ଋଣଜାଲରେ ବିକାଶଶୀଳ ରାଷ୍ଟ୍ର

ନୂଆଦିଲ୍ଲୀ/ବେଜିଂ,୨୩ା୭: ବିକାଶଶୀଳ ଦେଶଗୁଡ଼ିକୁ ଚାଇନା ଦେଉଥିବା ଋଣର ଅଧା ହେଉଛି ହିଡେନ କେଡିଟ୍ସ (ଲୁକ୍କାୟିତ କରଜ)। ହାଭାର୍ଡ ୟୁନିଭର୍ସିଟିର ଜଣାଶୁଣା ଋଣ ବିଶେଷଜ୍ଞ କାର୍ମେନ ରିନ୍‌ହାର୍ଟ ଏବଂ କେଇଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଖ୍ରିଷ୍ଟୋଫ୍‌ ଟ୍ରେବେସ୍କ ଓ ସେବାସ୍ତିଆନ୍‌ ହର୍ନ ବିଶ୍ଳେଷଣ କରି ଉପରୋକ୍ତ ବିଷୟ ଜାଣିବାକୁ ପାଇଛନ୍ତି। ୧୯୪୯ରୁ ୨୦୧୭ ମଧ୍ୟରେ ଚାଇନା ପକ୍ଷରୁ ୧୫୨ ଦେଶକୁ ପ୍ରଦାନ କରାଯାଇଥିବା ୨,୦୦୦ ଋଣ ସମ୍ପର୍କରେ ସେମାନେ ଅଧ୍ୟୟନ କରିଥିଲେ। ବିଭିନ୍ନ ସୂତ୍ରରୁ ମିଳିଥିବା ତଥ୍ୟକୁ ନେଇ ବିଶ୍ୱ ଅର୍ଥନୀତିରେ ଚାଇନାର ବାସ୍ତବ ଭୂମିକା ସମ୍ପର୍କରେ ସେମାନେ ଅବତାରଣା କରିଛନ୍ତି। ଏହି ବିକାଶଶୀଳ ଦେଶଗୁଡ଼ିକରେ ଚାଇନା ପବ୍ଲିକ୍‌ ଓ ପ୍ରାଇଭେଟ ସେକ୍ଟରକୁ କୋଟି କୋଟି ଡଲାର ଋଣ ଦେଇ ନିଜ ଚେର ମଜଭୁତ କରିଛି। ଉକ୍ତ ଋଣ ସମ୍ପର୍କିତ ରେକର୍ଡ କୌଣସି ଆନ୍ତର୍ଜାତିକ ସଂସ୍ଥା ପାଖରେ ନ ଥିବାରୁ ଏହାକୁ ହିଡେନ୍‌ କ୍ରେଡିଟ୍ସର ନାମକରଣ ଏଇଥିପାଇଁ ଦିଆଯାଇଛି।
ଅଧ୍ୟୟନରୁ ଅନୁମାନ କରାଯାଇଛି ଯେ, ହିଡେନ୍‌ କ୍ରେଡିଟ୍ସର ସିଂହଭାଗ ବିଗତ ୨ ଦଶନ୍ଧି ମଧ୍ୟରେ ବଢ଼ିଯାଇଛି। ଏବେ ଏହାର ପରିମାଣ ୨୦,୦୦୦ କୋଟି ଡଲାର ଟପିଯାଇଛି। ଏଥିରେ ପୂର୍ବରୁ ବାକି ଥିବା ଋଣର ସମ୍ମିଳିତ ମୂଲ୍ୟକୁ ମଧ୍ୟ ସାମିଲ କରାଯାଇଛି। ଚାଇନାଠାରୁ ସର୍ବାଧିକ ଋଣ ନେଇଥିବା ୫୦ ଦେଶ ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଯେ, ଏହି ଦେଶଗୁଡ଼ିକରେ ହାରାହାରି ଋଣ ବଢ଼ି ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୫%ରୁ ଅଧିକ। ଡାଇରେକ୍ଟ ଲୋନ୍ସ ବା ପ୍ରତ୍ୟକ୍ଷ ଋଣର ସିଂହଭାଗ ଚାଇନା ସରକାରଙ୍କ ନିୟନ୍ତ୍ରଣରେ ଥିବା ‘ଚାଇନା ଡେଭେଲପ୍‌ମେଣ୍ଟ ବ୍ୟାଙ୍କ’ ଏବଂ ‘ଏକ୍ସଜିମ୍‌ ବ୍ୟାଙ୍କ ଅଫ୍‌ ଚାଇନା’ ଜରିଆରେ ପ୍ରଦାନ କରାଯାଇଛି। ଏହାବାଦ ଏପରି ଅନେକ ପରୋକ୍ଷ ବ୍ୟବସ୍ଥା ମଧ୍ୟ ରହିଛି, ଯାହା ଜରିଆରେ ଚାଇନା ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଋଣ ଦେଇଥାଏ। ଏପରି ଋଣ ସମ୍ପର୍କରେ ଜାଣିବା ସହଜ ନୁହେଁ। କାରଣ ଏହା ‘ସରକାରଠାରୁ ସରକାର’ ବ୍ୟବସ୍ଥା ଜରିଆରେ ନିଆଯାଇଥାଏ। ଅଧିକାଂଶ ଋଣ ସରକାରୀ ନିୟନ୍ତ୍ରଣରେ ଥିବା ୟୁନିଟଗୁଡ଼ିକ ଜରିଆରେ ଦିଆଯାଇଥାଏ ଏବଂ ତାକୁ ପ୍ରଦାନ କରୁଥିବା କମ୍ପାନୀଗୁଡ଼ିକ ମଧ୍ୟ ସାଧାରଣତଃ ଏପରି ହୋଇଥାନ୍ତି, ଯାହାର ମୁଖ୍ୟ ମାଲିକ ହେଉଛି ଚାଇନା।

ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଚାଇନାର ଦଖଲ
ଦୁଇ ଦଶନ୍ଧି ତଳେ ଚାଇନା ଆପଣାଇଥିବା ରଣନୀତି ଆଜି ଏହାକୁ ବିଶ୍ୱ ଅର୍ଥ ବ୍ୟବସ୍ଥାର ଏକ ପ୍ରମୁଖ ରାଷ୍ଟ୍ରରେ ପରିଣତ କରିଛି। ବାହାର ଦୁନିଆ ପାଇଁ କୋହଳ ଆଭିମୁଖ୍ୟ ଯୋଗୁ ଚାଇନା ଏପରି ସଫଳତା ହାସଲ କରିଛି। ଏଥିଯୋଗୁ ଚାଇନା ବିଶ୍ୱର ସବୁଠୁ ବଡ଼ ସରକାରୀ କରଦାତା ପାଲଟିସାରିଛି। ଅନ୍ୟ କୌଣସି ଦେଶର ସରକାର ଚାଇନା ଭଳି ବିପୁଳ ପରିମାଣର ଋଣ ପ୍ରଦାନ କରିବାରେ ସକ୍ଷମ ନୁହନ୍ତି। ୨୦୧୮ର ତଥ୍ୟାନୁସାରେ ବିକାଶଶୀଳ ଦେଶଗୁଡ଼ିକ ଉପରେ ଚାଇନାର ୫ ଲକ୍ଷ କୋଟି ଡଲାରରୁ ଅଧିକ ଋଣ ରହିଛି। ଏହି ପରିମାଣ ବିଶ୍ୱ ଜିଡିପିର ପ୍ରାୟ ୬% ହେବ। ୨୦ ବର୍ଷ ପୂର୍ବରୁ ଏହି ଋଣର ପରିମାଣ ଜିଡିପିର ମାତ୍ର ୧% ଥିଲା। ଚାଇନା ସବୁ ପ୍ରକାର ଅର୍ଥ ବ୍ୟବସ୍ଥାକୁ ଋଣ ଦେଉଥିବାବେଳେ ଏହାର ଆଧିପତ୍ୟ ସ୍ବଳ୍ପ ଆୟକାରୀ ଦେଶଗୁଡ଼ିକ ଉପରେ ଅଧିକ। ଗରିବ ଓ ବିକାଶଶୀଳ ଦେଶଗୁଡ଼ିକୁ ଚାଇନା ପକ୍ଷରୁ ଦିଆଯାଉଥିବା ଋଣ ଓ୍ବାଲର୍‌ଡ ବ୍ୟାଙ୍କ, ଅନ୍ତର୍ଜତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଅଥବା ଅନ୍ୟ ସରକାରଗୁଡ଼ିକ ତୁଳନାରେ ବହୁ ପରିମାଣରେ ଅଧିକ।

ଭାରତ ନେଇଛି କି ?
ଚାଇନାଠାରୁ ଭାରତ ପ୍ରତ୍ୟକ୍ଷ ଭାବେ ଋଣ ନେଇନାହିଁ। ତେବେ ଏସିଆନ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କ (ଏଆଇଆଇବି)ଠାରୁ ସର୍ବାଧିକ ଋଣ ନେଇଥିବା ଦେଶଗୁଡ଼ିକ ମଧ୍ୟରେ ଶୀର୍ଷରେ ଭାରତ ରହିଛି। ଏହି ବହୁପାକ୍ଷିକ ବ୍ୟାଙ୍କର ସବୁଠୁ ବଡ଼ ଅଂଶଧନ (୨୬.୬% ଭୋଟିଂ ରାଇଟ୍ସ) ଚାଇନାର ହୋଇଥିବାବେଳେ ଭାରତର ଶେୟାର ୭.୬%। ଏଆଇଆଇବି ପକ୍ଷରୁ ଭାରତକୁ ଦିଆଯାଇଥିବା ଋଣ ଭାରତୀୟ ଇନ୍‌ଫ୍ରା ମାର୍କେଟରେ ଚାଇନା ଫାର୍ମଗୁଡ଼ିକର ପ୍ରବେଶ ପାଇଁ ପଥ ପ୍ରଶସ୍ତ କରିପାରେ।

ଓବିଓଆର୍‌ ଯୋଗୁ ପ୍ରଭାବିତ
ଭାରତର ଅଧିକାଂଶ ପଡ଼ୋଶୀ ଚାଇନାର ୮ ଟ୍ରିଲିୟନ୍‌ ଡଲାର ବ୍ୟୟରେ ନିର୍ମାଣାଧୀନ ଓ୍ବାନ୍‌ ବେଲ୍ଟ ଓ୍ବାନ୍‌ ରୋଡ୍‌ (ଓବିଓଆର୍‌) ଋଣଜାଲରେ ଛନ୍ଦି ହୋଇଯାଇଛନ୍ତି। ଏସିଆ, ଆଫ୍ରିକା ଓ ୟୁରୋପ ମଧ୍ୟରେ ସଂଯୋଗୀକରଣ ପାଇଁ ଉଦ୍ଦିଷ୍ଟ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ମାନସ ସନ୍ତାନ ଓବିଓଆର୍‌ ସହ ପାକିସ୍ତାନ, ବାଂଲାଦେଶ ଓ ନେପାଳ ସମେତ ଅନେକ ରାଷ୍ଟ୍ର ଯୋଡ଼ିହୋଇ ସାରିଲେଣି। ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ଅଧୀନରେ ଆସୁଥିବା ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ପାକ୍‌-ଅଧିକୃତ କଶ୍ମୀର (ପିଓକେ) ଦେଇ ଗତିଶୀଳ ହୋଇଥିବାରୁ ଏହାଦ୍ୱାରା ଭାରତ ପ୍ରଭାବିତ ହୋଇଛି। ଉକ୍ତ ପ୍ରକଳ୍ପକୁ ଭାରତ ନିଜର ସାର୍ବଭୌମତ୍ୱ ଓ ଅଖଣ୍ଡତା ପ୍ରତି ବିପଦ ଦର୍ଶାଇ ବିରୋଧ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଡିଓଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ, ଦାବିପତ୍ର ପ୍ରଦାନ କରି…

କର୍ଲାମୁଣ୍ଡା:୧୩।୭,(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ଗ୍ରାମ ପଞ୍ଚାୟତ ସିଲେଟପଡ଼ା ଗ୍ରାମରେ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଗାଁର ଜୈନିକ ବ୍ୟକ୍ତି…

କୂଅରୁ ମିଳିଲା ଯୁବକଙ୍କ ମୃତଦେହ: ଗାଁରେ ପଡିଛି ଚହଳ…

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗାଁ ମା’ ମାଣିକେଶରୀ ମନ୍ଦିର ନିକଟ ଶ୍ରୀ ମଦନ ମୋହନ ମନ୍ଦିର ପରିସରରେ ଥିବା କୂଅରୁ…

ଦୋକାନରେ ପିଉଥିଲେ ଚା’, ମୁଣ୍ଡରେ ପଡିଲା ଗଛ ଡ଼ାଳ, ତା’ପରେ…

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ସୋମବାର ଭୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଆଡ଼ପଡ଼ା ଗ୍ରାମରେ ରହୁଥିବା…

ଆନ୍ଧ୍ରରେ କରୋନା ମୃତ୍ୟୁ, ଓଡ଼ିଶା ସୀମାରେ ହାଇଆଲର୍ଟ

ଭୁବନେଶ୍ୱର,୧୩।୭: ଆନ୍ଧ୍ରପ୍ରଦେଶରେ COVID-19ରେ ଆକ୍ରାନ୍ତ ହୋଇ ୨ଜଣ ରୋଗୀଙ୍କ ମୃତ୍ୟୁ ଘଟିବା ପରେ ଓଡ଼ିଶା ସୀମାରେ ହାଇଆଲର୍ଟ ଜାରି କରାଯାଇଛି। ଏପରକି ଆନ୍ଧ୍ର ସୀମାନ୍ତ ଜିଲାର CDMOମାନଙ୍କୁ…

ପ୍ଲୁଟୋକୁ ନେଇ ବିବାଦ

ପ୍ଲୁଟୋ ହେଉଛି ସୌରଜଗତର ପାଞ୍ଚଟି ବାମନ ଗ୍ରହ ମଧ୍ୟରୁ ଗୋଟିଏ। ବାସ୍ତବରେ ଆମେରିକୀୟ ଜ୍ୟୋତିର୍ବିଦ କ୍ଲାଇଡ୍‌ ଟମ୍‌ବାଓ ଏହାକୁ ୧୯୩୦ ମସିହାରେ ଆବିଷ୍କାର କରିଥିଲେ। ତା’ପରେ ଏହା…

‘ଜେଣ୍ଟଲ ମ୍ୟାନ’ ଲୁକରେ ବୈଭବ ସୂର୍ଯ୍ୟବଂଶୀ, ଯୁବରାଜ ସିଂହଙ୍କୁ ଭେଟିବା ସହ ଫଟୋ ଶେୟାର କରି ଲେଖିଲେ…

ନୂଆଦିଲ୍ଲୀ,୧୩।୭: ୧୫ ବର୍ଷୀୟ ଭାରତୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ରବିବାର ଏକ ସ୍ବତନ୍ତ୍ର ଦିନ ଥିଲା। ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଶେଷ ହେବା ପରେ,…

ସମ୍ବଲପୁର କୋର୍ଟକୁ ତୃତୀୟ ଥର ପାଇଁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ସମ୍ବଲପୁର,୧୩।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କୋର୍ଟକୁ ପୁଣି ଥରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ତୃତୀୟ ଥର ପାଇଁ ଏଭଳି ଧମକପୂର୍ଣ୍ଣ ମେଲ ଆସିବା ପରେ…

ପୁଣି ଜନନୀ ଯନ୍ତ୍ରଣା: ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଟ୍ରାକ୍ଟରରେ ସନ୍ତାନ ପ୍ରସବ କଲେ ମହିଳା

ଭବାନୀପାଟଣା,୧୩ା୭(ଉତ୍ତମ କୁମାର ଦାଶ): ଦୁର୍ଗମ ଅଞ୍ଚଳରେ ଆଜି ବି ମୌଳିକ ସୁବିଧାର ଅଭାବ କିପରି ଲୋକଙ୍କ ଜୀବନକୁ ବିପଦରେ ପକାଉଛି,ତାହାର ଆଉ ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri