ସମନ୍ବୟ ଅଭାବ, ପଛରେ ପଡ଼ିଛି ବିକାଶ

କେନ୍ଦ୍ରାପଡ଼ା ଅଫିସ,୨୯।୧: ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଇତିମଧ୍ୟରେ ୪ ବର୍ଷ ପୂରଣ ହୋଇଛି। ୨୦୨୨ରେ ଏହି ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ସଜବାଜ ଚାଲିଛି। ହେଲେ କେନ୍ଦ୍ରାପଡ଼ା ଜିଲାର କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ପୌର ନିର୍ବାଚନ ଦୀର୍ଘଦିନ ହେବ ବନ୍ଦ ରହିଛି। ଏହି ୨ ପୌରାଞ୍ଚଳକୁ ପରିଚାଳନା ପାଇଁ ରାଜ୍ୟ ସରକାର ପ୍ରଶାସକଙ୍କୁ ନିଯୁକ୍ତ କରିଛନ୍ତି। କାଉନ୍‌ସିଲରମାନେ ନ ଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁ ନାହିଁ ବୋଲି ଅଭିଯୋଗ ହୋଇଛି। ପ୍ରଶାସକ ହାତଗଣତି କେତେଜଣ ପୂର୍ବତନ କାଉନ୍‌ସିଲରଙ୍କୁ ନେଇ କାମ ଚଳାଇଛନ୍ତି। ଫଳରେ ତୃଣମୂଳସ୍ତରର ସମସ୍ୟା ସମାଧାନ ହୋଇପାରୁ ନାହିଁ ବୋଲି ଅଭିଯୋଗ ହୋଇଛି।
ଆଗାମୀ ବିଧାନସଭାରେ ପୌର ନିର୍ବାଚନ ପାଇଁ ବାଟ ଖୋଲିବାର ସମ୍ଭାବନା ଅଛି। ଏଥିପାଇଁ ରାଜ୍ୟର ୩ ବୃହତ୍‌ ରାଜନୈତିକ ଦଳ କିଛି ମାତ୍ରାରେ ସକ୍ରିୟ ହୋଇଛନ୍ତି। ନିର୍ବାଚନମଣ୍ଡଳୀର ମୌଳିକ ସମସ୍ୟାଗୁଡ଼ିକ ପଦାକୁ ଆଣିବାକୁ ସବୁ ଦଳର ନେତାମାନେ ଏବେ ଅଣ୍ଟା ଭିଡିଛନ୍ତି। ସେହିପରି ବର୍ଷ ଆରମ୍ଭରୁ ସ୍ଥାନୀୟ ନେତାମାନେ ନିଜର ପୋଷ୍ଟର ଛପାଇ ଆଗାମୀ ଦିନର ନେତୃତ୍ୱ ପାଇଁ ସଜବାଜ ହୋଇଛନ୍ତି। ରାଜନୈତିକ ବିଶେଷଜ୍ଞ ଅମରବର ବିଶ୍ୱାଳ, ବାନାମ୍ବର ସାହୁ, ରାଧାକାନ୍ତ ମହାନ୍ତି ପ୍ରମୁଖ କହିଛନ୍ତି, ଜିଲାର ବିକାଶ ପାଇଁ ରାଜନେତା ଓ ପ୍ରଶାସକଙ୍କ ସମନ୍ବୟର ଆବଶ୍ୟକତା ଅଛି। ଦଳୀୟ କନ୍ଦଳ ରାଜନେତାଙ୍କ ମଧ୍ୟରେ ଏକାଠି ହେବାକୁ ସୁଯୋଗ ଦେଉ ନାହିଁ। ଏଣେ ପ୍ରଶାସକଙ୍କୁ ଏକାଧିକ ଦାୟିତ୍ୱ ଦିଆଯାଉଥିବାରୁ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରୁନାହିଁ।
ରାଜ୍ୟ ସରକାରଙ୍କ ସର୍ଭେ ଅନୁଯାୟୀ, ଅର୍ଥନୈତିକ ବିକାଶ ଦିଗରେ କେନ୍ଦ୍ରାପଡ଼ା ଜିଲା ରାଜ୍ୟର ୨୬ତମ ସ୍ଥାନରେ ଅଛି। ଇନ୍ଦିରା ଆବାସ, କର୍ମନିଯୁକ୍ତି, ପଞ୍ଚାୟତ ଉନ୍ନୟନ, ବୃକ୍ଷରୋପଣ, ଜଳଶକ୍ତି ସଂରକ୍ଷଣ ଯୋଜନା ଆଦିରେ ଏହି ଜିଲା ରାଜ୍ୟର ୧୫ଶ ସ୍ଥାନରେ ପହଞ୍ଚତ୍ବା କଷ୍ଟକର ହୋଇପଡୁଛି। ସେହିପରି ଜିଲାରେ ମେଡିକାଲ କଲେଜ ସ୍ଥାପନ, ଶିଳ୍ପ କରିଡର, ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ କୃଷି ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଆବଶ୍ୟକତା ଥିବା ବେଳେ ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ଅଭାବ ଦେଖାଦେଇଛି। ଏହାଛଡା ତୃଣମୂଳସ୍ତରରେ ଶାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ପଟ୍ଟାମୁଣ୍ଡାଇ, ରାଜକନିକା, ମାର୍ଶାଘାଇରେ ସବ୍‌ଡିଭିଜନ ପ୍ରତିଷ୍ଠାର ସ୍ବର ଉଠିଛି। ସେନେଇ କୌଣସି ତପତ୍ରତା ପ୍ରକାଶ ପାଉନାହିଁ। ଗତ ନିର୍ବାଚନଗୁଡ଼ିକରେ ଜିତି ଏହି ଜିଲାରେ ବିଜେଡି ଏକ ଅପ୍ରତିଦ୍ୱନ୍ଦ୍ୱୀ ଦଳ ଭାବେ ଛିଡ଼ାହୋଇଛି। ରାଜ୍ୟରେ ବିଜେଡି ସରକାର ଚାଲିଥିଲେ ମଧ୍ୟ ସ୍ଥାନୀୟ ଲୋକ ପ୍ରତିନିଧି ଜିଲାର ବିକାଶ ପାଇଁ ଏକାଠି ହେବା ଦେଖାଯାଇ ନାହିଁ। ଏପରିକି ଏମ୍‌ପି ଓ ବିଧାୟକଙ୍କ ମଧ୍ୟରେ ସମନ୍ବୟର ଅଭାବ ରହିଛି। ଏହି ସମନ୍ବୟ ଅଭାବ ୩ ସାଧାରଣ ନିର୍ବାଚନ ପରେ ଦେଖିବାକୁ ମିଳିଛି।
ଲୋକଙ୍କ ସମସ୍ୟାର ସ୍ବର ଉଠାଇବାରେ ବିରୋଧୀ ଭାଜପା ଓ କଂଗ୍ରେସର ସ୍ଥିତି ମଧ୍ୟ ଏକା ପ୍ରକାର ରହିଛି। ଗତ ୨୨ ତାରିଖରେ କେନ୍ଦ୍ରାପଡ଼ାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଥିଲେ। ତାଙ୍କ ଗସ୍ତ ସମୟରେ ଜିଲା ଭାଜପା ନେତୃମଣ୍ଡଳୀଙ୍କୁ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା। ଏହା ପୂର୍ବ ଓ ପରର କାର୍ଯ୍ୟକ୍ରମରେ ଦଳୀୟ କନ୍ଦଳ ସ୍ପଷ୍ଟ ହୋଇଛି। ସେହିପରି ଜିଲା କଂଗ୍ରେସ ସଭାପତି ଭାବେ ଅଂଶୁମାନ୍‌ ମହାନ୍ତି ଦାୟିତ୍ୱ ଗ୍ରହଣ ପରେ ଜିଲାର କର୍ମୀ ମହଲରେ ହଲଚଲ ଦେଖାଦେଇଛି। ସଂରକ୍ଷଣକୁ ନେଇ ଅଟକିଥିବା କେନ୍ଦ୍ରାପଡା ପୌର ନିର୍ବାଚନମଣ୍ଡଳୀର ପ୍ରତି ୱାର୍ଡକୁ ବିଧାୟକ ଶଶିଭୂଷଣ ବେହେରା ସର୍ଭେ କରିବା ସହ ଯୋଜନା ଅଟକଳ କରୁଛନ୍ତି। ସେହିପରି ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡ ବୁଲୁଛନ୍ତି। ସାମୂହିକ ବିକାଶ ପାଇଁ ସେହି ଅଞ୍ଚଳର ରାଜନୈତିକ ବ୍ୟବସ୍ଥା ଅଧିକ ସକ୍ରିୟ ହେବା ଆବଶ୍ୟକ। ପ୍ରଶାସକଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କଲେ ଜିଲାର ବିକାଶ ହୋଇପାରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri