ସ୍କୁଲ ଫି’ ପାଇଁ ପିଲାଙ୍କୁ ବନ୍ଦୀ

ଭୁବନେଶ୍ୱର, ୨୪ା୮(ବ୍ୟୁରୋ): ସ୍କୁଲ ଫି’ ନ ଦେବାରୁ ଭୁବନେଶ୍ୱର ଘାଟିକିଆସ୍ଥିତ ଏପିଜେ ପବ୍ଲିକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ୩୪ଜଣ ଛାତ୍ରୀଛାତ୍ରଙ୍କୁ ୫ଘଣ୍ଟା ଧରି ବନ୍ଦ ରଖାଯାଇଥିବା ନେଇ ଅଭିଯୋଗ ହୋଇଛି। ଅଭିଭାବକମାନେ ମଙ୍ଗଳବାର ସ୍କୁଲ ଆଗରେ ଧାରଣା ଦେବା ସହିତ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଭରତପୁର ଥାନାରେ ଏତଲା ଦେଇଛନ୍ତି। ପୋଲିସ ଉକ୍ତ ବିଦ୍ୟାଳୟର ସିଇଓ, ଭାଇସ୍‌ ପ୍ରିନ୍ସିପାଲ ଏବଂ ଆଡ୍‌ମିନ୍‌ ମ୍ୟାନେଜରଙ୍କ ବିରୋଧରେ ଆଇପିସି ଦଫା ୩୪୨, ୩୪ ଏବଂ ଜୁଭେନାଇଲ ଜଷ୍ଟିସ ଆକ୍ଟର ଦଫା ୭୫ରେ ଏକ ମାମଲା(୩୩୮/୨୦୨୨) ରୁଜୁ କରି ତଦନ୍ତ ଜାରି ରଖିଛି।
ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ଭରତପୁର ଥାନା ଅନ୍ତର୍ଗତ ଏପିଜେ ପବ୍ଲିକ୍‌ ସ୍କୁଲରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପିଲା ପଢ଼ୁଛନ୍ତି। ପିଲାମାନଙ୍କ ଏବେ ପରୀକ୍ଷା ଚାଲିଛି। ସୋମବାର ପୂର୍ବାହ୍ନ ସାଢ଼େ ୯ଟାରେ ପରୀକ୍ଷା ଶେଷ ହେବାପରେ ବିଭିନ୍ନ କ୍ଲାସ୍‌ ରୁମ୍‌ରୁ କିଛି କିଛି ପିଲାଙ୍କୁ ବ୍ୟାଗ୍‌ ନେଇ ବାହାରକୁ ଆସିବା ପାଇଁ ସ୍କୁଲ ଶିକ୍ଷକ କହିଥିଲେ।
ସ୍କୁଲ ଫି’ ପାଇଁ
ପରେ ୩୪ଜଣ ପିଲାଙ୍କୁ ଏକାଠି କରି ସ୍କୁଲ ଲାଇବ୍ରେରି ହଲ୍‌ରେ ୫ଘଣ୍ଟା ଧରି ବନ୍ଦ କରି ରଖିଥିଲେ। ଅପରାହ୍ନ ଅଢ଼େଇଟା ପର୍ଯ୍ୟନ୍ତ ପିଲାଙ୍କୁ ଖାଇବା, ପାଣି ପିଇବା ପାଇଁ ଦିଆଯାଇ ନ ଥିଲା। ଏପରି କି ପରିସ୍ରା ଯିବା ପାଇଁ ମଧ୍ୟ ପିଲାଙ୍କୁ ଛାଡ଼ି ନ ଥିଲେ। ତେବେ ଶିକ୍ଷକଙ୍କ ଏଭଳି ଆଚରଣ ଦେଖି ପିଲାମାନେ କିଛି ବୁଝିପାରୁ ନ ଥିଲେ। ପାଟିରେ ହାତ ଦେଇ ଚୁପ୍‌ରେ ବସିବା ପାଇଁ ପିଲାଙ୍କୁ କୁହାଯାଇଥିଲା। ତୁମ ଅଭିଭାବକ ସ୍କୁଲ ଫି’ ଦେଇ ନ ଥିବାରୁ ତୁମକୁ ଏପରି ବନ୍ଦ କରି ରଖାଯାଇଥିବା ପିଲାଙ୍କୁ କୁହାଯାଇଥିଲା। ଏହାପରେ ପିଲାଙ୍କ ହାତରେ ଏକ ନୋଟିସ୍‌ ଦିଆଯାଇଥିଲା। ତୁମ ପିଲାର ସ୍କୁଲ ଫି’ ବାକି ରହିଛି, ତୁରନ୍ତ ପୈଠ କରିବାକୁ ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଥିଲା। ତେବେ ପିଲାମାନେ ଘରେ ଯାଇ ଅଭିଭାବକଙ୍କୁ ଏନେଇ କହିବା ପରେ ମଙ୍ଗଳବାର ସକାଳୁ ଅଭିଭାବକମାନେ ଏକତ୍ର ହୋଇ ସ୍କୁଲ ଆଗରେ ଧାରଣାରେ ବସିଥିଲେ। ଏ ସମ୍ପର୍କରେ ଜଣେ ଅଭିଭାବକ କହିଛନ୍ତି, ଆମେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏନେଇ ପଚାରିବାରୁ ସେ କିଛି ଜାଣି ନ ଥିବା କହିଥିଲେ। ସେପଟେ ଘଟଣାସ୍ଥଳରେ ଭରତପୁର ପୋଲିସ ପହଞ୍ଚତ୍ ଅଭିଭାବକ ଏବଂ ସ୍କୁଲ ଶିକ୍ଷକଙ୍କ ସହ ଆଲୋଚନା କରିଥିଲା। ପରେ ଅଭିଭାବକମାନେ ଭରତପୁର ଥାନାକୁ ଯାଇ ଏକ ଲିଖିତ ଏତଲା ରୁଜୁ କରିଥିଲେ। ଏନେଇ ଡିସିପି ପ୍ରତୀକ ସିଂଙ୍କ କହିବା ହେଲା, ଅଭିଭାବକଙ୍କ ବୟାନ ରେକର୍ଡ କରାଯାଇଛି। ଘଟଣା ସମ୍ପର୍କରେ ପ୍ରମାଣ ପାଇଁ ଲାଇବ୍ରେରି ରୁମ୍‌ରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯିବ। ଏଥିସହ ଲାଇବ୍ରେରିଆନ ଏବଂ ଅନ୍ୟ ଶିକ୍ଷକଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ ବୋଲି ସିଂ କହିଛନ୍ତି।
ଅପରପକ୍ଷେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯଦି ସ୍କୁଲ୍‌ ଫି’ ବାକି ରହିଥିଲା, ତେବେ ଅଭିଭାବକଙ୍କୁ ସିଧାସଳଖ ଅବଗତ କରାଯାଇ ପାରିଥାନ୍ତା। କିନ୍ତୁ ସେଭଳି ନ କରି କୋମଳମତି ପିଲାଙ୍କୁ ୫ଘଣ୍ଟା ଏକ ରୁମ୍‌ରେ ବନ୍ଦ କରି ରଖିବା ଶାରୀରିକ ଏବଂ ମାନସିକ ନିର୍ଯାତନା ସଦୃଶ। ଏନେଇ ବୁଧବାର ଶିଶୁ ସୁରକ୍ଷା ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଅଭିଭାବକ ଚିନ୍ମୟ ଚୌଧୁରୀ କହିଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କୌଣସି ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

୧୩ରେ ଲଘୁଚାପ: ପାଣିପାଗ ବିଭାଗ କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?