‘ହିଂସାମୁକ୍ତ ସମାଜ ଗଢ଼ିବାକୁ ସଂକଳ୍ପ’

ଦାରିଙ୍ଗବାଡ଼ି,୨୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ଅନ୍ତର୍ଜାତୀୟ କମଳା ଦିବସ ନାରୀନେତ୍ରୀ ମମତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକସ୍ତରୀୟ ନାରୀ ମହାସଙ୍ଘର ନାରୀନେତ୍ରୀ ସଭାନେତ୍ରୀ ଲୁସିମା ପ୍ରଧାନ, ମେନକା ପ୍ରଧାନ, ମହେନ୍ଦ୍ର ପରିଡ଼ା, ବିପିନ କୁମାର ଦିଗାଲ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି କମଳା ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଅତିଥିମାନେ କହିଥିଲେ ଯେ, ସମାଜରେ ମହିଳା ଓ ଝିଅମାନଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ଏହି ଦିବସ ପାଳନ କରାଯାଉଛି। ଏଥିସହ ପ୍ରତ୍ୟେକ ମହିଳା ଓ ଝିଅ ପାଇଁ ସମ୍ମାନ, ସୁରକ୍ଷା ଓ ସମାନ ଅଧିକାର ପାଇଁ ଏହି ଦିବସଟିକୁ ପାଳନ କରୁଛନ୍ତି। ଏସ୍‌ଏଚ୍‌ଜି ମହିଳାମାନେ ଆଜି ସମାଜରେ ପରିବର୍ତ୍ତନର ମୂଳ ଶକ୍ତି। ସେମାନଙ୍କ ନେତୃତ୍ୱ, ସାହସ ଓ ସଚେତନତା ଘରୋଇ ହିଂସା, ନିର୍ଯାତନା, ବାଲ୍ୟ ବିବାହ, ମହିଳା ଶୋଷଣ ଭଳି ସମସ୍ୟାକୁ କମାଇବାରେ ବଡ଼ ଭୂମିକା ନେଉଛି। ଆମେ ନିଜ-ନିଜ ଗାଁରେ ମହିଳାଙ୍କୁ ସଶକ୍ତ କରୁଛୁ ଶିକ୍ଷା, ନେତୃତ୍ୱ, ଆର୍ଥିକ କ୍ଷମତା, ଓ ମାନସିକ ସମର୍ଥନ ମାଧ୍ୟମରେ। ଆଜି ଯେ ସମସ୍ତ ସମ୍ମାନ ଓ ସମ୍ମାନନୀୟ ଉପାଧି ପ୍ରଦାନ ହେବାକୁଯାଉଛି। ସେମାନେ ହେଲେ ସମାଜ ମଧ୍ୟରେ ଆଦର୍ଶ ସୃଷ୍ଟି କରୁଥିବା ମହିଳାମାନେ ବୋଲି କୁହାଯାଇଥିଲା ଶେଷରେ ଆମର ଏକ ଦାୟିତ୍ୱ ମହିଳାଙ୍କୁ ସୁରକ୍ଷିତ, ଶକ୍ତିଶାଳୀ ଓ ସମ୍ମାନିତ ରଖିବା। ଆଜିର କମଳା ଦିବସ ଆମ ସମସ୍ତଙ୍କୁ ଏକତା ଆଣିଛି ଯାହାକି ହିଂସା ବିରୋଧରେ ଦୃଢ ଭାବେ କାମକରିବା। ଯଦି ଆପଣମାନଙ୍କ ସମର୍ଥନ ଓ ସହଭାଗିତା ହେଲେ ଆମେ ଆସନ୍ତା ପିଢ଼ି ପାଇଁ ଗୋଟେ ସୁରକ୍ଷିତ ସମାଜ ଗଢ଼ିପାରିବା ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏଥିରେ ମହିଳାମାନେ ସମସ୍ତେ ମିଶି ହିଂସାମୁକ୍ତ ସମାଜ ଗଢ଼ିବାକୁ ସଂକଳ୍ପ ଓ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ବିଭିନ୍ନ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ ସହ ଟ୍ରଫି ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ମହିଳା ଉଦ୍ୟୋଗୀ ଭାବେ ବଡ଼ାଙ୍ଗିଆ ଗ୍ରାମର ମା’ ବିମଳା ଏସ୍‌ଏଚ୍‌ଜି ସଦସ୍ୟା କିରାଣି ଉଠାଣସିଂ ଏବଂ ଭ୍ରମରବାଡ଼ି ପଞ୍ଚାୟତ ପୁଡ୍ରାଜଳାର ମହାଲକ୍ଷ୍ମୀ ଏସ୍‌ଏଚ୍‌ଜିର ସଦସ୍ୟା ମମତା ସାହୁଙ୍କୁ ସମ୍ମାନିତ କରାଯାଇଥିଲା।

ସେହିପରି ଶ୍ରେଷ୍ଠ ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ଭ୍ରମରବାଡ଼ି ପଞ୍ଚାୟତ ଜେଙ୍ଗଡବାଡ଼ି ଗ୍ରାମର ବାଡ଼ାବାଲି ଏସ୍‌ଏଚ୍‌ଜି ଏବଂ ସିର୍କାବର୍ଗ ପଞ୍ଚାୟତ ମାନେକଯୋଡ଼ି ଗ୍ରାମର ଇମ୍ମାନୁଏଲ ଏସ୍‌ଏଚଜିଙ୍କୁ ସମ୍ମାନିତ କରାଯାଇଛି।

ସେହିପରି ମହିଳା ନେତ୍ରୀ ଭାବେ ଡମକ୍ଲିୟୁ ଆଲୋକ ଏସ୍‌ଏଚ୍‌ଜିର ମେନକା ପ୍ରଧାନ ଏବଂ ଶ୍ରାକିପାଙ୍ଗା କରୁଣାମୟୀ ଏସ୍‌ଏଚ୍‌ଜି ରାମକାନ୍ତି ପ୍ରଧାନଙ୍କୁ ସମ୍ମାନିତ କରାଯାଇଛି। ସେହିପରି ମହିଳାଙ୍କ ଉପରେ ହିଂସା ବିରୋଧରେ କାମ କରୁଥିବା ଏସ୍‌ଏଚ୍‌ଜି ଦଳ ତଥା ଆଲୋକ ଓ ରାଜେଶ୍ବରୀ ଏସ୍‌ଏଚଜି ଏବଂ ଶ୍ରାକିପାଙ୍ଗାର ମା’ ମେରି, କରୁଣାମୟୀ, ବେଣ୍ଟମାୟୀ ଏସ୍‌ଏଚ୍‌ଜି ସମ୍ବର୍ଦ୍ଧିତ ସେହିପରି ସଫଳ ମହିଳା ସଦସ୍ୟାଭାବେ ଦଳବାଡ଼ି ଜୀବନ ଜ୍ୟୋତି ଏସ୍‌ଏଚ୍‌ଜିର ସଦସ୍ୟା ନିହାରିକା ପ୍ରଧାନ ଏବଂ ସେଡ଼ାଙ୍ଗପାଙ୍ଗାଗ୍ରାମର ସେଣ୍ଡାମାରା ଏସ୍‌ଏଚ୍‌ଜିର ସଦସ୍ୟା ଶଟାବୁଡିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମ ଶେଷରେ ନାରୀନେତ୍ରୀ ସୁବାସିନୀ ସିଂ ସାଧୁବାଦ ଜଣାଇଥିଲେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?