେଲା କାର୍‌; ଚାଲିଗଲା ଚାଷୀଙ୍କ…

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ମଳାଭଞ୍ଜା ବ୍ରିଜ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କାର୍ (ନଂ.…

ଜୀବନରେ ଥରେ ସରପଞ୍ଚ ପଦବୀ ପାଇଁ ଲଢ଼ିବି: ଜିଲା ସରପଞ୍ଚ ମହାସଂଘର ଚତୁର୍ଥ ବାର୍ଷିକ ସମ୍ମିଳନୀରେ ବିଧାୟକ…

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସରପଞ୍ଚ ମହାସଂଘର ଚତୁର୍ଥ ଜିଲା ସମ୍ମିଳନୀ ବୁଧବାର ଦିଗପହଣ୍ଡି ସ୍ଥିତ ଷୋହଳ ଖଣ୍ଡ ଗୋପାଳ ସମାଜ ଗୃହ ପରିସରରେ ଆଡ଼ମ୍ବରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri