‘ରାଜ୍ୟର ବିକାଶରେ ଶିଳ୍ପର ବିକାଶ ଆବଶ୍ୟକ’

ଝାରସୁଗୁଡ଼ା ଅଫିସ,୧୮।୮: ରାଜ୍ୟରେ ଶିଳ୍ପର ବିକାଶ ପାଇଁ ପ୍ରଚୁର ସମ୍ଭାବନା ରହିଛି। ରାଜ୍ୟର ଅର୍ଥନୀତିକୁ ଆଗେଇ ନେବାକୁ ହେଲେ ଶିଳ୍ପାୟନ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଏନେଇ ଶିଳ୍ପପତିମାନେ ସଚେତନ ହେବା ସହ ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷେ ଜନସାଧାରଣଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଉଲ୍ଲେଖ କରିବା ସହ ସକାରାତ୍ମକ ଆଲୋଚନା କରିବାକୁ ଆହ୍ନାନ ଦେଇଛନ୍ତି। ଏପରି କି ଶିଳ୍ପର ଅଭିବୃଦ୍ଧି ପାଇଁ ଆବଶ୍ୟକ ଅନୁଯାୟୀ ନୀତିରେ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଝାରସୁଗୁଡ଼ା ଜିଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଶିଳ୍ପାନୁଷ୍ଠାନର ଅଧିକାରୀ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା ସମୟରେ ସରକାରଙ୍କ ଶିଳ୍ପ ନୀତି ସମ୍ପର୍କରେ ଜାଣିବାକୁ ପରାମର୍ଶ ଦେଇ ଶିଳ୍ପ ପ୍ରତିଷ୍ଠା ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ। ସ୍ଥାନୀୟ ଉଦ୍ୟୋଗ କିପରି ଆଗକୁ ଅଧିକ ବଢିବ ସେ ଦିଗରେ କାର୍ଯ୍ୟ କରାଯାଉଛି । ଝାରସୁଗୁଡ଼ାରେ ବିମାନ ବନ୍ଦର ପ୍ରତିଷ୍ଠା ପରେ ଜିଲାର ଗୁରୁତ୍ୱ ବୃଦ୍ଧି ପାଇଥିବା ସେ ଉଲ୍ଲେଖ କରିଥିଲେ। ବିଭିନ୍ନ ଜିଲାରେ ଡିଷ୍ଟ୍ରିକ୍ଟ ଇଣ୍ଡଷ୍ଟ୍ରିଆଲ ପ୍ରମୋସନ ଏଜେନ୍ସି (ଦିପା) ମାଧ୍ୟମରେ ଶିଳ୍ପଦ୍ୟୋଗ ସହିତ ଜଡିତ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ କହିଥିଲେ ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟର ଶିଳ୍ପାୟନରେ ଶିଳ୍ପାନୁଷ୍ଠାନଗୁଡିକର ସହଯୋଗ ଉପରେ ଗୁରୁତ୍ୱାରୋପ କରିବା ସହ ସକାରାତ୍ମକ ଚିନ୍ତାଧାରା ନେଇ କାର୍ଯ୍ୟ କଲେ ଉନ୍ନତି ସମ୍ଭବ ବୋଲି କହିଥିଲେ। ଏହି ଅବସରରେ ଶିଳ୍ପାନୁଷ୍ଠାନର କର୍ମକର୍ତ୍ତାମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କାର୍ଯ୍ୟକ୍ରମରେ ଟିପିଡବ୍ଲ୍ୟୁଓଡିର ମୁଖ୍ୟ ନିର୍ବାହୀ ଅଧିକାରୀ ଗଜେନ୍ଦ୍ର କାଲେ ଉପସ୍ଥିତ ଥିଲେ। ଇପିକଲ ପରିଚାଳକ ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ସମେତ ସମ୍ବଲପୁର, ବରଗଡ଼, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ଜିଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଳେ। ଜିଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଧନ୍ୟବାଦ ଅର୍ପଣ କରିଥିଲେ ।

ସେହିପରି ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ଜିଲା ଗୁଡିକରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ଉଦ୍ୟୋଗୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଓ ସମୟୋଚିତ ସହଯୋଗ କରିବା ଦିଗରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଦେବ ପରାମର୍ଶ ଦେଇଥିଲେ। ନିଜ ଜିଲାରେ ଶିଳ୍ପକୁ ଆଗକୁ ନେବା ପାଇଁ ଜଲାପାଳମାନେ ଏହି ଦିଗରେ ଅଧିକରୁ ଅଧିକ ଅନୁଶୀଳନ କରିବା ସହ ତଥ୍ୟ ଉପସ୍ଥାପନ ପାଇଁ କହିଥିଲେ। ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ଦାସ, ଇପିକଲ ପରିଚାଳନା ନିର୍ଦ୍ଦେଶକ ପୁନିଆ, ଝାରସୁଗୁଡ଼ା ଜିଲାପାଳ ସରୋଜ କୁମାର ସାମଲ, ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ, ସୁନ୍ଦରଗଡ଼ ଜିଲାପାଳ ଗାଭାଲି ପରାଜ ହର୍ଷଦ, ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ, ଦେବଗଡ଼ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ, ଶିଳ୍ପ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଜୟ କୁମାର ସ୍ବାଇଁ, ଟାଟା ପାୱାର ପଶ୍ଚିମାଞ୍ଚଳ ମୁଖ୍ୟ ନିର୍ବାହୀ ଅଧିକାରୀ କାଲେଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆହାର କେନ୍ଦ୍ରରେ ଟିକେଟ କାଟି ମଧ୍ୟାହ୍ନଭୋଜନ କଲେ ମନ୍ତ୍ରୀ ସୁଶାନ୍ତ ସିଂହ

ବରଗଡ଼ ଅଫିସ,୨୨।୮- ବରଗଡ଼ ସହରସ୍ଥିତ ଆହାର କେନ୍ଦ୍ରରେ ଗୁରୁବାର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟାହ୍ନଭୋଜନ କରିବା ଏଠାରେ ଚର୍ଚ୍ଚାର ବିଷୟ...

ଚୋରା କୋଇଲା ବୋଝେଇ ପିକ୍‌ଅପ୍‌ ଜବତ

ପଦ୍ମପୁର,୯ା୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ପୋଲିସ ଏକ ଚୋରା କୋଇଲା ପିକ୍‌ଅପ୍‌କୁ ପଦ୍ମପୁରଠାରୁ ଜବତ କରିଛି। ଗାଡ଼ିରେ ୨୪ କ୍ୱିଣ୍ଟାଲ କୋଇଲା ଥିବା ବେଳେ ଚାଳକ...

ସରକାରୀ ଜମିରେ ଚାଲିଛି ଇଟା କାରଖାନା

ଜେନାପୁର,୩ା୭(ଅଶୋକ ଦାସ): ଧର୍ମଶାଳା ତହସିଲ ଅଧୀନ ପୁରୁଣା ବୋଉଳମାଳ ପଞ୍ଚାୟତର ସୁକୁଟିଝର ମୌଜାରେ ଥିବା ସରକାରୀ ଜମିରେ ବେଆଇନ ଭାବେ ଚାଲୁଛି ୨ ଇଟା କାରଖାନା।...

ମୃତ୍ୟୁ ପାଖରେ ହାର୍‌ ମାନିଲା ୫୦ ବର୍ଷର ଅଭିଜ୍ଞତା

କେନ୍ଦ୍ରାପଡ଼ା ଅଫିସ,୨୨ା୩:ମୃତ୍ୟୁ କାହା ପାଖକୁ କେତେବେଳେ ଆସେ ସେ କଥା କହିବା ଅସମ୍ଭବ। ରଥୀ ମହାରଥୀ ହୁଅନ୍ତୁ କି ସାଧାରଣ ମଣିଷ, ସବୁ କାଳ ହାତରେ...

ମାଟ୍ରିକ ଖାତା ଦେଖିବେ ଅଧିକ ୬ ହଜାର ଶିକ୍ଷକ: ମୂଲ୍ୟାୟନ କେନ୍ଦ୍ରରେ ସାମାଜିକ ଦୂରତ୍ୱ ବାଧ୍ୟତାମୂଳକ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ମେ’ ୨୦ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ। ପୂର୍ବ ନିର୍ଦ୍ଧାରିତ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାହେବ। ତେବେ ପୂର୍ବରୁ ୧୭ ହଜାର ଶିକ୍ଷକ...

ବିସ୍ଥାପନକୁ ନେଇ ଆନ୍ଦୋଳନ ତେଜୁଛି

ଯାଜପୁର ଅଫିସ,୨୧ା୬: ଶିଳ୍ପାୟନ ପ୍ରକ୍ରିୟାରେ ଅଞ୍ଚଳରେ ଦେଖାଯାଇଥିବା ପ୍ରଦୂଷଣ ସମସ୍ୟା ଓ ଏହାର ନିୟନ୍ତ୍ରଣ ଦିଗରେ ସରକାରଙ୍କ ବିଫଳତା ଲୋକଙ୍କୁ ଏଭଳି ହତାଶ କରିଛି ଯେ...

ପଦ୍ମିନୀ କେୟାର ହସ୍ପିଟାଲ ଉଦ୍‌ଘାଟିତ

କଟକ ଅଫିସ, ୮ା୮: ପଦ୍ମିନୀ ରଥଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକୀ ଅବସରରେ କଟକ ଜିଲା ଟାଙ୍ଗୀସ୍ଥିତ ଡ୍ରିମ୍‌ସ ପରିସରରେ ସ୍ଥାପିତ ୪୦୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେଶିଆଲିଟି ପଦ୍ମିନୀ...

ଦସ୍ତଖତରେ ଶିଶୁ ଶ୍ରମିକ ନିରୋଧ ବାର୍ତ୍ତା

ବ୍ରହ୍ମପୁର ଅଫିସ,୧୨ା୬: ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଅବସରରେ ସ୍ଥାନୀୟ ଖଲ୍ଲିକୋଟ କଲେଜ ମୁଖ୍ୟ ରାସ୍ତାରେ ଏକ ଦସ୍ତଖତ ଅଭିଯାନ ବୁଧବାର ସକାଳେ ଅନୁଷ୍ଠିତ...

Advertisement
Archives

Model This Week