ଟୁଇଟରର ନୂଆ ଲୋଗୋ : ନୀଳ ପକ୍ଷୀ ବଦଳରେ ଇଂରାଜୀ ଅକ୍ଷର ‘ଏକ୍ସ’ …

ଓ୍ବାଶିଂଟନ,୨୪।୭ : ନୀଳ ପକ୍ଷୀ ବଦଳରେ ଇଂରାଜୀ ‘ଏକ୍ସ’ ଟୁଇଟରର ନୂଆ ଲୋଗୋ ହେବ ବୋଲି ଏଲୋନ ମସ୍କ ସୂଚନା ଦେଇଛନ୍ତି। ଗତ ବର୍ଷ ଟୁଇଟରର ଦାୟିତ୍ୱ ଗ୍ରହଣ କରିବା ପରେ ଏଲନ ମସ୍କ କମ୍ପାନୀରେ ଅନେକ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଏହାର ସ୍ବତନ୍ତ୍ର ନୀଳ ପକ୍ଷୀ ଲୋଗୋ ଶୀଘ୍ର ଇତିହାସ ହେବ। କମ୍ପାନୀରେ ଏକ ନୂତନ ପରିବର୍ତ୍ତନ ଭାବରେ, ଟୁଇଟର ଡଟ କମ ଏକ୍ସ ଡଟ କମ୍‌ (X.com )ହେବ। ମସ୍କ ତାଙ୍କର ଏକ ଟୁଇଟରେ ଏହା କହିଛନ୍ତି ।

ସେ ଟୁଇଟ କରିଛନ୍ତି ଖୁବ ଶୀଘ୍ର ଟୁଇଟରର ଲୋଗୋ ପରିବର୍ତ୍ତନ ହେବ। ସେ ଏକ ଏକ୍ସର ଚିତ୍ର ମଧ୍ୟ ପୋଷ୍ଟ କରିଛନ୍ତି ଯାହାର ଅର୍ଥ ହେଉଛି “ଏକ୍ସ” ଅକ୍ଷର ଟୁଇଟରର ଲୋଗୋ ଭାବେ ବଦଳିବ। ଅନ୍ୟ ଏକ ଟୁଇଟରେ ସେ କହିଛନ୍ତି ଖୁବ ଶୀଘ୍ର ଆମେ ଟୁଇଟର ବ୍ରାଣ୍ଡ ଏବଂ ଧୀରେ ଧୀରେ ସମସ୍ତ ପକ୍ଷୀଙ୍କୁ ବିଦାୟ ଦେବୁ।

ସେ ଅନ୍ୟ ଏକ ଟୁଇଟରେ କହିଛନ୍ତି ଯଦି ଏକ ଭଲ “ଏକ୍ସ” ଲୋଗୋ ପୋଷ୍ଟ କରାଯାଏ, ତେବେ ଆମେ ଏହାକୁ ସାରା ବିଶ୍ୱରେ ଲାଇଭ କରିବୁ। ଉଲ୍ଲେଖନୀୟ ବିଷୟ ହେଉଛି, ସ୍ପେସ ଏକ୍ସ ସମେତ ମସ୍କଙ୍କର ଅନେକ କମ୍ପାନୀ ସେମାନଙ୍କ ନାମରେ ଏକ୍ସ ଅକ୍ଷର ରଖିଛନ୍ତି। ମସ୍କ ଟୁଇଟର କିଣିବା ପରଠାରୁ ବ୍ଲୁ ଟିକ ସବସ୍କ୍ରିପଶନ ସହିତ ଅନେକ ପରିବର୍ତ୍ତନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

LACରେ ତିକ୍ତତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri