କାର୍ଯ୍ୟକାରୀ ହେଉନି ଉନ୍ନୟନ ବିଭାଗ ନିୟମ

ରାଉରକେଲା,୩୧ା୮(ବିପ୍ଳବ ରଞ୍ଜନ ଦାଶ)ଆର୍‌ଡିଏ ପକ୍ଷରୁ ଛେଣ୍ଡ୍‌ ଅଞ୍ଚଳସ୍ଥିତ ଆର୍‌ଡିଏ କଲୋନୀଠାରେ ୫ହଜାରରୁ ଊର୍ଦ୍ଧ୍ୱ ରହିବା ପାଇଁ ଗୃହ ଓ ବାଣିଜ୍ୟ ବ୍ୟବସାୟ ନିମେନ୍ତ ଦୋକାନ ଗୃହ ଆବଣ୍ଟିତ ହୋଇଛି। ଗୃହ ଓ ଦୋକାନ ପରିଚାଳନା ପାଇଁ ସ୍ବତନ୍ତ୍ର ନିୟମ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଣୟନ ହୋଇଛି। ବାସଗୃହରେ କୌଣସି ବ୍ୟକ୍ତି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିପାରିବେ ନାହିଁ। ଏଥିରେ ବ୍ୟତିକ୍ରମ ହେଲେ ଗୃହଧାରୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଧାର୍ଯ୍ୟ ହୋଇଛି। ସେହିଭଳି ଦୋକାନ ଗୃହକୁ ଅନ୍ୟ କୌଣସି କାମରେ ଉପଯୋଗ କରିପାରିବେ ନାହିଁ। ନଚେତ ଦଣ୍ଡିତ ହେବା ଦର୍ଶାଯାଇଛି। ହେଲେ ନିୟମର ଖୁଲମ୍‌ଖୁଲା ଉଲ୍ଲଂଘନ ହେଉଛି। ଅନ୍ୟପଟେ ବିଭାଗ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କେବଳ ମାମଲା ପରେ ମାମଲା ଦାଏର କରିଚାଲିଛି। କିନ୍ତୁ କୌଣସି ସୁଫଳ ମିଳୁପାରୁନାହିଁ, ଯାହାର ଜ୍ୱଳନ୍ତ ଉଦାହରଣ ଆର୍‌ଡିଏ କଲୋନୀଠାରୁ ହନୁମାନ ମନ୍ଦିର ରାସ୍ତା ପାର୍ଶ୍ୱବର୍ତ୍ତୀ ଆବଣ୍ଟିତ ଗୃହରେ ଚାଲିଥିବା ଦୋକାନମାନ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି। ଆବଣ୍ଟିତ କରାଯାଇଥିବା ଗୃହଗୁଡିକରେ ଅଧିକାଂଶ ଲୋକ ବେଧଡ଼କଭାବେ ଦୋକାନ ଖୋଲି ବ୍ୟବସାୟ କରୁଛନ୍ତି। ଫଳରେ ଏହି ରାସ୍ତାରେ ବିଭିନ୍ନ ସମୟରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଏଥିସହ ଟିକସ ପ୍ରଦାନକାରୀ ଦୋକାନୀଙ୍କ ବ୍ୟବସାୟରେ ମଧ୍ୟ ପ୍ରଭାବ ପକାଉଥିବା ଅଭିଯୋଗ ହେଉଛି । ଇତିମଧ୍ୟରେ ବିଭାଗ ପକ୍ଷରୁ ୨୫ଶହ ମାମଲା ରୁଜୁ ହୋଇଥିବା ବେଳେ ସମସ୍ତ ମାମଲା ସ୍ଥଗିତ ରହିଛି। ତୁରନ୍ତ ସମସ୍ୟାର ସମାଧାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏନେଇ ଆର୍‌ଡିଏ କଲୋନୀ ବାସିନ୍ଦା ପଞ୍ଚାନନ ମହାପାତ୍ର କହିଛନ୍ତି, ଆର୍‌ଡିଏ କଲୋନୀଠାରେ ୫ହଜାରରୁ ଊର୍ଦ୍ଧ୍ୱ ଗୃହ ଆବଣ୍ଟିତ ହୋଇଛି। ଏଥିପାଇଁ ସ୍ବତନ୍ତ୍ର ନିୟମ ମଧ୍ୟ ବିଭାଗ ଜାରି କରିଛି। ମାତ୍ର ତାହା ପାଳନ ହେଉନାହିଁ। ମୁଖ୍ୟରାସ୍ତା ପାର୍ଶ୍ୱରେ ୨-୩ଟା ଲେଖାଏଁ ଦୋକାନ ଖୋଲି ନିଜେ ଉପର ମହଲାରେ ରହୁଛନ୍ତି। ଫଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି। ଏନେଇ ରାଉରକେଲା ଆର୍‌ଡିଏ ପ୍ଲାନିଂ ବିଭାଗୀୟ ଅଧିକାରୀ ସାବିତ୍ରୀ ମହାନ୍ତିଙ୍କୁ ପଚାରିବାରୁ, ଆର୍‌ଡିଏ ତରଫରୁ ଆବଣ୍ଟିତ ଗୃହ ଓ ଦୋକାନ ନିମନ୍ତେ ସ୍ବତନ୍ତ୍ର ନିୟମ ରହିଛି। ଗୃହରେ କୌଣସି ଦୋକାନ ଖୋଲାଯାଇ ପାରିବ ନାହିଁ। ମାତ୍ର ବାରମ୍ବାର ନିୟମ ଅମାନ୍ୟ ହେଉଛି। ବିଭାଗ ତରଫରୁ ଅମାନ୍ୟକାରୀଙ୍କ ବିରୋଧରେ ମାମଲା ମଧ୍ୟ ହେଉଛି। ହେଲେ ମାମଲାଗୁଡ଼ିକ ସ୍ଥଗିତ ରହିଯାଉଥିବା କାରଣରୁ କୌଣସି ପ୍ରକାର ବିହିତ ପଦକ୍ଷେପ ନିଆଯାଇପାରୁନାହିଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନର ବାର୍ତ୍ତା

ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ଅନ୍ତର୍ଗତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ୭୨ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?