ଐତିହ୍ୟ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ଥିତି

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଭୁବନେଶ୍ୱରର ଐତିହ୍ୟ ଅଞ୍ଚଳରେ ଏବେ ବିପର୍ଯ୍ୟସ୍ତ ସ୍ଥିତି ଦେଖିବାକୁ ମିଳୁଛି। ସ୍ମାର୍ଟସିଟିର ପୂର୍ଣ୍ଣାଙ୍ଗ ରୂପ ଦେବାକୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସହ ସଫେଇ ଓ ସଚେତନତା ଆଦି କ୍ଷେତ୍ରରେ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଦୀପତଳ ଅନ୍ଧାର ଭଳି ଖୋଦ୍‌ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କାର୍ଯ୍ୟାଳୟ ନିକଟରେ ବଡ଼ ବ୍ୟତିକ୍ରମ ନଜରକୁ ଆସିଛି। ୪୪ ନଂ. ଓ୍ବାର୍ଡରେ ଥିବା ଐତିହ୍ୟ ବଡ଼ଗଡ଼ ଗାଁରେ ପରିମଳ ଅବ୍ୟବସ୍ଥା ବିଏମ୍‌ସିର କାର୍ଯ୍ୟଧାରାକୁ ନେଇ ନାନା ପ୍ରଶ୍ନ ଉଠାଇଛି। କରୋନା ପରେ ଏବେ ଡେଙ୍ଗୁ ସଂକ୍ରମଣକୁ ନେଇ ସହରବାସୀ ଆତଙ୍କିତ ଅବସ୍ଥାରେ ଥିବାବେଳେ ସବୁକ୍ଷେତ୍ରରେ ବଡ଼ଗଡ଼ ଅବହେଳିତ ହୋଇ ରହିଛି। ଏଠାରେ ରାଜ୍ୟର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏବେ ଡେଙ୍ଗୁ ବ୍ୟାପୁଥିଲେ ମଧ୍ୟ ସଫେଇ ଉପରେ ବିଏମ୍‌ସି ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି। ଆବର୍ଜନାପୂର୍ଣ୍ଣ ରାସ୍ତାଘାଟ ସହ ସରକାରୀ କୂଅ ଓ ୩ ପୁଷ୍କରିଣୀ ସରକାରୀ ଅବହେଳାର ଭିନ୍ନ ଚିତ୍ର ଦେଉଛି।
ବଡ଼ଗଡ଼ବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବହୁ ବର୍ଷ ପୂର୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ପୋଖରୀ, ଟୁବି ଗଡିଆ ଓ ଗୋପାଳୁଣି ଗଡିଆ ସହିତ ପ୍ରାୟ ୫ଟି କୂଅ ଖନନ କରାଯାଇ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଉତ୍ସର୍ଗ କରାଯାଇଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏହି ୩ ପୁଷ୍କରିଣୀ ଏବେ ଦଳ ଭର୍ତ୍ତି ହୋଇରହିବା ସହ ପାଣିରୁ ଦୁର୍ଗନ୍ଧ ବାହାରୁଛି। ପୁଷ୍କରିଣୀ ଚାରିପଟେ ଗଛଲତା ମାଡି ଯାଇ ଜଙ୍ଗଲିଆ ହୋଇ ରହିଥିବାରୁ ମଶା ବଂଶ ବୃଦ୍ଧି ପାଉଛି। ଅପରପକ୍ଷେ କୂଅଗୁଡିକ ଅବସ୍ଥା ମଧ୍ୟ ଖରାପ ହେବାରେ ଲାଗିଛି। ଏନେଇ ବିଏମ୍‌ସିକୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ସ୍ଥାନୀୟ ବାସିନ୍ଦା କହୁଛନ୍ତି। ଗ୍ରାମରେ ବିଏମ୍‌ସି ପକ୍ଷରୁ ପିଇବା ପାଣି ସଂଯୋଗ ହୋଇଥିଲେ ମଧ୍ୟ ସମସ୍ତେ ଉପକୃତ ହୋଇପାରୁନାହାନ୍ତି। ଏପଟେ କୂଅ ଓ ପୋଖରୀର ପାଣି ଆଉ ବ୍ୟବହାର ଉପଯୋଗୀ ନ ଥିବାରୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

 

ରାସ୍ତା ପ୍ରଶସ୍ତୀକରଣ, କୂଅ, ପୋଖରୀ ପୁନରୁଦ୍ଧାର ଆବଶ୍ୟକ
ବଡ଼ଗଡ଼ ଗ୍ରାମରେ ରାସ୍ତା ପ୍ରଶସ୍ତିକରଣ, ପୁଷ୍କରିଣୀ ଓ କୂଅର ପୁନରୁଦ୍ଧାର ଆବଶ୍ୟକ। ଗାଁର ପରିମଳ ବ୍ୟବସ୍ଥା ଅତି ଶୋଚନୀୟ ହୋଇ ପଡିଥିବାରୁ ଏହା ଉପରେ ନିହାତି ପକ୍ଷେ ଧ୍ୟାନ ଦିଆଯିବା ଉଚିତ୍‌। ଏବେ ସହରରେ ଡେଙ୍ଗୁରୋଗ ଦ୍ରୁତ ଗତିରେ ବ୍ୟାପୁଥିବାବେଳେ ବହୁବ୍ୟକ୍ତି ଏଥିରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି।
-ଦିଲୀପ ହାଲି, ସ୍ଥାନୀୟ ବାସିନ୍ଦା
ବିଏମ୍‌ସିରେ ଅଭିଯୋଗ ସତ୍ତ୍ୱେ ସୁଫଳ ମିଳୁନି
ବଡ଼ଗଡ଼ ଗ୍ରାମ ବହୁ ପ୍ରାଚୀନ। କିନ୍ତୁ ଏଠାରେ ପରିମଳ ବ୍ୟବସ୍ଥା କଥା ନ କହିବା ଭଲ। ୩ଟି ପୋଖରୀ ଏବେ ବ୍ୟବହାର ନ ହୋଇ ପଡି ରହିଛି। ଗ୍ରାମବାସୀ ଓ ଗାଈଗୋରୁଙ୍କୁ ଗାଧୋଇବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବହୁବାର ଏ ନେଇ ବିଏମ୍‌ସିରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ।
-ରମେନ୍ଦ୍ର ଜେନା, ବରିଷ୍ଠ ନାଗରିକ
ଆଖିଠାରରେ ସବୁ ଚାଲିଛି
ବିଏମ୍‌ସିର କାର୍ଯ୍ୟାଳୟ ନିକଟରେ ବଡ଼ଗଡ଼ ଗାଁ ରହିଥିଲେ ମଧ୍ୟ ଏଥିପ୍ରତି ଅଧିକାରୀଙ୍କର ନଜର ନାହିଁ। ଅପରିଷ୍କାର ରାସ୍ତା ସାଙ୍ଗକୁ ପରିତ୍ୟକ୍ତ ପୁଷ୍କରିଣୀ ଓ କୂଅ ପାଇଁ ସାଧାରଣ ଲୋକ ଚଳିବାରେ ବହୁ ଅସୁବିଧା ଭୋଗୁଛନ୍ତି। କେବଳ ଧର୍ମକୁ ଆଖିଠାର ପରି ସବୁ ଚାଲୁଛି।
-ଅଭୟ ସିଂ, ଯୁବ ସଂଗଠକ


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri