ହମାସ୍‌ର ସୁଡ଼ଙ୍ଗ ଧ୍ୱଂସକରିବା ସହଜ ନୁହେଁ

ଜେରୁଜେଲମ୍‌,୨୮ା୧୦: ହମାସ୍‌ ଶାସିତ ଗାଜା ଷ୍ଟ୍ରିପ୍‌ରେ ବଡ଼ ଧରଣର ସ୍ଥଳଯୁଦ୍ଧ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବା ଇସ୍ରାଏଲୀ ସେନା ଦୁଇଦିନ ହେଲା ସଂକ୍ଷିପ୍ତ ଗ୍ରାଉଣ୍ଡ ରେଡ୍‌ ଚଳାଇଛି। ତେବେ ଗାଜାରେ ଥିବା ହମାସ୍‌ର ଗୁପ୍ତ ଟନେଲଗୁଡ଼ିକୁ ଧ୍ୱଂସ କରିବା କଷ୍ଟକର ହେବ ବୋଲି ଇସ୍ରାଏଲ୍‌ ପୂର୍ବାନୁମାନ କରିଛି। ହମାସ୍‌ ଆତଙ୍କବାଦୀମାନଙ୍କୁ ଉକ୍ତ ଗୁପ୍ତ ସୁଡ଼ଙ୍ଗ ସୁରକ୍ଷା ଯୋଗାଇଦେଉଛି। ସ୍ଥଳଯୁଦ୍ଧରେ ସେମାନଙ୍କୁ ଟନେଲ ଭିତରେ ମୁକାବିଲା କରିବା ଇସ୍ରାଏଲୀ ସୈନ୍ୟଙ୍କ ପାଇଁ ସହଜ ହେବନାହିଁ। ସେଥିପାଇଁ ସମ୍ପୂର୍ଣ୍ଣ ସ୍ଥଳଯୁଦ୍ଧ ଆରମ୍ଭ କରିବାକୁ ଜେରୁଜେଲମ୍‌ ବିଳମ୍ବ କରୁଛି। ୩ ସପ୍ତାହ ହେଲା ଚାଲିଥିବା ଯୁଦ୍ଧରେ ୭,୩୦୦ରୁ ଅଧିକ ପାଲେଷ୍ଟିନୀୟ ନିହତ ହେବା ସହ ହଜାର ହଜାର ଲୋକ ଆହତ ହେଲେଣି। ମୃତକଙ୍କ ମଧ୍ୟରେ ୨,୯୦୦ରୁ ଅଧିକ ଶିଶୁ ଏବଂ ୧,୫୦୦ରୁ ଊର୍ଦ୍ଧ୍ୱ ମହିଳା ରହିଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବହୁସଂଖ୍ୟାରେ ପାଲେଷ୍ଟିନୀୟ ଘରଦ୍ୱାର ଛାଡ଼ି ପଳାଇଗଲେଣି। ଇସ୍ରାଏଲ୍‌ ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କରେ ୧୧୦ ପାଲେଷ୍ଟିନୀୟ ପ୍ରାଣ ହରାଇଲେଣି। ସେହିପରି ହମାସ୍‌ ଆକ୍ରମଣରେ ଇସ୍ରାଏଲ୍‌ର ୧,୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ହମାସ୍‌ ଇସ୍ରାଏଲ୍‌ରୁ ବିଦେଶୀ ସମେତ ୨୨୯ ଜଣଙ୍କୁ ନେଇଯାଇ ଗାଜାରେ ପଣବନ୍ଦୀ ରଖିଛି। ସେମାନଙ୍କ ମଧ୍ୟରୁ ୪ ବିଦେଶୀଙ୍କୁ ଇତିମଧ୍ୟରେ ମୁକ୍ତ କରିଦିଆଯାଇଛି।
ଇସ୍ରାଏଲୀ ସେନା ଯୁଦ୍ଧବିମାନ ଏବଂ ଡ୍ରୋନ୍‌ ସହାୟତାରେ ଶୁକ୍ରବାର ଗାଜା ଷ୍ଟ୍ରିପ୍‌ ଉପକଣ୍ଠରେ ଦ୍ୱିତୀୟ ଗ୍ରାଉଣ୍ଡ ରେଡ୍‌ କରିଥିଲା। ତେବେ ଏଥିରେ କେତେ ମୃତାହତ ହୋଇଛନ୍ତି ତାହା ଜଣାପଡ଼ି ନାହିଁ। ଇତିମଧ୍ୟରେ ଆମେରିକା ଯୁଦ୍ଧବିମାନ ପୂର୍ବ ସିରିଆରେ ଥିବା ସାମରିକ ଘାଟି ଉପରେ ଆକ୍ରମଣ କରିଛି। ଉକ୍ତ ସାମରିକ ଘାଟିକୁ ଇରାନ ସମର୍ଥତ୍ତ ମିଲିସିଆ ଗ୍ରୁପ୍‌ ବ୍ୟବହାର କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?