ଡେରାବିଶ ମାଟିକୁ ଗର୍ବିତ କଲେ ସ୍ମୃତିରେଖା

ଡେରାବିଶ, ୨୪ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ବ୍ଲକ ଓ କେନ୍ଦ୍ରାପଡ଼ା ଜିଲାକୁ ପୁଣିଥରେ ସଂସ୍କୃତି ଓ ଯୋଗ ପ୍ରତିଯୋଗିତାରେ ବ୍ଲକ ଅଧୀନସ୍ଥ ରଘୁଦେଇପୁର ପଞ୍ଚାୟତ ବେଲାରପୁର ଗଁାର ଦଶମ ଶ୍ରେଣୀର ଛାତ୍ରୀ ସ୍ମୃତିରେଖା ପାଣି(୧୫) ଗୌରବ ଆଣିଛନ୍ତି। ସ୍ଥାନୀୟ ଭଗବତୀ ସରକାରୀ ଉଚ୍ଚ ନୋଡାଲ ବିଦ୍ୟାଳୟର ଛାତ୍ରୀ ସ୍ମୃତିରେଖା କେନ୍ଦ୍ରାପଡ଼ା ଯୋଗ ବେଦାନ୍ତ କେନ୍ଦ୍ରରେ ଯୋଗାଭ୍ୟାସ କରୁଥିବାବେଳେ କୋଲକାତାରେ ରବିବାର ଅନୁଷ୍ଠିତ ହୋଇଥିବା ନବମ ଅନ୍ତର୍ଜାତୀୟ ଯୋଗ ମହୋତ୍ସବରେ ଭାଗନେଇ କୃତିତ୍ୱ ଅର୍ଜନ କରିଛନ୍ତି। ସାଇ କାପ୍ରା ଫ୍ରେଣ୍ଡସ୍‌ ଆସୋସିଏଶନ୍‌ ପକ୍ଷରୁ ଆୟୋଜିତ ମହୋତ୍ସବରେ ସ୍ମୃତିରେଖାଙ୍କୁ ରବିବାର ସମ୍ମାନିତ କରାଯାଇଛି। ତେବେ ମେ ୨୩ରେ ଗୁଜରାଟର ଅହମ୍ମଦାବାଦଠାରେ ଆୟୋଜିତ ନବମ ସର୍ବଭାରତୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା ମହୋତ୍ସବରେ ଭାଗନେଇ ସ୍ମୃତିରେଖା ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରି କୃତିତ୍ୱ ଅର୍ଜନ କରିଥିଲେ। ସେହିପରି କୋଲକାତାରେ ଜୁନ ୨୭ରେ ଅନୁଷ୍ଠିତ ଜାତୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତାରେ ଭାଗନେଇ ସ୍ମୃତିରେଖା କୃତିତ୍ୱ ଅର୍ଜନ କରି ଡେରାବିଶ ବ୍ଲକ ଓ କେନ୍ଦ୍ରାପଡା ଜିଲାକୁ ଗର୍ବିତ କରିଛନ୍ତି। ରୟାଲ ଡ୍ୟାନ୍ସ ଗ୍ରୁପର ଛାତ୍ରୀ ଭାବେ ଉଭୟ ଅହମ୍ମଦାବାଦ ଓ କୋଲକାତାରେ ସ୍ମୃତିରେଖା ଭାଗ ନେଇଥିଲେ। ତେବେ ଏହି ଖବର ଜଣାପଡ଼ିବା ପରେ ସ୍ମୃତିରେଖାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି। ବାପା କୈଳାସ ଚନ୍ଦ୍ର ପାଣି, ମାଆ ପ୍ରଜ୍ଞା ପ୍ରାରମ୍ଭିକା, ଅଜା ନିରଞ୍ଜନ ଦାଶ ଓ ଆଈ ଗୀତାଞ୍ଜଳି ନିଜର ପ୍ରତିକ୍ରିୟାରେ ସ୍ମୃତିରେଖା ଜଣେ ଭଲ ଛାତ୍ରୀ ବୋଲି କହିଛନ୍ତି। ନୃତ୍ୟ ଓ ଯୋଗାଭ୍ୟାସ ପ୍ରତି ଥିବା ରୁଚି ପାଇଁ ପରିବାର ପକ୍ଷରୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri